Posted inଖେଳ

ଚେନ୍ନାଇକୁ ପଞ୍ଚମ ଟାଇଟଲ

ଅହମଦାବାଦ, ୩୦।୫
ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୬ଶ ସଂସ୍କରଣରେ ବିଜୟ ମୁକୁଟ ପିନ୍ଧିଛି ଚେନ୍ନାଇ ସୁପର କିଙ୍ଗ୍ସ। ସୋମବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ଏବଂ ରୋମାଞ୍ଚକ ମେଗା ଫାଇନାଲରେ ଏହି ଦଳ ଗତଥରର ଚାମ୍ପିୟନ ଗୁଜରାଟ ଟାଇଟନ୍ସକୁ ୫ ଉଇକେଟରେ ପରାସ୍ତ କରିଛି। ଗୁଜରାଟ ୨୦ ଓଭରରେ ୪ ଉଇକେଟ ହରାଇ ୨୧୪ ରନ ସଂଗ୍ରହ କରିଥିଲା। ବର୍ଷା ଯୋଗୁ ଖେଳ ବାଧାପ୍ରାପ୍ତ ହେବାରୁ ଚେନ୍ନାଇ ସମ୍ମୁଖରେ ୧୫ ଓଭରରେ ୧୭୧ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କୌଣସି ଖେଳାଳି ଅର୍ଦ୍ଧଶତକ ହାସଲ କରି ନ ଥିଲେ ହେଁ ଏହି ଦଳ ୫ ଉଇକେଟ ହରାଇ ଶେଷ ବଲ୍‌ରେ ବିଜୟ ଲକ୍ଷ୍ୟରେ ପହଞ୍ଚତ୍ ଯାଇଥିଲା। ୬ ବଲ୍‌ରୁ ୧୫ ରନର ଛୋଟ ଇନିଂସ ଖେଳିଥିଲେ ହେଁ ପ୍ରଶଂସାର ହକ୍‌ଦାର ହୋଇଥିଲେ ରବୀନ୍ଦ୍ର ଜାଡେଜା। ସେ କ୍ରମାଗତ ୨ଟି ବଲ୍‌ରେ ଛକା ଓ ଚୌକା ମାରି ଚେନ୍ନାଇକୁ ଚାମ୍ପିୟନ କରାଇଥିଲେ। ଶିବମ ଦୁବେ ୨୧ ବଲ୍‌ରୁ ୩୨ (୨ ଛକା) ରନକରି ଅପରାଜିତ ରହିଥିଲେ। ରବିବାର ବର୍ଷା ଯୋଗୁ ଖେଳ ସମ୍ଭବ ହୋଇ ନ ଥିବାରୁ ସୋମବାର ରିଜର୍ଭ ଦିବସରେ ଫାଇନାଲ ଅନୁଷ୍ଠିତ ହୋଇଥିଲା। ଏହାକୁ ମିଶାଇ ଚେନ୍ନାଇ ୫ ଥର ଟାଇଟଲ ହାସଲ କରି ମୁମ୍ବାଇ ଇଣ୍ଡିଆନ୍ସର ସମକକ୍ଷ ହୋଇଛି। ପୂର୍ବରୁ ଏହି ଦଳ ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ରେ ଚାମ୍ପିୟନ ହୋଇଥିଲା। ଏଥର ତାହାର ପୁନରାବୃତ୍ତି କରିଛି ମହେନ୍ଦ୍ର ସିଂ ଧୋନୀଙ୍କ ସୁପର କିଙ୍ଗ୍ସ।
ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଲିଗ୍‌ରେ ପ୍ରଭାବୀ ପ୍ରଦର୍ଶନ କରି ଆସିଥିବା ଗୁଜରାଟ ଏଠାରେ ମଧ୍ୟ ଭଲ ଆରମ୍ଭ କରିଥିଲା। ଟପ୍‌ ଫର୍ମରେ ଥିବା ଶୁବମନ ଗିଲ୍‌ ଏବଂ ରିଦ୍ଧିମାନ ଶାହା ଦ୍ରୁତ ହାରରେ ରନ୍‌ ସଂଗ୍ରହ କରି ଗୁଜରାଟର ବଡ଼ ସ୍କୋର ପାଇଁ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲେ। ଓପନିଂ ଯୋଡ଼ିରେ ଦୁହେଁ ୪୨ ବଲ୍‌ରୁ ୬୭ ରନ ସଂଗ୍ରହ କରିଥିଲେ। ୭ମ ଓଭରର ଶେଷ ବଲ୍‌ରେ ରବୀନ୍ଦ୍ର ଜାଡେଜାଙ୍କ ବଲ୍‌ରେ ଗିଲ୍‌ଙ୍କୁ ଧୋନୀ ଷ୍ଟମ୍ପିଂ କରି ଦେଇଥିଲେ। ଫଳରେ ଚେନ୍ନାଇକୁ ପ୍ରଥମ ବ୍ରେକ୍‌ ଥ୍ରୁ ମିଳିଥିଲା। ଗିଲ୍‌ ୨୦ ବଲ୍‌ରୁ ୩୯ (୭ ଚୌକା) ରନ କରିଥିଲେ। ତାଙ୍କ ସ୍ଥାନରେ ସାଇ ସୁଦର୍ଶନ କ୍ରିଜରେ ଯୋଗଦେଇ ଶାହାଙ୍କ ସହ ଇନିଂସ ଆଗେଇ ନେଇଥିଲେ। ଇତିମଧ୍ୟରେ ଶାହା ଉପଯୋଗୀ ଅର୍ଦ୍ଧଶତକ ହାସଲ କରିଥିଲେ। ଦୁହେଁ ଦ୍ୱିତୀୟ ଉଇକେଟରେ ୪୨ ବଲ୍‌ରୁ ୬୪ ରନର ଭାଗୀଦାରି ଗଢ଼ିବାପରେ ଶାହା ବ୍ୟକ୍ତିଗତ ୫୪ (୩୯ ବଲ୍‌, ୫ ଚୌକା, ୧ ଛକା) ରନକରି ପ୍ୟାଭିଲିୟନ ଫେରିଥିଲେ। ସୁଦର୍ଶନ ଖେଳିଥିଲେ କ୍ୟାରିୟରର ଶ୍ରେଷ୍ଠ ଇନିଂସ। ସେ ଯଦିଓ ମାତ୍ର ୪ ରନ ପାଇଁ ଶତକରୁ ବଞ୍ଚତ୍ତ ହୋଇଥିଲେ ତେବେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ତୃତୀୟ ଉଇକେଟରେ ମାତ୍ର ୩୩ ବଲ୍‌ରୁ ୮୧ ରନ ଯୋଗକରି ଗୁଜରାଟ ଇନିଂସକୁ ୨୦୦ ଅତିକ୍ରମ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ମଥିସା ପଥିରାନାଙ୍କ ଶେଷ ଓଭରର ପ୍ରଥମ ଦୁଇଟି ବଲ୍‌କୁ ଛକାରେ ପରିଣତ କରିବାପରେ ସେ ୟର୍କର ଲେନ୍ଥ ତୃତୀୟ ବଲ୍‌କୁ ଖେଳିବା ଅବସରରେ ଏଲବିଡବ୍ଲ୍ୟୁ ଆଉଟ ହୋଇ ଯାଇଥିଲେ। ଡିଆରଏସ୍‌ର ସହାୟତା ନିଆ ଯାଇଥିଲେ ହେଁ ନିଷ୍ପତ୍ତି ବୋଲରଙ୍କ ସପକ୍ଷରେ ଯାଇଥିଲା। ୪୭ଟି ବଲ୍‌ର ସମ୍ମୁଖୀନ ହୋଇଥିବା ସୁଦର୍ଶନ ୮ ଚୌକା ଓ ୬ ଛକା ସହାୟତାରେ ୯୬ ରନ ସ୍କୋର କରିଥିଲେ। ହାର୍ଦ୍ଦିକ ୧୨ ବଲ୍‌ରୁ ୨ ଛକା ସହାୟତାରେ ୨୧ ରନକରି ଅପରାଜିତ ରହିଥିଲେ। ଚେନ୍ନାଇ ବୋଲରଙ୍କ ମଧ୍ୟରେ ମଥିସା ପଥିରାନା ୨ଟି ଏବଂ ଦୀପକ ଚହର ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଦ୍ୱିତୀୟ ଇନିଂସ ଆରମ୍ଭରେ ମାତ୍ର ୩ଟି ବଲ୍‌ ପଡ଼ିଥିବାବେଳେ ବର୍ଷା ହୋଇଥିଲା। ସେତେବେଳକୁ ଚେନ୍ନାଇ ୪ ରନ କରିଥିଲା। ବର୍ଷା ଛାଡ଼ିବାପରେ ୧୨ଟା ୧୦ରେ ଖେଳ ଆରମ୍ଭ ହୋଇଥିଲା। ଡକ୍‌ଓ୍ବର୍ଥ ଲୁଇସ ନିୟମ ଅନୁସାରେ ଚେନ୍ନାଇ ଆଗରେ ୧୫ ଓଭରରେ ୧୭୧ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଋତୁରାଜ ଗାଏକ୍ୱାଡ୍‌ ଓ ଡେଭନ କନଓ୍ବେ ଚେନ୍ନାଇପାଇଁ ଭଲ ଆରମ୍ଭ କରିଥିଲେ। ୬ ଓଭରରେ ଦୁହେଁ ଦଳର ରନ୍‌କୁ ବିନା କ୍ଷତିରେ ୭୨ରେ ପହଞ୍ଚାଇ ଦେଇଥିଲେ। ୭ମ ଓଭରର ତୃତୀୟ ବଲ୍‌ରେ ଋତୁରାଜଙ୍କୁ ଆଉଟ କରି ଗୁଜରାଟକୁ ବ୍ରେକ୍‌ ଥ୍ରୁ ଦେଇଥିଲେ ନୁର ଅହମଦ। ଋତୁରାଜ ୧୬ ବଲ୍‌ରୁ ୨୬ (୩ ଚୌକା, ୧ ଛକା) ରନ କରିଥିଲେ। ସେହି ଓଭରର ୬ଷ୍ଠ ବଲ୍‌ରେ ସେଟ୍‌ ବ୍ୟାଟର କନ୍‌ଓ୍ବେଙ୍କୁ ଆଉଟ କରି ନୁର୍‌ ଚେନ୍ନାଇକୁ ଡବଲ୍‌ ଝଟ୍‌କା ଦେଇଥିଲେ। କନଓ୍ବେ ୨୫ ବଲ୍‌ରୁ ୪୭ (୪ ଚୌକା, ୨ ଛକା) ରନ କରିଥିଲେ। କ୍ୟାରିୟରର ଶେଷ ମ୍ୟାଚ ଖେଳିଥିବା ଅମ୍ବାତି ରାୟୁଡ଼ୁ ଛୋଟ ଇନିଂସ ଖେଳିଥିଲେ ହେଁ ଏହାକୁ ସ୍ମରଣୀୟ କରିଥିଲେ। ସେ ୮ ବଲ୍‌ରୁ ୧୯ ରନ ମଧ୍ୟରେ ଗୋଟିଏ ଚୌକା ଓ ୨ଟି ଛକା ମାରିଥିଲେ। ସେହିପରି ଅଜିଙ୍କ୍ୟ ରାହାନେ ୧୩ ବଲ୍‌ରୁ ୨୭ (୨ ଚୌକା, ୨ ଛକା) ରନର ଉପଯୋଗୀ ଇନିଂସ ଖେଳିଥିଲେ। ୧୪ ବଲରୁ ୨୨ ରନ ଆବଶ୍ୟକ ଥିବାବେଳେ କ୍ରିଜ୍‌କୁ ଆସିଥିଲେ ଧୋନୀ। ମାତ୍ର ସେ ଖାତା ଖୋଲିବା ପୂର୍ବରୁ ଗୋଲ୍ଡେନ୍‌ ଡକ୍‌(୦)ରେ ଆଉଟ ହୋଇଥିଲେ। ମୋହିତ କ୍ରମାଗତ ବଲ୍‌ରେ ଉଇକେଟ ନେଇ ହ୍ୟାଟ୍ରିକ ସୁଯୋଗ ସୃଷ୍ଟି କରିଥିଲେ। ମାତ୍ର ତାହା ସମ୍ଭବ ହୋଇ ନ ଥିଲା। ମୋହିତଙ୍କ ଶେଷ ଓଭରରୁ ଚେନ୍ନାଇକୁ ବିଜୟ ପାଇଁ ୧୩ ରନ ଆବଶ୍ୟକ ହେଉଥିଲା। ପ୍ରଥମ ୪ଟି ବଲ୍‌ରୁ ମାତ୍ର ୩ ରନ ଆସିଥିଲା। ମାତ୍ର ୫ମ ବଲ୍‌କୁ ଛକା ଏବଂ ୬ଷ୍ଠ ବଲ୍‌କୁ ଚୌକାରେ ପରିଣତ କରି ରବୀନ୍ଦ୍ର ଜାଡେଜା ମ୍ୟାଚର ରୋମାଞ୍ଚକ ପରିସମାପ୍ତି ଘଟାଇଥିଲେ। ଏହାପରେ ଚେନ୍ନାଇର ବିଜୟ ଉତ୍ସବ ଆରମ୍ଭ ହୋଇ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ୧୭ଥର ଛୁରି ଭୁସିଲେ ସହଯୋଗୀ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୨ା୯ :ପୂର୍ବ ଦିଲ୍ଲୀର ମାଣ୍ଡଓ୍ବାଲି ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ୧୭ ଥର ଛୁରାମାଡ଼ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୋଲିସ କହିଛି। ପୋଲିସ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?