Posted inଖେଳ

ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ: ଅଷ୍ଟ୍ରେଲିଆ, ଜାପାନ, ଚାଇନା ବିଜୟୀ

ସିଓଲ,୧୭।୬: ୨୦୨୨ ଫିଫା ବିଶ୍ୱକପ୍‌ର ତୃତୀୟ ରାଉଣ୍ଡ କ୍ୱାଲିଫାଇଂରେ ଚାଇନା କର ବା ମର ସ୍ଥିତିର ସମ୍ମୁଖୀନ ହୋଇଥିଲା। ତେବେ ଚାଇନା ୩-୧ ଗୋଲରେ ସିରିଆକୁ ହରାଇ ତା’ର ଯୋଗ୍ୟତା ହାସଲ ଆଶା ବଜାୟ ରଖିଛି। ସିରିଆ ୮ ଗ୍ରୁପ ବିଜେତାଙ୍କ ମଧ୍ୟରୁ ଅନ୍ୟତମ ହୋଇଥିବାରୁ ବିଶ୍ୱକପ୍‌ ପାଇଁ ଯୋଗ୍ୟତା ହାସଲ ଦୌଡ଼ରେ ଆଗରେ ରହିଛି। ଏହି ବିଜୟ ଚାଇନା ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଚାଇନା ଏଥିସହ ଶ୍ରେଷ୍ଠ ପ୍ରଦର୍ଶନ କରିଥିବାରୁ ଗ୍ରୁପ୍‌ ରନର୍ସଅପ୍‌ ବିବେଚିତ ହୋଇଛି। ସିରିଆ ୮ ମ୍ୟାଚ୍‌ ଖେଳି ୭ ବିଜୟ ସହ ୨୧ ପଏଣ୍ଟ ଓ ଚାଇନା ୮ ମ୍ୟାଚ୍‌ ଖେଳି ୬ ବିଜୟ ସହ ୧୯ ପଏଣ୍ଟ ପାଇ ଯଥାକ୍ରମେ ଗ୍ରୁପ୍‌ ଏ’ର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଚାଇନା ମଧ୍ୟ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛି। ୨୦୦୨ରେ ଶେଷଥର ପାଇଁ ଚାଇନା ବିଶ୍ୱକପ୍‌ ଖେଳିବାର ଯୋଗ୍ୟତା ହାସଲ କରିଥିଲା। ଏବେ ସେପ୍ଟେମ୍ବରରେ ତୃତୀୟ ରାଉଣ୍ଡ କ୍ୱାଲିଫାଇଂ ଆରମ୍ଭ ହେବ। ଅଷ୍ଟ୍ରେଲିଆ ୧-୦ ଗୋଲରେ ମଙ୍ଗଳବାର ଜୋର୍ଡାନକୁ ହରାଇଥିବା ବେଳେ ଜାପାନ ୫-୧ ଗୋଲରେ କିରଗିଜସ୍ତାନକୁ ପରାସ୍ତ କରିଛି।


ଦ୍ୱିତୀୟ ରାଉଣ୍ଡ କ୍ୱାଲିଫାଇଂରେ ଅଷ୍ଟ୍ରେଲିଆ ଓ ଜାପାନ ସବୁ ୮ଟି ଯାକ ମ୍ୟାଚ୍‌ ଜିତି ସ୍ଥାନ ହାସଲ କରି ତୃତୀୟ ରାଉଣ୍ଡ କ୍ୱାଲିଫାଇଂରେ ପ୍ରବେଶ କରିଛନ୍ତି। ଅଷ୍ଟ୍ରେଲିଆ ଗ୍ରୁପ୍‌ ବି’ରେ ଓ ଜାପାନ ଗ୍ରୁପ୍‌ ଏଫ୍‌’ରେ ୨୪ ଲେଖାଏ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛନ୍ତି। ସେହିପରି ଗ୍ରୁପ୍‌ ସି’ରେ ଇରାନ ଓ ଇରାକ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଗ୍ରୁପ୍‌ ବି’ରେ ଅଷ୍ଟ୍ରେଲିଆ ପଛକୁ କୁଏଟ୍‌ ରହିଛି। ଗ୍ରୁପ୍‌ ଡି’ରେ ସୌଦି ଆରବ ଓ ଉଜ୍‌ବେକିସ୍ତାନ ଯଥାକ୍ରମେ ୨୦ ଓ ୧୫ ପଏଣ୍ଟ ହାସଲ କରି ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।
ସେହିପରି ଗ୍ରୁପ୍‌ ଇ’ରେ ୨୦୨୨ ବିଶ୍ୱକପ୍‌ ଆୟୋଜକ କାତାର ଓ ଓମାନ ଯଥାକ୍ରମେ ୨୨ ଓ ୧୮ ପଏଣ୍ଟ ହାସଲ କରି ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଭାରତ ଗ୍ରୁପ୍‌ ଇ’ରେ ୮ଟି ମ୍ୟାଚ୍‌ ଖେଳି ୧ ବିଜୟ, ୪ ଡ୍ର ଓ ୩ ପରାଜୟ ସହ ୭ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଛି। ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟରୁ ଭାରତ ବାଦ୍‌ ପଡିଥିଲେ ମଧ୍ୟ ଏସିଆନ କପ୍‌ ତୃତୀୟ ରାଉଣ୍ଡ ପାଇଁ ଯୋଗ୍ୟତା ହାସଲ କରିଛି। ଗ୍ରୁପ୍‌ ଏଫ୍‌ରେ ଜାପାନ ପଛକୁ ଦ୍ୱିତୀୟ ସ୍ଥାନରେ ତାଜିକସ୍ତାନ ରହିଛି। ଗ୍ରୁପ୍‌ ଜି’ରେ ୟୁଏଇ ପ୍ରଥମ ଓ ଭିଏତ୍‌ନାମ ଦ୍ୱିତୀୟ ସ୍ଥାନରେ ରହିଛି। ଗ୍ରୁପ୍‌ ଏଚ୍‌’ରେ ଦକ୍ଷିଣ କୋରିଆ ୧୬ ପଏଣ୍ଟ ପାଇ ପ୍ରଥମ ଓ ଲେବାନନ ୧୦ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri