Posted inଖେଳ

ଦିନେ ଆଗରୁ ଫିଫା ବିଶ୍ୱକପ୍‌

ଜେନେଭା,୧୧ା୮(ପି.ଟି): ଫୁଟବଲ୍‌ ବିଶ୍ୱକପ୍‌ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିଛି ଫିଫା। କାତାରରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ ଗୋଟିଏ ଦିନ ପୂର୍ବରୁ ଆୟୋଜିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଆୟୋଜକ କାତାର ଏବଂ ଇକ୍ୱେଡର ମଧ୍ୟରେ ଉଦ୍‌ଘାଟନୀ ମୁକାବିଲା ନଭେମ୍ବର ୨୦ ତାରିଖରେ କରିବା ପାଇଁ ଫିଫା ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଉଥିବା ଜଣାପଡିଛି। ପୂର୍ବରୁ ୨୮ ଦିନ ବ୍ୟାପୀ ହେବାକୁ ଥିବା ଟୁର୍ନାମେଣ୍ଟଟି ବର୍ତ୍ତମାନ ୨୯ ଦିନର ହେବ ବୋଲି କୁହାଯାଉଛି। ଫିଫା ସଭାପତି ଜିଆନ୍ନି ଇନଫାଣ୍ଟିନୋଙ୍କ ନେତୃତ୍ୱରେ ଗଠିତ ଷଡ଼ରାଷ୍ଟ୍ରୀୟ କମିଟି ଆସନ୍ତା କିଛି ଦିନ ମଧ୍ୟରେ ଏହି ନିଷ୍ପତ୍ତି ନେବ।

କାତାର ଅଫିସିଆଲ ଏବଂ ଦକ୍ଷିଣ ଆମେରିକା ଫୁଟବଲ ଫେଡେରେଶନ (ସିଓଏନ୍‌ଏମ୍‌ଇବିଓଏଲ୍‌) ପକ୍ଷରୁ ଏହି ନିଷ୍ପତ୍ତିକୁ ସ୍ବାଗତ କରାଯାଉଥିବା ବେଳେ କାତାର ଏବଂ ଇକ୍ୱେଡର ଫେଡେରେଶନ ସହିତ ଆଲୋଚନା ଆରମ୍ଭ କରିଛି ଫିଫା। ପୂର୍ବରୁ ନଭେମ୍ବର ୨୧ ତାରିଖ ସୋମବାର ଏହି ଟୁର୍ନାମେଣ୍ଟ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରଥମ ମ୍ୟାଚରେ ନେଦରଲାଣ୍ଡସ ଓ ସେନଗାଲ ମଧ୍ୟରେ ମୁକାବିଲା ହେବାର କାର୍ଯ୍ୟକ୍ରମ ରହିଥିଲା। ଏହି ମ୍ୟାଚର ୬ ଘଣ୍ଟା ପରେ କାତାର ଏବଂ ଇକ୍ୱେଡର ମଧ୍ୟରେ ମୁକାବିଲା ହୋଇଥାନ୍ତା। ମାତ୍ର ବର୍ତ୍ତମାନର ନିଷ୍ପତ୍ତି ପରେ ଗୋଟିଏ ଦିନ ପୂର୍ବରୁ ଉଦ୍‌ଘାଟନୀ ସମାରୋହ ଏବଂ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ।

ପୂର୍ବରୁ ୟୁରୋପୀୟ ଲିଗ୍‌ମାନଙ୍କ ଦାବି କାରଣରୁ ରବିବାର ମ୍ୟାଚକୁ ବାତିଲ କରାଯାଇଥିବା ବେଳେ ତୃତୀୟ ମ୍ୟାଚରେ ଉଦ୍‌ଘାଟନୀ ସମାରୋହ ହେବା ନେଇ ଏପ୍ରିଲ ୧୧ ତାରିଖରେ ନିଷ୍ପତ୍ତି ହୋଇଥିଲା। ଦୈନିକ ୪ଟି ଲେଖାଏ ଲିଗ୍‌ ମ୍ୟାଚ ଖେଳାଯିବା ସହିତ ୨୮ ଦିନର କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା। ୯୨ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଏହି ଟୁର୍ନାମେଣ୍ଟଟି ଉତ୍ତର ଗୋଲାର୍ଦ୍ଧ ବାହାରେ ଆୟୋଜିତ ହେବାକୁ ଯାଉଛି। ଏପରି କି କାତାରର ତାପମାତ୍ରାକୁ ପ୍ରତିହତ କରିବା ପାଇଁ ମେ-ଜୁଲାଇ ମଧ୍ୟରେ ହେବାକୁ ଥିବା ଏହି ଟୁର୍ନାମେଣ୍ଟକୁ ନଭେମ୍ବରକୁ ଘୁଞ୍ଚାଇ ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ୨୦୧୦ରେ ଅନୁଷ୍ଠିତ ବିବାଦୀୟ ବିଡିଂରେ ୟୁଏଇକୁ ପଛରେ ପକାଇଥିଲା କାତାର। ରବିବାର ପ୍ରିମିୟର ଲିଗ୍‌ ଖେଳିବାକୁ ଖେଳାଳିଙ୍କୁ ଅନୁମତି ଦାବିରେ ଇଂଲିଶ କ୍ଲବଗୁଡିକ ସହମତି ପ୍ରକାଶ କରିଥିଲେ। ଇକ୍ୱେଡର ଓ କାତାରର ଅନେକ ଖେଳାଳି ଇପିଏଲ ଖେଳୁଥିବାରୁ ଏହି ନିଷ୍ପତ୍ତିକୁ ବିରୋଧ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri