ଅଳପ ଲୋକେ ଅଧିକାର…

ହରେକୃଷ୍ଣ ଦାସ

 

ଯଜ୍ଞଭୁକ୍‌ ଭଗବାନ ଶ୍ରୀକୃଷ୍ଣ ମର୍ତ୍ତ୍ୟାବତରଣ କରି ଗୋପୀ,ଗୋପାଳ ବାଳକଙ୍କ ସହ ଏକାଠି ଖାଇ, ଗାଈ ଚରାଇ ହସଖୁସିରେ ଦିନ କାଟିବା କଥାଟା ବ୍ରହ୍ମାଙ୍କୁ ପସନ୍ଦ ଆସିଲାନି। ତେଣୁ ସେ ଶ୍ରୀକୃଷ୍ଣଙ୍କୁ କର୍ତ୍ତବ୍ୟ ସଚେତନ କରାଇବା ସହ ନିଜ ଶକ୍ତି ପ୍ରଦର୍ଶନ କରିବାକୁ ଯାଇ ଏକ ବିରାଟ ବିଭ୍ରାଟ କରିବସିଲେ। ଶ୍ରୀକୃଷ୍ଣଙ୍କ ସହ ଥିବା ସବୁ ଗୋପାଳ ବାଳକ ତଥା ଗୋରୁଙ୍କୁ ଅପହରଣ କରି ସେ ନିଜ ରଚିତ ଏକ ମାୟାଲୋକରେ ଲୁଚେଇଦେଲେ। କାଳବିଳମ୍ବ ନ କରି ଭଗବାନ ଶ୍ରୀକୃଷ୍ଣ ସେ ସମସ୍ତ ବାଳକ ଓ ଗୋରଙ୍କୁ ମାୟାରେ ସୃଷ୍ଟି କଲେ ଯିଏ ନିଜ ନିଜ ଘରକୁ ଯାଇ ସ୍ବାଭାବିକ ଜୀବନ ବଞ୍ଚିଲେ। ଅନେକ ଦିନ ପରେ ଏସବୁ ଦେଖି ବ୍ରହ୍ମା ଅନୁଭବ କଲେ ଯେ ସବୁ ମାୟାର ସ୍ରଷ୍ଟାଙ୍କ ପାଖରେ ନିଜ ମାୟାର ଶକ୍ତି ଦେଖେଇବାକୁ ଚେଷ୍ଟା କରିବାର ଔଦ୍ଧତ୍ୟ କରିବା ଏକ ମହାପରାଧ। ଶ୍ରୀକୃଷ୍ଣଙ୍କ ମାୟାରେ ସୃଷ୍ଟ ଅନେକ ବ୍ରହ୍ମାଙ୍କୁ ଦେଖି ସେ ନିଜର ନୂ୍ୟନତା ବୁଝିପାରି ଲଜ୍ଜିତ ହୋଇ ଶ୍ରୀକୃଷ୍ଣଙ୍କୁ କ୍ଷମା ଯାଚନା କରିଥିଲେ, ଯାହା ଓଡ଼ିଆ ଶ୍ରୀମଦ୍ଭାଗବତ ଅନୁସାରେ ‘ଅଳପ ଲୋକେ ଅଧିକାର, ତୁ କିମ୍ପା ଦେଲୁ ଦାମୋଦର।’
ପଦାବଳୀର ପ୍ରାସଙ୍ଗିକତା ଅନ୍ତତଃ ଏମିତି ଭାବରେ ବୁଝାଯାଇପାରେ ଯେ ବାସ୍ତବ ଯୋଗ୍ୟତା ନ ଥିବା ଲୋକ ଯେତେବେଳେ କ୍ଷମତା ପ୍ରୟୋଗ କରିବାର ଅଧିକାର ପ୍ରାପ୍ତ ହୁଏ, ସେତେବେଳେ ଅନେକ ବିଭ୍ରାଟ ସୃଷ୍ଟି ହୁଏ। ପାର୍ଥକ୍ୟ ଏତିକି ଯେ ନିଜ କ୍ଷମତାର ଦୁରୁପଯୋଗ କରିଥିବା ବ୍ରହ୍ମା ନିଜକୁ ଅଯୋଗ୍ୟ ବୋଲି ବୁଝିପାରିଥିଲେ ଏବଂ ସେଥିପାଇଁ କ୍ଷମା ମାଗିଥିଲେ, କିନ୍ତୁ ଆମେମାନେ କୌଣସି ପ୍ରକାରେ କ୍ଷମତା ପ୍ରୟୋଗ କରିବାର ଅଧିକାର ପାଇଗଲେ ନିଜକୁ ଆବଶ୍ୟକତାଠାରୁ ବି ଅଧିକ ଯୋଗ୍ୟ ମନେକରୁ, ନିଜକୁ ଅଯୋଗ୍ୟ ବିଚାର କରିବା ତ ବହୁ ଦୂର।
ଏହା ଏକ ସାମାଜିକ ଓ ନୈତିକ ବ୍ୟାଧି ଏବଂ ସାମ୍ପ୍ରତିକ ସମୟରେ ଏ ସମସ୍ୟା ଅତି ଉତ୍କଟ। ପ୍ରକୃତ ଯୋଗ୍ୟତା ନ ଥିବା ଅଥଚ ବିଭିନ୍ନ ଉପାୟରେ ଓ ବିଭିନ୍ନ କାରଣରୁ ଯୋଗ୍ୟ ବିବେଚିତ ହେଉଥିବା ଅନେକ ଲୋକଙ୍କ ସକାଶେ ବହୁ ନୈତିକ ସଙ୍କଟ ସୃଷ୍ଟି ହେଉଛି। ଅନେକ ଯୋଗ୍ୟ ଓ ବିଦ୍ବାନ ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ, ପ୍ରଶାସକ, ପ୍ରଫେସର ଇତ୍ୟାଦି ତାଙ୍କଠାରୁ ବହୁ ନିମ୍ନରେ ଥିବା ଅଥଚ ଏମାନଙ୍କ ଉପରେ କ୍ଷମତା ଜାହିର କରିବାର ଅଧିକାର ହାସଲ କରିଥିବା ‘ଅଳପ ଲୋକ’ଙ୍କ ଅଧୀନରେ କାମ କରିବା ଓ ସେମାନଙ୍କ ଦୌରାତ୍ମ୍ୟ ବରଦାସ୍ତ କରିବାକୁ ବାଧ୍ୟ ହେବା ଏକ ବିଡ଼ମ୍ବନାର ବିଷୟ। ଏହା ଦ୍ବାରା ବିଦ୍ବାନ ଲୋକଙ୍କ ଭିତରେ କାମ ପ୍ରତି ସମର୍ପଣ ଭାବନାରେ ଟିକିଏ ଊଣା ହୁଏ। ନୈତିକ ସ୍ତରରେ ମଧ୍ୟ ଏକ ଅସନ୍ତୋଷର ବାତାବରଣ ସୃଷ୍ଟି ହୁଏ। ଯୋଗ୍ୟ ଓ ବିଦ୍ବାନ ଲୋକଙ୍କ ଦକ୍ଷତାର ପୂର୍ଣ୍ଣ ବିନିଯୋଗ ମଧ୍ୟ ହୋଇପାରେ ନାହିଁ। ପଦବୀ ମଣ୍ଡନ କରିଥିବା ଅଯୋଗ୍ୟ ଅଧିକାରୀ, ଏମିତି କି ସାଧାରଣ କର୍ମଚାରୀଙ୍କ ଅହଙ୍କାର ଓ ଔଦ୍ଧତ୍ୟ ହିଁ ବିଦ୍ୱାନମାନଙ୍କ ଜ୍ଞାନଗରିମା ପ୍ରତି ଅପମାନ ଓ ଉପହାସ।
ଜାହାଜର ଇଞ୍ଜିନରେ କୋଇଲା ଭରୁଥିବା ଲୋକଟି ଏଇ ଅହଙ୍କାରରେ ବଞ୍ଚୁଥିଲା ଯେ ତା ଯୋଗୁ ହିଁ ଜାହାଜଟି ଚାଲିପାରୁଛି, ଏଇ ଜାହାଜ ଚାଲିବା ଯୋଗୁ ହିଁ ଏ ପୃଥିବୀର ବାଣିଜ୍ୟ ବ୍ୟବସାୟ ସମ୍ଭବ ହେଉଛି ଅର୍ଥାତ୍‌ ତା’ ଯୋଗୁ ହିଁ ଦୁନିଆ ଯାକର ବାଣିଜ୍ୟ ଚାଲିଛି। ଅହଙ୍କାରର ପରିଣତି ସବୁବେଳେ ଭୟଙ୍କର, ଏ ଲୋକଟି ମଧ୍ୟ ପରିସ୍ଥିତି କ୍ରମେ ଦୁଃଖଦ ପରିଣତିର ସାମ୍ନା କରୁଛି। ଆମେମାନେ ବି ଦୈନନ୍ଦିନ ଜୀବନରେ ଏମିତି ଲୋକଙ୍କୁ ଭେଟୁ, ଯିଏ ନିଜର ଅଯୋଗ୍ୟତା ବାବଦରେ ସଚେତନ ନ ହୋଇ ମିଳିଥିବା ପଦବୀ କାରଣରୁ ଔଦ୍ଧତ୍ୟ ଓ ଅହଙ୍କାରର ସୀମା ଟପିଯାଆନ୍ତି।
ସେଦିନ ଖୁବ୍‌ ବିଷଣ୍ଣ ଦିଶୁଥିବା ମିଶ୍ରବାବୁ ନିଜ ଦୁଃଖର କାରଣ ବଖାଣିବାକୁ ଯାଇ କହିଲେ ଯେ ଅବସରର ଏତେ ମାସ ପରେ ବି ପେନ୍‌ସନ ନ ମିଳିବାଟା ତାଙ୍କ ଚିନ୍ତା ବଢ଼େଇଦେଇଛି। ‘କାହିଁକି ମିଳୁନି? ଅସୁବିଧା କୋଉଠି?’‘ବୁଝିଲ ପୁଅ, ଗୁଡ଼ାଏ ଅଯୋଗ୍ୟଙ୍କ ହାତରେ କ୍ଷମତା ମିଳିଗଲେ ସେମାନେ ଇନ୍ଦ୍ର ଚନ୍ଦ୍ର ମାନନ୍ତିନି। ଆମ ଅଫିସରେ ମଧ୍ୟ ସେଇ ଅବସ୍ଥା। ମୋ ହାତରେ କ୍ଷମତା ଥିବାବେଳେ ଯାହା ପ୍ରତି ଦୟା ପରବଶ ହେଇ ଚାକିରିରେ ରଖେଇ ଦେଇଥିଲି ଏବେ ସେ ହିଁ ମତେ ବୁଲିପଡ଼ି ଚୋଟ ମାରୁଛି। ତା’ଠାରୁ ବୟସରେ ବଡ଼ ଜଣେ ଲୋକକୁ ଯେମିତି ସମ୍ମାନ ସହ ବ୍ୟବହାର ଦେଖେଇବା କଥା, ସେତକ ବି ସେ କରୁନି। ସେ ପିଲା ବି ଡାଇରେକ୍ଟରଙ୍କର ପ୍ରିୟପାତ୍ର ହୋଇଥିବାରୁ ନିଜକୁ ଅଖଣ୍ଡ କ୍ଷମତାର ଅଧିକାରୀ ଭାବୁଛି। ତା’ ବିରୋଧରେ ଆକ୍ସନ ନେବା ପାଇଁ ତ କେହି ନାହିଁ। ବରଂ ସେ ଯେତେ ଭୁଲ କଲେ ବି ସେ ସବୁକୁ ଅଣଦେଖା କରି ତା’ ଜରିଆରେ କିଛି ଫାଇଦା ପାଉଥିବା କେତେଜଣ କର୍ମଚାରୀ ସବୁ ଦାୟିତ୍ୱ କେବଳ ତାକୁ ହିଁ ଦିଆଯାଉ ବୋଲି ଯୁକ୍ତି କରୁଛନ୍ତି। ”ଆଜି ବେଳ ନାହିଁ କାଲି ଆସନ୍ତୁ’ କହି କହି ମତେ ସେ ଦଶ ଥର ଦଉଡ଼ାଇଲାଣି। ମୋର ଆଉ ଧୈର୍ଯ୍ୟ ରହୁନି। ଏବେ ବୁଝୁଛି ଯେ ମୂଳ ଭୁଲ ମୁଁ ହିଁ କରିଛି ଯେ ଗୋଟେ ଅଯୋଗ୍ୟକୁ ଆଣି ଦାୟିତ୍ୱ ସମ୍ପନ୍ନ ପଦବୀରେ ବସେଇଥିଲି।“
ପାଖରେ ଥିବା ନାୟକ ବାବୁ କଥା ଯୋଡ଼ି କହିଲେ, ‘ସବୁଠି ଏ ପ୍ରକାର ବିତ୍ପାତ ।
ଆମ ଅଫିସରେ ଦି’ବର୍ଷ ହେବ ଜଏନ କରିଥିବା ଗୋଟେ ପିଲାର ଉତ୍ପାତ ବି ସୀମା ବାହାରେ। ଜଣେ ଉଚ୍ଚ ପଦାଧିକାରୀଙ୍କ ଘରେ ଘରୋଇ ସହାୟକ ଭଳିଆ ଅନେକ ଦିନ ଲସରପସର ହେଇ ତାଙ୍କ ସହଯୋଗରେ ଇଣ୍ଟରଭ୍ୟୁରେ କ’ଣ ପଚରା ହେବ ତାକୁ ବି ଫିକ୍ସିଙ୍ଗ କରି ଚାକିରି ଖଣ୍ଡକ ହାତେଇ ଦେଲା। ଆମ ଅଫିସରେ ଜଏନ କଲା ପରେ ଆମ ଡାଇରେକ୍ଟର ତାକୁ ବିଦ୍ବାନ ମନେ କରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଦେଲେ। ସିଏ ତ ଏବେ ଭାବୁଛି ଯେ ଏ ଅଫିସଟା କେବଳ ତା’ ଯୋଗୁ ହିଁ ଚାଲୁଛି। ଆମେ ସବୁ ଆପଣା ମହତ ଆପେ ରଖିଲା ଭଳି ତା’ଠାରୁ ନିରାପଦ ଦୂରତ୍ୱରେ କେବଳ ଚୁପ୍‌ଚାପ କାମ କରୁଛୁ। ରିଟାୟାରମେଣ୍ଟ ପରେ ଆମ ଅବସ୍ଥା କ’ଣ ହେଉଛି କେଜାଣି! ଶେଷ କଥାଟି ଶୁଣି ମୁଁ କହିଲି, ‘ଠିକ୍‌ କହିଲେ। ଔଦ୍ଧତ୍ୟ ଭାଙ୍ଗିବା ପାଇଁ ଭଗବାନ ଶ୍ରୀକୃଷ୍ଣ ତ ବ୍ରହ୍ମାଙ୍କୁ ବି ଛାଡ଼ି ନାହାନ୍ତି, ଏମାନେ କି ଛାର ମଣିଷ!’

ହରେକୃଷ୍ଣ ଦାସ
ଅଧ୍ୟାପକ, ଇଂରାଜୀ ବିଭାଗ, ନିଆଳି କଲେଜ
ମୋ: ୯୮୬୧୩୪୫୬୫୮


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

କେଜ୍‌ରିଓ୍ବାଲଙ୍କ ବଡ଼ ଘୋଷଣା, ୪ରେ ବାହାରିବେ ପଦଯାତ୍ରା

ନୂଆଦିଲ୍ଲୀ,୧ା୮: ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ…

ଘାସ, ଲତାରେ ଲୁଚିଗଲାଣି ୨ ମହଲା ପାଠାଗାର

ବଉଳା,୧ା୮(ଦୁର୍ଗାପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ହାଟଡ଼ିହୀ ପଞ୍ଚାୟତ ମଠଡାହିଠାରେ ନିର୍ମିତ ବ୍ଲକ୍‌ସ୍ତରୀୟ ପାଠାଗାର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଘାସ, ଲତାରେ ୨…

୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…

ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ା: ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼

ପାଟଣା,୧।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ କିଆପଡା ନିକଟସ୍ଥ ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ାର ଏକ ମନୋରମ ଓ ରୋମାଞ୍ଚକର…

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri