ଅଳପ ଲୋକେ ଅଧିକାର…

ହରେକୃଷ୍ଣ ଦାସ

 

ଯଜ୍ଞଭୁକ୍‌ ଭଗବାନ ଶ୍ରୀକୃଷ୍ଣ ମର୍ତ୍ତ୍ୟାବତରଣ କରି ଗୋପୀ,ଗୋପାଳ ବାଳକଙ୍କ ସହ ଏକାଠି ଖାଇ, ଗାଈ ଚରାଇ ହସଖୁସିରେ ଦିନ କାଟିବା କଥାଟା ବ୍ରହ୍ମାଙ୍କୁ ପସନ୍ଦ ଆସିଲାନି। ତେଣୁ ସେ ଶ୍ରୀକୃଷ୍ଣଙ୍କୁ କର୍ତ୍ତବ୍ୟ ସଚେତନ କରାଇବା ସହ ନିଜ ଶକ୍ତି ପ୍ରଦର୍ଶନ କରିବାକୁ ଯାଇ ଏକ ବିରାଟ ବିଭ୍ରାଟ କରିବସିଲେ। ଶ୍ରୀକୃଷ୍ଣଙ୍କ ସହ ଥିବା ସବୁ ଗୋପାଳ ବାଳକ ତଥା ଗୋରୁଙ୍କୁ ଅପହରଣ କରି ସେ ନିଜ ରଚିତ ଏକ ମାୟାଲୋକରେ ଲୁଚେଇଦେଲେ। କାଳବିଳମ୍ବ ନ କରି ଭଗବାନ ଶ୍ରୀକୃଷ୍ଣ ସେ ସମସ୍ତ ବାଳକ ଓ ଗୋରଙ୍କୁ ମାୟାରେ ସୃଷ୍ଟି କଲେ ଯିଏ ନିଜ ନିଜ ଘରକୁ ଯାଇ ସ୍ବାଭାବିକ ଜୀବନ ବଞ୍ଚିଲେ। ଅନେକ ଦିନ ପରେ ଏସବୁ ଦେଖି ବ୍ରହ୍ମା ଅନୁଭବ କଲେ ଯେ ସବୁ ମାୟାର ସ୍ରଷ୍ଟାଙ୍କ ପାଖରେ ନିଜ ମାୟାର ଶକ୍ତି ଦେଖେଇବାକୁ ଚେଷ୍ଟା କରିବାର ଔଦ୍ଧତ୍ୟ କରିବା ଏକ ମହାପରାଧ। ଶ୍ରୀକୃଷ୍ଣଙ୍କ ମାୟାରେ ସୃଷ୍ଟ ଅନେକ ବ୍ରହ୍ମାଙ୍କୁ ଦେଖି ସେ ନିଜର ନୂ୍ୟନତା ବୁଝିପାରି ଲଜ୍ଜିତ ହୋଇ ଶ୍ରୀକୃଷ୍ଣଙ୍କୁ କ୍ଷମା ଯାଚନା କରିଥିଲେ, ଯାହା ଓଡ଼ିଆ ଶ୍ରୀମଦ୍ଭାଗବତ ଅନୁସାରେ ‘ଅଳପ ଲୋକେ ଅଧିକାର, ତୁ କିମ୍ପା ଦେଲୁ ଦାମୋଦର।’
ପଦାବଳୀର ପ୍ରାସଙ୍ଗିକତା ଅନ୍ତତଃ ଏମିତି ଭାବରେ ବୁଝାଯାଇପାରେ ଯେ ବାସ୍ତବ ଯୋଗ୍ୟତା ନ ଥିବା ଲୋକ ଯେତେବେଳେ କ୍ଷମତା ପ୍ରୟୋଗ କରିବାର ଅଧିକାର ପ୍ରାପ୍ତ ହୁଏ, ସେତେବେଳେ ଅନେକ ବିଭ୍ରାଟ ସୃଷ୍ଟି ହୁଏ। ପାର୍ଥକ୍ୟ ଏତିକି ଯେ ନିଜ କ୍ଷମତାର ଦୁରୁପଯୋଗ କରିଥିବା ବ୍ରହ୍ମା ନିଜକୁ ଅଯୋଗ୍ୟ ବୋଲି ବୁଝିପାରିଥିଲେ ଏବଂ ସେଥିପାଇଁ କ୍ଷମା ମାଗିଥିଲେ, କିନ୍ତୁ ଆମେମାନେ କୌଣସି ପ୍ରକାରେ କ୍ଷମତା ପ୍ରୟୋଗ କରିବାର ଅଧିକାର ପାଇଗଲେ ନିଜକୁ ଆବଶ୍ୟକତାଠାରୁ ବି ଅଧିକ ଯୋଗ୍ୟ ମନେକରୁ, ନିଜକୁ ଅଯୋଗ୍ୟ ବିଚାର କରିବା ତ ବହୁ ଦୂର।
ଏହା ଏକ ସାମାଜିକ ଓ ନୈତିକ ବ୍ୟାଧି ଏବଂ ସାମ୍ପ୍ରତିକ ସମୟରେ ଏ ସମସ୍ୟା ଅତି ଉତ୍କଟ। ପ୍ରକୃତ ଯୋଗ୍ୟତା ନ ଥିବା ଅଥଚ ବିଭିନ୍ନ ଉପାୟରେ ଓ ବିଭିନ୍ନ କାରଣରୁ ଯୋଗ୍ୟ ବିବେଚିତ ହେଉଥିବା ଅନେକ ଲୋକଙ୍କ ସକାଶେ ବହୁ ନୈତିକ ସଙ୍କଟ ସୃଷ୍ଟି ହେଉଛି। ଅନେକ ଯୋଗ୍ୟ ଓ ବିଦ୍ବାନ ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ, ପ୍ରଶାସକ, ପ୍ରଫେସର ଇତ୍ୟାଦି ତାଙ୍କଠାରୁ ବହୁ ନିମ୍ନରେ ଥିବା ଅଥଚ ଏମାନଙ୍କ ଉପରେ କ୍ଷମତା ଜାହିର କରିବାର ଅଧିକାର ହାସଲ କରିଥିବା ‘ଅଳପ ଲୋକ’ଙ୍କ ଅଧୀନରେ କାମ କରିବା ଓ ସେମାନଙ୍କ ଦୌରାତ୍ମ୍ୟ ବରଦାସ୍ତ କରିବାକୁ ବାଧ୍ୟ ହେବା ଏକ ବିଡ଼ମ୍ବନାର ବିଷୟ। ଏହା ଦ୍ବାରା ବିଦ୍ବାନ ଲୋକଙ୍କ ଭିତରେ କାମ ପ୍ରତି ସମର୍ପଣ ଭାବନାରେ ଟିକିଏ ଊଣା ହୁଏ। ନୈତିକ ସ୍ତରରେ ମଧ୍ୟ ଏକ ଅସନ୍ତୋଷର ବାତାବରଣ ସୃଷ୍ଟି ହୁଏ। ଯୋଗ୍ୟ ଓ ବିଦ୍ବାନ ଲୋକଙ୍କ ଦକ୍ଷତାର ପୂର୍ଣ୍ଣ ବିନିଯୋଗ ମଧ୍ୟ ହୋଇପାରେ ନାହିଁ। ପଦବୀ ମଣ୍ଡନ କରିଥିବା ଅଯୋଗ୍ୟ ଅଧିକାରୀ, ଏମିତି କି ସାଧାରଣ କର୍ମଚାରୀଙ୍କ ଅହଙ୍କାର ଓ ଔଦ୍ଧତ୍ୟ ହିଁ ବିଦ୍ୱାନମାନଙ୍କ ଜ୍ଞାନଗରିମା ପ୍ରତି ଅପମାନ ଓ ଉପହାସ।
ଜାହାଜର ଇଞ୍ଜିନରେ କୋଇଲା ଭରୁଥିବା ଲୋକଟି ଏଇ ଅହଙ୍କାରରେ ବଞ୍ଚୁଥିଲା ଯେ ତା ଯୋଗୁ ହିଁ ଜାହାଜଟି ଚାଲିପାରୁଛି, ଏଇ ଜାହାଜ ଚାଲିବା ଯୋଗୁ ହିଁ ଏ ପୃଥିବୀର ବାଣିଜ୍ୟ ବ୍ୟବସାୟ ସମ୍ଭବ ହେଉଛି ଅର୍ଥାତ୍‌ ତା’ ଯୋଗୁ ହିଁ ଦୁନିଆ ଯାକର ବାଣିଜ୍ୟ ଚାଲିଛି। ଅହଙ୍କାରର ପରିଣତି ସବୁବେଳେ ଭୟଙ୍କର, ଏ ଲୋକଟି ମଧ୍ୟ ପରିସ୍ଥିତି କ୍ରମେ ଦୁଃଖଦ ପରିଣତିର ସାମ୍ନା କରୁଛି। ଆମେମାନେ ବି ଦୈନନ୍ଦିନ ଜୀବନରେ ଏମିତି ଲୋକଙ୍କୁ ଭେଟୁ, ଯିଏ ନିଜର ଅଯୋଗ୍ୟତା ବାବଦରେ ସଚେତନ ନ ହୋଇ ମିଳିଥିବା ପଦବୀ କାରଣରୁ ଔଦ୍ଧତ୍ୟ ଓ ଅହଙ୍କାରର ସୀମା ଟପିଯାଆନ୍ତି।
ସେଦିନ ଖୁବ୍‌ ବିଷଣ୍ଣ ଦିଶୁଥିବା ମିଶ୍ରବାବୁ ନିଜ ଦୁଃଖର କାରଣ ବଖାଣିବାକୁ ଯାଇ କହିଲେ ଯେ ଅବସରର ଏତେ ମାସ ପରେ ବି ପେନ୍‌ସନ ନ ମିଳିବାଟା ତାଙ୍କ ଚିନ୍ତା ବଢ଼େଇଦେଇଛି। ‘କାହିଁକି ମିଳୁନି? ଅସୁବିଧା କୋଉଠି?’‘ବୁଝିଲ ପୁଅ, ଗୁଡ଼ାଏ ଅଯୋଗ୍ୟଙ୍କ ହାତରେ କ୍ଷମତା ମିଳିଗଲେ ସେମାନେ ଇନ୍ଦ୍ର ଚନ୍ଦ୍ର ମାନନ୍ତିନି। ଆମ ଅଫିସରେ ମଧ୍ୟ ସେଇ ଅବସ୍ଥା। ମୋ ହାତରେ କ୍ଷମତା ଥିବାବେଳେ ଯାହା ପ୍ରତି ଦୟା ପରବଶ ହେଇ ଚାକିରିରେ ରଖେଇ ଦେଇଥିଲି ଏବେ ସେ ହିଁ ମତେ ବୁଲିପଡ଼ି ଚୋଟ ମାରୁଛି। ତା’ଠାରୁ ବୟସରେ ବଡ଼ ଜଣେ ଲୋକକୁ ଯେମିତି ସମ୍ମାନ ସହ ବ୍ୟବହାର ଦେଖେଇବା କଥା, ସେତକ ବି ସେ କରୁନି। ସେ ପିଲା ବି ଡାଇରେକ୍ଟରଙ୍କର ପ୍ରିୟପାତ୍ର ହୋଇଥିବାରୁ ନିଜକୁ ଅଖଣ୍ଡ କ୍ଷମତାର ଅଧିକାରୀ ଭାବୁଛି। ତା’ ବିରୋଧରେ ଆକ୍ସନ ନେବା ପାଇଁ ତ କେହି ନାହିଁ। ବରଂ ସେ ଯେତେ ଭୁଲ କଲେ ବି ସେ ସବୁକୁ ଅଣଦେଖା କରି ତା’ ଜରିଆରେ କିଛି ଫାଇଦା ପାଉଥିବା କେତେଜଣ କର୍ମଚାରୀ ସବୁ ଦାୟିତ୍ୱ କେବଳ ତାକୁ ହିଁ ଦିଆଯାଉ ବୋଲି ଯୁକ୍ତି କରୁଛନ୍ତି। ”ଆଜି ବେଳ ନାହିଁ କାଲି ଆସନ୍ତୁ’ କହି କହି ମତେ ସେ ଦଶ ଥର ଦଉଡ଼ାଇଲାଣି। ମୋର ଆଉ ଧୈର୍ଯ୍ୟ ରହୁନି। ଏବେ ବୁଝୁଛି ଯେ ମୂଳ ଭୁଲ ମୁଁ ହିଁ କରିଛି ଯେ ଗୋଟେ ଅଯୋଗ୍ୟକୁ ଆଣି ଦାୟିତ୍ୱ ସମ୍ପନ୍ନ ପଦବୀରେ ବସେଇଥିଲି।“
ପାଖରେ ଥିବା ନାୟକ ବାବୁ କଥା ଯୋଡ଼ି କହିଲେ, ‘ସବୁଠି ଏ ପ୍ରକାର ବିତ୍ପାତ ।
ଆମ ଅଫିସରେ ଦି’ବର୍ଷ ହେବ ଜଏନ କରିଥିବା ଗୋଟେ ପିଲାର ଉତ୍ପାତ ବି ସୀମା ବାହାରେ। ଜଣେ ଉଚ୍ଚ ପଦାଧିକାରୀଙ୍କ ଘରେ ଘରୋଇ ସହାୟକ ଭଳିଆ ଅନେକ ଦିନ ଲସରପସର ହେଇ ତାଙ୍କ ସହଯୋଗରେ ଇଣ୍ଟରଭ୍ୟୁରେ କ’ଣ ପଚରା ହେବ ତାକୁ ବି ଫିକ୍ସିଙ୍ଗ କରି ଚାକିରି ଖଣ୍ଡକ ହାତେଇ ଦେଲା। ଆମ ଅଫିସରେ ଜଏନ କଲା ପରେ ଆମ ଡାଇରେକ୍ଟର ତାକୁ ବିଦ୍ବାନ ମନେ କରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଦେଲେ। ସିଏ ତ ଏବେ ଭାବୁଛି ଯେ ଏ ଅଫିସଟା କେବଳ ତା’ ଯୋଗୁ ହିଁ ଚାଲୁଛି। ଆମେ ସବୁ ଆପଣା ମହତ ଆପେ ରଖିଲା ଭଳି ତା’ଠାରୁ ନିରାପଦ ଦୂରତ୍ୱରେ କେବଳ ଚୁପ୍‌ଚାପ କାମ କରୁଛୁ। ରିଟାୟାରମେଣ୍ଟ ପରେ ଆମ ଅବସ୍ଥା କ’ଣ ହେଉଛି କେଜାଣି! ଶେଷ କଥାଟି ଶୁଣି ମୁଁ କହିଲି, ‘ଠିକ୍‌ କହିଲେ। ଔଦ୍ଧତ୍ୟ ଭାଙ୍ଗିବା ପାଇଁ ଭଗବାନ ଶ୍ରୀକୃଷ୍ଣ ତ ବ୍ରହ୍ମାଙ୍କୁ ବି ଛାଡ଼ି ନାହାନ୍ତି, ଏମାନେ କି ଛାର ମଣିଷ!’

ହରେକୃଷ୍ଣ ଦାସ
ଅଧ୍ୟାପକ, ଇଂରାଜୀ ବିଭାଗ, ନିଆଳି କଲେଜ
ମୋ: ୯୮୬୧୩୪୫୬୫୮


Enter your email to get our daily news in your inbox.

All Right Reserved By Dharitri.Com

ଅସହ୍ୟ ତାତି : ପଥଚାରୀଙ୍କୁ ସରବତ୍ ବାଣ୍ଟିଲେ ବରଗଡ଼ ଏସପି

ବରଗଡ଼,୨୩।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଅସହ୍ୟ ତାତି ଅନୁଭୂତ ହେଉଛି। ଏହା ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ପଥଚାରୀମାନଙ୍କ ଦୁର୍ଦ୍ଦଶା ବଢି ଚାଲିଛି। ରାସ୍ତାପାର୍ଶ୍ବରେ ଆଶ୍ରୟ…

ମମତା ଦିଦିଙ୍କ ଖେଳ ଶେଷ ହୋଇଛି: ଯୋଗୀ

ଚକଦହା,୨୩।୪: ପଶ୍ଚିମବଙ୍ଗ ବିଧାନସଭାର ୧୫୨ ଆସନ ଲାଗି ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ପଶ୍ଚିମବଙ୍ଗର ଚକଦହାରେ ଆୟୋଜିତ ଏକ ସାଧାରଣ…

୨୦୨୬ ଶେଷ ସୁଦ୍ଧା ଟ୍ରମ୍ପଙ୍କୁ ମିଳିବ ଦୁଇଟି ଖରାପ ଖବର? ମେଲାନିଆଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଜ୍ୟୋତିଷ

ଓ୍ବାଶିଂଟନ,୨୩।୪: ୨୦୨୬ ମସିହାର ଆରମ୍ଭ ଯେପରି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ବିସ୍ଫୋରକ ଥିଲା, ସେହିପରି ବର୍ଷର ଶେଷ ମଧ୍ୟ ସମାନ ଭାବରେ ଭୟଙ୍କର ହୋଇପାରେ। ଇରାନ ସହିତ…

ମେ ୧ରୁ ଆରମ୍ଭ ହେବାକୁ ଯାଉଛି ଖପ୍ପର ଯୋଗ, ଏହି ୪ରାଶିର ବ୍ୟକ୍ତିଙ୍କ ଜୀବନରେ ଆସିବ…

ଜ୍ୟୋତିଷ ଶାସ୍ତ୍ରର ନୀତି ଅନୁସାରେ, ୨୦୨୬ ମଇ ମାସର ଆରମ୍ଭ କିଛି ରାଶି ପାଇଁ ଉତ୍ଥାନ-ପତନ ସହିତ ଆରମ୍ଭ ହେବାର ଆଶା କରାଯାଉଛି। ୧ ମଇ ଠାରୁ…

CSKକୁ ମିଳିଲା ଆୟୁଷଙ୍କ ରିପ୍ଲେସମେଣ୍ଟ: IPL 2026 ମଧ୍ୟରେ ଚେନ୍ନାଇରେ ପହଞ୍ଚିଲେ ପୂର୍ବତନ MI ଖେଳାଳି

ନୂଆଦିଲ୍ଲୀ,୨୩।୪: ଚେନ୍ନାଇ ସୁପର କିଙ୍ଗସ ଆୟୁଷ ମହାତ୍ରେଙ୍କ ବଦଳରେ ଜଣେ ଖେଳାଳିଙ୍କୁ ପାଇଛି। ମହାତ୍ରେଙ୍କ ସ୍ଥାନରେ CSK ୩୨ ବର୍ଷୀୟ ଦ୍ରୁତ ବୋଲର ଆକାଶ ମାଧୱାଲଙ୍କୁ ନିଜ…

RCB ପ୍ଲେୟାରଙ୍କୁ ନେବ CSK! IPLରେ ଜଣେ ଖେଳାଳିଙ୍କୁ ଋଣରେ ନେବାରେ କ’ଣ ରହିଛି ନିୟମ ଜାଣନ୍ତୁ

ନୂଆଦିଲ୍ଲୀ,୨୩।୪: IPL 2026 ରେ ଖେଳାଳିଙ୍କ ଆଘାତର ଧାରା ଅବିରତ ଜାରି ରହିଛି। ଏହା ମଧ୍ୟରେ, ଚେନ୍ନାଇ ସୁପର କିଙ୍ଗସ ନିଜକୁ ଏକ ବଡ଼ ସଙ୍କଟରେ ପକାଇଛି।…

ସରିଲା ଛୁଟି, ଖୋର୍ଦ୍ଧା ଜିଲାରେ କାଲିଠୁ ସକାଳୁଆ ସ୍କୁଲ

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲାରେ ଶୁକ୍ରବାରଠାରୁ ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସ୍କୁଲ୍‌ ଚାଲିବା…

ଜିଲା ବିକାଶ ସମନ୍ବୟ ଓ ପରିଚାଳନା କମିଟି ବୈଠକ: ଜିଲାର ସମସ୍ତ ଗ୍ରାମରେ ପାନୀୟଜଳ ଯୋଗାଣକୁ ତ୍ୱରାନ୍ବିତ କରିବାକୁ ଏମ୍‌ପିଙ୍କ ନିର୍ଦ୍ଦେଶ

ବରଗଡ,୨୩।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଗୁରୁବାର ଜିଲା ବିକାଶ ସମନ୍ବୟ ଏବଂ ପରିଚାଳନା କମିଟି(ଦିଶା)ର ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରଗଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri