ଆକର୍ଷିତ କରିପାରୁନି ପୂଜା ଅଫର

ଅନୁଗୋଳ ଅଫିସ, ୧୧ା୧୦: କୋଭିଡ୍‌ ସମୟ ହୋଇ ନ ଥିଲେ ଅନୁଗୋଳ ବଜାରରେ ଜମିଥାନ୍ତା ଗହଳି। ଦୈନିକ ହୋଇଥାନ୍ତା ବହୁ ଲକ୍ଷ ଟଙ୍କାର ବ୍ୟବସାୟ। ଭଳି କି ଭଳି ପୋଷାକ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଆଦି କିଣି ନେଇଥାନ୍ତେ ଗ୍ରାହକ। ହେଲେ ଦୁଇବର୍ଷ ହେଲା ପାର୍ବଣ ସମୟରେ ବେପାର ସେପରି ନାହିଁ। ଗତବର୍ଷ ପରି ମହାମାରୀ ସ୍ଥିତି ନ ଥିଲେ ମଧ୍ୟ ଲୋକଙ୍କ ରୋଜଗାର ହ୍ରାସ କାରଣରୁ ପାର୍ବଣରେ କିଣାକିଣି ଏକପ୍ରକାର ମାନ୍ଦା। ଏପରି କି ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ଅଫର୍‌ ପରେ ଅଫର୍‌ ରହିଥିଲେ ବି ଏହା ଗ୍ରାହକଙ୍କୁ ସେପରି ଆକର୍ଷିତ କରିପାରୁ ନ ଥିବା ବ୍ୟବସାୟୀମାନେ କହିଛନ୍ତି।
ଅନୁଗୋଳ ବଜାରରେ ଥିବା ବିଭିନ୍ନ ପୋଷାକ ଶୋ’ରୁମ୍‌ ପକ୍ଷରୁ ୨୫ ପ୍ରତିଶତ ଫ୍ଲାଟ ରିହାତି ଗ୍ରାହକଙ୍କ ପାଇଁ ଘୋଷଣା କରାଯାଇଛି। ଅନ୍ୟକେତେକ ଦୋକାନୀ ୫୦ ପ୍ରତିଶତ ଯାଏ ରିହାତି ଦେବେ ବୋଲି ପ୍ରଚାର କରୁଛନ୍ତି। ସେହିପରି ଇଲେକ୍ଟ୍ରୋନିକ୍ସ ଶୋ’ରୁମ୍‌ କର୍ତ୍ତୃପକ୍ଷ ଅଧିକ ଅଫର ରଖିଛନ୍ତି। କିନ୍ତୁ ଏତେ ସବୁ ସତ୍ତ୍ୱେ ପୂଜା ବିକ୍ରି ସେପରି ଜୋର୍‌ ଧରିପାରୁ ନାହିଁ। କାରଣ ଦୁଇବର୍ଷ ହେଲା କୋଭିଡ୍‌ ଲୋକଙ୍କ ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଦେଇଛି। ଫଳରେ ସେମାନେ ପୂର୍ବପରି ପରିବାରବର୍ଗଙ୍କ ନିମନ୍ତେ ପୋଷାକ କିଣିପାରୁ ନାହାନ୍ତି। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପ୍ରତି ସେମାନେ ଅଧିକ ଆଗ୍ରହ ଦେଖାଉନାହାନ୍ତି। ଲୋକଙ୍କ ହାତରେ ଅଧିକ ଅର୍ଥ ନ ଥିବାରୁ ଏହାକୁ ନଜରରେ ରଖି ବିଭିନ୍ନ ବ୍ୟସାୟିକ ପ୍ରତିଷ୍ଠାନ ପକ୍ଷରୁ ଅଫର ସହ ରିହାତିକୁ ପୂର୍ବାପେକ୍ଷା ବଢ଼ାଇ ଦିଆଯାଇଛି। ତଥାପି ହାତରୁ ଅର୍ଥ ଛାଡ଼ିବାକୁ ଗ୍ରାହକ ନାରାଜ। ପୂଜା ପାଇଁ ବଜାରକୁ ଲୋକେ ଆସୁଥିଲେ ମଧ୍ୟ ହାତଖୋଲି ଖର୍ଚ୍ଚ କରିପାରୁ ନାହାନ୍ତି। ଅତି ଜରୁରୀ ଥିଲେ ବି ଖର୍ଚ୍ଚ କାଟ୍‌ କରି କିଣାକିଣି କରୁଛନ୍ତି। ଏହାଛଡ଼ା ଅନ୍‌ଲାଇନ୍‌ ଶପିଂ ପ୍ରତି ଅଧିକ ଆଗ୍ରହ ଦେଖିବାକୁ ମିଳୁଛି। ସହର ହେଉ କି ଗ୍ରାମାଞ୍ଚଳର ଗ୍ରାହକ, ଘରେ ବସି ସହଜ ଓ ଶସ୍ତାରେ ସାମଗୀ ମଗାଇବାକୁ ସେମାନେ ଅଧିକ ପସନ୍ଦ କରୁଛନ୍ତି। ବ୍ୟବସାୟୀମାନଙ୍କ କହିବା କଥା, କୋଭିଡ୍‌ ମହାମାରୀ ଲୋକଙ୍କୁ ଅନେକ ଶିକ୍ଷା ଦେଇଛି। ହାତରେ ଅଧିକ ଅର୍ଥ ରଖିବାକୁ ବାଧ୍ୟ କରୁଛି। ସେଥିପାଇଁ ଖର୍ଚ୍ଚ ଅପେକ୍ଷା ଲୋକମାନେ ସଞ୍ଚୟ କରିବାକୁ ଉଚିତ ମଣୁଛନ୍ତି। ଫଳରେ ପୂର୍ବଭଳି ନୂଆ ସାମଗ୍ରୀ କି ଘର ସାଜସଜ୍ଜା ଉପରେ ଗୁରୁତ୍ୱ ଦେଉନାହାନ୍ତି। ସେହିଭଳି ଯୁବପିଢ଼ି ମଧ୍ୟ ଖର୍ଚ୍ଚ କାଟ୍‌ କରିଛନ୍ତି। ପୂର୍ବରୁ ପାର୍ବଣ ସମୟରେ ଗଣ୍ଡା ଗଣ୍ଡା ପୋଷାକ କିଣୁଥିବା ଯୁବତୀଯୁବକ ଏବେ ଗୋଟିଏରେ ସନ୍ତୁଷ୍ଟ ହେଉଛନ୍ତି। ଟିଭି, ଫ୍ରିଜ୍‌, ଏସି ଓ ଅନ୍ୟାନ୍ୟ ସାମଗ୍ରୀ ସବୁ ଅନ୍‌ଲାଇନ୍‌ରେ ମଗାଉଛନ୍ତି। ତେଣୁ ଏହାର ପ୍ରଭାବ ସିଧାସଳଖ ଭାବେ ଅଫ୍‌ଲାଇନ୍‌ ବ୍ୟବସାୟୀଙ୍କ ଉପରେ ପଡ଼ୁଛି ବୋଲି ସେମାନେ କହିଛନ୍ତି।
କୋଭିଡ୍‌ ଭୟ ଯୋଗୁ ହ୍ରାସ
କୋଭିଡ୍‌ କେବଳ ଲୋକଙ୍କୁ ଭୟଭୀତ କରିନାହିଁ, ସେମାନଙ୍କ ଆର୍ଥିକ ସମ୍ବଳକୁ ମଧ୍ୟ ହ୍ରାସ କରିଛି। ତେଣୁ ଅତୀତର ପାର୍ବଣ ବ୍ୟବସାୟ ଭଳି ଗତ ଦୁଇବର୍ଷ ହେଲା ବେପାର ନାହିଁ। ଅତି ଜରୁରୀ ନ ହେଲେ ଲୋକମାନେ କିଣାକିଣି କରୁନାହାନ୍ତି।
-ସୁମିତ୍‌ କୁମାର, ବ୍ୟବସାୟୀ, ପ୍ଲାନେଟ୍‌ ଫ୍ୟାଶନ୍‌
ଭାରି ପଡ଼ୁଛି ଅନ୍‌ଲାଇନ୍‌
ଅନ୍‌ଲାଇନ୍‌ରେ ଗ୍ରାହକଙ୍କ ପାଇଁ ଅଧିକ ଅଫର ରହୁଛି। ଏପରି କି ବିଭିନ୍ନ ସାମଗ୍ରୀ ଉପରେ ରିହାତି ୫୦ ପ୍ରତିଶତରୁ ଅଧିକ ଦିଆଯାଉଛି। ସେଥିପାଇଁ ଲୋକେ ବଜାର ଆସି ଶୋ’ରୁମ୍‌ରୁ କିଣିବା ଅପେକ୍ଷା ଘରେ ବସି କମ୍‌ ମୂଲ୍ୟରେ ସାମଗ୍ରୀ ଅର୍ଡର କରୁଛନ୍ତି।
-ଅମ୍ରିତ୍‌ ପଟ୍ଟନାୟକ, ପାରିଜାତ ଇଲେକ୍ଟ୍ରୋନିକ୍ସ
ଅଧିକ ଅଫର ମିଳୁଛି
ଅନ୍‌ଲାଇନ୍‌ରେ ଯଦି ଶସ୍ତାରେ ମିଳୁଛି, ତା’ହେଲେ ବାହାରକୁ ଯାଇ କୋଭିଡ୍‌କୁ ଆମନ୍ତ୍ରଣ କରିବାକୁ ଅଧିକାଂଶ ଗ୍ରାହକ ଇଚ୍ଛା କରୁନାହାନ୍ତି। ଏଥିସହ ସମୟ ବଞ୍ଚୁଛି ଓ ସୁବିଧାରେ ଘରେ ଆସି ସାମଗ୍ରୀ ପହଞ୍ଚତ୍ ଯାଉଛି।
-ଦିବ୍ୟରଞ୍ଜନ ଦାସ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ପୁଣି ଯୁଦ୍ଧ ଆରମ୍ଭ! ଆମେରିକାର ଯୁଦ୍ଧଜାହାଜ ଉପରେ ଆକ୍ରମଣ କଲା ଇରାନ, ସମ୍ପୂର୍ଣ୍ଣ ଧ୍ୱଂସ….

ନୂଆଦିଲ୍ଲୀ,୨୫।୩: ଇରାନ ପୁଣି ଥରେ ଭୂମଧ୍ୟସାଗରରେରେ ଆମେରିକୀୟ ଯୁଦ୍ଧଜାହାଜକୁ ଟାର୍ଗେଟ କରିଛି । ୟୁଏସଏସ ଆବ୍ରାହମ ଲିଙ୍କନକୁ ବାଲିଷ୍ଟିକ୍ ମିଶାଇଲରେ ଆକ୍ରମଣ କରି ଟାର୍ଗେଟ କରିଛି । ଭିଡିଓରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri