ସ୍ଥିତି ହରାଇଛି କୋଷ୍ଟକେନାଲ

ଭୋଗରାଇ, ୧୧ା୧୦: ଓଡ଼ିଶା ନୌବାଣିଜ୍ୟ ପରମ୍ପରାର ପରିଚୟ ବହନ କରିଥିବା କୋଷ୍ଟ କେନାଲ ଏବେ ରକ୍ଷଣାବେକ୍ଷଣ ଅଭାବରୁ ସ୍ଥିତି ହରାଇ ବସିଛି। ଦିନ ଥିଲା ଏହି କୋଷ୍ଟକେନାଲରୁ ଜଳସେଚନ କରାଯାଇ କୃଷିକ୍ଷେତ୍ରକୁ ଶସ୍ୟଶ୍ୟାମଳା କରାଯାଉଥିଲା। ଏହି କେନାଲ ଜଳକୁ କୃଷିକ୍ଷେତ୍ରରେ ଅଧିକ ବିନିଯୋଗ ଲାଗି ଉଭୟ ପାର୍ଶ୍ୱରେ ୧୧୦ ପବନଚାଳିତ ପାଣିପମ୍ପ କାର୍ଯ୍ୟକାରୀ କରାଯାଇଥିଲା। ସେସବୁ ଏବେ ଅଚଳ ହୋଇପଡ଼ିଛି। କୃଷି ଏବଂ ବାଣିଜ୍ୟ ବ୍ୟବସାୟରେ ବ୍ୟବହୃତ ହେଉଥିବା ଏହି କୋଷ୍ଟକେନାଲ ଦୁଇ ପାର୍ଶ୍ୱକୁ ଲୋକେ ପୋତି ଜବରଦଖଲ କରି ଘରଦ୍ୱାର କରିଥିବା ନଜରକୁ ଆସିଛି।
୧୮୬୬ରେ ଓଡ଼ିଶାର ନଅଙ୍କ ଦୁର୍ଭିକ୍ଷ ସ୍ଥିତିକୁ ନଜରରେ ରଖି ଇଂରେଜ ସରକାର ୧୮୮୦ରେ ଓଡ଼ିଶା କୋଷ୍ଟକେନାଲ ଖନନ କରିଥିଲେ। ଏହି କାର୍ଯ୍ୟ ୧୮୮୫ରେ ଶେଷ ହୋଇଥିଲା। ବାଣିଜ୍ୟ ବ୍ୟବସାୟ ବ୍ରିଟିଶ କମ୍ପାନୀଗୁଡ଼ିକ ଲାଗି ଜଳପଥ ହିଁ ସେତେବେଳେ ସୁଗମ ହେଉଥିଲା। ଇଷ୍ଟଇଣ୍ଡିଆ କମ୍ପାନୀ କଲିକତାରେ ବାଣିଜ୍ୟ ବ୍ୟବସାୟର ସାମ୍ରାଜ୍ୟ ବିଛାଇଥିଲେ ମଧ୍ୟ ଉତ୍କଳ ନୌବାଣିଜ୍ୟ ଉପରେ ନଜର ରହିଥିଲା। ଏଥିପାଇଁ ପଶ୍ଚିମବଙ୍ଗ ଗଙ୍ଗାନଦୀ ଗେଉଆଁଖାଲିରୁ କୋଷ୍ଟ କେନାଲ ଖନନ ଆରମ୍ଭ ହୋଇ କଟକ ପର୍ଯ୍ୟନ୍ତ ଲମ୍ବିଥିବା ଐତିହାସିକ ତଥ୍ୟରୁ ଜଣାପଡ଼େ।
ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ନସରାବାଦରୁ ଏହି କୋଷ୍ଟକେନାଲ ୨୧୪କି.ମି. ବ୍ୟାପ୍ତ ଭଦ୍ରକ ଜିଲା ସହ ଯାଜପୁର ଓ କଟକ ଜିଲାର ନଦୀପଥକୁ ସଂଯୋଗ କରାଯାଇଛି। ଓଡ଼ିଶା ସହିତ ପଶ୍ଚିମବଙ୍ଗ କଲିକତା ସହରରୁ କମ୍‌ ଖର୍ଚ୍ଚରେ ମାଲ ପରିବହନ ଓ ଗମନାଗମନ ଦୃଷ୍ଟିରୁ ଏହାର ଗୁରୁତ୍ୱ ଅଧିକ ଥିଲା। ନୌବାଣିଜ୍ୟର ସୁବିଧା ସୁଯୋଗ ଥିବାରୁ ଓଡ଼ିଶାରେ ନଦୀକୂଳ ସହରଗୁଡିକର ଶିଳ୍ପ କଳକାରଖାନାର ମୂଳଦୁଆ ଭିତ୍ତିଭୂମି ଗଢ଼ିଉଠିଥିଲା ବୋଲି କୁହାଯାଏ। ଅପରପକ୍ଷରେ ଦେଶ ସ୍ବାଧୀନ ହେବା ପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏହି କୋଷ୍ଟକେନାଲର ରକ୍ଷଣାବେକ୍ଷଣ ପାଇଁ ଦୃଷ୍ଟି ଦେଉ ନ ଥିବାରୁ କେନାଲ ପୋତିହୋଇ ସ୍ଥିତି ହରାଇବସିଛି। କୋଷ୍ଟକେନାଲ ଦଳ ଓ ଅନାବନା ଲଟାରେ ଅଚ୍ଛାଦିତ ହୋଇରହିଛି। ୧୯୭୪-୭୫ରେ ପ୍ରଥମଥର କେନାଲର ପୁନରୁଦ୍ଧାର ଲାଗି କାର୍ଯ୍ୟ କରାଯାଇଥିଲା। ୨୦୧୫ରେ ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ପ୍ରଚେଷ୍ଟାରେ ପୁଣି ଖନନ ପାଇଁ ୧.୧୨ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ଭୋଗରାଇ ମାନକୁଣ୍ଡାଠାରୁ ଭୋଗରାଇ ଲକ୍‌ ପର୍ଯ୍ୟନ୍ତ ଏହି କାର୍ଯ୍ୟ କରାଯାଇଥିଲେ ମଧ୍ୟ କାର୍ଯ୍ୟ ନିମ୍ନମାନର ବୋଲି ଅଭିଯୋଗ ହୋଇଥିଲା। ସେଚ ବିଭାଗ ଏହାର ଖୋଳତାଡ କରିଥିଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୋଷ୍ଟକେନାଲର ପୁନରୁଦ୍ଧାର କାର୍ଯ୍ୟ କରାଗଲେ ଓଡ଼ିଶାର ଅର୍ଥନୀତି ଓ ସାମାଜିକ ସ୍ଥିତିରେ ବଡ଼ ପରିବର୍ତ୍ତନ ହୋଇପାରନ୍ତା ବୋଲି ଅଞ୍ଚଳବାସୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ଡ୍ରେନେଜ ବିଭାଗର ନିର୍ବାହୀଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରା କହିଛନ୍ତି, ଗତବର୍ଷ କୋଷ୍ଟକେନାଲରୁ ଦଳ ସଫା ନିମନ୍ତେ ଏଫ୍‌ଡିଆର ଫଣ୍ଡରୁ ୨୫ ଲକ୍ଷ ଟଙ୍କା ମଞ୍ଜୁର ହୋଇ କାର୍ଯ୍ୟ କରାଯାଇଥିଲା। ଅଦ୍ୟାବଧି ସମ୍ପୂର୍ଣ୍ଣ ବିଲ୍‌ ଦିଆଯାଇନାହିଁ। ଫଳରେ କେହି କାମ କରିବାକୁ ଆଗଭର ହେଉନାହାନ୍ତି। ଚଳିତବର୍ଷ ୧୪ କି.ମି. ଦୈର୍ଘ୍ୟ ବିଶିଷ୍ଟ କେନାଲରୁ ଦଳ ସଫା ପାଇଁ ପୁଣି ୨୦ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ। ଐତିହାସିକ ଏହି କୋଷ୍ଟକେନାଲର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ ଅଞ୍ଚଳବାସୀଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିରେ ପରିବର୍ତ୍ତନ ହୋଇପାରନ୍ତା ବୋଲି ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ବିଧାୟକ ଦାସ ମତ ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ କୋଷ୍ଟକେନାଲର ପୁନରୁଦ୍ଧାର ହୋଇପାରୁନାହିଁ। ଫଳରେ ଉତ୍କଳୀୟ ନୌବାଣିଜ୍ୟର ସ୍ଥିତି ବଦଳିଯାଇଛି ବୋଲି କଂଗ୍ରେସ ନେତା ସତ୍ୟଶିବ ଦାସ ପ୍ରକାଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?