ସ୍ଥିତି ହରାଇଛି କୋଷ୍ଟକେନାଲ

ଭୋଗରାଇ, ୧୧ା୧୦: ଓଡ଼ିଶା ନୌବାଣିଜ୍ୟ ପରମ୍ପରାର ପରିଚୟ ବହନ କରିଥିବା କୋଷ୍ଟ କେନାଲ ଏବେ ରକ୍ଷଣାବେକ୍ଷଣ ଅଭାବରୁ ସ୍ଥିତି ହରାଇ ବସିଛି। ଦିନ ଥିଲା ଏହି କୋଷ୍ଟକେନାଲରୁ ଜଳସେଚନ କରାଯାଇ କୃଷିକ୍ଷେତ୍ରକୁ ଶସ୍ୟଶ୍ୟାମଳା କରାଯାଉଥିଲା। ଏହି କେନାଲ ଜଳକୁ କୃଷିକ୍ଷେତ୍ରରେ ଅଧିକ ବିନିଯୋଗ ଲାଗି ଉଭୟ ପାର୍ଶ୍ୱରେ ୧୧୦ ପବନଚାଳିତ ପାଣିପମ୍ପ କାର୍ଯ୍ୟକାରୀ କରାଯାଇଥିଲା। ସେସବୁ ଏବେ ଅଚଳ ହୋଇପଡ଼ିଛି। କୃଷି ଏବଂ ବାଣିଜ୍ୟ ବ୍ୟବସାୟରେ ବ୍ୟବହୃତ ହେଉଥିବା ଏହି କୋଷ୍ଟକେନାଲ ଦୁଇ ପାର୍ଶ୍ୱକୁ ଲୋକେ ପୋତି ଜବରଦଖଲ କରି ଘରଦ୍ୱାର କରିଥିବା ନଜରକୁ ଆସିଛି।
୧୮୬୬ରେ ଓଡ଼ିଶାର ନଅଙ୍କ ଦୁର୍ଭିକ୍ଷ ସ୍ଥିତିକୁ ନଜରରେ ରଖି ଇଂରେଜ ସରକାର ୧୮୮୦ରେ ଓଡ଼ିଶା କୋଷ୍ଟକେନାଲ ଖନନ କରିଥିଲେ। ଏହି କାର୍ଯ୍ୟ ୧୮୮୫ରେ ଶେଷ ହୋଇଥିଲା। ବାଣିଜ୍ୟ ବ୍ୟବସାୟ ବ୍ରିଟିଶ କମ୍ପାନୀଗୁଡ଼ିକ ଲାଗି ଜଳପଥ ହିଁ ସେତେବେଳେ ସୁଗମ ହେଉଥିଲା। ଇଷ୍ଟଇଣ୍ଡିଆ କମ୍ପାନୀ କଲିକତାରେ ବାଣିଜ୍ୟ ବ୍ୟବସାୟର ସାମ୍ରାଜ୍ୟ ବିଛାଇଥିଲେ ମଧ୍ୟ ଉତ୍କଳ ନୌବାଣିଜ୍ୟ ଉପରେ ନଜର ରହିଥିଲା। ଏଥିପାଇଁ ପଶ୍ଚିମବଙ୍ଗ ଗଙ୍ଗାନଦୀ ଗେଉଆଁଖାଲିରୁ କୋଷ୍ଟ କେନାଲ ଖନନ ଆରମ୍ଭ ହୋଇ କଟକ ପର୍ଯ୍ୟନ୍ତ ଲମ୍ବିଥିବା ଐତିହାସିକ ତଥ୍ୟରୁ ଜଣାପଡ଼େ।
ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ନସରାବାଦରୁ ଏହି କୋଷ୍ଟକେନାଲ ୨୧୪କି.ମି. ବ୍ୟାପ୍ତ ଭଦ୍ରକ ଜିଲା ସହ ଯାଜପୁର ଓ କଟକ ଜିଲାର ନଦୀପଥକୁ ସଂଯୋଗ କରାଯାଇଛି। ଓଡ଼ିଶା ସହିତ ପଶ୍ଚିମବଙ୍ଗ କଲିକତା ସହରରୁ କମ୍‌ ଖର୍ଚ୍ଚରେ ମାଲ ପରିବହନ ଓ ଗମନାଗମନ ଦୃଷ୍ଟିରୁ ଏହାର ଗୁରୁତ୍ୱ ଅଧିକ ଥିଲା। ନୌବାଣିଜ୍ୟର ସୁବିଧା ସୁଯୋଗ ଥିବାରୁ ଓଡ଼ିଶାରେ ନଦୀକୂଳ ସହରଗୁଡିକର ଶିଳ୍ପ କଳକାରଖାନାର ମୂଳଦୁଆ ଭିତ୍ତିଭୂମି ଗଢ଼ିଉଠିଥିଲା ବୋଲି କୁହାଯାଏ। ଅପରପକ୍ଷରେ ଦେଶ ସ୍ବାଧୀନ ହେବା ପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏହି କୋଷ୍ଟକେନାଲର ରକ୍ଷଣାବେକ୍ଷଣ ପାଇଁ ଦୃଷ୍ଟି ଦେଉ ନ ଥିବାରୁ କେନାଲ ପୋତିହୋଇ ସ୍ଥିତି ହରାଇବସିଛି। କୋଷ୍ଟକେନାଲ ଦଳ ଓ ଅନାବନା ଲଟାରେ ଅଚ୍ଛାଦିତ ହୋଇରହିଛି। ୧୯୭୪-୭୫ରେ ପ୍ରଥମଥର କେନାଲର ପୁନରୁଦ୍ଧାର ଲାଗି କାର୍ଯ୍ୟ କରାଯାଇଥିଲା। ୨୦୧୫ରେ ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ପ୍ରଚେଷ୍ଟାରେ ପୁଣି ଖନନ ପାଇଁ ୧.୧୨ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ଭୋଗରାଇ ମାନକୁଣ୍ଡାଠାରୁ ଭୋଗରାଇ ଲକ୍‌ ପର୍ଯ୍ୟନ୍ତ ଏହି କାର୍ଯ୍ୟ କରାଯାଇଥିଲେ ମଧ୍ୟ କାର୍ଯ୍ୟ ନିମ୍ନମାନର ବୋଲି ଅଭିଯୋଗ ହୋଇଥିଲା। ସେଚ ବିଭାଗ ଏହାର ଖୋଳତାଡ କରିଥିଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୋଷ୍ଟକେନାଲର ପୁନରୁଦ୍ଧାର କାର୍ଯ୍ୟ କରାଗଲେ ଓଡ଼ିଶାର ଅର୍ଥନୀତି ଓ ସାମାଜିକ ସ୍ଥିତିରେ ବଡ଼ ପରିବର୍ତ୍ତନ ହୋଇପାରନ୍ତା ବୋଲି ଅଞ୍ଚଳବାସୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ଡ୍ରେନେଜ ବିଭାଗର ନିର୍ବାହୀଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରା କହିଛନ୍ତି, ଗତବର୍ଷ କୋଷ୍ଟକେନାଲରୁ ଦଳ ସଫା ନିମନ୍ତେ ଏଫ୍‌ଡିଆର ଫଣ୍ଡରୁ ୨୫ ଲକ୍ଷ ଟଙ୍କା ମଞ୍ଜୁର ହୋଇ କାର୍ଯ୍ୟ କରାଯାଇଥିଲା। ଅଦ୍ୟାବଧି ସମ୍ପୂର୍ଣ୍ଣ ବିଲ୍‌ ଦିଆଯାଇନାହିଁ। ଫଳରେ କେହି କାମ କରିବାକୁ ଆଗଭର ହେଉନାହାନ୍ତି। ଚଳିତବର୍ଷ ୧୪ କି.ମି. ଦୈର୍ଘ୍ୟ ବିଶିଷ୍ଟ କେନାଲରୁ ଦଳ ସଫା ପାଇଁ ପୁଣି ୨୦ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ। ଐତିହାସିକ ଏହି କୋଷ୍ଟକେନାଲର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ ଅଞ୍ଚଳବାସୀଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିରେ ପରିବର୍ତ୍ତନ ହୋଇପାରନ୍ତା ବୋଲି ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ବିଧାୟକ ଦାସ ମତ ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ କୋଷ୍ଟକେନାଲର ପୁନରୁଦ୍ଧାର ହୋଇପାରୁନାହିଁ। ଫଳରେ ଉତ୍କଳୀୟ ନୌବାଣିଜ୍ୟର ସ୍ଥିତି ବଦଳିଯାଇଛି ବୋଲି କଂଗ୍ରେସ ନେତା ସତ୍ୟଶିବ ଦାସ ପ୍ରକାଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପିଏମ୍‌ କେୟାର୍ସ ଫଣ୍ଡକୁ ଦାନ

କଟକ ଅଫିସ୍‌,୧୪ା୪: କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦାରା ଗଠିତ ପିଏମ୍‌ କେୟାର୍ସ ଫଣ୍ଡକୁ ଜଣେ ପୂଜକ ୪୧୦୦ ଟଙ୍କା ପ୍ରଦାନ କରିଛନ୍ତି। ସେ ହେଲେ...

ବୁଦାମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଛତ୍ରପୁର,୨୨ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହେଡ୍‌କ୍ୱାର୍ଟର ଛତ୍ରପୁର ପିଲିବନ୍ଧ ନିକଟ ଖେଳପଡ଼ିଆ ପାର୍ଶ୍ୱ ବୁଦାମୂଳରୁ ବୁଧବାର ଜଣେ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଶିଶୁର କାନ୍ଦ ଶୁଣି...

ହୋମ କ୍ୱାରାଣ୍ଟାଇନରେ ଛତିଶଗଡ ଫେରନ୍ତା

ଟିକ୍ରାପଡା, ୨୬ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ କରମତଲା ପଞ୍ଚାୟତ ସଦର ଗ୍ରାମକୁ ଛତିଶଗଡରୁ ଫେରିଥିବା ୬ଜଣ ବ୍ୟକ୍ତିଙ୍କୁ ହୋମ କ୍ୱାରାଣ୍ଟାଇନରେ ରଖାଯାଇଛି। ମାସକ ତଳେ...

ଛାତ୍ରୀଛାତ୍ରଙ୍କୁ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯିବା ଘଟଣା: ଜିଲା ଷ୍ଟାଣ୍ଡିଂ କମିଟି ସୁପାରିସ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

ଗୋପ, ୨୩।୧୧(ଡ.ଏନ୍‌.ଏ.): ପୁରୀ ଜିଲା ଷ୍ଟାଣ୍ଡିଂ କମିଟି ଗୋପ ବ୍ଲକ୍‌ର କେତେକ ସ୍କୁଲର ଗତ ୧୮ ତାରିଖରେ ଭିିତ୍ତିଭୂମି ଓ ମଧ୍ୟାହ୍ନ ଭୋଜନ ଯାଞ୍ଚ କରୁଥିବାବେଳେ...

ମାସ୍କ ନ ପିନ୍ଧି କାମ କରୁଛନ୍ତି ଶ୍ରମିକ

ବିନିକା,୮ା୫(ଡି.ଏନ୍‌.ଏ.)-ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ୍‌ ଅଞ୍ଚଳରେ ୩ ଦିନ ଧରି ବିଭିନ୍ନ ବିଭାଗର ଉନ୍ନୟନ କାମ ପ୍ରାରମ୍ଭ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପାନୀୟ...

ମାଲବାହୀ ଟ୍ରକ୍‌ ଚାଳକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

ଢେଙ୍କାନାଳ ଅଫିସ, ୧୨।୪-କରୋନା ବିପତ୍ତି ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଉଥିବା ଟ୍ରକ୍‌ ଚାଳକଙ୍କୁ ଢେଙ୍କାନାଳ ଛାତ୍ର ବିଜେଡି ପକ୍ଷରୁ ୫୫ନଂ. ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ...

ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ଦାବି: ବିଧାୟିକା କୁସୁମ ଟେଟେଙ୍କ ନେତୃତ୍ୱରେ ମାନବ ଶୃଙ୍ଖଳ

ସୁନ୍ଦରଗଡ,୧୪।୯(ଡି.ଏନ୍‌.ଏ.): ସୁନ୍ଦରଗଡରେ ଓଡ଼ିଶାର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବି ନେଇ ମଙ୍ଗଳବାର ସ୍ଥାନୀୟ ବିଧାୟିକା କୁସୁମ ଟେଟେଙ୍କ ନେତୃତ୍ୱରେ ମାନବ ଶୃଙ୍ଖଳ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ...

ପାନୀୟ ଜଳ ସମସ୍ୟା ବଢୁଛି

କେନ୍ଦ୍ରାପଡ଼ା ଅଫିସ, ୨୧ା୩:ଖରା ପାଇଁ ନଦୀ ନାଳ ଶୁଖିଲା ପଡ଼ିଛି। ଅଚଳ ନଳକୂପର ମରାମତି ହେଉନାହିଁ। ଗ୍ରାମକୁ ଏବେ ବି ପାଇପ ଯୋଗେ ପାନୀୟ ପାଣି...

Advertisement
Archives

Model This Week