ରଜ ପାଇଁ ଉତ୍ସବମୁଖର କେନ୍ଦୁଝର

କେନ୍ଦୁଝର,୧୪।୬ କେନ୍ଦୁଝରର ଗଣପର୍ବ ହେଉଛି ରଜ। ଏହାକୁ ଲୋକେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାନ୍ତି। ଝିଅବୋହୂମାନେ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗର ବସ୍ତ୍ର ପରିଧାନ କରି ଉତ୍ସବକୁ ପାଳନ କରିଥାଆନ୍ତି। ବିଭିନ୍ନ ରଜ ଗୀତ ଗାଇ ଏହି ଉତ୍ସବକୁ କେନ୍ଦୁଝର ଜିଲାର ପୁରପଲ୍ଲୀରେ ପାଳିତ ହୋଇଥାଏ। ବହୁ ପୁରୁଣା ପାରମ୍ପାରିକ ଗୀତର ବାସ୍ତବତା ଧୀରେ ଲୋପ ପାଇବାକୁ ବସିଛି। ସେହିପରି ଆଧୁନିକତାର ଚାକଚକ୍ୟରେ ହଜିବାକୁ ବସିଛି ପାରମ୍ପାରିକ ରଜ। ନା ଘରେ ଘରେ ଦେଖିବାକୁ ମିଳୁଛି କାଠ ଦୋଳି ଓ ନା ଏହାର କଟ କଟ ଶବ୍ଦ। ଏହା ମଧ୍ୟରେ ରଜ ସମୟରେ କେତେକ ସ୍ଥାନରେ ଏହି ପରମ୍ପରାକୁ ବଜାଇ ରଖିବା ପାଇଁ ଭିନ୍ନ ଭାବେ ଆରମ୍ଭ କରାଯାଉଛି ରଜ ମହୋତ୍ସବ। ଦୋଳି ଖେଳ ସହିତ ଦୋଳି ଗୀତ ପ୍ରତିଯୋଗିତା, ଲଡୁ, ତାସ, ବାଗୁଡ଼ି ଖେଳ ପ୍ରତିଯୋଗିତା ମଧ୍ୟ କରଯାଉଛି।
୨ବର୍ଷ ହେଲା କୋଭିଡ୍‌ କଟକଣା ପାଇଁ ଏହି ଗଣପର୍ବ ଫିକା ପଡିଯାଇଥିବାବେଳେ ଚଳିତ ବର୍ଷ କଟକଣା ନ ଥିବାରୁ ଜାକଜମକରେ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗାଁ ଠାରୁ ସହର ପର୍ଯ୍ୟନ୍ତ ରଜ ଦୋଳି ପ୍ରସ୍ତୁତ ସରିଯାଇଛି। ଏହି ପର୍ବକୁ ଧୁମଧାମରେ ପାଳନ କରିବା ପାଇଁ ଗ୍ରାମାଞ୍ଚଳର ଲୋକମାନେ ଘର ଲିପାପୋଛା, ପରିବାର ସମସ୍ତ ନୂଆ ପୋଷାକ କିଣା କିଣି, ପିଠା ପଣା ପ୍ରସ୍ତୁତି ଆଦି ସାରିଛନ୍ତି। ସୋମବାର ସଜବାଜ ଥିବାର ପ୍ରସ୍ତୁତି ସବୁ ସରିଗଲାଣି। ମଙ୍ଗଳବାରଠାରୁ ତିନିଦିନ ଧରି ରଜ ପର୍ବକୁ ପାଳନ କରିବା ପାଇଁ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ବିଭିନ୍ନ ପ୍ରକାରର ଦୋଳି, କାଠ ଦୋଳି, ଚକ୍ରି ଦୋଳି, ରାମ ଦୋଳି ଆଦି ନିର୍ମାଣ ସରିଛି। କେନ୍ଦୁଝର ସହର କାଳୀପଡିଆରେ ରଜ ଉତ୍ସବ ପାଳନ ହେଉଥିବା ବେଳେ ଜିଲାର ଅନ୍ୟାନ୍ୟ ସ୍ଥାନ ସିତାବିଞ୍ଜ, ବିଣାଝରି, ରାଇସୁଆଁ, ପଦ୍ମପୁର, ଆନନ୍ଦପୁର, ଆଦି ଅଞ୍ଚଳରେ ବିଭିନ୍ନ କମିଟି ପକ୍ଷରୁ ରଜ ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ପୁଟୁଳିଆରେ ବିରାଟକାୟ ରାମ ଦୋଳି ଅନେକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଏଥିରେ ଏକାଥରେ ୧୬ ଜଣ ଦୋଳି ଖେଳିଥାନ୍ତି। ଚାଷୀ ଚାଷ କାର୍ଯ୍ୟରୁ ବିରତ ହୋଇ ପର୍ବ ପାଳନ କରିଥାଏ। ଆଦିବାସୀ ଅଞ୍ଚଳରେ ଦଳ ଦଳ ପୁଅ ଓ ଝିଅ ହାତକୁ ହାତ ଧରି ମାଦଳର ତାଳେ ତଳେ ରାତି ତମାମ ନାଚିଥାନ୍ତି। ଚଳିତ ବର୍ଷ କଟକଣା ନ ଥିବାରୁ ଦୋଳି ଖେଳିବାସହ ପିଠା ପଣା ଖାଇ ମଜା କରିବା ପାଇଁ ସମସ୍ତେ ପ୍ରସ୍ତୁତ ଅଛନ୍ତି। ଏଣୁ ଧୁମ୍‌ଧାମରେ ଏହା ପାଳନ ହେବ ବୋଲି ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ବିମ୍ବାଧର ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri