ଫେଷ୍ଟିଭ୍‌ ଜୁଏଲେରୀ

ଜୁଏଲେରୀ ପ୍ରତି ନାରୀଙ୍କର ଦୁର୍ବଳତା ସବୁବେଳେ ରହିଆସିଛି। କାରଣ ଏହା ସେମାନଙ୍କର ରୂପକୁ ଆହୁରି ଆକର୍ଷକ କରିଦେଇଥାଏ। ସେଥିପାଇଁ ତ ବାହାଘର ହେଉ ଅବା ପୂଜାପାର୍ବଣ ସମୟରେ ନିଜକୁ ସଜାଇବା ପାଇଁ ଜୁଏଲେରୀକୁ ନେଇ ଦ୍ୱନ୍ଦରେ ପଡିଯାନ୍ତି ଏମାନେ। ତେଣୁ ଏଠାରେ କିଛି ଜରୁରୀ ଟିପ୍ସ ଦିଆଗଲା, ଯାହାକୁ ଆପଣେଇ ନାରୀଟିଏ ସହଜରେ ପାଇପାରିବ ପାର୍ବଣ ଋତୁରେ ଆକର୍ଷଣୀୟ ଲୁକ୍‌…

* ନେକ୍‌ଲେସ୍‌: ପୂଜାପାର୍ବଣ ସମୟରେ ଯଦି ଆପଣ ଲେହେଙ୍ଗା କିମ୍ବା ଶାଢି ସାଙ୍ଗକୁ ଡିପ୍‌ ନେକ୍‌ ବାଲା ବ୍ଲାଉଜ୍‌ ପିନ୍ଧିବାକୁ ଯୋଜନା କରିଛନ୍ତି, ତା’ହେଲେ ଏହାକୁ ଆହୁରି ଆକର୍ଷଣୀୟ କରିବାକୁ ବେକରେ ଚୋକର ଷ୍ଟାଇଲ୍‌ର ନେକ୍‌ଲେସ୍‌ ପିନ୍ଧି ପାରିବେ। ତା’ଛଡ଼ା ଏବେ ମାର୍କେଟ୍‌ରେ ଖୁବ୍‌ ସୁନ୍ଦର ସୁନ୍ଦର ଡିଜାଇନ୍‌ର ଆର୍ଟିଫିସିଆଲ୍‌ ନେକ୍‌ଲେସ୍‌ ବି ମିଳୁଛି। ନିଜ ଆଉଟ୍‌ଫିଟ୍‌କୁ ମ୍ୟାଚ୍‌ କଲାଭଳି ତଥା ନିଜ ଲୁକ୍‌କୁ ସୁନ୍ଦର ଲାଗିଲା ଭଳି ଯେ କୌଣସି ଡିଜାଇନ୍‌ର ନେକ୍‌ଲେସ୍‌ ପିନ୍ଧି ବି ନିଜକୁ ଏହି ପାର୍ବଣ ଋତୁରେ ସଜାଇପାରିବେ।

* ମାଙ୍ଗଟିକା ବା ମଥାପଟ୍ଟି: ସାଧାରଣତଃ ଅନେକ ସ୍ଥାନରେ ବାହାଘର ସିଜିନ୍‌ରେ ସୁନାର ମାଙ୍ଗଟିକା ବା ମଥାପଟ୍ଟି ଲଗାଇବାର ବିଧି ରହିଛି। କିନ୍ତୁ ଫେଷ୍ଟିଭାଲ୍‌ ହେଉ ଅବା କୌଣସି ସେଲିବ୍ରେଶନ୍‌ ସମୟରେ ଏଥିନିକ୍‌ ଆଉଟ୍‌ଫିଟ୍‌ ସହ ଷ୍ଟୋନ୍‌ ହେଉ ଅବା କୁନ୍ଦନର କାମ ହୋଇଥିବା ମାଙ୍ଗଟିକା ବା ମଥାପଟ୍ଟି ଲଗାଇ ଆରାମରେ ଗର୍ଜିୟସ୍‌ ଲୁକ୍‌ ପାଇହେବ।

* ଚୁଡ଼ି: ପୂଜାପାର୍ବଣ ସମୟରେ ଏଥିନିକ୍‌ ଆଉଟ୍‌ଫିଟ୍‌ ସାଙ୍ଗକୁ ସୁନାର ଗହଣା ପିନ୍ଧିଲେ ଲୁକ୍‌ ବେଶ୍‌ ସୁନ୍ଦର ଦେଖାଯାଇଥାଏ। ବିଶେଷକରି ହାତର ସୌନ୍ଦର୍ଯ୍ୟ ପାଇଁ ଷ୍ଟାଇଲିଶ୍‌ ଚୁଡ଼ି ହେଉ ଅବା କଡ଼ା କିମ୍ବା ବାଲା ବି ପିନ୍ଧି ନିଜକୁ ସଜାଇ ପାରିବେ। ଏବେ ତ ମାର୍କେଟ୍‌ରେ ଆର୍ଟିଫିସିଆଲ୍‌ର ଖୁବ୍‌ ସୁନ୍ଦର ସୁନ୍ଦର ସୁନା ଚୁଡ଼ି ବି ମିଳୁଛି, ଯାହାକୁ ମୁଖ୍ୟତଃ ଶାଢି ସାଙ୍ଗରେ ପିନ୍ଧିଲେ ଲୁକ୍‌କୁ ବେଶ୍‌ ଭଲ ମାନିଥାଏ।

*ଷ୍ଟେଟ୍‌ମେଣ୍ଟ ରିଂ: ଗୋଟିଏ ସୁନ୍ଦର, ସୁରୁଚିପୂର୍ଣ୍ଣ ତଥା ବିଶେଷ ଭାବେ ଡିଜାଇନ୍‌ କରାଯାଇଥିବା ରିଂ ବା ମୁଦି ବି କାହାର ଧ୍ୟାନ ଆକର୍ଷଣ କରିବାକୁ ଯଥେଷ୍ଟ ହୋଇଥାଏ। ମୁଖ୍ୟତଃ ଫେଷ୍ଟିଭ୍‌ ସିଜିନ୍‌ରେ କୁନ୍ଦନ କାମ ହୋଇଥିବା ଗୋଟିଏ ବଡ଼ ସାଇଜ୍‌ର ମୁଦି ସାଙ୍ଗକୁ ଜର୍ଜେଟ୍‌ ବା ରେଶମର ଶାଢି ପିନ୍ଧିଲେ ଲୁକ୍‌ ବେଶ୍‌ ଆକର୍ଷକ ଲାଗିଥାଏ। କେବଳ ଶାଢି କାହିଁକି ଷ୍ଟେଟ୍‌ମେଣ୍ଟ ରିଂକୁ ଯେ କୌଣସି ଟ୍ରାଡିସ୍‌ନାଲ୍‌ ଆଉଟ୍‌ଫିଟ୍‌ ସାଙ୍ଗରେ ପେୟାର୍‌ କଲେ ବି ଲୁକ୍‌ ବହୁତ ଭଲ ଦେଖାଯାଇଥାଏ।

* ପାରମ୍ପରିକ ଇୟର ରିଂ: ଏହା କେବେ ବି ଆଉଟ୍‌ ଅଫ୍‌ ଟ୍ରେଣ୍ଡ ହୋଇ ନ ଥାଏ। ଟିକେ ବଡ଼ ସାଇଜ୍‌ର ତଥା ଆକର୍ଷଣୀୟ ଦେଖାଯାଉଥିବା ଝୁମ୍‌କା ହେଉ ଅବା ପେଣ୍ଡି ଷ୍ଟାଇଲ୍‌ର ଇୟର ରିଂକୁ କାଞ୍ଜିବରମ୍‌ ଶାଢି କିମ୍ବା ବନାରସୀ ରେଶମ ଶାଢି ସାଙ୍ଗରେ ମ୍ୟାଚିଂ କରି ପିନ୍ଧିଲେ ଆରାମରେ ଫେଷ୍ଟିଭ୍‌ ଲୁକ୍‌ ମିଳିଯାଏ।
କିଛି ଟିପ୍ସ

– କାଞ୍ଜିବରମ୍‌ ଶାଢି ସାଙ୍ଗରେ ଟେମ୍ପଲ୍‌ ଡିଜାଇନ୍‌ର ଲଙ୍ଗ୍‌ ନେକ୍‌ଲେସ୍‌ ଯେମିତି ସୁନ୍ଦର ଲାଗେ ଠିକ୍‌ ସେମିତି ଚୋକର୍‌ ନେକ୍‌ଲେସ୍‌ ବି ଆକର୍ଷଣୀୟ ଲୁକ୍‌ ଦେଇଥାଏ। ଟିକେ ଅଧିକ ଗର୍ଜିୟସ୍‌ ଲୁକ୍‌ ପାଇଁ ଆପଣ ଚାହିଁଲେ ଉଭୟ ଚୋକର୍‌ ଏବଂ ଲଙ୍ଗ୍‌ ଷ୍ଟାଇଲ୍‌ ନେକ୍‌ଲେସ୍‌କୁ ମ୍ୟାଚିଂ କରି ଲେୟାରିଙ୍ଗ୍‌ କରିପାରିବେ।

– କେବଳ ସୁନାର ଟେମ୍ପଲ ଜୁଏଲେରୀ ମିଳେ ତାହା ନୁହେଁ, ରୁବି, ଏମେରାଲ୍ଡ, ହିରା ଖଚିତ ହୋଇଥିବା ଟେମ୍ପଲ ଜୁଏଲେରୀ ବି ପୂଜାପାର୍ବଣ ସମୟରେ ପିନ୍ଧିଲେ ଲୁକ୍‌ ବେଶ୍‌ ଆକର୍ଷଣୀୟ ଲାଗେ।

– ଚାନ୍ଦ୍‌ବାଲି ଇୟର ରିଂ ବି ଶାଢି ସାଙ୍ଗରେ ବେଶ୍‌ ଭଲ ମାନିଥାଏ। କେବଳ ଶାଢି କାହିଁକି ଲେହେଙ୍ଗା ସାଙ୍ଗରେ ବି ଏହି ଟାଇପ୍‌ର ଇୟର ରିଂ ପିନ୍ଧିଲେ ଫେଷ୍ଟିଭ୍‌ ଲୁକ୍‌ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟ ୧୫ରୁ ଗ୍ରହଙ୍କ ଶୁଭ ସଂଯୋଗ, ଧନୁ-ମକର ସମେତ ୫ ରାଶିଙ୍କ ବଢିବ ବ୍ୟାଙ୍କ୍‌ ବାଲାନ୍ସ, ମାଲାମାଲ୍‌ ହେବେ…

ଆଜି ଶନିବାର ସନ୍ଧ୍ୟା ୪ଟା ୫୧ ମିନିଟ୍‌ରେ ବୁଧ ଏବଂ ଗୁରୁ (ବୃହସ୍ପତି) ଦୁଇ ଗ୍ରହ ୦ ଡିଗ୍ରୀରେ ଉପସ୍ଥିତ ରହିବେ। କର୍କଟ ରାଶିରେ ଏହି ଦୁଇ…

ସିଂହ ରାଶିରେ ଏକାଠି ହେବେ ସୂର୍ଯ୍ୟ-ବୁଧ; ଧନ ଓ ସଫଳତାରେ ମିଳିବ ବଡ଼ ଲାଭ, ଏହି ୩ ରାଶିର ଗୋଲ୍ଡେନ୍ ଟାଇମ୍ ଆରମ୍ଭ…

ବୈଦିକ ଜ୍ୟୋତିଷ ଅନୁସାରେ, ଗ୍ରହମାନଙ୍କର ଗତି ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହମାନଙ୍କର ରାଜକୁମାର ବୁଧ, ଆସନ୍ତା ଅଗଷ୍ଟ ୨୨ ତାରିଖରେ ସନ୍ଧ୍ୟା…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଶୁକ୍ର ପୁଷ୍କରାଂଶ ଯୋଗରେ ମିଥୁନରୁ ତୁଳା ସମେତ ଏହି ୪ ରାଶିଙ୍କ ଲାଭ; ଇନକମ୍‌ ହେଇଯିବ ଡବଲ୍‌, ସୁଧୁରିବ ଭାଙ୍ଗିଯାଇଥିବା ସମ୍ପର୍କ…

ଜନ୍ମକୁଣ୍ଡଳୀରେ ଯେକୌଣସି ଗ୍ରହର ‘ପୁଷ୍କରାଂଶ’ ସ୍ଥିତିକୁ ଅତ୍ୟନ୍ତ ଶୁଭ ବୋଲି ମନେକରାଯାଏ, କାରଣ ଏହାର ପ୍ରଭାବ ସଦାସର୍ବଦା ସକାରାତ୍ମକ ଏବଂ ଫଳଦାୟୀ ହୋଇଥାଏ। ବିଶେଷକରି ଶୁକ୍ରଙ୍କର ପୁଷ୍କରାଂଶ…

ଅଗଷ୍ଟ ୧୫ରୁୁ ୪ ରାଶିଙ୍କ ଫିଟିବ ଭାଗ୍ୟ! ବୁଧ କରିବେ ବମ୍ପର ଲାଭ…

ବୁଧ ଗ୍ରହ ନିଜ ନକ୍ଷତ୍ର ‘ଅଶ୍ଲେଷା’ରେ ପ୍ରବେଶ କରିବେ। ନିଜ ନକ୍ଷତ୍ରରେ ପ୍ରବେଶ କରୁଥିବାରୁ ଏହା ଅନେକ ଗୁଣା ଲାଭଦାୟକ ପ୍ରମାଣିତ ହେବ। ଏହାର ସକାରାତ୍ମକ ପ୍ରଭାବ…

ବର୍ଷ ପରେ ବୁଧ-ମଙ୍ଗଳ ଗଠନ କରିବେ ଦଶାଙ୍କ ଯୋଗ: ମେଷ-କନ୍ୟା ସମେତ ଏହି ୫ ରାଶିଙ୍କ ସହ ଘଟିବ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୪ ଅଗଷ୍ଟ ୨୦୨୬ ଦିନ ଦ୍ୱିପ୍ରହର ୧୨ଟା ୩୭ ମିନିଟରେ ବୁଧ ଓ ମଙ୍ଗଳ ଗ୍ରହ ବର୍ଷ ପରେ ଦଶାଙ୍କ ଯୋଗ ଗଠନ…

ଶନିଙ୍କ ନକ୍ଷତ୍ର ଗୋଚରରେ ଏହି ୪ ରାଶିଙ୍କ ଉପରେ ବଡ଼ ସଙ୍କଟ! ୯ ଅକ୍ଟୋବର ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ, ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହ ଆସନ୍ତା ୨୦ ଅଗଷ୍ଟ ୨୦୨୬, ଗୁରୁବାର ସନ୍ଧ୍ୟା ୭ଟା ୪୫ ମିନିଟରେ ରେବତୀ ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ…

ଅଧିକ ଲୁଣ ଖାଉଥିଲେ ସାବଧାନ! ଚେତାବନୀ ଦେଲା WHO, ପଢନ୍ତୁ ଦୌନିକ କେତେ ଖାଇବା ଉଚିତ୍‌

ନୂଆଦିଲ୍ଲୀ,୧୪।୮: ଖାଦ୍ୟର ସ୍ବାଦ ବଢ଼ାଇବା ପାଇଁ ଲୁଣ ଅତ୍ୟନ୍ତ ଜରୁରୀ। କିନ୍ତୁ ଲୁଣର ପରିମାଣ ଉପରେ ନଜର ରଖିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ପ୍ରତିଦିନ ଆବଶ୍ୟକତାଠାରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri