ଗ୍ରାମାଞ୍ଚଳରେ ଗଣମହୋତ୍ସବ

(ସୁଧୀର କୁମାର ପରିଡ଼ା)
କାମାକ୍ଷାନଗର, ୧୪।୬
ରଜ ମହୋତ୍ସବ ପାଇଁ ଉତ୍ସବମୁଖର ହୋଇଉଠିଛି ଢେଙ୍କାନାଳ ଜିଲା କାମାକ୍ଷାନଗର। ବ୍ଲକର ଆଳତୁମା, ବାଙ୍ଗୁରା, ମାଳପୁରାରେ ଜାକଜମକର ସହ ଏହି ମହୋତ୍ସବ ପାଳନ କରାଯାଉଛି। ୩ଦିନ ଧରି ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପାରମ୍ପରିକ ନୃତ୍ୟ, ସ୍ଥାନୀୟ କଳାକାରଙ୍କ ପ୍ରତିଭା ପ୍ରଦର୍ଶନ, ପିଠା ପ୍ରଦର୍ଶନୀ, ରଙ୍ଗୋଲି, କବାଡ଼ି ପ୍ରତିଯୋଗିତା ପ୍ରମୁଖ ଆକର୍ଷଣ ସାଜିବ। ଏହାକୁ ଶୃଙ୍ଖଳିତ କରିବା ପାଇଁ ରଜ ମହୋତ୍ସବ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
କାମାକ୍ଷାନଗର ବ୍ଲକ ଆଳତୁମା ଗ୍ରାମ ନିକଟ ରାମିଆଳ ନଦୀକୂଳରେ ଆୟୋଜିତ ରଜ ମହୋତ୍ସବ ଚଳିତ ଥର ୧୫ବର୍ଷରେ ପଦାର୍ପଣ କରିଛି। ଜିଲାର ଅନ୍ୟତମ ଆକର୍ଷଣ ସାଜିଥିବା ଏହି କାର୍ଯ୍ୟକ୍ରମକୁ ସ୍ମୃତିମଧୁର କରିବା ପାଇଁ ଆୟୋଜକ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପାରମ୍ପରିକ ଦୋଳି ବନ୍ଧାଯିବା ସହ ତୋଟାରେ ଥିବା ଗଛକୁ ରଙ୍ଗବେରଙ୍ଗ ଚିତ୍ରରେ ଚିତ୍ରିତ କରାଯାଇଛି। ଜନମାନସରୁ ହଜିଯିବାକୁ ବସିଥିବା ପାଟ ଶଗଡ଼ର ପ୍ରତିକୃତି ପ୍ରଦର୍ଶିତ ହେଉଛି। ବୁଧବାର ପହିଲି ରଜଠାରୁ ଆରମ୍ଭ କରି ୩ଦିନ ଯାଏ ସକାଳ ୭ଟାରୁ ରାତି ୧୦ଟା ଯାଏ ବିଭିନ୍ନ କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ଆୟୋଜିତ ହେବ। ଏଥିପୂର୍ବରୁ ଚୟନ ହୋଇଥିବା ଅଞ୍ଚଳର ପ୍ରତିଭାବାନ୍‌ ପ୍ରତିଯୋଗୀ ମଞ୍ଚରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବେ। କଣ୍ଢେଇ ନୃତ୍ୟ, ପଶୁ ନୃତ୍ୟ, ଗୋଟିପୁଅ ନୃତ୍ୟ, ଯୋଡ଼ିଶଙ୍ଖ ପରିବେଷଣ କରାଯିବ। ରଙ୍ଗୋଲି, ଝୋଟିଚିତା, ପିଠା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିସହ ପାରମ୍ପରିକ ଖାଦ୍ୟ, ପାନୀୟ ବ୍ୟବସ୍ଥା ମଧ୍ୟ କରାଯାଇଛି।
ସେହିପରି ବାଙ୍ଗୁରାରେ ୪ର୍ଥ ରଜ ମହୋତ୍ସବ ଲାଗି ପ୍ରସ୍ତୁତି ଶେଷ ହୋଇଛି। ଗ୍ରାମର କେତେଜଣ ଉତ୍ସାହୀ ଯୁବକଙ୍କ ଦ୍ୱାରା ସାଧାରଣ ଭାବେ ଆରମ୍ଭ ହୋଇଥିବା ଏହି ପର୍ବରେ ଏବେ ଗ୍ରାମବାସୀ ସକ୍ରିୟ ଭାବେ ଅଂଶଗ୍ରହଣ କରୁଛନ୍ତି। ଗ୍ରାମ ଆମ୍ବତୋଟାରେ ୭ ପ୍ରକାର ଦୋଳି ବନ୍ଧାଯାଇଛି। ଅଞ୍ଚଳର ପ୍ରତିଷ୍ଠିତ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ଅନୁରୂପ ଭାବେ ଜାତୀୟ ରାଜପଥ ୫୩ ନିକଟବର୍ତ୍ତୀ ବାଇସିଙ୍ଗା ପଞ୍ଚାୟତ ମାଳପୁରାରେ ୨ୟ ରଜ ମହୋତ୍ସବକୁ ନେଇ ବେଶ୍‌ ଉତ୍ସାହ ଦେଖାଦେଇଛି। ଏହି ଉପଲକ୍ଷେ ଗ୍ରାମର ପ୍ରତିଭାବାନ ବ୍ୟକ୍ତି, ଛାତ୍ରୀଛାତ୍ର ଓ କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧିତ କରାଯିବ। ଯୁବତୀଯୁବକ, ଛୋଟ ପିଲାଙ୍କୁ ନେଇ ପ୍ରତିଯୋଗିତା ଆୟୋଜନ କରାଯିବ। ଲୁଚି ଯାଉଥିବା ପାରମ୍ପରିକ ନୃତ୍ୟ ଦାସକାଠିଆ, ଗୋଟିପୁଅ ନୃତ୍ୟ ପରିବେଷଣ କରାଯିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଅଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri