ଗ୍ରାମାଞ୍ଚଳରେ ଗଣମହୋତ୍ସବ

(ସୁଧୀର କୁମାର ପରିଡ଼ା)
କାମାକ୍ଷାନଗର, ୧୪।୬
ରଜ ମହୋତ୍ସବ ପାଇଁ ଉତ୍ସବମୁଖର ହୋଇଉଠିଛି ଢେଙ୍କାନାଳ ଜିଲା କାମାକ୍ଷାନଗର। ବ୍ଲକର ଆଳତୁମା, ବାଙ୍ଗୁରା, ମାଳପୁରାରେ ଜାକଜମକର ସହ ଏହି ମହୋତ୍ସବ ପାଳନ କରାଯାଉଛି। ୩ଦିନ ଧରି ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପାରମ୍ପରିକ ନୃତ୍ୟ, ସ୍ଥାନୀୟ କଳାକାରଙ୍କ ପ୍ରତିଭା ପ୍ରଦର୍ଶନ, ପିଠା ପ୍ରଦର୍ଶନୀ, ରଙ୍ଗୋଲି, କବାଡ଼ି ପ୍ରତିଯୋଗିତା ପ୍ରମୁଖ ଆକର୍ଷଣ ସାଜିବ। ଏହାକୁ ଶୃଙ୍ଖଳିତ କରିବା ପାଇଁ ରଜ ମହୋତ୍ସବ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
କାମାକ୍ଷାନଗର ବ୍ଲକ ଆଳତୁମା ଗ୍ରାମ ନିକଟ ରାମିଆଳ ନଦୀକୂଳରେ ଆୟୋଜିତ ରଜ ମହୋତ୍ସବ ଚଳିତ ଥର ୧୫ବର୍ଷରେ ପଦାର୍ପଣ କରିଛି। ଜିଲାର ଅନ୍ୟତମ ଆକର୍ଷଣ ସାଜିଥିବା ଏହି କାର୍ଯ୍ୟକ୍ରମକୁ ସ୍ମୃତିମଧୁର କରିବା ପାଇଁ ଆୟୋଜକ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପାରମ୍ପରିକ ଦୋଳି ବନ୍ଧାଯିବା ସହ ତୋଟାରେ ଥିବା ଗଛକୁ ରଙ୍ଗବେରଙ୍ଗ ଚିତ୍ରରେ ଚିତ୍ରିତ କରାଯାଇଛି। ଜନମାନସରୁ ହଜିଯିବାକୁ ବସିଥିବା ପାଟ ଶଗଡ଼ର ପ୍ରତିକୃତି ପ୍ରଦର୍ଶିତ ହେଉଛି। ବୁଧବାର ପହିଲି ରଜଠାରୁ ଆରମ୍ଭ କରି ୩ଦିନ ଯାଏ ସକାଳ ୭ଟାରୁ ରାତି ୧୦ଟା ଯାଏ ବିଭିନ୍ନ କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ଆୟୋଜିତ ହେବ। ଏଥିପୂର୍ବରୁ ଚୟନ ହୋଇଥିବା ଅଞ୍ଚଳର ପ୍ରତିଭାବାନ୍‌ ପ୍ରତିଯୋଗୀ ମଞ୍ଚରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବେ। କଣ୍ଢେଇ ନୃତ୍ୟ, ପଶୁ ନୃତ୍ୟ, ଗୋଟିପୁଅ ନୃତ୍ୟ, ଯୋଡ଼ିଶଙ୍ଖ ପରିବେଷଣ କରାଯିବ। ରଙ୍ଗୋଲି, ଝୋଟିଚିତା, ପିଠା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିସହ ପାରମ୍ପରିକ ଖାଦ୍ୟ, ପାନୀୟ ବ୍ୟବସ୍ଥା ମଧ୍ୟ କରାଯାଇଛି।
ସେହିପରି ବାଙ୍ଗୁରାରେ ୪ର୍ଥ ରଜ ମହୋତ୍ସବ ଲାଗି ପ୍ରସ୍ତୁତି ଶେଷ ହୋଇଛି। ଗ୍ରାମର କେତେଜଣ ଉତ୍ସାହୀ ଯୁବକଙ୍କ ଦ୍ୱାରା ସାଧାରଣ ଭାବେ ଆରମ୍ଭ ହୋଇଥିବା ଏହି ପର୍ବରେ ଏବେ ଗ୍ରାମବାସୀ ସକ୍ରିୟ ଭାବେ ଅଂଶଗ୍ରହଣ କରୁଛନ୍ତି। ଗ୍ରାମ ଆମ୍ବତୋଟାରେ ୭ ପ୍ରକାର ଦୋଳି ବନ୍ଧାଯାଇଛି। ଅଞ୍ଚଳର ପ୍ରତିଷ୍ଠିତ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ଅନୁରୂପ ଭାବେ ଜାତୀୟ ରାଜପଥ ୫୩ ନିକଟବର୍ତ୍ତୀ ବାଇସିଙ୍ଗା ପଞ୍ଚାୟତ ମାଳପୁରାରେ ୨ୟ ରଜ ମହୋତ୍ସବକୁ ନେଇ ବେଶ୍‌ ଉତ୍ସାହ ଦେଖାଦେଇଛି। ଏହି ଉପଲକ୍ଷେ ଗ୍ରାମର ପ୍ରତିଭାବାନ ବ୍ୟକ୍ତି, ଛାତ୍ରୀଛାତ୍ର ଓ କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧିତ କରାଯିବ। ଯୁବତୀଯୁବକ, ଛୋଟ ପିଲାଙ୍କୁ ନେଇ ପ୍ରତିଯୋଗିତା ଆୟୋଜନ କରାଯିବ। ଲୁଚି ଯାଉଥିବା ପାରମ୍ପରିକ ନୃତ୍ୟ ଦାସକାଠିଆ, ଗୋଟିପୁଅ ନୃତ୍ୟ ପରିବେଷଣ କରାଯିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଅଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri