ମୃତଦେହ ମେଳରେ ମହୋତ୍ସବ

ଜାକର୍ତ୍ତା: ମୃତଦେହ ମେଳରେ ପର୍ବ। ଏଥିପାଇଁ କାଠବାକ୍ସରେ ସଂରକ୍ଷିତ କରି ପାହାଡ଼ ଗୁମ୍ଫାରେ ରଖାଯାଇଥାଏ ମରଶରୀର। ପ୍ରତି ୩ବର୍ଷରେ ଥରେ ମୃତକଙ୍କ ପୁଣ୍ୟତିଥିରେ କାଠବାକ୍ସରୁ ମୃତକଙ୍କୁ ବାହାର କରାଯାଏ ଏବଂ ଏହାପରେ ଆରମ୍ଭ ହୋଇଥାଏ ମହୋତ୍ସବ ‘ମାନେନେ’। ସାଧାରଣତଃ ମୃତଦେହକୁ ନେଇ ହିନ୍ଦୁ ସମ୍ପ୍ରଦାୟରେ ଭିନ୍ନ ପ୍ରଥା ପ୍ରଚଳିତ ଥିବାବେଳେ ‘ମାନେନେ’ ଫେଷ୍ଟିଭାଲ ପାଇଁ ଅପେକ୍ଷା କରିରହିଥାନ୍ତି ଇଣ୍ଡୋନେସିଆର ‘ଟୋରାଜନ’ ସମ୍ପ୍ରଦାୟର ଲୋକେ।
‘ମାନେନେ’ ଫେଷ୍ଟିଭାଲ୍‌ ବିଷୟରେ ଜାଣିବାକୁ ହେଲେ ଆମକୁ ଫେରିବାକୁ ପଡ଼ିବ ୧୦୦ବର୍ଷ ତଳକୁ। ଏପରି ବିଚିତ୍ର ମହୋତ୍ସବ ପାଳନ ପଛରେ ‘ବରପ୍ପୁ’ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କଠାରୁ ଅନେକ କଥା ଶୁଣିବାକୁ ମିଳେ। ସେମାନଙ୍କ କହିବା କଥା, ଶହେ ବର୍ଷ ତଳେ ଗ୍ରାମର ଟୋରାଜନ ଜନଜାତିର ‘ପୋଙ୍ଗ୍‌ ରୁମାସେକ୍‌’ ନାମକ ଜଣେ ଶିକାରୀ ଶିକାର କରିବାକୁ ବାହାରିଥିଲେ। ଶିକାର ଖୋଜିଖୋଜି ସେ ଚାଲିଯାଇଥିଲେ ଘଞ୍ଚ ଜଙ୍ଗଲ ଭିତରକୁ। ଶିକାର ତ ମିଳିଲାନି ହେଲେ ‘ପୋଙ୍ଗ୍‌ ରୁମାସେକ୍‌’ଙ୍କ ନଜରରେ ପଡ଼ିଲା ଏକ ଗଳିତ ମୃତଦେହ। ଏହାପରେ ନିଜେ ପିନ୍ଧିଥିବା ପୋଷାକ ବାହାର କରି ସେହି ମୃତଦେହକୁ ପିନ୍ଧାଇ ଦେଲେ ଏବଂ ସେଠାରେ ମୃତଦେହର ଅନ୍ତିମ ସଂସ୍କାର କରିଦେଲେ। ଏହାପରେ ‘ପୋଙ୍ଗ୍‌ ରୁମାସେକ୍‌’ଙ୍କ ଜୀବନ ବଦଳିଗଲା। କଷ୍ଟକର ସମୟ ଶେଷ ହୋଇଯିବା ସହ ଭଲ ଦିନ ଆସିଲା। ଏହାପରେ ସେ ବେଶ୍‌ ହସଖୁସିରେ ପରିବାର ସହ ଦିନ କାଟିଲେ। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ‘ଟୋରାଜନ’ ଜନଜାତିରେ ମୃତକଙ୍କ ସମ୍ମାନ ଏବଂ ପରିବାରର ମଙ୍ଗଳ ଲାଗି ଆରମ୍ଭ ହୋଇଥିଲା ‘ମାନେନେ’। ପୂର୍ବଜଙ୍କ ସ୍ମୃତିକୁ ମନେ ପକାଇ ସେମାନେ ଫେଷ୍ଟିଭାଲ୍‌କୁ ଅତି ଜାକ୍‌ଜମକର ସହ ପାଳିଥାନ୍ତି।
ଏହି ପର୍ବର ଆରମ୍ଭ ଯେକୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଥାଏ। ପରିବାରରେ କାହାରି ମୃତ୍ୟୁ ଘଟିଲେ ତାଙ୍କୁ ତୁରନ୍ତ କବର ଦିଆଯାଏ ନାହିଁ, ବରଂ ମୃତଶରୀରକୁ ନେଇ ଶୋଭାଯାତ୍ରା ବାହାର କରିବା ସହ ସମସ୍ତେ ଉତ୍ସବରେ ସାମିଲ ହୋଇଥାନ୍ତି। ଉତ୍ସବର ଆରମ୍ଭରେ ବଳଦ, ମଇଁଷି ଭଳି ଏକ ଜନ୍ତୁକୁ ଶିକାର କରିବାର ବିଧି ରହିଛି। ଉକ୍ତ ଜନ୍ତୁର ଶିଙ୍ଗରେ ମୃତକଙ୍କ ଘରେ ସଜାଯାଏ। ଯେଉଁ ବ୍ୟକ୍ତିଙ୍କ ଘରେ ଯେତେ ଅଧିକ ଶିଙ୍ଗ ଲାଗିଥାଏ ତାଙ୍କୁ ସେତିକି ବେଶି ସମ୍ମାନ ଦିଆଯାଇଥାଏ। ସପ୍ତାହରୁ ମାସାଧିକ କାଳ ଯାଏ ଚାଲୁଥିବା ଲମ୍ବା ଅବଧିର ଏହି ଯାତ୍ରା ବେଶ୍‌ ବ୍ୟୟବହୁଳ। ତେଣୁ ମୃତଦେହଙ୍କୁ ସଂସ୍କାର ନ କରି ଦୀର୍ଘଦିନ ଯାଏ ରଖାଯାଇଥାଏ। ଏହି ସମୟ ମଧ୍ୟରେ ମୃତକଙ୍କ ପରିଜନ ଖର୍ଚ୍ଚ ହେବାକୁ ଥିବା ଟଙ୍କା ସଂଗ୍ରହ କରିବାକୁ ସମୟ ପାଇଥାନ୍ତି।
‘ଟୋରାଜନ’ ସମ୍ପ୍ରଦାୟରେ ନିଆରା ଢଙ୍ଗରେ ମୃତଦେହକୁ କବର ଦିଆଯାଇଥାଏ। ମାଟି ଖୋଳି ମୃତଦେହ ପୋତିବା ବଦଳରେ ଏକ କାଠବାକ୍ସରେ ଅବରୁଦ୍ଧ କରି ଗୁମ୍ଫାରେ ରଖାଯାଇଥାଏ। ମୃତକଙ୍କ ବୟସ ୧୦ବର୍ଷରୁ କମ୍‌ ହୋଇଥିଲେ ମୃତଦେହକୁ ଗଛ କୋରଡ଼ରେ ରଖିଦିଆଯାଏ। ମୃତଦେହକୁ ଦୀର୍ଘଦିନ ଧରି ସୁରକ୍ଷିତ ରଖିବାକୁ ମରଶରୀରରେ କପଡ଼ାର ପରସ୍ତ ଗୁଡ଼ାଯାଇଥାଏ। ଆଜିକାଲି ‘ମାନେନେ’ରେ ଫ୍ୟାଶନ ପଶିଲାଣି। ଏବେ ମୃତକଙ୍କ ଶରୀରରେ ମୂଲ୍ୟବାନ ଅଳଙ୍କାର, କଳା ଚଷମା, ଘଡ଼ି ପିନ୍ଧାଯାଇ ସଜ୍ଜିତ କରାଯାଉଛି। ତେବେ ଏହା ମୃତକଙ୍କ ପରିଜନଙ୍କ ସାମର୍ଥ୍ୟ ଉପରେ ନିର୍ଭର କରେ। ଏହାପରେ ଏକ କାଠବାକ୍ସରେ ଆବଦ୍ଧ କରି ମୃତଦେହକୁ ଗୁମ୍ଫାରେ ରଖିଦିଆଯାଏ। ପ୍ରତି ତିନିବର୍ଷରେ ଏହାକୁ ବାହାର କରାଯାଇ ପୁନର୍ବାର ନୂଆ କପଡ଼ା ପିନ୍ଧାଯାଏ। ଶବରେ ଗୁଡ଼ା ଯାଇଥିବା ପୁରୁଣା କପଡ଼ାକୁ ବାହାର କରି ପରିଜନମାନେ ପିନ୍ଧିଥାନ୍ତି। ମରଶରୀର କଙ୍କାଳରେ ପରିଣତ ନ ହେବା ଯାଏ ପ୍ରତି ୩ ବର୍ଷରେ ଥରେ ମୃତଦେହ ବାହାର କରାଯାଇଥାଏ। କଙ୍କାଳରେ ପରିଣତ ହୋଇଯାଇଥିବା ମୃତଦେହକୁ ଦାହସଂସ୍କାର କରି ଦିଆଯାଇଥାଏ। ଏପରି କରିବା ଦ୍ୱାରା ମୃତକଙ୍କ ଆତ୍ମାଠାରୁ ଆଶୀର୍ବାଦ ମିଳିଥାଏ ବୋଲି ‘ଟୋରାଜନ’ ଜନଜାତିରେ ପ୍ରଚଳିତ ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଫଳତା ପାଇଁ ଗଞ୍ଜାମ ଏନ୍‌ଏସି ପୁରସ୍କୃତ: ମିଳିଲା ୨ କୋଟି ଟଙ୍କାର ଚେକ୍, ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କଲେ…

ଗଞ୍ଜାମ, ୩୧/୮ (ବିଦ୍ୟାଧର ସାହୁ): ୨୦୨୫-୨୬ ଆର୍ଥିକ ବର୍ଷରେ ରାଜସ୍ୱ ଆଦାୟ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଥା ଉଲ୍ଲେଖନୀୟ ସଫଳତା ପାଇଁ ଗଞ୍ଜାମ ଏନ୍‌ଏସି ପୁରସ୍କୃତ ହୋଇଛି।…

ସରକାରଙ୍କ ବଡ଼ ନିଷ୍ପତ୍ତି: ଲିଟର ପିଛା ୩ ଟଙ୍କା ବଢ଼ିଲା କ୍ଷୀର ଦାମ୍‌

ନୂଆଦିଲ୍ଲୀ,୩୧।୮: ତାମିଲନାଡୁ ସରକାର ରାଜ୍ୟର ଦୁଗ୍ଧ ଚାଷୀଙ୍କୁ ଆଶ୍ୱସ୍ତି ଦେଇ ଆଭିନ ପାଇଁ କ୍ଷୀର କ୍ରୟ ମୂଲ୍ୟ ପୁଣିଥରେ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଦିବ୍ୟାଙ୍ଗ ନାବାଳିକା ଅପହରଣ: ଯୁବକ ଗିରଫ, ବଳାତ୍କାର ମାମଲାରେ…

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଜଣେ ୫ ବର୍ଷୀୟା ଦିବ୍ୟାଙ୍ଗ ନାବାଳିକାଙ୍କୁ ଅପହରଣ ଘଟଣାରେ ଛତ୍ରପୁର ପୋଲିସ ଜଣେ ଯୁବକଙ୍କୁ…

୪୦ ବର୍ଷ ବୟସରେ ମା’ ହେବେ ଏହି ଅଭିନେତ୍ରୀ: ପ୍ରଶଂସକଙ୍କୁ ଦେଲେ ଗୁଡ୍‌ନ୍ୟୁଜ୍‌

ଟିଭି ତଥା ଚଳଚ୍ଚିତ୍ର ଅଭିନେତ୍ରୀ କାଶ୍ମୀରା ଇରାନୀ ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ୪୦ ବର୍ଷ ବୟସରେ ପ୍ରଶଂସକଙ୍କ ଏହି ଖୁସି ଖବର ଶେୟାର କରିଛନ୍ତି କାଶ୍ମୀରା।…

Read more

କଟକ,୩୧।୮(ପ୍ରଭୁକଲ୍ୟାଣ ପାଲ୍): ଉଦ୍ଧାର ହେଲେ ୭ ବର୍ଷୀୟା ନାବାଳିକା । ଗତ ଦୁଇ ଦିନ ପୂର୍ବରୁ କଟକ ଶିଖରପୁର ନିକଟସ୍ଥ ରେଳ ଷ୍ଟେଶନ ନିକଟରୁ ଅପହରଣ ହୋଇଥିଲେ…

ସେପ୍ଟେମ୍ବର ଆରମ୍ଭରୁ ଏହି ୩ ରାଶିଙ୍କ ଉପରେ ବିପଦ! ଶନି-ଶୁକ୍ରଙ୍କ ଷଡ଼ାଷ୍ଟକ ଯୋଗ କରିବ ସର୍ବନାଶ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୨ ସେପ୍ଟେମ୍ବରରେ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ କରିବେ। ଶୁକ୍ର କନ୍ୟା ରାଶିରୁ ବାହାରି ତୁଳା ରାଶିରେ ଗୋଚର କରିବେ। ଅନ୍ୟପଟେ…

ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଥିଲେ ବୈଭବ, ହେଲେ…

ନୂଆଦିଲ୍ଲୀ,୩୧।୮: ଦୁଲୀପ ଟ୍ରଫି ସେମିଫାଇନାଲରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ପୁଣିଥରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ଇଷ୍ଟ ଜୋନ ପକ୍ଷରୁ ସେଣ୍ଟ୍ରାଲ ଜୋନ ବିପକ୍ଷରେ…

ସରକାରୀ ବସ୍‌ରେ ଖୋଲାମେଲାରେ ଯାତାୟାତ କରୁଛନ୍ତି ଯାତ୍ରୀ: ଅଭିଯୋଗ ଆଣିଲେ ଯୁବ ସମାଜସେବୀ

ଦାରିଙ୍ଗବାଡି, ୩୧।୮(ଅରୁଣ ସାହୁ):ଗଞ୍ଜାମର ବ୍ରହ୍ମପୁରରୁ କନ୍ଧମାଳ ଜିଲା ବାଲିଗୁଡାକୁ ଦାରିଙ୍ଗବାଡି ଦେଇ ସରକାରୀ ବସ ଚଳାଚଳ କରୁଛି। ଏହି ଯାତ୍ରୀବାହୀ ବସର ଡୋର ଗ୍ଲାସଟି ଭାଙ୍ଗି ଯାଇଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri