ସାର ଦରବୃଦ୍ଧି ପ୍ରତିବାଦରେ ଧାରଣା

ପାଟଣା,୪ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ସମ୍ମୁଖରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସାରର ଦର ବୃଦ୍ଧି ପ୍ରତିବାଦରେ ଧାରଣା ଦିଆଯାଇଛି। ସାରର ଅହେତୁକ ଦର ବୃଦ୍ଧି ସହ ପାଟଣା ବ୍ଲକ ଅଞ୍ଚଳରେ ସାରର ଅଭାବୀ ବିକ୍ରିକୁ ପ୍ରତିବାଦ କରି ନବ ନିର୍ମାଣ କୃଷକ ସଙ୍ଗଠନର ବ୍ଲକ ସଂଯୋଜକ ରାଜ ବଲ୍ଲଭ ମିଶ୍ରଙ୍କ ନେତୃତ୍ୱରେ ଧାରଣା ଦିଆଯାଇଛି। ଅଭିଯୋଗ ଅନୁଯାୟୀ, ପୂର୍ବରୁ ସାର ସମସ୍ୟା ନେଇ ପାଟଣା ବିଡିଓଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଧାରଣା ଦେଇଛନ୍ତି। ଆଗକୁ ସମସ୍ୟାର ସମସ୍ୟା ସମାଧାନ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବ୍ଲକ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛି ନବ ନିର୍ମାଣ କୃଷକ ସଙ୍ଗଠନ। ଏହି ଆନ୍ଦୋଳନରେ ସଂଗଠନର ପାଟଣାର ରାଜ ବଲ୍ଲଭ ମିଶ୍ର, ପଞ୍ଚାୟତ ସଂଯୋଜକ ଲୋକନାଥ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ। ଘଟଣାସ୍ଥଳରେ ପାଟଣା ବିଡିଓ ଈଶ୍ୱର ଚନ୍ଦ୍ର ନାଏକ, ତହସିଲଦାର ତାପସ ରଞ୍ଜନ ଦେହୁରୀ , ଘଟଗାଁ ଏଡିଓ ମିହିର କୁମାର ସାହୁ ପ୍ରମୁଖ ଆନ୍ଦୋଳନରତ କୃଷକ ନେତାଙ୍କୁ ବୁଝାଶୁଝା କରିଥିଲେ ହେଁ କୌଣସି ସମାଧାନର ବାଟ ବାହାରି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସତ ଲୁଚାଉଛି ସିଏମ୍‌ସି

କଟକ ଅଫିସ, ୧୧।୫: ଜିଲାରେ କରୋନାର ୨ୟ ଲହରରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରି କି ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ...

ଲକ୍‌ଡାଉନ୍‌ରେ ସହାୟତାର ହାତ ବଢ଼ାଉଛି ଡାକ ବିଭାଗ: ଲୋକଙ୍କ ପାଖରେ ପହଞ୍ଚି ସେବା ପ୍ରଦାନ କରୁଛନ୍ତି କର୍ମଚାରୀ, ନିସହାୟଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ

କଟକ ଅଫିସ,୨।୪: କରୋନା ମୁକାବିଲା ପାଇଁ ସାରା ରାଜ୍ୟରେ ଲକ୍‌ଡାଉନ ସ୍ଥିତି ଜାରି ରହିଛି। ଏହି ସମୟରେ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି। ହେଲେ...

ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର କରୋନା ପଜିଟିଭ ଚିହ୍ନଟ

ପୁରୁଷୋତ୍ତମପୁର,୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ଡାକ୍ତର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାଙ୍କର ସ୍ବାବ ପରୀକ୍ଷା ରିପୋର୍ଟ ପଜିଟିଭ ଆସିବା...

ଗଡ଼ିଲା ସୀମିତ ସଂଖ୍ୟକ ଘରୋଇ ବସ୍‌

କଟକ ଅଫିସ,୨୮ା୫- ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ନିଷ୍ପତ୍ତି ଅନୁଯାୟୀ ଗୁରୁବାର ବସ୍‌ ଚଳାଚଳ ଆରମ୍ଭ କରିଛି। ତେବେ ଆବଶ୍ୟକ ସଂଖ୍ୟକ ଯାତ୍ରୀ ନ...

ଜୟପୁରରୁ ଉଡ଼ିବ ବିମାନ

ଜୟପୁର,୨୮ା୭(ନି.ପ୍ର.): ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫-ଟି ସଚିବ ଭି.କେ. ପାଣ୍ଡିଆନ ବୁଧବାର ଏକ ସ୍ବତନ୍ତ୍ର ବିମାନ ଯୋଗେ କୋରାପୁଟ ଜିଲା...

ଏଟିଏମ୍‌ ଭାଙ୍ଗି ଲୁଟିନେଲେ ୩୨ଲକ୍ଷ

ବାଲେଶ୍ୱର ଅଫିସ, ୨୬।୬: ବାଲେଶ୍ୱର ସଦର ଥାନା ହଳଦୀପଦା ଫାଣ୍ଡି ଅଧୀନ ଜାତୀୟ ରାଜପଥ ପଦ୍ମପୁର ହାଟରେ ଥିବା ଏକ ଏସ୍‌ବିଆଇ ଏଟିଏମ୍‌ରୁ ୩ଦୁର୍ବୃତ୍ତ ୩୨ଲକ୍ଷ...

ଜିଲାପାଳଙ୍କ ଅଫିସକୁ ଧସେଇ ପଶିଲେ ମହିଳା

ଭଦ୍ରକ ଅଫିସ, ୮।୬ – ସିଏଲଏଫର ସଭାନେତ୍ରୀ ସମ୍ପାଦିକାଙ୍କୁ ମାସିକ ଭତ୍ତା, ପୋଷାକ ବାବଦରେ ବାର୍ଷିକ ଦୁଇହଜାର ଟଙ୍କା, ପରିଚୟ ପତ୍ର ପ୍ରଦାନ ଆଦି ଦାବି...

ଏସ୍‌ଆଇଟିର ଗିରଫଦାରି ପରେ ଅନେକ ପ୍ରଶ୍ନ

ନୟାଗଡ଼ ଅଫିସ,୨୨।୧୨: ପରୀ ଅପହରଣ ଓ ହତ୍ୟା ଘଟଣାରେ ଏସ୍‌ଆଇଟି ଜଣେ ଛାତ୍ରଙ୍କୁ ଗିରଫ କରିବା ପରେ ସାଧାରଣରେ ନାନା ପ୍ରଶ୍ନ ଉଠିଛି। ସାଢ଼େ ୪...

Advertisement
Archives

Model This Week