ସମାଧାନ ନୁହେଁ ଫର୍ଟିଫାଏଡ ଚାଉଳ

ପୁଷ୍ଟି ସୁରକ୍ଷା ପାଇଁ ଖାଦ୍ୟ ବିବିଧତାର ଭୂମିକା ରହିଛି। ଖାଦ୍ୟରେ ବିବିଧତାର ଅଭାବ ଯୋଗୁ ଶିଶୁମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଅପପୁଷ୍ଟି ଯଥା ବୟସ ଅନୁସାରେ ଓଜନ କମ୍‌, ଉଚ୍ଚତା କମ୍‌, ଉଚ୍ଚତା ଅନୁସାରେ ଓଜନ କମ ଓ ମହିଳାଙ୍କ ମଧ୍ୟରେ ରକ୍ତହୀନତା ତଥା ଆନେମିଆ ପରି ସମସ୍ୟା ଦେଖାଦେଇଥାଏ। ଖାଦ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଦେଶର ପ୍ରତ୍ୟେକ ଦ୍ୱିତୀୟ ମହିଳା ରକ୍ତହୀନତାର ଶିକାର। ପ୍ରତ୍ୟେକ ତୃତୀୟ ଶିଶୁ ଅପପୁଷ୍ଟିର ଶିକାର। ଗ୍ଲୋବାଲ୍‌ ଫୁଡ୍‌ ସିକ୍ୟୁରିଟି ଇଣ୍ଡେକ୍ସ ଅନୁସାରେ ୧୧୩ ଦେଶ ମଧ୍ୟରୁ ଭାରତର ସ୍ଥାନ ୭୧। ଅପପୁଷ୍ଟି, ଖାଦ୍ୟାଭାବ, ସୂକ୍ଷ୍ମ ପୋଷକ ତତ୍ତ୍ୱର ଅଭାବ ଆଦି ସମସ୍ୟାଗୁଡ଼ିକୁ ପଛରେ ପକେଇ ସମ୍ପ୍ରତି ଆମ ଦେଶରେ ରକ୍ତହୀନତା ବା ଆନେମିଆର ଚର୍ଚ୍ଚା ସର୍ବାଗ୍ରେ ରହିଛି। ନୀତି ଆୟୋଗର କର୍ମଶାଳା, ସରକାରୀ ଦସ୍ତାବିଜ, ଏପରିକି ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ମଧ୍ୟ ରକ୍ତହୀନତାର ଚର୍ଚ୍ଚା ଶୁଣାଯାଉଛି। ରକ୍ତହୀନତାର ଚର୍ଚ୍ଚା ହେବା ବେଳେ ସ୍ବାଭାବିକ ଭାବେ ଆଇରନ୍‌ର ଅଭାବ କଥା ହଁି ଆସୁଛି। ଆଇରନ୍‌ ଅଭାବ ଦୂର କରିବା ପାଇଁ ଲୋକକୈନ୍ଦ୍ରିକ ସମାଧାନ କୌଶଳ ନ ଆପଣେଇ କାରଖାନା ଓ ବଜାର କୈନ୍ଦ୍ରିକ ସମାଧାନକୁ ଗୁରୁତ୍ୱ ଦିଆଯାଉଛି। ରକ୍ତହୀନତାର ଚର୍ଚ୍ଚାକୁ ବ୍ୟାପକ କରେଇ ଦେଶରେ ପୋଷକତତ୍ୱଯୁକ୍ତ ଚାଉଳ ବା ଫର୍ଟିଫାଏଡ୍‌ ରାଇସ୍‌କୁ ପ୍ରୋତ୍ସାହିତ କରାଯାଉଛି। ଏହି ଚାଉଳ ଦ୍ୱାରା ଆମ ଖାଦ୍ୟ ବ୍ୟବସ୍ଥା ଓ ସ୍ବାସ୍ଥ୍ୟ ଉପରେ ଦୀର୍ଘକାଳୀନ ପ୍ରଭାବକୁ ଏଡ଼ାଇ ଦେଇହେବ ନାହଁି। କମ୍ପାନୀମାନେ ଫର୍ଟିଫାଏଡ ଚାଉଳ କ୍ଷେତ୍ରରେ କୋଟି କୋଟି ଟଙ୍କାର ମୁନାଫା ଦେଖୁଥିବା ବେଳେ ସରକାର କମ୍ପାନୀକୁ ଖୁସି କରିବାର ଏଜେଣ୍ଡାକୁ ସାମ୍‌ନାରେ ରଖି ଖାଦ୍ୟ କ୍ଷେତ୍ରରେ ସାଧାରଣ ଲୋକଙ୍କ ଅଧିକାରକୁ ସଂକୁଚିତ କରୁଛନ୍ତି। ପୋଷକତତ୍ତ୍ୱଯୁକ୍ତ ଚାଉଳ ଅର୍ଥାତ୍‌ ଫର୍ଟିଫାଏଡ୍‌ ରାଇସ୍‌ ଦୀର୍ଘକାଳୀନ ଭିତ୍ତିରେ ସାଧାରଣ ଜନତା ଓ ଚାଷୀମାନଙ୍କ ପାଇଁ ବିପଦ ଭାବେ ଉଭା ହେବାକୁ ଯାଉଛି।
ରକ୍ତହୀନତା ସମସ୍ୟାକୁ ସମାଧାନ କରିବାକୁ ହେଲେ ପରିବାର ସ୍ତରରେ ଖାଦ୍ୟର ଉପଲବ୍‌ଧତା, ଖାଦ୍ୟରେ ସୂକ୍ଷ୍ମ ପୋଷକତତ୍ତ୍ୱର ଉପସ୍ଥିତି, ଗରିବୀ, ଖାଦ୍ୟରେ ବିବିଧତା, ଲୌହସାରଯୁକ୍ତ ଫସଲ ଚାଷକୁ ପ୍ରୋତ୍ସାହନ, ଚାଷରେ ରାସାୟନିକ ଓ ବିଷର ପ୍ରୟୋଗକୁ କମ୍‌ କରିବା ସହିତ ଅନେକ ମୌଳିକ ସମସ୍ୟାର ସମାଧାନ କରିବା ପାଇଁ ହେବ। କିନ୍ତୁ ସରକାର ଏସବୁ ସମସ୍ୟାକୁ ସମାଧାନ କରିବାର ଦାୟିତ୍ୱ ନ ନେଇ ସିଧା କମ୍ପାନୀଙ୍କୁ ଆମନ୍ତ୍ରଣ କରି ଫର୍ଟିଫାଏଡ୍‌ ଚାଉଳକୁ ଏକମାତ୍ର ସମାଧାନ ବୋଲି ଉପସ୍ଥାପିତ କରୁଛନ୍ତି। ଯଦି ମୌଳିକ ସମସ୍ୟାର କଥା ଆସିବ, ତେବେ ପ୍ରଶ୍ନ ଆସିବ, ଆମ ଦେଶରେ ଏତେ ପରିମାଣରେ ଅପପୁଷ୍ଟି ଏବଂ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତର ସ୍ଥାନ ଏତେ ନିମ୍ନରେ କାହଁିକି? ଲୋକମାନେ ଭୋକରେ ରହୁଛନ୍ତି କାହଁିକି? ଶୁଦ୍ଧ ପାନୀୟ ଜଳର ସମସ୍ୟା ଅଛି କାହଁିକି? ଏସବୁ ପ୍ରଶ୍ନ ନିଶ୍ଚିତ ଭାବେ ସରକାରଙ୍କୁ ଅଡ଼ୁଆରେ ପକାଇବ। ତେଣୁ ସରକାର ଏସବୁ ପ୍ରଶ୍ନକୁ ଏଡ଼ାଇବା ପାଇଁ ସହଜ ସମାଧାନ ଭାବେ ଫର୍ଟିଫାଏଡ୍‌ ଚାଉଳକୁ ସାମ୍‌ନାକୁ ଆଣୁଛନ୍ତିି। ଏହି ଚାଉଳର ନିୟନ୍ତ୍ରଣ ଚାଷୀଙ୍କ ହାତରେ ନ ରହି କମ୍ପାନୀମାନଙ୍କ ହାତରେ ରହିବ। ଏହା ଆମ ଖାଦ୍ୟ ବ୍ୟବସ୍ଥାକୁ ପ୍ରଭାବିତ କରିବ। ଶରୀରରେ ସୂକ୍ଷ୍ମ ପୋଷକତତ୍ତ୍ୱର ଅଭାବ ଦୂର କରିବା ପାଇଁ ଦୀର୍ଘ ଦିନ ହେବ ଖାଦ୍ୟସୁରକ୍ଷା କର୍ମୀମାନେ ପି.ଡି.ଏସ୍‌. ବ୍ୟବସ୍ଥାରେ ଭିନ୍ନ ଭିନ୍ନ ମିଲେଟ୍‌କୁ ଯୁକ୍ତ କରିବା ପାଇଁ ଦାବି କରିଆସୁଛନ୍ତି। କିନ୍ତୁ ସରକାର ଏଥିପ୍ରତି ନଜର ନ ଦେଇ ଫର୍ଟିଫାଏଡ ଚାଉଳ ମାଧ୍ୟମରେ ଏକ ପରନିର୍ଭରଶୀଳ ଓ ଦୂରଦୃଷ୍ଟିବିହୀନ ପଦକ୍ଷେପ ନେଉଛନ୍ତି।
୨୦୨୪ ସୁଦ୍ଧା ସମସ୍ତ ଖାଦ୍ୟ ସୁରକ୍ଷା ଯୋଜନାରେ ଫର୍ଟିଫାଏଡ ଚାଉଳକୁ ପ୍ରଚଳନ କରିବା ପାଇଁ ସରକାର ଯୋଜନା କରୁଛନ୍ତି। ୨୦୨୧ ସ୍ବାଧୀନତା ଦିବସ ଭାଷଣରେ ପ୍ରଧାନମନ୍ତ୍ରୀ ଏହା ଉଲ୍ଲେଖ କରିଛନ୍ତି। ୨୦୧୯ରେ ଫର୍ଟିଫାଏଡ୍‌ ଚାଉଳକୁ ପି.ଡି.ଏସ୍‌. ମାଧ୍ୟମରେ ବଣ୍ଟନ କରିବାର ପାଇଲଟ୍‌ ଆରମ୍ଭ କରାଯାଇଛି। ଆରମ୍ଭ କରାଯାଇଥିବା ପାଇଲଟ୍‌କୁ ଠିକ୍‌ ଭାବେ ବିଶ୍ଳେଷଣ କରା ନ ଯାଇ, ସ୍ବାସ୍ଥ୍ୟ ଉପରେ ଏହା ଦୀର୍ଘକାଳୀନ ପ୍ରଭାବକୁ ବିଚାରକୁ ନିଆ ନ ଯାଇ ବର୍ତ୍ତମାନ ପର୍ଯ୍ୟନ୍ତ ୧୫ଟି ରାଜ୍ୟର ୨୫୭ଟି ଜିଲାରେ ପି.ଡି.ଏସ୍‌. ମାଧ୍ୟମରେ ଫର୍ଟିଫାଏଡ୍‌ ଚାଉଳର ବଣ୍ଟନ କରାଯାଉଛି। ପିଡିଏସ୍‌ ମାଧ୍ୟମରେ ଏହି ଚାଉଳ ବଣ୍ଟନ ସାଧାରଣ ଲୋକଙ୍କର ଖାଦ୍ୟରୁଚି ଓ ପସନ୍ଦର ସ୍ବାଧୀନତାକୁ ବ୍ୟାହତ କରୁଛି। କ୍ଷୁଧା ଓ ଅପପୁଷ୍ଟି ସମସ୍ୟାକୁ ସମାଧାନ ନକରି ଫର୍ଟିଫାଏଡ୍‌ ଚାଉଳ ପରି ବଜାରକେନ୍ଦ୍ରିକ ବ୍ୟବସ୍ଥାକୁ ଆପଣେଇ ସରକାର ଲୋକଙ୍କ ସ୍ବାସ୍ଥ୍ୟ ଓ ଖାଦ୍ୟ ସାର୍ବଭୌମତ୍ୱକୁ ସଂକଟ ଭିତରକୁ ଠେଲି ଦେଉଛନ୍ତି। ଉକ୍ତ ଚାଉଳର କୁପ୍ରଭାବର ରିପୋର୍ଟ ଦେଶର ଭିନ୍ନ ଭିନ୍ନ କୋଣରୁ ଆସିବାକୁ ଆରମ୍ଭ କଲାଣି। ଏହାକୁ ଖାଇ ଲୋକମାନେ ଅସୁସ୍ଥ ହେଉଛନ୍ତି। ଏହି ଚାଉଳର ସ୍ବାଦ, ବାସ୍‌ନା ଓ ରୋଷେଇ ସମୟରେ ସମସ୍ୟା ଆଦି ବିଷୟରେ ଲୋକମାନେ ଅଭିଯୋଗ କରୁଥିବାର ଦେଖିବାକୁ ମିଳୁଛି। ଫର୍ଟିଫାଏଡ୍‌ ଚାଉଳକୁ ରୋଷେଇ କରି ଅଧିକ ସମୟ ରଖିହେଉ ନାହଁ। ଏହା ଶୀଘ୍ର ଖରାପ ହୋଇଯାଉଛି। ଏଥିସହିତ ଏହି ଚାଉଳ ବଣ୍ଟନ କରାଯାଉଥିବାର ସୂଚନା ମଧ୍ୟ ହିତାଧିକାରୀଙ୍କୁ ଦିଆଯାଉନାହଁି। ଖାଦ୍ୟ ଏକାନ୍ତ ବ୍ୟକ୍ତିଗତ ଓ ରୁଚିର ବିଷୟ। ଲୋକଙ୍କୁ ଯାହା ଖାଇବାକୁ ଦିଆଯାଉଛି, ତାହା ଜାଣିବା ସେମାନଙ୍କର ଅଧିକାର। କିନ୍ତୁ ଫର୍ଟିଫାଏଡ୍‌ ଖାଉଥିବା ଅନେକ ଲୋକ ଜାଣନ୍ତିି ନାହଁି ଯେ, ସେମାନେ କ’ଣ ଖାଉଛନ୍ତି।
ଖାଦ୍ୟ ଅଧିକାର ଅଭିଯାନ ଓ ଆଶା-କିଷାନ ସ୍ବରାଜ ଦ୍ୱାରା ଝାଡ଼ଖଣ୍ଡରେ ଫର୍ଟିଫାଏଡ୍‌ ଚାଉଳର ବଣ୍ଟନକୁ ନେଇ କରାଯାଇଥିବା ଅଧ୍ୟୟନରୁ ସରକାରଙ୍କ ଏକାଧିକ ଦାୟିତ୍ୱହୀନତା ସାମ୍‌ନାକୁ ଆସିଛି। କାରଖାନାରେ ତିଆରି କରାଯାଉଥିବା ଏପରି ଚାଉଳକୁ ବଣ୍ଟନ କରିବା ପୂର୍ବରୁ ଲୋକଙ୍କ ମତାମତ ନିଆଯାଇନାହଁି। ବଣ୍ଟନ ପୂର୍ବରୁ ଏ ବିଷୟରେ ଲୋକଙ୍କୁ ସଚେତନ ମଧ୍ୟ କରାଯାଇନାହଁି। ଦେଖିବାକୁ ମିଳିଥିଲା ଯେ, ଝାଡ଼ଖଣ୍ଡର ଖୁଣ୍ଟି ଜିଲାରେ ଲୋକମାନେ ଫର୍ଟିଫାଏଡ୍‌ ଚାଉଳ ଖାଇ ଅସୁସ୍ଥ ହୋଇଯାଇଥିଲେ। ବ୍ୟାପକ ସ୍ତରରେ ବଣ୍ଟନ ସମୟରେ ଏଫ୍‌ଏସ୍‌ଏସ୍‌ଏଆଇର ନିୟମକୁ ପାଳନ କରିବା କଷ୍ଟକର। ଏଫ୍‌ଏସ୍‌ଏସ୍‌ଏଆଇର ନିୟମ ଅନୁସାରେ ସିକଲ୍‌ ସେଲ୍‌ ଆନେମିଆ ପୀଡ଼ିତ ଲୋକମାନେ ଫର୍ଟିଫାଏଡ୍‌ ଚାଉଳ ଖାଇବା ଉଚିତ ନୁହେଁ ଓ ଥାଲାସେମିଆ ରୋଗୀମାନେ ଡାକ୍ତରଙ୍କ ନିରୀକ୍ଷଣରେ ରହି ଏହା ଖାଇବା ଉଚିତ। ଦେଖାଯାଇଛି ଯେ, ଖୁଣ୍ଟି ଜିଲାର ଗାଁଗୁଡ଼ିକରେ ଫର୍ଟିଫାଏଡ୍‌ ଚାଉଳ ବଣ୍ଟନ ସମୟରେ ଏସବୁକୁ ଦୃଷ୍ଟିରେ ରଖାଯାଇନାହଁି। ପ୍ରଶ୍ନ ଉଠୁଛି, ଏହି ଚାଉଳ କ୍ଷେତ୍ରରେ ଗରିବ ଲୋକଙ୍କୁ ପରୀକ୍ଷାଗାରର ମୂଷା ଭଳି ବ୍ୟବହାର କରାଯାଉନାହଁି ତ? ରକ୍ତହୀନତା ଦୂର କରିବା ପାଇଁ ଫର୍ଟିଫାଏଡ୍‌ ଚାଉଳ ବଦଳରେ ଆଉ କୌଣସି ସର୍ବସାଧାରଣ ସ୍ବୀକୃତ ଉପାୟ ଅବଲମ୍ବନ କରିବା ଅଧିକ ଶ୍ରେୟସ୍କର ନୁହେଁ କି? ଉକ୍ତ ଚାଉଳ ବଣ୍ଟନର ପାଇଲଟ୍‌ ସ୍କିମ୍‌ର ମୂଲ୍ୟାଙ୍କନ ଏଯାଏ ବି ସର୍ବସାଧାରଣରେ ପ୍ରକାଶ କରାଯାଇନାହଁି।
ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ-୫ର ରିପୋର୍ଟ ଅନୁସାରେ ୨୦୧୯-୨୦ରେ ୬ ମାସରୁ ୨୩ ମାସର ଶିଶୁମାନଙ୍କ ମଧ୍ୟରୁ ୮୯.୯% ଶିଶୁ ଉପଯୁକ୍ତ ଆହାର ପାଉନାହାନ୍ତି। ଖାଦ୍ୟ ଅଧିକାର ଅଭିଯାନ ଦ୍ୱାରା କରାଯାଇଥିବା ଦ୍ୱିତୀୟ କ୍ଷୁଧା ନିରୀକ୍ଷଣ ସର୍ଭେରେ ସମଗ୍ର ଦେଶରେ ଥିବା ଭୟଙ୍କର ଖାଦ୍ୟ ଅସୁରକ୍ଷା ସାମ୍‌ନାକୁ ଆସୁଛି। ପୁଷ୍ଟିକର ଖାଦ୍ୟ, ଅଣ୍ଡା, ମାଂସ ଜାତୀୟ ଖାଦ୍ୟ, ଫଳ, କ୍ଷୀର, ଶାଗ ଆଦିର ସେବନ ଲୋକମାନଙ୍କ କ୍ଷେତ୍ରରେ ବହୁତ କମ୍‌ ରହିଛି। ସରକାର ଯଦି ଏସବୁ ଉପରେ ଦୃଷ୍ଟି ଦିଅନ୍ତେ ତେବେ ଅପପୁଷ୍ଟି ପରି ସମସ୍ୟା ଅଧିକ ଫଳପ୍ରଦ ଭାବେ ସମାଧାନ ହୋଇପାରନ୍ତା। ଫର୍ଟିଫାଏଡ୍‌ ଚାଉଳ ହୁଏତ ତୁରନ୍ତ ରକ୍ତହୀନତାକୁ କମେଇ ଦେଇପାରେ। କିନ୍ତୁ ଦୀର୍ଘକାଳୀନ ଭିତ୍ତିରେ ଏହା ଲୋକଙ୍କ ଖାଦ୍ୟରୁଚିର ଅଧିକାର, ପସନ୍ଦକୁ ବ୍ୟାହତ କରିବା ସହିତ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ବଢ଼େଇବ।

  • ବିଚିତ୍ର ବିଶ୍ୱାଳ
    ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
    ମୋ-୯୪୩୮୪୬୮୪୭୪

Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?