ଝାଡାବାନ୍ତି ହେଉଥିଲେ…କେମିତି ନେବେ ଯତ୍ନ

ସାଧାରଣତଃ ବର୍ଷାଦିନେ ଥଣ୍ଡା, କାଶ, ଜ୍ୱର, ମ୍ୟାଲେରିଆ, ଡେଙ୍ଗୁ ଆଦି ସ୍ବାସ୍ଥ୍ୟ ସମସ୍ୟା ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ। ଏହି ଋତୁରେ ଅନ୍ୟ ଏକ ସମସ୍ୟା ହେଉଛି ଝାଡ଼ାବାନ୍ତି। ଦୂଷିତ ପାଣି ଏହାର ମୁଖ୍ୟ କାରଣ। ତେଣୁ ବର୍ଷା ଦିନେ ପାଣିକୁ ଭଲ ଭାବରେ ଫୁଟାଇ ତାହାକୁ ଥଣ୍ଡା କରି ପିଇବା ଦରକାର। ସାଧାରଣତଃ ବର୍ଷାଦିନେ, ଅସାବଧାନତାବଶତଃ ଦୂଷିତ ଜଳ, ମାଛି ବସିଥିବା ଖାଦ୍ୟ, ବାସିଖାଦ୍ୟ ଆଦି ଖାଇବା ଯୋଗୁଁ ଝାଡ଼ାବାନ୍ତି ହୋଇଥାଏ। ଏହାଦ୍ୱାରା ଆକ୍ରାନ୍ତ ହେଲେ ଏକାଧିକ ଥର ଝାଡ଼ା ଏବଂ ବାନ୍ତି ହେବାର ଅଧିକ ଆଶଙ୍କା ରହିଥାଏ। ଏହାକୁ ପ୍ରତିରୋଧ ଏବଂ ପତଳା ଝାଡ଼ାରେ ଶରୀରରୁ ଚାଲିଯାଇଥିବା ଜଳୀୟ ଅଂଶକୁ ଭରଣା କରିବା ନିହାତି ଦରକାର। ତେଣୁ ଏହି ସମୟରେ
ଆବଶ୍ୟକ ମୁତାବକ ଚିନି, ଲୁଣ ଲେମ୍ବୁକୁ ଉଷୁମ ପାଣିରେ ମିଶାଇ ପିଅନ୍ତୁ। ଏହାଦ୍ୱାରା ଶରୀରର ଜଳୀୟ ଅଂଶ ସନ୍ତୁଳିତ ରହିଥାଏ। ଏଥିପାଇଁ ଓଆରଏସ୍‌ ପାଉଡର ପରିଷ୍କାର ଜଳରେ ମିଶାଇ ବାରମ୍ବାର ପିଇବା ଉଚିତ। ଡାଳିମ୍ବ ଗଛର ଅଗପତ୍ର, ପିଜୁଳି ଗଛର ଅଗପତ୍ରର ରସ ଦୁଇରୁ ତିନି ଚାମଚ, ସ୍ବଚ୍ଛ ଥଣ୍ଡା ଜଳରେ ମିଶାଇ ଦିନରେ ୨-୩ ଥର ସେବନ କଲେ ତରଳ ଝାଡ଼ାକୁ ପ୍ରଶମିତ କରିଥାଏ। ଏହି ସମୟରେ ସଂକ୍ରମିତ ରୋଗୀଠାରୁ ଅନ୍ୟ ସୁସ୍ଥ ବ୍ୟକ୍ତି ଦୂରତା ରକ୍ଷା କରିବା ଦରକାର। ଉକ୍ତ ଋତୁରେ ସଦ୍ୟ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ। ତା’ ସହ ଖାଦ୍ୟକୁ ଭଲଭାବେ ଘୋଡ଼ାଇ ରଖି ଖାଇବା ଉଚିତ। ପରିସ୍ଥିତି ଯଦି ଜଟିଳ ହୁଏ, ତେବେ ବିଳମ୍ବ ନ କରି ନିକଟସ୍ଥ ହସ୍‌ପିଟାଲକୁ ରୋଗୀକୁ ନେଇ ଚିକିତ୍ସା କରାଇବାକୁ ଭୁଲନ୍ତୁ ନାହିଁ। ଏହା ବ୍ୟତୀତ ବର୍ଷାଋତୁରେ ମ୍ୟାଲେରିଆ, ଡେଙ୍ଗୁ ଓ ଝାଡ଼ାବାନ୍ତି ଲକ୍ଷଣ ପ୍ରକାଶ ପାଇବାମାତ୍ରେ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ରୋଗୀକୁ ନେଇ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରିବା ଉଚିତ। ଏଭଳି ସ୍ବାସ୍ଥ୍ୟ ସମସ୍ୟାର କାରଣ ଏବଂ ପ୍ରତିକାର ବିଷୟରେ ଜନସାଧାରଣ ସତର୍କ ରହିବା ନିହାତି ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଦାବିପତ୍ର ଦେବାକୁ ୨୫ କି.ମି. ପଦଯାତ୍ରା କଲେ ଚାଷୀ

ଗୋଲାମୁଣ୍ଡା,୮ା୮ (ବଟକୃଷ୍ଣ ପଣ୍ଡା): ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି…

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

ଫୁଟବଲ ପ୍ରତିଯୋଗିତା: ସୋନପୁରକୁ ହରାଇ ଫାଇନାଲରେ ଜିଏମ୍‌ୟୁ ସମ୍ବଲପୁର

ଅତାବିରା, ୮ା୮(ଯୁଧିଷ୍ଠିର ମହାପାତ୍ର): ଅତାବିରା ବାଳକ ହାଇସ୍କୁଲ ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି l ଅତାବିରା ଫୁଟବଲ ଟିମ୍‌ ପକ୍ଷରୁ ଆୟୋଜିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri