ଭାବ ସଂସାରର ଖିଅ

ହି ଚାରିପାଖର ସଂସାରକୁ ଝାଳନାଳ ହୋଇ ଭବ ସଂସାର ବୋଲିବାରେ କୋଶ କୋଶକୁ ଦୁନ୍ଦୁଭି ବାଜୁଥାଏ। ତାହାରି ଭିତରେ ମଣିଷ ଆତଯାତ ହୋଇ ଧର୍ମ, ଅର୍ଥ, କାମ, ମୋକ୍ଷର ସବୁତକ ହୁନ୍ଦର ଭିଆଣ କରିପାରୁଥାଏ। ମାତ୍ର ଖୁଦ ମଳୁଖର ଭବ ସଂସାର ଆଉ ଏକ ଦିଗକୁ ଖୁବ୍‌ ନିଘା କରି ରହିଥାଏ। ଯଦି ସଂସାର ଭବ ସଂସାର ହେଲା, ତେବେ କିଆଁ ଏଠାରେ ମାଳ ମାଳ ଧ୍ୱଜା କ’ଣ ଏହି ଦି’ଦିନିଆ ଭବ ସଂସାରର? କାଳକୁ କଜ୍ଜଳ କରି ଭବ ସଂସାରକୁ ଦେଖିବା ଏବଂ ପରତେଯିବା ବଡ଼ ମିହନତୀର କଥା; ଅଙ୍ଗେନିଭା ଆଉଜି ହେବାର ଗୋଟେ ସମ୍ପୃକ୍ତି। ଭବ ସଂସାରକୁ ତୁଚ୍ଛ ଜ୍ଞାନରେ ମଣିଷର କାହାଣ କାହାଣ ଇତିହାସ ଆଉ କିଛିର ହରେଇବାକୁ ସଙ୍ଗରେ ନେଇଥା’ନ୍ତି ସିନା ମାତ୍ର ସାଙ୍ଗଟିଏ ହୋଇପାରନ୍ତି ନାହିଁ। ଏତେ ଏତେ ସୁଖ ଦୁଃଖର ଖେଳପଡ଼ିଆ ଭିତରେ ଭବ ସଂସାରରେ ସାଙ୍ଗ ହେବାର ସୌଭାଗ୍ୟ ଖୁବ୍‌ ଅଲଗା କଥାଟିଏ, ଅଲଗା ବାସନାଟିଏ, ଅଲଗା ସୌରଭର ଉଜ୍ଜ୍ୱଳ ଦିଗ୍‌ବଳୟ; ଯାହାକୁ ଛୁଇଁପାରିଲେ ହସିହୁଏ, ଧର୍ମ, ଦେଶ, ବୟସ, ତୁଳନାର କାଉଁରିକାଠି ନିଜର ଶକ୍ତି ହରାଇଦିଏ। ନିଜକୁ ଭବ ସଂସାର ଭିତରେ ସାଙ୍ଗଟିଏ ଭଳି ଅନୁରାଗ ଆସେ। ଭବ ସଂସାରରୁ ଖିଅ ଖଣ୍ଡେ ଭାବ ସଂସାର ଭିତରକୁ ଭାସି ଆସେ, ଲକ୍ଷ୍ୟରେ ହେଉ ଅବା ଅଲକ୍ଷ୍ୟରେ। ସେଆଡ଼କୁ ଆଉ ତର ନ ଥାଏ କି ତର ସହେ ନାହିଁ। ଭବ ସଂସାରର ଇଶାଣ ଭାବ ସଂସାରକୁ ନିଜର ସବୁଯାକ ବିଶ୍ୱାସ ଓ ପ୍ରଶ୍ୱାସ ଅଜାଡ଼ିଦିଏ। ଏଇଠି ମନେପଡ଼ନ୍ତି ପ୍ରିୟ ଚିତ୍ତଭାଇ (ପ୍ରଫେସର ଚିତ୍ତରଞ୍ଜନ ଦାସ)। ଅକ୍ଟୋବରରେ ଜନ୍ମିତ ଏହି ପ୍ରଜ୍ଞା ପୁରୁଷଙ୍କ ଜୀବନ ଓ ଦର୍ଶନକୁ ଦେଖିଲେ ମଣିଷ କେତେ ବାସ୍ତବବାଦୀ ହୋଇପାରେ ତାହାର ପ୍ରମାଣ ମିଳେ।
୧୯୨୩ରେ ଚିତ୍ତରଞ୍ଜନଙ୍କ ଜନ୍ମ ବେଳକୁ ଦେଶର ପାଣିପାଗ ସେତେବେଳେ ସ୍ବାଧୀନତା ଆନ୍ଦୋଳନ ଲାଗି ନିଜକୁ ପ୍ରସ୍ତୁତ କରି ଆଣୁଥିଲା ଏବଂ ଏହି ପାଣିପାଗରେ ଚିତ୍ତରଂଜନଙ୍କ ଜୀବନ-ବେଦି ଧୀରେ ଧୀରେ ରୂପ ନେଉଥିଲା। ତା’ଙ୍କ ସହ ବନ୍ଧୁ ବାନ୍ଧିବା ଯେତିକି ସହଜ, ସେତିକି ଥିଲା ସ୍ବଚ୍ଛଳ ଓ ସ୍ବଚ୍ଛନ୍ଦ। ବୟସ, ଯୋଗ୍ୟତା, ରୁଚି ଅରୁଚି, ଧର୍ମ, ବିଶ୍ୱାସ-ଅବିଶ୍ୱାସ, ଦେଶ-ବିଦେଶ, ଭାଷା-ପ୍ରଦେଶ ଏ ସବୁର ଅର୍ଥ ଓ ମାର୍ଗ ଚିତ୍ତଭାଇଙ୍କ ନିକଟରେ ଥିଲା ଆଉ ଏକ ଉପବୀତର କାହାଣୀ। ଠିକ୍‌ ଯେପରି ‘ଭିନ୍ନ ଜଣେ ବିବେକାନନ୍ଦ’ର ଚିତ୍ର ଓ ସଂଳାପ ପରି। ସାଙ୍ଗ ହୋଇ ବସିଲେ, ସାଙ୍ଗର ସବୁତକ ବିଭବ କିପରି ଅକୁଣ୍ଠ-ଚିତ୍ତରେ ଜଳ ଜଳ ହୋଇ ଦିଶିଯାଆନ୍ତି, ପ୍ରିୟ ଚିତ୍ତଭାଇଙ୍କ ସ୍ବାଧୀନଚେତା ମୀମାଂସା ତାହାର ଅଭୁଲା ସ୍ବାକ୍ଷର ବହନ କରିଛି। ଓଡ଼ିଆ ସାହିତ୍ୟର ଦଉଡ଼ି ବା ପଘା ପ୍ରିୟ ଚିତ୍ତଭାଇଙ୍କୁ ଗଣ୍ଠି ପକାଇ ରଖିପାରିନାହିଁ। ଯିଏ ଗଣ୍ଠିକୁ ହୁଗୁଳା କରି ଆଣୁଥିଲେ, ଆଉ ପାକଳପଣକୁ ଅଚିରେ ପରଖି ପାରୁଥିଲେ ଭବିଷ୍ୟ-ସଂସାର ଭାବମୟ ପୃଥିବୀର କଥା ମନେପଡ଼ିଲେ ଅଭୁଲା ଲାଗନ୍ତି ଚିତ୍ତଭାଇ। ସୁଦୂର ଫିନ୍‌ଲାଣ୍ଡ ହେଉ ଅବା ଗଞ୍ଜାମମାଳର ଖୋଲା ଆକାଶତଳର ମଣିଷ ହେଉ ଅବା ଇସ୍ରାଏଲ ହେଉ, ସବୁ ମଣିଷର ହେତୁକୁ ଛୁଇଁପାରୁଥିବା ଏହି ଓଡ଼ିଶାର ଯେ ମାଟିପୁତ୍ର ଥିଲେ, ସେକଥାକୁ ଜିଗର କରିହୁଏ ନାହିଁ, ମାତ୍ର ନମ୍ର ଭାବରେ ସ୍ବୀକାର କରିହୁଏ। ଓଡ଼ିଶାର ମୌଳିକ ଭାଷା-ଭଣ୍ଡାରର ଧୁରୀଣ ବିନ୍ଧାଣି ଥିଲେ ଚିତ୍ତରଞ୍ଜନ। ସେ ସବୁର ପ୍ରୟୋଗ ଏତେ ମର୍ମ-ଭେଦୀ ହେଉଥିଲା ଯେ ଆରାମ-ଆଲୋଚନା, ଆରାମ-ଖିଆଲକୁ ତାହା ଅଣନିଃଶ୍ୱାସୀ କରି ଦେଉଥିଲା। ମାତ୍ର ସାଙ୍ଗ କିଏ ଛାଡ଼ି ହୋଇ ଯାଉଥିଲେ ସିନା, ସିଏ କିନ୍ତୁ ସାଙ୍ଗପଣରେ ଭିଡ଼ି ଧରୁଥିଲେ। ତାଙ୍କର ସାଙ୍ଗପଣ ଥିଲା ଅକ୍ଳାନ୍ତ ଏବଂ ଅତନ୍ଦ୍ର। ଭବ-ସଂସାରର ବିରାଦରୀକୁ ସେଥିପାଇଁ ସେ ଖାତିର ନ କରି ଭାବ-ସଂସାରର ସଖ୍ୟରେ ବାନ୍ଧି ହୋଇଥିଲେ। ଉଖୁରେଇ ଉଖୁରେଇ ନିଦ ଭାଙ୍ଗି ପାଉଁଶ ତଳର ଦୁକୁଦୁକୁ ଝୁଲକୁ ଜଳାଇ ଦେଉଥିଲେ କୁହୁଳାରେ। ବନ୍ଧୁପଣର ହସ ଓ ଆଭିଜାତ୍ୟରେ ଭାବ ସଂସାରର ସେ ଥିଲେ ନିକଟତର ଏକ ଅକାଟ୍ୟ ପ୍ରମାଣ। ଘୋ’ ଘୋ’ ଭିତରେ ସେଥିଲାଗି ସେ ମିଳୁ ନ ଥିଲେ। ଗହଳିଆ ଗଛ ତଳର ପୋଖରୀ ହୁଡ଼ା ଉପରେ ଚିତ୍ତରଞ୍ଜନ ଦେଖୁଥିଲେ ଭାବସଂସାରର ଡୋର ସୁହୃଦ୍‌କୁ-ଭବିଷ୍ୟର ଫଳନ୍ତି ଗଛକୁ, ଚଳନ୍ତି ସମାଜର ହାତପାହାନ୍ତା ଭିନ୍ନ ମେଳକୁ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପରେ ଗଭୀର ଅଧ୍ୟୟନରେ ମନୋନିବେଶ କରି ତତ୍କାଳୀନ ବ୍ୟକ୍ତି-ଜୀବନ, ସାମୁଦାୟିକ ବିକାଶମୁଖୀ ଜୀବନ ଏବଂ ରାଷ୍ଟ୍ର ଭୂମିକାକୁ ବିଶ୍ଳେଷଣ କରି ମଣିଷ-ସମାଜର ବାଦ-ବିବାଦ-ସମ୍ବାଦ (ଥେସିସ୍‌-ଆଣ୍ଟିଥେସିସ୍‌ ଓ ସିନ୍‌ଥେସିସ୍‌)ର ହେତୁ ନିର୍ଣ୍ଣୟରେ ସେ ସଫଳ ହୋଇଥିଲେ। ସକଳ ହିଁ ସକାଳ। ତାହା ବ୍ୟକ୍ତି ଜୀବନ ହୋଇ ଅବା ସମୁଦାୟ। ସେଥିଲାଗି ସକାଳ ଥିଲା ତାଙ୍କ ଅନ୍ବେଷା ଓ ଉତ୍ତୁଙ୍ଗ ବ୍ୟକ୍ତିତ୍ୱର ନିଅଁ। ସକାଳର ଜାତି ନ ଥାଏ, ସକାଳ ଏକ ଅର୍ଘ୍ୟ ଭବିଷ୍ୟ-ସଂସାର ଓ ଭାବ ସଂସାରର। ପ୍ରିୟ ଚିତ୍ତଭାଇ ଥିଲେ ସକାଳର ସ୍ଫୁରଣ ଏବଂ ଆଲୋଡ଼ନ ସକଳଙ୍କ ଲାଗି।

ଡ. ଚନ୍ଦନ କୁମାର ସିଂହ
ବିଷମକଟକ, ରାୟଗଡ଼ା
ମୋ: ୮୨୪୯୬୫୭୭୭୮

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?