ଫି’ ଛାଡ଼ ମାମଲା: ଘରୋଇ ସ୍କୁଲ ଉପରେ କର୍ତ୍ତୃତ୍ୱ ନାହିଁ

ଘରୋଇ ସ୍କୁଲ ଫି’ ସମସ୍ୟା ଦୂର କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୧୮ରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। ସେହି କମିଟିରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଅଧ୍ୟକ୍ଷ ଥିବାବେଳେ ଆଇନ ବିଭାଗ ଓ ଅର୍ଥ ବିଭାଗ ଅଧିକାରୀ, ଘରୋଇ ସ୍କୁଲରୁ ୩ ଜଣ, ଅଭିଭାବକ ସଂଘରୁ ୩ ଜଣ, ବ୍ରହ୍ମପୁର ଓ ସମ୍ବଲପୁର ଅଞ୍ଚଳରୁ ଜଣେ ଲେଖାଏ ପ୍ରତିନିଧି ରହିଛନ୍ତି। ମାରାଥନ ବୈଠକ ପରେ ୨୦୧୮ ଅକ୍ଟୋବରରେ କମିଟି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲା। ହେଲେ ଏ ପର୍ଯ୍ୟନ୍ତ ଘରୋଇ ସ୍କୁଲଗୁଡ଼ିକ ପାଇଁ ନାମଲେଖା, ବାର୍ଷିକ ସ୍କୁଲ ଫି ଏବଂ ଛାତ୍ରୀଛାତ୍ରମାନଙ୍କ ସୁରକ୍ଷା ନେଇ ଚୂଡାନ୍ତ ଗାଇଡଲାଇନ ପ୍ରସ୍ତୁତ ହୋଇପାରିଲା ନାହିଁ। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଭୁବନେଶ୍ୱର,(ବ୍ୟୁରୋ)/ କଟକ ଅଫିସ୍‌, ୩।୧୨:ଘରୋଇ ସ୍କୁଲଗୁଡିକ କେତେମାତ୍ରାରେ ଫି’ ଆଦାୟ କରିପାରିବେ, ତାହା ନିର୍ଦ୍ଧାରଣ କରିବା ଭଳି ଆଇନ ରାଜ୍ୟରେ ନାହିଁ। ଏହା ଉପରେ ମଧ୍ୟ ସରକାରଙ୍କର କୌଣସି କର୍ତ୍ତୃତ୍ୱ ନାହିଁ। ବୁଧବାର ସତ୍ୟପାଠ ଜରିଆରେ ହାଇକୋର୍ଟରେ ଏଭଳି ତଥ୍ୟ ରଖିଛନ୍ତି ରାଜ୍ୟ ସରକାର। ଫି’ ଛାଡ଼ ନେଇ ଷ୍ଟେକ ହୋଲ୍‌ଡରଙ୍କ ଦ୍ୱାରା ହୋଇଥିବା ଏମ୍‌ଓୟୁରେ ୫ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ଉଲ୍ଲେଖ ରହିଛି, ଯାହା ଅଦାଲତ ଚାହିଁଲେ ବିଚାରକୁ ନେଇପାରିବେ। ଏଥିସହ ସରକାର କହିଛନ୍ତି, ରାଜ୍ୟରେ ଅନେକ ସରକାରୀ ବିଦ୍ୟାଳୟ ରହିଛି। ଅଭିଭାବକମାନେ କାହିଁକି ଘରୋଇ ସ୍କୁଲରେ ପିଲାଙ୍କ ନାମ ଲେଖାଉଛନ୍ତି। ମୁଖ୍ୟ ବିଚାରପତି ମହମ୍ମଦ ରଫିକ ଏବଂ ବିଚାରପତି ବିଶ୍ୱନାଥ ରଥଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଶୁଣାଣିବେଳେ ଅନ୍ୟ ରାଜ୍ୟ ଭଳି ଏଠାରେ ଘରୋଇ ସ୍କୁଲ ଆଇନ ଅଛି କି ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ତେବେ ଏପରି ଆଇନ କିମ୍ବା ବ୍ୟବସ୍ଥା ନ ଥିବା ସରକାରଙ୍କ ତରଫରୁ ଆଡ୍‌ଭୋକେଟ ଜେନେରାଲ ସ୍ପଷ୍ଟ କରିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆଗାମୀ ୭ ତାରିଖକୁ ଧାର୍ଯ୍ୟ ହୋଇଛି ବୋଲି ଆବେଦନକାରୀଙ୍କ ଓକିଲ ବିଭୂତି ଭୂଷଣ ଚୌଧୁରୀ କହିଛନ୍ତି। ଫି’ ଛାଡ଼ ମାମଲାରେ ରାଜ୍ୟ ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ଗତ ୨୩ ତାରିଖ ଶୁଣାଣିବେଳେ ନିର୍ଦ୍ଦେଶ ଦେଇଥିଲେ। ଏହି କ୍ରମରେ ସରକାରଙ୍କ ପକ୍ଷରୁ ବୁଧବାର କୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା। ପୂର୍ବରୁ ଫି’ ଛାଡ଼ ବା ହ୍ରାସ ନେଇ କୋର୍ଟ ନିଜ ଆଡ଼ୁ ନିଷ୍ପତ୍ତି ନିଅନ୍ତୁ ବୋଲି ସରକାର ଯୁକ୍ତି ବାଢ଼ିଥିଲେ।
ସରକାରଙ୍କ ଏହି ସତ୍ୟପାଠକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି, ଘରୋଇ ସ୍କୁଲ୍‌କୁ ନିୟନ୍ତ୍ରଣାଧୀନ କରିବା ପାଇଁ ଏକ ରିଜୋଲ୍ୟୁଶନ ହୋଇଥିଲା। ରାଜ୍ୟ ସରକାର ତାହାକୁ ଲାଗୁ ନ କରି ଜାଣିଶୁଣି ହାଇକୋର୍ଟକୁ ମିଛ କହିଛନ୍ତି। ବିନା ନିୟନ୍ତ୍ରଣରେ ରାଜ୍ୟରେ କିଭଳି ଘରୋଇ ସ୍କୁଲ ଚାଲିଛି ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଶିକ୍ଷା ଅଧିକାର ଆଇନ ଅନୁସାରେ ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାର ଅନୁବନ୍ଧିତ ପ୍ରମାଣପତ୍ର (ସିଓଆର୍‌) ଦେଉଛନ୍ତି। ଏଥିପାଇଁ ଜିଲା ଶିକ୍ଷାଧିକାରୀଙ୍କୁ ସ୍କୁଲର ଭିତ୍ତିଭୂମି ତଦାରଖ ପାଇଁ ପଠାଯାଉଛି। ଯଦି ଏତେ ସବୁ କରାଯାଉଛି, ତେବେ ସ୍କୁଲ ଫି’ ବାବଦରେ କାହିଁକି ସରକାର ଆଇନ କରିନାହାନ୍ତି ତାହା ଏବେ ସନ୍ଦେହ ଘେରକୁ ଆସୁଛି। ରାଜ୍ୟ ସରକାର ଓ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏକ ର଼୍ୟାକେଟ୍‌ ଚାଲିଥିବା ଅଭିଭାବକ ମହଲରେ ମତ ପ୍ରକାଶ ପାଇଛି। ସେପଟେ ସରକାରୀ ସ୍କୁଲରେ ଗୁଣାତ୍ମକ ଶିକ୍ଷା ପାଇଁ ବ୍ୟବସ୍ଥା ନ ଥିବା ସରକାର ମାନିଛନ୍ତି। ତେଣୁ ଅଭିଭାବକମାନେ ଘରୋଇ ସ୍କୁଲକୁ ପସନ୍ଦ କରୁଛନ୍ତି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, କରୋନା ଯୋଗୁ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏଭଳିସ୍ଥଳେ ବେସରକାରୀ ସ୍କୁଲ୍‌ କର୍ତ୍ତୃପକ୍ଷ ପିଲାଙ୍କଠାରୁ ମାସିକ ଦେୟ ଆଦାୟ କରିବାରେ ଲାଗିଛନ୍ତି। ଏହାକୁ ବିରୋଧ କରି ଓଡ଼ିଶା ଅବିଭାବକ ମହାସଂଘ ସ୍କୁଲ ଫି’ ଛାଡ଼ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଘରୋଇ ସ୍କୁଲ ଫି’ ବୃଦ୍ଧି ମାମଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପକ୍ଷରୁ ହାଇକୋର୍ଟରେ ଦାଖଲ କରିଥିବା ରିପୋର୍ଟରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ଫି’ କମାଇବା ନେଇ ସୁପାରିସ କରାଯାଇଥିଲା। କିନ୍ତୁ କେତେକ ସ୍କୁଲ କର୍ତ୍ତୃପକ୍ଷ ଫି’ ହ୍ରାସକୁ ବିରୋଧ କରିଥିଲେ। ରାଜ୍ୟ ସରକାର ରଖିଥିବା ପ୍ରସ୍ତାବକୁ ବିରୋଧ କରି ଇଣ୍ଟରଭେନ୍ସିଂ ପିଟିଶନ ଦାୟର କରିଥିଲେ। ଏହାକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେବା ସହ ଫି’ ହ୍ରାସ ସମ୍ପର୍କରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏ ସମ୍ପର୍କରେ ଆଭିମୁଖ୍ୟ ସ୍ପଷ୍ଟ ସହ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶନିବାର ଭଦ୍ରକ ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୩୧।୭: ଜିଲାରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶନିବାର ଭଦ୍ରକ ଜିଲାର ସମସ୍ତ ସ୍କୁଲ…

କାଲି ଘଣ୍ଟାରେ ୧୦ଟା ବାଜିବ ହେଲେ ସେ ଆଉ ସ୍କୁଲ ଯିବେନି: ଶିକ୍ଷକଙ୍କୁ ଝୁରୁଛି…

ହାଟଡିହୀ, ୩୧/୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ଆଦର୍ଶ ଶିକ୍ଷକ ପଦ୍ମନାଭ ପଣ୍ଡାଙ୍କୁ ବିଦ୍ୟାଳୟ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ…

ଭୁବନେଶ୍ୱର: ହାଇଟେକ୍ ଛକ ନିକଟ କୁଆଖାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର, ୩୧ା୭: ରାଜଧାନୀ ଭୁବନେଶ୍ୱରର ହାଇଟେକ୍ ଛକ ନିକଟସ୍ଥ କୁଆଖାଇ ନଦୀକୁ ଜଣେ ମହିଳା ଡେଇଁ ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ମହିଳାଜଣଙ୍କ ନଦୀକୁ ଡେଇଁବା ପରେ…

ଉପାନ୍ତରେ ବିକାଶ ବାଟବଣା: ଖଣ୍ଡିଏ ପକ୍କା ରାସ୍ତା ପାଇଁ ଆକୁଳ ନିବେଦନ କରୁଛନ୍ତି ତଳ କନ୍ଦାଗୁଡ଼ା ଗ୍ରାମବାସୀ

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଅନ୍ତର୍ଗତ ତଳ କନ୍ଦାଗୁଡ଼ା ଗ୍ରାମରେ ସ୍ଵାଧୀନତାର ବହୁ ବର୍ଷ ପରେ ବି…

ଆଲିଆବାଦ ସ୍କୁଲରେ ଶିକ୍ଷକ ଅଭାବ: ୪୮ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଜଣେ ଶିକ୍ଷୟିତ୍ରୀ

ଗଞ୍ଜାମ, ୩୧/୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ଆଲିଆବାଦ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି…

ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ନର୍ଲା ବିଧାୟିକା: ୩୦୦ ପରିବାରଙ୍କୁ ଦେଲେ…

କେସିଙ୍ଗା, ୩୧।୭ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକରେ ଜୁଲାଇ ମାସର ଶେଷ ସପ୍ତାହରେ ହୋଇଥିବା ଲଗାଣ ବର୍ଷା ଯୋଗୁ ବେଲଖଣ୍ଡି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି…

ହାଣ୍ଡିଶାଳକୁ ମହଙ୍ଗା ମାଡ଼: ବର୍ଷା ଋତୁରେ ଆକାଶଛୁଆଁ ପନିପରିବା ଦର

ଲାଞ୍ଜିଗଡ, ୩୧/୭ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାର ଲାଞ୍ଜିଗଡ ଶିଳ୍ପାଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ବର୍ଷା ଋତୁରେ ପନିପରିବା ଦର ଆକାଶଛୁଆଁ ହୋଇଛି। ଏହାର ପ୍ରଭାବ…

୨୭୪ ଛାତ୍ରୀଛାତ୍ରଙ୍କ ଲାଗି ୩ ଶିକ୍ଷକ, ଅନ୍ଧାରରେ ଭବିଷ୍ୟତ

ଖଜୁରିପଡ଼ା, ୩୧ା୭ (ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଦୂତିମେଣ୍ଡି ପଞ୍ଚାୟତର ଲମ୍ବାଗୁଡ଼ରି ସରକାରୀ ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦେଖା ଦେଇଛି। ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri