Posted inଜାତୀୟ

ମୁମ୍ବାଇ ପୋଲିସରେ କୋକୁଆ ଭୟ

ମୁମ୍ବାଇ,୮ା୪ :ଆଣ୍ଟିଲିଆ ବାହାରେ ବିସ୍ଫୋରକ ଭର୍ତ୍ତି ସ୍କର୍ପିଓ ରଖିବା ଓ ପୁଣେ ବ୍ୟବସାୟୀ ମନ୍‌ସୁଖ ହିରେନଙ୍କୁ ହତ୍ୟା କରିବା ଅଭିଯୋଗରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ହାଜତରେ ଅଛନ୍ତି ମୁମ୍ବାଇ ପୋଲିସର ନିଲମ୍ବିତ ଆସିଷ୍ଟାଣ୍ଟ ପୋଲିସ ଇନ୍‌ସ୍ପେକ୍ଟର (ଏପିଆଇ) ସଚିନ ଓ୍ବାଜେ। ତାଙ୍କୁ ଇନ୍‌ଭେଷ୍ଟିଗେଟିଂ ଏଜେନ୍ସି ବଟି ଅସୁଲ ମାମଲାରେ ମଧ୍ୟ ଜେରା କରୁଛି। ଖୋଳତାଡ଼ ବେଳେ ଏନ୍‌ଆଇଏ ହାତରେ ସମ୍ଭବତଃ ବଡ଼ ପ୍ରମାଣ ଲାଗିଛି। ଏଥିପାଇଁ ସଚିନ ଓ୍ବାଜେଙ୍କ ମେଣ୍ଟର ତଥା ପୂର୍ବତନ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କୁ ଏନ୍‌ଆଇଏ ସମନ ଜାରି କରିଥିଲା। ସେ ଏନ୍‌ଆଇଏ ଅଫିସ୍‌ରେ ପହଞ୍ଚତ୍ବା ପରେ ତାଙ୍କୁ ତଦନ୍ତକାରୀ ଅଧିକାରୀମାନେ ଜେରା କରୁଛନ୍ତି। ଏହାକୁ ନେଇ ମୁମ୍ବାଇର ଟପ୍‌ କପ୍‌ ମହଲରେ ସୃଷ୍ଟି ହୋଇଛି କୋକୁଆ ଭୟ। ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ମୁଣ୍ଡରେ ଭାଳେଣି ଯେ, ଆମ ପାଳି କେବେ ପଡ଼ିବ।
ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଏନ୍‌ଆଇଏ ମୁମ୍ବାଇ ପୋଲିସର ପୂର୍ବତନ ଅଫିସର ପ୍ରଦୀପ ଶର୍ମାଙ୍କୁ ବୁଧବାର ଜେରା କରିଛି। ୫୮ ବର୍ଷୀୟ ପ୍ରଦୀପଙ୍କ ପାଇଁ ବିବାଦ ନୂଆ ନୁହେଁ। ଅଣ୍ଡରଓ୍ବାଲର୍‌ଡ ସହ ସମ୍ପର୍କକୁ ନେଇ ଚର୍ଚ୍ଚିତ ଏହି ଅଫିସର ନ୍ୟାୟ ବହିର୍ଭୂତ ହତ୍ୟା ବା ଫେକ୍‌ ଏନ୍‌କାଉଣ୍ଟର ମାମଲାରେ ମଧ୍ୟ ପୂର୍ବରୁ ଫସିଥିଲେ। ଏବେ ଏନ୍‌ଆଇଏ ଡାକରା ପାଇ ପ୍ରଦୀପ ତଦନ୍ତକାରୀ ସଂସ୍ଥାର ଅଫିସରେ ହାଜର ହୋଇଛନ୍ତି। କାରଣ ପ୍ରଦୀପ ଓ ଓ୍ବାଜେ ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂଙ୍କ ଘନିଷ୍ଠ ବୋଲି କୁହାଯାଉଛି। ପୂର୍ବରୁ ଲଖନ ଭୈୟା ଫେକ୍‌ ଏନ୍‌କାଉଣ୍ଟର ମାମଲାରେ ସମ୍ପୃକ୍ତ ଥିବା ପ୍ରଦୀପଙ୍କ ସହଯୋଗୀ ବିନାୟକ ସିନ୍ଧେଙ୍କୁ ମଧ୍ୟ ଏନ୍‌ଆଇଏ ଗିରଫ କରିସାରିଛି। ଏହି ମାମଲାରେ ପ୍ରଦୀପ ଦୋଷମୁକ୍ତ ହୋଇସାରିଛନ୍ତି। ତେବେ ପ୍ରଦୀପଙ୍କ ଜେରା ଆର୍ଥିକ ରାଜଧାନୀରେ ବଟି ଅସୁଲ ର଼୍ୟାକେଟ ମାମଲାରେ ନୂଆ ମୋଡ଼ ଆଣିବ ବୋଲି କୁହାଯାଉଛି।
ମାର୍ଚ୍ଚ ୧୭ରେ ପରମବୀର ସିଂଙ୍କୁ ହୋମଗାର୍ଡକୁ ବଦଳି କରାଯିବା ପରେ ସେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଦେଶମୁଖଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। ବାର୍‌ ଓ ରେଷ୍ଟୁରାଣ୍ଟଗୁଡ଼ିକରୁ ମାସକୁ ୧୦୦ କୋଟି ଟଙ୍କା ଅସୁଲ କରି ଆଣିଦେବା ପାଇଁ ଓ୍ବାଜେଙ୍କୁ ଦେଶମୁଖ ନିର୍ଦ୍ଦେଶ ଦେଇଥିବା ପରମବୀର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନିକଟକୁ ଚିଠି ଲେଖିଥିଲେ। ଏହି ମାମଲାରେ ବମ୍ବେ ହାଇକୋର୍ଟ ୧୫ ଦିନ ମଧ୍ୟରେ ତଦନ୍ତ ଶେଷ କରିବାକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ସୋମବାର ନିର୍ଦ୍ଦେଶ ଦେଇଥିଲେ। ଫଳରେ ଦେଶମୁଖ ବାଧ୍ୟହୋଇ ଉଦ୍ଧବ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ। ସେପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମଙ୍ଗଳବାର ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଏହାର ଦିନକ ପରେ ବୁଧବାର ଏନ୍‌ଆଇଏ କୋର୍ଟ ଓ୍ବାଜେଙ୍କୁ ଜେରା କରିବା ପାଇଁ ସିବିଆଇକୁ ଅନୁମତି ଦେଇଛନ୍ତି। ସିବିଆଇର ଆବେଦନର ଶୁଣାଣି କରି ବିଚାରପତି ପି.ଆର. ସିତ୍ରେ ଓ୍ବାଜେଙ୍କ ଏନ୍‌ଆଇଏ ହାଜତ ମିଆଦକୁ ଏପ୍ରିଲ ୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଫେବୃୟାରୀ ୨୫ରେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଦକ୍ଷିଣ ମୁମ୍ବାଇସ୍ଥିତ ବାସଭବନ ଆଣ୍ଟିଲିଆ ବାହାରେ ଜିଲାଟିନ୍‌ ଭର୍ତ୍ତି କାର୍‌ ଠାବ ହେବା ପରେ ଓ୍ବାଜେଙ୍କୁ ମାର୍ଚ୍ଚ ୧୩ରେ ଗିରଫ କରାଯାଇଥିଲା।

ପ୍ରଦୀପ ଶର୍ମା କିଏ
୧୯୯୦ ଦଶକରେ ମୁମ୍ବାଇରେ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମା ରାଜ କରୁଥିଲେ। ୧୯୯୩ ଧାରାବାହିକ ବିସ୍ଫୋରଣ ପରେ ମୁମ୍ବାଇରେ ଗ୍ୟାଙ୍ଗ୍‌ଓ୍ବାର ବଢ଼ିବାରେ ଲାଗିଥିଲା। ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ଦୟା ନାଏକ ପ୍ରଦୀପଙ୍କ ଅଧୀନରେ କାମ କରୁଥିବାବେଳେ ସଚିନ ଓ୍ବାଜେ କ୍ରମଶଃ ତାଙ୍କ ନିକଟତର ହୋଇଥିଲେ। ପରେ ଦୟାଙ୍କୁ ଅଣଦେଖା କରି ଓ୍ବାଜେଙ୍କୁ ତାଙ୍କ ସ୍ଥାନରେ ବସାଇଥିଲେ ପ୍ରଦୀପ। ଅନ୍ଧେରୀରେ ଓ୍ବାଜେଙ୍କ ପୋଷ୍ଟିଂ ହୋଇଥିବାବେଳେ ପ୍ରଦୀପ ବହୁତ ନାଁ କମାଇସାରିଥିଲେ। ସେତେବେଳେ ଏହି ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟମାନେ ଲୋକଙ୍କ ନଜରରେ ରାତାରାତି ହିରୋ ପାଲଟିଯାଇଥିଲେ। ପ୍ରଦୀପ ୩୦୦ରୁ ଊର୍ଦ୍ଧ୍ୱ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଥିବା କୁହାଯାଏ। ଭ୍ରଷ୍ଟାଚାର ଅଭିଯୋଗରେ ନିଲମ୍ବିତ ହୋଇଥିବା ପ୍ରଦୀପଙ୍କୁ ୨୦୧୭ରେ ପୁନଃ ଅବସ୍ଥାପିତ କରାଯାଇଥିଲା। ହେଲେ ସେ ୩୫ ବର୍ଷର କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇ ୨୦୧୯ରେ ପୋଲିସ ଚାକିରି ଛାଡ଼ି ଶିବସେନାରେ ଯୋଗଦେଇଥିଲେ। ମହାରାଷ୍ଟ୍ରର ନାଲାସୋପାରା ନିର୍ବାଚନମଣ୍ଡଳୀରୁ ଶିବସେନା ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରି ହାରିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?