Posted inଜାତୀୟ

ଅପରେଶନ ଭୟରେ ଡାକ୍ତରଖାନା ଝରକା ଡେଇଁ ପଳାଇଲେ ଗର୍ଭବତୀ ମହିଳା, ଆଉ ତା’ପରେ

ଜୟପୁର,୧୮।୮: ରାଜସ୍ଥାନର ବାଡମେର ଜିଲାରେ ଏକ ରୋଚକ ଘଟଣା ଘଟିଛି। ଭାରତ-ପାକ ସୀମାରେ ଅବସ୍ଥିତ ବାରମେର ଜିଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ଗର୍ଭବତୀ ମହିଳା ଅପରେଶନ ଭୟରେ ଝରକା ପଟେ ଡେଇଁ ପଳାଇଛନ୍ତି। ସମ୍ପର୍କୀୟଙ୍କ ସୂଚନା ପରେ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା। ଡାକ୍ତରଖାନା ପ୍ରଶାସନ କୋଟୱାଲୀ ପୋଲିସକୁ ସୂଚନା ଦେଇଥିଲେ। ଏହା ପରେ ମହିଳା ଜଣକ ହସ୍ପିଟାଲଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ହରସାନି ଫାଣ୍ଟା ନିକଟରେ ଧରାପଡିଥିଲେ। ଗର୍ଭବତୀ ମହିଳାଙ୍କୁ ଧରିବା ପରେ ପରିବାର ସଦସ୍ୟ, ଡାକ୍ତରଖାନା ପ୍ରଶାସନ ଏବଂ ପୋଲିସ ଦୀର୍ଘ ନିଶ୍ୱାସ ପକାଇଥିଲେ।
ସୂଚନା ଅନୁଯାୟୀ, ସୁଖ ସିଂଙ୍କ ସ୍ତ୍ରୀ ସରୋଜଙ୍କ ପ୍ରଥମ ପ୍ରସବ ଅପରେଶନ ଦ୍ୱାରା ହେବାର ଥିଲା। ଏଥିପାଇଁ ତାଙ୍କୁ ଜିଲା ଡାକ୍ତରଖାନାର ମାତୃ ଓ ଶିଶୁ ୱିଙ୍ଗରେ ଭର୍ତ୍ତି କରାଯାଇଥିଲା। ସରୋଜ ଅପରେଶନ ଦ୍ୱାରା ପ୍ରସବ ଚାହୁଁ ନ ଥିଲେ। ଅପରେଶନ ନାଁ ଶୁଣି ସେ ବହୁତ ଡରି ଯାଇଥିଲେ। ଅପରେସନ ଭୟରେ ଭୟଭୀତ ହୋଇ ସରୋଜ ବୁଧବାର ସକାଳେ ୱାର୍ଡର ଝରକା ଭିତରେ ଥିବା ଜାଲ କାଢିବା ପରେ ସେଠାରୁ ଡେଇଁପଡିଥିଲେ। ସକାଳ ପ୍ରାୟ ୭ଟାରେ ପରିବାର ଲୋକ ଏହା ବିଷୟରେ ଜାଣିଥିଲେ। ସେ ତୁରନ୍ତ ଜିଲା ଡାକ୍ତରଖାନା ପ୍ରଶାସନ ଏବଂ କୋଟୱାଲୀ ପୋଲିସକୁ ସୂଚନା ଦେଇଥିଲେ। ଏହା ପରେ ମହିଳାଙ୍କୁ ଖୋଜା ଆରମ୍ଭ ହୋଇଥିଲା। ପୋଲିସ ମହିଳାଙ୍କୁ ବହୁ ପରିଶ୍ରମ କରି ଜିଲ୍ଲା ଡାକ୍ତରଖାନା ଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ହରସାନି ଫାଣ୍ଟା ନିକଟରୁ ଜିଲା ଡାକ୍ତରଖାନାକୁ ଆଣିଥିଲା। ପରେ ମହିଳାଙ୍କ ଚିକିତ୍ସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

CJP ବିରୋଧ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ: ’…ଗଣତନ୍ତ୍ରର ସୁଧାର ପୁନର୍ବାର ଆରମ୍ଭ ହେବ’

ନୂଆଦିଲ୍ଲୀ,୧୦।୧୦: CJP ବିରୋଧ ପ୍ରଦର୍ଶନ ମଧ୍ୟରେ, ରାହୁଲ ଗାନ୍ଧୀ ଗତକାଲି ‘ଇଣ୍ଡିଆ’ (INDIA) ମେଣ୍ଟର ନେତାମାନଙ୍କ ସହ ଏକ ବୈଠକ କରିଥିଲେ ଏବଂ ସେଥିରେ ମୋଦି ସରକାରଙ୍କୁ…

ଉଠୁଛି ପଡୁଛି ସାରାଦେଶ: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବି ବରଗଡ଼ରେ ତୀବ୍ର ଆନ୍ଦୋଳନ

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ଭୋଟ୍‌ ଚୋରି ଅଭିଯୋଗ ନେଇ ସାରାଦେଶ ଉଠୁଛି ଓ ପଡୁଛି। ଏଭଳି ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନଶ କୁମାରଙ୍କ ଇସ୍ତଫା ଦାବିରେ…

‘ଅଙ୍ଗୁର ଖଟା’, CJP ବିରୋଧ ପ୍ରଦର୍ଶନ ମଧ୍ୟରେ କାହିଁକି ଏପରି କହିଲେ କଙ୍ଗନା ରାନାଓ୍ବତ? ବୟାନ ହେଲାଣି ଭାଇରାଲ

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀର ଜନ୍ତର ମନ୍ତର ଠାରେ କଂଗ୍ରେସ ଦଳ ଦ୍ୱାରା ଆୟୋଜିତ ବିକ୍ଷୋଭ ଏବଂ ତା’ପରେ ରାଷ୍ଟ୍ରପତିଙ୍କ ସହ ରାହୁଲ ଗାନ୍ଧୀଙ୍କ ସାକ୍ଷାତକୁ ନେଇ ଭାଜପା ସାଂସଦ…

ନବରାତ୍ରୀରେ ବିରଳ ସଂଯୋଗ: ସିଂହ, ତୁଳା ସମେତ ୫ ରାଶି ଉପରେ ଧନବର୍ଷା! ମିଳିବ ବଡ଼ ଚାକିରିର ଅଫର୍‌

ଶାରଦୀୟ ନବରାତ୍ରୀର ପ୍ରତିପଦା ତିଥିରେ ସୂର୍ଯ୍ୟୋଦୟ ସମୟରେ ହସ୍ତା ନକ୍ଷତ୍ର ଏବଂ ଶୁକ୍ଳ ଯୋଗ ରହିବ। ବୃହସ୍ପତି ଓ ଚନ୍ଦ୍ରଙ୍କ ମଧ୍ୟରେ ଗଜକେଶରୀ ଯୋଗ ପ୍ରଭାବଶାଳୀ ରହିବ।…

ଏବେ କିଏ ନେବେ CJPର ନେତୃତ୍ୱ? ଏକ୍ସରେ ଅଭିଜିତ ଦୀପକେ କହିଲେ ‘ବର୍ତ୍ତମାନ…’

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀ ପୋଲିସ ଦ୍ୱାରା ଦଳର ନେତା ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ଅଟକ ରଖାଯିବା ପରେ ‘କକରୋଚ ଜନତା ପାର୍ଟି’ (CJP)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?