ଧରାପଡ଼ିବା ଭୟରେ ଗ୍ୟାସରେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ପୋଡ଼ୁଥିଲେ ତହସିଲଦାର, କବାଟ ଭାଙ୍ଗି…

ସିରୋହି: ରାଜସ୍ଥାନର ସିରୋହିର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଜଣେ ତହସିଲଦାର ତାଙ୍କ ଗ୍ୟାସ ଚୁଲାରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ନୋଟ୍‌ ପୋଡ଼ି ଦେଉଥିବା ଦେଖାଯାଇଛି। ଘଟଣାର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ରାଜସ୍ଥାନରେ ଦୁର୍ନୀତି ନିବାରଣ ବ୍ୟୁରୋ(ଏସିବି) ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ଏହି କ୍ରମରେ ଏସିବିର ଏକ ଟିମ୍‌ ସିରୋହି ଜିଲାରେ ପହଞ୍ଚିଥିଲା। ହେଲେ ସେଠାରେ ଯାହା ହେଲା ସମସ୍ତେ ଚକିତ ହୋଇଯାଇଛନ୍ତି। ପିଣ୍ଡୋ ବାରାତ ତହସିଲର ତହସିଲଦାର ଘରେ ଚଢ଼ାଉ କରିବାକୁ ଆସିଥିବା ଏସିବିର ଅଧିକାରୀମାନଙ୍କୁ ଦେଖି କବାଟ ବନ୍ଦ କରିଦେଇଥିଲେ। ପରେ ଦୀର୍ଘ ସମୟ ଧରି ଏସିବିର ଟିମ୍‌ ବାହାରେ ଛିଡ଼ା ହୋଇ କବାଟ ଖୋଲନ୍ତୁ ବୋଲି କହିଥିଲେ। ହେଲେ ସେତେବେଳେ ଧରାପଡ଼ିଯିବା ଭୟରେ ତହସିଲଦାର ଲକ୍ଷ ଲକ୍ଷ ଟଙ୍କାର ନୋଟ୍‌କୁ ଗ୍ୟାସ ଚୁଲାରେ ଜାଳୁଥିଲେ। ଏଥିରେ ତାଙ୍କ ସ୍ତ୍ରୀ ତାଙ୍କୁ ସହଯୋଗ କରୁଥିଲେ। ପରେ ଉକ୍ତ ତହସିଲଦାର କଳ୍ପେଶ ଜୈନଙ୍କୁ ଗିରଫ କରାଯାଇଥିବା ବେଳେ ଅଧାଜଳା ନୋଟର ବଣ୍ଡଲ ଜବତ କରାଯାଇଛି।

ତହସିଲଦାର କଳ୍ପେଶ ଜଣେ ବ୍ୟକ୍ତିଙ୍କୁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ନେଇ ଏସ୍‌ସିବି ଜାଣିବାକୁ ପାଇଥିଲା। ଏହାପରେ ଏସିବି ତତ୍ପର ହୋଇଉଠିଥିଲା। ଯାଞ୍ଚ ବେଳେ ପ୍ରଥମେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଜଣେ ଆର୍‌ଆଇ ଧରାପଡ଼ିଥିଲେ। ସେ ଏହି ଟଙ୍କା ତହସିଲଦାରଙ୍କ ପାଇଁ ନେଉଥିବା କହିଥିଲେ। ପରେ ଏସ୍‌ସିବିର ଅଧିକାରୀମାନେ ଆର୍‌ଆଇଙ୍କୁ ନେଇ କଳ୍ପେଶଙ୍କ ଘରକୁ ଯାଇଥିଲେ। ହେଲେ ସେ ଅଧିକାରୀଙ୍କୁ ଦେଖିବା କ୍ଷଣି କବାଟ ବନ୍ଦ କରି ଟଙ୍କା ଜାଳିବାକୁ ଚେଷ୍ଟା କରିଥିଲେ। ଫଳରେ ଘର ଭିତରୁ ଧୂଆଁ ବାହାରିଥିଲା। ଏହା ଦେଖି ଏସ୍‌ସିବିର ଟିମ୍‌ କବାଟ ଭାଙ୍ଗି ଭିତରକୁ ପଶିଥିଲେ। ସେମାନେ ଯାହା ଦେଖିଲେ ଚକିତ ହୋଇଗଲେ। ଗ୍ୟାସ୍‌ ଉପରେ ୨୦ ଲକ୍ଷ ଟଙ୍କା ଅଧାରୁ ଅଧିକ ଜଳି ସାରିଥିବା ବେଳେ ୧.୫ ଲକ୍ଷ ଟଙ୍କା ଏସ୍‌ସିବି ଜବତ କରିଛି। ଏବେ ତହସିଲଦାରଙ୍କୁ ଗିରଫ କରାଯାଇ ତାଙ୍କର ମୋଟ ସମ୍ପତ୍ତି ଯାଞ୍ଚ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଘ ସହ ୩୦ ମିନିଟର ଲଢେଇ: ଯୁବକ ଗୁରୁତର

ନୀଳଗିରି, ୨୪।୭ (ପ୍ରଶାନ୍ତ କୁମାର ବିଶ୍ୱାଳ): କୁଳଡିହା ଅଭୟାରଣ୍ୟ ନିକଟରେ ବାଘ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ପ୍ରଥମେ ତାଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣ, ନଟରାଜ ସେମିରେ

ଗ୍ଲାସ୍‌ଗୋ, ୨୪ା୭:ଭାରତୀୟ ସନ୍ତରଣକାରୀ ଶ୍ରୀହରି ନଟରାଜ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣର ୫୦ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ହିଟ୍‌ରଗୁଡ଼ିକରୁ ଶ୍ରେଷ୍ଠ ୧୬ଜଣ ଏହି…

ଡୋପିଙ୍ଗ ମାମଲା, ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ଜୁଡୋକା ମାନ୍‌

ନୂଆଦିଲ୍ଲୀ,୨୪ା୭: ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜୟିନୀ ଜୁଡୋକା ତୁଲିକା ମାନ୍‌ଙ୍କୁ ଚଳିତ ଗ୍ଲ୍‌ାସ୍‌ଗୋ ସଂସ୍କରଣରୁ ପ୍ରତ୍ୟାହାର କରି ନିଆଯାଇଛି। ଗତ ୧୨ ମାସ ମଧ୍ୟରେ…

ଜାତୀୟ ରାଜନୀତିରେ ହଲଚଲ: ଆଜି ରାତି ୮ଟାରେ ବଡ଼ ଘୋଷଣା କରିବେ ସରକାର…

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ୍ ପରେ କକରୋଚ ଜନତା ପାର୍ଟି (CJP) ର ପ୍ରତିବାଦ ଏବଂ ଜେନ୍-ଜି (Gen-Z) ଙ୍କ ଆନ୍ଦୋଳନ ପରେ କେନ୍ଦ୍ର ସରକାର ଆଲର୍ଟ…

ଜମି ଦେବାକୁ କହି ୯୨ ଲକ୍ଷ ଟଙ୍କାର ଠକେଇ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୪।୭: ଜମି ବିକ୍ରି ନାଁରେ ୯୨ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଭୁବନେଶ୍ୱରର ମେହେରପଲ୍ଲୀ ଓ ମେଣ୍ଢାଶାଳ…

CJPକୁ ସମର୍ଥନ କରି ଚାକିରି ଛାଡିଲେ ଉତ୍ତରାଖଣ୍ଡ ପୋଲିସ! ଆନ୍ଦୋଳନକୁ ନେଇ କଲେ ବଡ଼ ଖୁଲାସା,ଦେଶରେ ଚହଳ…

ନୂଆଦିଲ୍ଲୀ,୨୪।୭: CJP ମଞ୍ଚ ଏହାର ଚାଲିଥିବା ପ୍ରତିବାଦ ଯୋଗୁଁ ଦେଶବ୍ୟାପୀ ଦୃଷ୍ଟି ଆକର୍ଷଣ କରିଛି। ଏବେ, ସେଠାରେ ଏକ ଘଟଣା ଘଟିଛି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ…

ଆନ୍ଧ୍ରରୁ ଚୋରି ଗଞ୍ଜାମରେ ଚାଲାଣ: ୫ ଦାମୀ ବାଇକ ସହ ଯୁବକ ଗିରଫ

ଛତ୍ରପୁର, ୨୪।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରୁ ୫ଟି ଦାମୀ ମୋଟରସାଇକେଲ ଚୋରି କରି ଗଞ୍ଜାମ ଜିଲାରେ ଚାଲାଣ କରୁଥିବା ଜଣେ ଯୁବକଙ୍କୁ…

ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ: କାଲିଠୁ ୨୭ ଯାଏଁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୨୪।୭ ବଙ୍ଗୋପସାଗରରେ ପାଣିପାଗ ପରିସ୍ଥିତି ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ବିଭାଗ (IMD) ଓଡ଼ିଶା ଉପକୂଳର ମତ୍ସ୍ୟଜୀବୀମାନଙ୍କ ପାଇଁ ସତର୍କ ସୂଚନା ଜାରି କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri