ଡରାଉଛି ବ୍ରାହ୍ମଣୀ

ଢେଙ୍କାନାଳ ଅଫିସ, ୨୧।୮

ଲଘୁଚାପଜନିତ ଲଗାଣବର୍ଷାରେ ବଢୁଛି ବ୍ରାହ୍ମଣୀ ନଦୀର ଜଳପତ୍ତନ। ଏହାଯୋଗୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ନଦୀକୂଳିଆ ଗ୍ରାମବାସୀ। ବର୍ଷାପାଣି ନିଷ୍କାସିତ ହୋଇ ନ ପାରିବାରୁ ଅନେକ ନଦୀ ତଟବର୍ତ୍ତୀ ଗ୍ରାମରେ ସୃଷ୍ଟି ହୋଇଛି ଜଳବନ୍ଦୀ ପରିସ୍ଥିତି। ଚାଷଜମିରୁ ପାଣି ଛାଡୁ ନ ଥିବାରୁ ବେଉଷଣ କାର୍ଯ୍ୟ ଠପ୍‌ ହୋଇଯାଇଛି। ଆସନ୍ତା ୨୩ ତାରିଖରେ ଆଉ ଏକ ଲଘୁଚାପ ଆସୁଥିବା ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଥିବାବେଳେ ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀକୁଳ।
କରୋନା ମାଡ଼ରେ ଘାଇଲା ହୋଇଯାଇଥିବା ଢେଙ୍କାନାଳ ଜିଲାର ଚାଷୀଙ୍କ ଉପରେ ଦାଉ ସାଧିଛି ଲଘୁଚାପ। ବ୍ରାହ୍ମଣୀ, ରାମିଆଳ ସମେତ ଏହାର ଶାଖାନଦୀରେ ବନ୍ୟା ଆସି ବ୍ୟାପକ ଫସଲ ହାନି ହୋଇଛି। କୃଷି ବିଭାଗ ପକ୍ଷରୁ କରାଯାଇଥିବା ପ୍ରାକ୍‌ ଆକଳନ ଅନୁଯାୟୀ, ଭୁବନ, ଗଁଦିଆ, ଓଡ଼ାପଡ଼ା, ସଦର, କାମାକ୍ଷାନଗର, କଙ୍କଡ଼ାହାଡ଼ ବ୍ଲକର ୨୪୫୯ ହେକ୍ଟର ଚାଷ ଜମି ବଢ଼ି ପାଣିରେ ପ୍ରଭାବିତ ହୋଇଛି। ଗୁରୁବାର କରାଯାଇଥିବା ଆଳକନରୁ ଗଁଦିଆ ବ୍ଲକର ୭ ପଞ୍ଚାୟତ ଅନ୍ତର୍ଗତ ୪୧ ଗ୍ରାମର ୫୪୧ ହେକ୍ଟର, ଓଡ଼ାପଡ଼ା ବ୍ଲକର ୩ ପଞ୍ଚାୟତ ଅଧୀନ ୬ ଗ୍ରାମର ୨୫ ହେକ୍ଟର, ସଦର ବ୍ଲକ ଅନ୍ତର୍ଗତ ୩ ପଞ୍ଚାୟତର ୪ ଗ୍ରାମର ୨୮ ହେକ୍ଟର ଚାଷଜମି ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି। କ୍ଷୟକ୍ଷତି ଆକଳନ ଜାରି ରହିଥିବାରୁ ଏହା ବଢ଼ିବା ଆଶଙ୍କା ରହିଛି।
ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ବୁଧବାର ରାତି ଏବଂ ଗୁରୁବାର ସକାଳେ ଅନବରତ ବର୍ଷା ଯୋଗୁ ବ୍ରାହ୍ମଣୀ ନଦୀର ଜଳସ୍ରୋତ ବଢ଼ିବାରେ ଲାଗିଛି। ଫଳରେ ନଦୀକୂଳିଆ ଅଞ୍ଚଳର ଫସଲ ଉଜୁଡ଼ିଯିବା ଆଶଙ୍କା ଦେଖାଦେଇଛି। ନଦୀର ଜଳପତ୍ତନ ବଢୁଥିବାରୁ ସଦର ବ୍ଲକ ମଣ୍ଡାପାଳ ଗ୍ରାମର ଭୟଭୀତ ଚାଷୀମାନେ ବୁଧବାର ରାତି ତମାମ ଉଜାଗର ରହିଥିଲେ। ଗୁରୁବାର ସକାଳେ ହୋଇଥିବା ଭୀଷଣ ବର୍ଷାରେ ଅଞ୍ଚଳର ଚାଷଜମିରେ ବନ୍ୟାପାଣି ମାଡ଼ିଯାଇଛି। ବଡ଼ଯୋର, କପିଳାସ ଯୋରର ବନ୍ୟାଜଳରେ ଧାନ, ଆଖୁ, ପରିବା ଫସଲ ନଷ୍ଟ ହୋଇଯାଇଥିବା ଚାଷୀ ସର୍ବେଶ୍ୱର ବ୍ରହ୍ମ ସୂଚନା ଦେଇଛନ୍ତି ା
ଏ ସଂକ୍ରାନ୍ତରେ ଜିଲା କୃଷି ଉପନିର୍ଦ୍ଦେଶକ ରାଜକିଶୋର ନାୟକ କୁହନ୍ତି, କ୍ଷୟକ୍ଷତି ଆକଳନ ଜାରିରହିଛି ା
ବର୍ତ୍ତମାନ ସୁଦ୍ଧା ୬ ବ୍ଲକରେ ୨୪୫୯ ହେକ୍ଟର ଚାଷଜମି ବନ୍ୟା ଯୋଗୁ ପ୍ରଭାବିତ ହୋଇଥିବା ଜଣାପଡିଛି ା ସମ୍ପୂର୍ଣ୍ଣ ଆକଳନ ପରେ ତଥ୍ୟ ଜଣାପଡ଼ିବ।
୩୨ ପରିବାର ଜଳବନ୍ଦୀ
ପରଜଙ୍ଗ, ୨୦।୮(ଡି.ଏନ.ଏ.)

ପରଜଙ୍ଗ ବ୍ଲକର ନଦୀକୂଳିଆ ତଳିଆ ଅଞ୍ଚଳବାସୀ ଲଘୁଚାପ ବର୍ଷାରେ ପ୍ରଭାବିତ ହୋଇଛନ୍ତି। ବର୍ଷାପାଣି ନିଷ୍କାସନ ହୋଇ ନ ପାରିବାରୁ ରୋଡ୍‌ ପଞ୍ଚାୟତ ଅଧୀନ ଦଳିତବସ୍ତିର ୩୨ ପରିବାର ପାଣି ଘେରରେ ଅଛନ୍ତି। ସାହି ଭିତରେ ୩-୪ ଫୁଟ ଉଚ୍ଚତାରେ ବର୍ଷାପାଣି ଜମିରହିଛି। ପାଣିରେ ଭିଜି ଅନେକଙ୍କ ଘରକାନ୍ଥ ଭୁଶୁଡ଼ି ପଡ଼ିଥିବାବେଳେ ଖାଦ୍ୟସଶ୍ୟ ନଷ୍ଟ ହୋଇଯାଇଛି।
ସାହିବାସୀଙ୍କ କହିବା କଥା, ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ଲଗାଣ ବର୍ଷା ହେଲେ ଅଧିକାଂଶ ସମୟରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଉଛି। ଶତାଧିକ ଲୋକ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ସୂଚନା ପାଇ ତହସିଲଦାର ଜୟନ୍ତ କୁମାର ଜୟସିଂ ଓ ବ୍ଲକ ପ୍ରଶାସନ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରଭାବିତଙ୍କୁ ସ୍କୁଲଘରକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ଶୁଖିଲା ଏବଂ ରନ୍ଧା ଖାଦ୍ୟ ଦିଆଯିବା ବ୍ୟବସ୍ଥା କରାଯାଇଛି। ପାଣି କମିବା ପରେ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦିଆଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି। ଅନ୍ୟପଟେ ଜେସିବି ସହାୟତାରେ ରାସ୍ତା କଟାଯାଇ ପାଣି ନିଷ୍କାସନ ଚାଲିଛି। ବର୍ଷାପାଣି ନିଷ୍କାସନ କିଭଳି ଠିକ୍‌ ଭାବେ ହେବ ସେ ସମ୍ପର୍କରେ ବିଡିଓ ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ତେବେ ଖବର ଲେଖାଯିବା ସୁଦ୍ଧା ସ୍ଥିତିରେ ସେମିତି ପରିବର୍ତ୍ତନ ଆସି ନ ଥିବା ଜଣାପଡ଼ିଛି।
ପରଜଙ୍ଗରେ ସର୍ବାଧିକ ବର୍ଷା ରେକର୍ଡ
ଢେଙ୍କାନାଳ ଜିଲାରେ ଗତ ଦୁଇଦିନରେ ପ୍ରବଳ ବର୍ଷିଛି। ଗୁରୁବାର ସକାଳ ୮ଟା ସୁଦ୍ଧା ସଦର ବ୍ଲକ ଓ ପୌରାଞ୍ଚଳରେ ୬୨.୨ ମି.ମି., ଗଁଦିଆରେ ୮୩ ମି.ମି., ଓଡ଼ାପଡ଼ାରେ ୧୧୫ ମି.ମି., ହିନ୍ଦୋଳରେ ୮୫ ମି.ମି., କାମାକ୍ଷାନଗରରେ ୫୧.୨ ମି.ମି., ଭୁବନରେ ୮୮ ମି.ମି., ପରଜଙ୍ଗରେ ୧୨୫ ମି.ମି. ଏବଂ କଙ୍କଡ଼ାହାଡ଼ରେ ୮୪.୪ ମି.ମି. ବର୍ଷା ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri