ଡରାଉଛି ବ୍ରାହ୍ମଣୀ

ଢେଙ୍କାନାଳ ଅଫିସ, ୨୧।୮

ଲଘୁଚାପଜନିତ ଲଗାଣବର୍ଷାରେ ବଢୁଛି ବ୍ରାହ୍ମଣୀ ନଦୀର ଜଳପତ୍ତନ। ଏହାଯୋଗୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ନଦୀକୂଳିଆ ଗ୍ରାମବାସୀ। ବର୍ଷାପାଣି ନିଷ୍କାସିତ ହୋଇ ନ ପାରିବାରୁ ଅନେକ ନଦୀ ତଟବର୍ତ୍ତୀ ଗ୍ରାମରେ ସୃଷ୍ଟି ହୋଇଛି ଜଳବନ୍ଦୀ ପରିସ୍ଥିତି। ଚାଷଜମିରୁ ପାଣି ଛାଡୁ ନ ଥିବାରୁ ବେଉଷଣ କାର୍ଯ୍ୟ ଠପ୍‌ ହୋଇଯାଇଛି। ଆସନ୍ତା ୨୩ ତାରିଖରେ ଆଉ ଏକ ଲଘୁଚାପ ଆସୁଥିବା ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଥିବାବେଳେ ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀକୁଳ।
କରୋନା ମାଡ଼ରେ ଘାଇଲା ହୋଇଯାଇଥିବା ଢେଙ୍କାନାଳ ଜିଲାର ଚାଷୀଙ୍କ ଉପରେ ଦାଉ ସାଧିଛି ଲଘୁଚାପ। ବ୍ରାହ୍ମଣୀ, ରାମିଆଳ ସମେତ ଏହାର ଶାଖାନଦୀରେ ବନ୍ୟା ଆସି ବ୍ୟାପକ ଫସଲ ହାନି ହୋଇଛି। କୃଷି ବିଭାଗ ପକ୍ଷରୁ କରାଯାଇଥିବା ପ୍ରାକ୍‌ ଆକଳନ ଅନୁଯାୟୀ, ଭୁବନ, ଗଁଦିଆ, ଓଡ଼ାପଡ଼ା, ସଦର, କାମାକ୍ଷାନଗର, କଙ୍କଡ଼ାହାଡ଼ ବ୍ଲକର ୨୪୫୯ ହେକ୍ଟର ଚାଷ ଜମି ବଢ଼ି ପାଣିରେ ପ୍ରଭାବିତ ହୋଇଛି। ଗୁରୁବାର କରାଯାଇଥିବା ଆଳକନରୁ ଗଁଦିଆ ବ୍ଲକର ୭ ପଞ୍ଚାୟତ ଅନ୍ତର୍ଗତ ୪୧ ଗ୍ରାମର ୫୪୧ ହେକ୍ଟର, ଓଡ଼ାପଡ଼ା ବ୍ଲକର ୩ ପଞ୍ଚାୟତ ଅଧୀନ ୬ ଗ୍ରାମର ୨୫ ହେକ୍ଟର, ସଦର ବ୍ଲକ ଅନ୍ତର୍ଗତ ୩ ପଞ୍ଚାୟତର ୪ ଗ୍ରାମର ୨୮ ହେକ୍ଟର ଚାଷଜମି ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି। କ୍ଷୟକ୍ଷତି ଆକଳନ ଜାରି ରହିଥିବାରୁ ଏହା ବଢ଼ିବା ଆଶଙ୍କା ରହିଛି।
ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ବୁଧବାର ରାତି ଏବଂ ଗୁରୁବାର ସକାଳେ ଅନବରତ ବର୍ଷା ଯୋଗୁ ବ୍ରାହ୍ମଣୀ ନଦୀର ଜଳସ୍ରୋତ ବଢ଼ିବାରେ ଲାଗିଛି। ଫଳରେ ନଦୀକୂଳିଆ ଅଞ୍ଚଳର ଫସଲ ଉଜୁଡ଼ିଯିବା ଆଶଙ୍କା ଦେଖାଦେଇଛି। ନଦୀର ଜଳପତ୍ତନ ବଢୁଥିବାରୁ ସଦର ବ୍ଲକ ମଣ୍ଡାପାଳ ଗ୍ରାମର ଭୟଭୀତ ଚାଷୀମାନେ ବୁଧବାର ରାତି ତମାମ ଉଜାଗର ରହିଥିଲେ। ଗୁରୁବାର ସକାଳେ ହୋଇଥିବା ଭୀଷଣ ବର୍ଷାରେ ଅଞ୍ଚଳର ଚାଷଜମିରେ ବନ୍ୟାପାଣି ମାଡ଼ିଯାଇଛି। ବଡ଼ଯୋର, କପିଳାସ ଯୋରର ବନ୍ୟାଜଳରେ ଧାନ, ଆଖୁ, ପରିବା ଫସଲ ନଷ୍ଟ ହୋଇଯାଇଥିବା ଚାଷୀ ସର୍ବେଶ୍ୱର ବ୍ରହ୍ମ ସୂଚନା ଦେଇଛନ୍ତି ା
ଏ ସଂକ୍ରାନ୍ତରେ ଜିଲା କୃଷି ଉପନିର୍ଦ୍ଦେଶକ ରାଜକିଶୋର ନାୟକ କୁହନ୍ତି, କ୍ଷୟକ୍ଷତି ଆକଳନ ଜାରିରହିଛି ା
ବର୍ତ୍ତମାନ ସୁଦ୍ଧା ୬ ବ୍ଲକରେ ୨୪୫୯ ହେକ୍ଟର ଚାଷଜମି ବନ୍ୟା ଯୋଗୁ ପ୍ରଭାବିତ ହୋଇଥିବା ଜଣାପଡିଛି ା ସମ୍ପୂର୍ଣ୍ଣ ଆକଳନ ପରେ ତଥ୍ୟ ଜଣାପଡ଼ିବ।
୩୨ ପରିବାର ଜଳବନ୍ଦୀ
ପରଜଙ୍ଗ, ୨୦।୮(ଡି.ଏନ.ଏ.)

ପରଜଙ୍ଗ ବ୍ଲକର ନଦୀକୂଳିଆ ତଳିଆ ଅଞ୍ଚଳବାସୀ ଲଘୁଚାପ ବର୍ଷାରେ ପ୍ରଭାବିତ ହୋଇଛନ୍ତି। ବର୍ଷାପାଣି ନିଷ୍କାସନ ହୋଇ ନ ପାରିବାରୁ ରୋଡ୍‌ ପଞ୍ଚାୟତ ଅଧୀନ ଦଳିତବସ୍ତିର ୩୨ ପରିବାର ପାଣି ଘେରରେ ଅଛନ୍ତି। ସାହି ଭିତରେ ୩-୪ ଫୁଟ ଉଚ୍ଚତାରେ ବର୍ଷାପାଣି ଜମିରହିଛି। ପାଣିରେ ଭିଜି ଅନେକଙ୍କ ଘରକାନ୍ଥ ଭୁଶୁଡ଼ି ପଡ଼ିଥିବାବେଳେ ଖାଦ୍ୟସଶ୍ୟ ନଷ୍ଟ ହୋଇଯାଇଛି।
ସାହିବାସୀଙ୍କ କହିବା କଥା, ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ଲଗାଣ ବର୍ଷା ହେଲେ ଅଧିକାଂଶ ସମୟରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଉଛି। ଶତାଧିକ ଲୋକ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ସୂଚନା ପାଇ ତହସିଲଦାର ଜୟନ୍ତ କୁମାର ଜୟସିଂ ଓ ବ୍ଲକ ପ୍ରଶାସନ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରଭାବିତଙ୍କୁ ସ୍କୁଲଘରକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ଶୁଖିଲା ଏବଂ ରନ୍ଧା ଖାଦ୍ୟ ଦିଆଯିବା ବ୍ୟବସ୍ଥା କରାଯାଇଛି। ପାଣି କମିବା ପରେ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦିଆଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି। ଅନ୍ୟପଟେ ଜେସିବି ସହାୟତାରେ ରାସ୍ତା କଟାଯାଇ ପାଣି ନିଷ୍କାସନ ଚାଲିଛି। ବର୍ଷାପାଣି ନିଷ୍କାସନ କିଭଳି ଠିକ୍‌ ଭାବେ ହେବ ସେ ସମ୍ପର୍କରେ ବିଡିଓ ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ତେବେ ଖବର ଲେଖାଯିବା ସୁଦ୍ଧା ସ୍ଥିତିରେ ସେମିତି ପରିବର୍ତ୍ତନ ଆସି ନ ଥିବା ଜଣାପଡ଼ିଛି।
ପରଜଙ୍ଗରେ ସର୍ବାଧିକ ବର୍ଷା ରେକର୍ଡ
ଢେଙ୍କାନାଳ ଜିଲାରେ ଗତ ଦୁଇଦିନରେ ପ୍ରବଳ ବର୍ଷିଛି। ଗୁରୁବାର ସକାଳ ୮ଟା ସୁଦ୍ଧା ସଦର ବ୍ଲକ ଓ ପୌରାଞ୍ଚଳରେ ୬୨.୨ ମି.ମି., ଗଁଦିଆରେ ୮୩ ମି.ମି., ଓଡ଼ାପଡ଼ାରେ ୧୧୫ ମି.ମି., ହିନ୍ଦୋଳରେ ୮୫ ମି.ମି., କାମାକ୍ଷାନଗରରେ ୫୧.୨ ମି.ମି., ଭୁବନରେ ୮୮ ମି.ମି., ପରଜଙ୍ଗରେ ୧୨୫ ମି.ମି. ଏବଂ କଙ୍କଡ଼ାହାଡ଼ରେ ୮୪.୪ ମି.ମି. ବର୍ଷା ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri