Posted inଜାତୀୟ

ସାମରିକ ଶାସକଙ୍କୁ ଭୟ: ଭାରତରେ ଅନୁପ୍ରବେଶ କଲେ ୬୦୦୦ ଶରଣାର୍ଥୀ…

ନୂଆଦିଲ୍ଲୀ,୨୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ପଡ଼ୋଶୀ ଦେଶ ମ୍ୟାନମାର୍‌ରେ ଜାରି ରହିଥିବା ସାମରିକ ଶାସକଙ୍କ ଅତ୍ୟାଚରରେ ଅତିଷ୍ଠ ହୋଇ ୬୦୦୦ ମ୍ୟାନମାର୍‌ବାସୀ ଭିଟା ଛାଡ଼ି ଭାରତରେ ଶରଣ ନେଇଛନ୍ତି। ସେମାନେ ମିଜୋରାମରେ ଅନୁପ୍ରବେଶ କରିଛନ୍ତି। ସେମାନଙ୍କର ରହିବା ଖାଇବାର ବ୍ୟବସ୍ଥା କରାଯାଇଛି। ଭାରତ ମ୍ୟାନମାର୍‌ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଦୃଷ୍ଟିରେ ରଖି ଶରଣାର୍ଥୀଙ୍କୁ ଫେରାଇ ନେବାକୁ ସାମରିକ ଶାସକ ଗତମାସରେ ମିଜୋରାମ ସରକାରଙ୍କୁ ଚିଠି ଲେଖିଥିଲେ। ଫେବୃୟାରୀରେ ମ୍ୟାନମାର୍‌ରେ କ୍ଷମତା ଦଖଲ ପରେ ୪୦୦୦ରୁ ୬୦୦୦ ଶରଣାର୍ଥୀ ଭାରତ ସରକାରଙ୍କୁ ସୁରକ୍ଷା ମାଗିଥିବା ଜାତିସଂଘ ପକ୍ଷରୁ କୁହାଯାଇଛି। ଜାତିସଂଘ ଶରଣାର୍ଥୀ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, ଗତ ସପ୍ତାହରେ ୬,୭୦୦ ଲୋକ ସାମରିକ ଶାସକଙ୍କ ନିର୍ଯାତନା ସହି ନ ପାରି ଦେଶ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ସେଥିମଧ୍ୟରୁ ୧,୭୦୦ ଥାଇଲାଣ୍ଡରେ ଶରଣ ନେଇ ପରବର୍ତ୍ତୀ ସମୟରେ ମ୍ୟାନମାର୍‌ ଫେରିଆସିଥିଲେ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମ୍ୟାନମାର୍‌ରୁ ମିଜୋରାମ, ମଣିପୁର,ନାଗାଲାଣ୍ଡ୍‌, ଅରୁଣାଚଳପ୍ରଦେଶରେ ଅନୁପ୍ରବେଶ ହେଉଥିବା ନେଇ ସତର୍କ ସୂଚନା ଜାରି କରି ସାରିଛନ୍ତି। ପରିସ୍ଥିତିର ମୁକାବିଲା କରିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଉପସଚିବ କୃଷ୍ଣ ମୋହନ ଅପ୍ପୁ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ସାବଧାନ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନରୁ ଚୋରି ପରେ ଡାନ୍ସ କଲେ ଯୁବକ: ଭିଡିଓ ଭାଇରାଲ

ଭୋପାଳ,୫।୧: ମଧ୍ୟପ୍ରଦେଶର ଶିବପୁରୀ ଜିଲାରେ ଚୋରିର ଏକ ନିଆରା ଘଟଣା ସାମ୍ନାକୁ ଆସିଛି। ସେଠାରେ ଥିବା ଏକ ଦୋକାନରେ ଜଣେ ଦୁର୍ବୃତ୍ତ ପଶି ନଗଦ ଟଙ୍କା...

ଭିମା କୋରେଗାଓଁ ମାମଲା: ଦୁଇ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୨୮।୭: ସୁପ୍ରିମକୋର୍ଟ ୨୦୧୮ରେ ଭିମା କୋରୋଗାଓଁ ହିଂସା ସହ ଜଡିତ ଏଲ୍ଗାର ପରିଷଦ ମାମଲାରେ ଅଭିଯୁକ୍ତ ବର୍ନୋନ ଗ୍ୟାସଲିଭସ ଓ ଅରୁଣ ଫେରେରାଙ୍କୁ ଶୁକ୍ରବାର ଜାମିନ...

ଗ୍ରୀଷ୍ମ ଯୋଗୁ ରାଜଧାନୀରେ ବଢିଲା ସ୍କୁଲ ଛୁଟିର ଅବଧି

ନୂଆଦିଲ୍ଲୀ,୩୦।୬: ରାଜଧାନୀ ଦିଲ୍ଲୀରେ ଏପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ କମି ନ ଥିବାରୁ ଏଠାକାର ସରକାରୀ ଓ ବେସରକାରୀ ସ୍କୁଲର ଖରାଛୁଟି ଅବଧିକୁ ବୃଦ୍ଧି କରାଯାଇଛି। ପ୍ରଥମରୁ...

ଗାନ୍ଦେରବଲ୍‌ରେ ସର୍ଚ୍ଚ ଅପରେଶନ୍‌: ୨ ହିଜିବୁଲ୍‌ ଆତଙ୍କବାଦୀ ଗିରଫ; ଏକେ-୪୭ ସହିତ ବହୁ ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର,୧୪।୧୦: ଜମ୍ମୁ-କଶ୍ମୀରରେ ସର୍ଚ୍ଚ ଅପରେଶନ୍‌ ସମୟରେ ସୋମବାର ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସ୍ଥାନୀୟ ଗାନ୍ଦେରବଲ୍‌ ଅଞ୍ଚଳରୁ ୨ ହିଜିବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀଙ୍କୁ ଗିରଫ...

ନିତି ଏହି ଜୁସ୍‌ରୁ ଅଧାକପ୍‌ ରଖେ ହାର୍ଟ ଆଟାକ୍‌ରୁ ଦୂରେଇ…

ସକାଳେ ଅଧାକପ୍‌ ତରଭୁଜ ଜୁସ୍‌ ପିଇଲେ ଅନେକ ଲାଭ ମିଳିଥାଏ। ଏଥିରେ ଓମେଗା ୩ ଏସିଡ୍‌ ପ୍ରଚୁର ପରିମାଣରେ ରହିଥାଏ। ଏହି ଜୁସ୍‌କୁ ନିୟମିତ ପିଇଲେ...

ମିଜୋରାମରୁ ଆସାମ ପୋଲିସ ରଡ୍‌ ଚୋରି କରିଥିବା ଅଭିଯୋଗ

ଗୁଆହାଟି,୨୨।୮ : ମିଜୋରାମ ଓ ଆସାମ ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ଲାଗି ରହିଥିବା ବିବାଦ ଆହୁରି ଘନେଇଛି। ସୀମାକୁ ଲାଗିଥିବା ମିଜୋରାମର କୋଲାସିବ ଜିଲାରୁ...

୨୦୨୪ରେ କାମ କରିବ କି ଏହି ପ୍ଲାନ, ପ୍ୟାନ ଇଣ୍ଡିଆ ମିଶନରେ ଏକାଠି ହେବେ ଦଳ, ଏନଡିଏ ବୈଠକରେ ଦେଖାଯିବ ଟ୍ରେଲର

ନୂଆଦିଲ୍ଲୀ,୯।୭: ଲୋକ ସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଣ୍ଟ(ଏନଡିଏ)ର ବୈଠକ ପୂର୍ବରୁ ରାଜନୈତିକ ଉଷ୍ମତା ଦେଖାଦେଇଛି। ଭାଜପାର ପ୍ୟାନ ଇଣ୍ଡିଆ ପ୍ରୋଜେକ୍ଟର ପ୍ରଥମ ଝଲକ...

ଟ୍ରେନ୍‌ ଧକ୍କାରେ ବର୍ଷକୁ ମରୁଛନ୍ତି ୧୬,୦୦୦ ପ୍ରାଣୀ

ଲକ୍ଷ୍ନୌ,୨୮ା୧୨: ବନ୍ଦେ ଭାରତ ଏକ୍ସପ୍ରେସ୍‌ ଧକ୍କାରେ ବାରମ୍ବାର ଜୀବଜନ୍ତୁଙ୍କ ଜୀବନ ଯାଉଥିବା ଅଭିଯୋଗ ହେଉଥିବାବେଳେ ବୁଧବାର ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି) ଏ...

Advertisement
Archives

Model This Week