ଭୂତାଣୁଠୁ ଅଧିକ ଲକ୍‌ଡାଉନ୍‌ ଭୟ

ନୂଆଦିଲ୍ଲୀ,୫ା୫: ଦେଶରେ ଥମୁନାହିଁ କରୋନା ଭାଇରସ୍‌ ତାଣ୍ଡବ। ପ୍ରତିଦିନ ଲକ୍ଷ ଲକ୍ଷ ନୂଆ ମାମଲା ସାମ୍ନାକୁ ଆସୁଥିବାବେଳେ ମୃତ୍ୟୁସଂଖ୍ୟାରେ ମଧ୍ୟ ରୋକ ଲଗାଯାଇ ପାରୁନାହିଁ। ଭୂତାଣୁ ସଂକ୍ରମଣ ରୋକିବା ଲାଗି କେତେକ ରାଜ୍ୟରେ ଆଂଶିକ, ସପ୍ତାହାନ୍ତ କିମ୍ବା ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଜାରି କରାଯାଇଥିଲେ ସୁଦ୍ଧା ବିଶେଷ ସୁଫଳ ମିଳିନାହିଁ। ଏହାକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଜାତୀୟ ଲକ୍‌ଡାଉନ୍‌ ହିଁ ଏକମାତ୍ର ବିକଳ୍ପ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଜାରି ପାଇଁ ଦାବି କରିଛନ୍ତି। ସେହିପରି ଆମେରିକାର ଜନସ୍ବାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ଆନ୍ଥୋନି ଫାଉଚି ମଧ୍ୟ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଜାରି କରିବାକୁ ଭାରତକୁ ପରାମର୍ଶ ଦେଇଛନ୍ତି। ଏଭଳି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଲକ୍‌ଡାଉନ୍‌ ଚାପ ବଢ଼ିବାରେ ଲାଗିଛି।
ଗତ ଏପ୍ରିଲ ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍‌ଡାଉନ୍‌କୁ ଶେଷ ବିକଳ୍ପ ଭାବେ ଅଭିହିତ କରିଥିଲେ। ଦେଶକୁ ତାଲାବନ୍ଦରୁ ବଞ୍ଚାଇବାକୁ ହେଲେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା ଉପରେ ଗୁରୁତ୍ୱ ଦେବା ପାଇଁ ରାଜ୍ୟଗୁଡ଼ିକୁ ସେ ପରାମର୍ଶ ଦେଇଥିଲେ। ଏବେ ତାଙ୍କ ରାଜନୈତିକ ସହଯୋଗୀଙ୍କଠାରୁ ନେଇ ବିଜନେସ୍‌ ଲିଡର ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମୁଖ୍ୟ ମେଡିକାଲ୍‌ ଆଡ୍‌ଭାଇଜର ଆନ୍ଥୋନି ଫାଉଚିଙ୍କ ପର୍ଯ୍ୟନ୍ତ ସମସ୍ତେ ଭାରତରେ ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌କୁ ଏକମାତ୍ର ବିକଳ୍ପ ବୋଲି ମତ ଦେଇଛନ୍ତି। ଗତବର୍ଷ ମାର୍ଚ୍ଚ ୨୫ରେ ପ୍ରଧାନମନ୍ତ୍ରୀ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ବିନା କୌଣସି ପ୍ରସ୍ତୁତିରେ ହଠାତ୍‌ ଲକ୍‌ଡାଉନ୍‌ ଜାରି କରାଯାଇଥିବାରୁ ଦେଶରେ ନାହିଁ ନ ଥିବା ସ୍ଥିତି ସୃଷ୍ଟି ହୋଇଥିଲା। ପ୍ରବାସୀମାନେ ସହରରେ କାମଧନ୍ଦା ହରାଇ ଘରକୁ ଫେରିଥିଲେ। କିଏ ସାଇକେଲରେ ତ କିଏ ଚାଲି ଚାଲି ଶହ ଶହ କି.ମି. ପଥ ଅତିକ୍ରମ କରିବାବେଳର କରୁଣ ଚିତ୍ର ଏବେ ବି ଲୋକଙ୍କ ମନରୁ ଲିଭିନାହିଁ। ଏଥର ମୋଦି ସମାଲୋଚନା ଏଡ଼ାଇବା ପାଇଁ ଚାହୁଁଥିବାବେଳେ ସଦ୍ୟ ଅନୁଷ୍ଠିତ ପଶ୍ଚିମବଙ୍ଗ ନିର୍ବାଚନରେ ଭାଜପା ହାରିଯାଇଛି। ଏପରି କି ଭାଜପା ଶାସିତ ରାଜ୍ୟଗୁଡ଼ିକ ମଧ୍ୟ ମୋଦିଙ୍କ ପରାମର୍ଶକୁ ଅଣଦେଖା କରି ନିଜ ନିଜ ହିସାବରେ କଟକଣା ଜାରି କରିବାରେ ଲାଗିଛନ୍ତି। ଏଭଳି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, କରୋନା ସଂକ୍ରମଣ ରୋକିବା ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ସହ ସର୍ବନିମ୍ନ ଆୟ ସୁନିଶ୍ଚିତ ଯୋଜନା ‘ନ୍ୟାୟ’ ହିଁ ଏକମାତ୍ର ଉପାୟ। କାରଣ ଏହାର ମୁକାବିଲା ପାଇଁ ସରକାରଙ୍କ ପାଖରେ କୌଣସି ରଣନୀତି ନାହିଁ। ବିଶ୍ୱର ଅନ୍ୟତମ ପ୍ରମୁଖ ସଂକ୍ରାମକ ରୋଗ ବିଶେଷଜ୍ଞ ଭାବେ ପରିଚିତ ଡକ୍ଟର ଫାଉଚିଙ୍କ ମତରେ ଭାରତରେ ସ୍ଥିତି ଅତି ଗମ୍ଭୀର ହୋଇଯାଇଛି। ତେଣୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି କରାଯିବା ସହ ସମସ୍ତଙ୍କୁ ଟିକା ଦିଆଗଲେ ସ୍ଥିତି ସୁଧୁରିବ। ସେହିପରି ସୁପ୍ରିମକୋର୍ଟ ମଧ୍ୟ ଜାତୀୟ ଲକ୍‌ଡାଉନ୍‌ ଜାରି ଉପରେ ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଇତିମଧ୍ୟରେ ବିହାରରେ କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ପାଟନା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମେ’ ୫ରୁ ୧୫ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଜାରି କରିଛନ୍ତି। ସେହିପରି କେରଳ ସରକାର ମଧ୍ୟ ମେ’ ୯ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ମଙ୍ଗଳବାର ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ୩.୫୭ ଲକ୍ଷ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୩,୪୪୯ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ମୋଟ ସକ୍ରିୟ ମାମଲା ୧୭% ବୃଦ୍ଧି ପାଇ ୩୪,୪୭,୧୩୩ରେ ପହଞ୍ଚତ୍ଛି। ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨,୦୨,୮୨,୮୩୩ ହୋଇଥିବାବେଳେ କୋଭିଡ୍‌ -୧୯ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୨,୨୨,୪୦୮ ଛୁଇଁଛି। ଅନ୍ୟପକ୍ଷେ ଦିନକ ଭିତରେ ୩,୨୦,୨୮୯ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏମାନଙ୍କୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୧,୬୬,୧୩,୨୯୨ରେ ପହଞ୍ଚତ୍ଛି। ଅଦ୍ୟାବଧି ୧୫,୭୧,୯୮,୨୦୭ ଜଣଙ୍କୁ ଭାକ୍ସିନ ଦିଆଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ୨୪ ଘଣ୍ଟାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୭୩.୧୫% ହେଉଛନ୍ତି ୧୦ ରାଜ୍ୟର। ସେହିପରି ୧୨ ରାଜ୍ୟରେ ୮୧% ସକ୍ରିୟ ମାମଲା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?