ଭୂତାଣୁଠୁ ଅଧିକ ଲକ୍‌ଡାଉନ୍‌ ଭୟ

ନୂଆଦିଲ୍ଲୀ,୫ା୫: ଦେଶରେ ଥମୁନାହିଁ କରୋନା ଭାଇରସ୍‌ ତାଣ୍ଡବ। ପ୍ରତିଦିନ ଲକ୍ଷ ଲକ୍ଷ ନୂଆ ମାମଲା ସାମ୍ନାକୁ ଆସୁଥିବାବେଳେ ମୃତ୍ୟୁସଂଖ୍ୟାରେ ମଧ୍ୟ ରୋକ ଲଗାଯାଇ ପାରୁନାହିଁ। ଭୂତାଣୁ ସଂକ୍ରମଣ ରୋକିବା ଲାଗି କେତେକ ରାଜ୍ୟରେ ଆଂଶିକ, ସପ୍ତାହାନ୍ତ କିମ୍ବା ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଜାରି କରାଯାଇଥିଲେ ସୁଦ୍ଧା ବିଶେଷ ସୁଫଳ ମିଳିନାହିଁ। ଏହାକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଜାତୀୟ ଲକ୍‌ଡାଉନ୍‌ ହିଁ ଏକମାତ୍ର ବିକଳ୍ପ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଜାରି ପାଇଁ ଦାବି କରିଛନ୍ତି। ସେହିପରି ଆମେରିକାର ଜନସ୍ବାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ଆନ୍ଥୋନି ଫାଉଚି ମଧ୍ୟ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଜାରି କରିବାକୁ ଭାରତକୁ ପରାମର୍ଶ ଦେଇଛନ୍ତି। ଏଭଳି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଲକ୍‌ଡାଉନ୍‌ ଚାପ ବଢ଼ିବାରେ ଲାଗିଛି।
ଗତ ଏପ୍ରିଲ ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍‌ଡାଉନ୍‌କୁ ଶେଷ ବିକଳ୍ପ ଭାବେ ଅଭିହିତ କରିଥିଲେ। ଦେଶକୁ ତାଲାବନ୍ଦରୁ ବଞ୍ଚାଇବାକୁ ହେଲେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା ଉପରେ ଗୁରୁତ୍ୱ ଦେବା ପାଇଁ ରାଜ୍ୟଗୁଡ଼ିକୁ ସେ ପରାମର୍ଶ ଦେଇଥିଲେ। ଏବେ ତାଙ୍କ ରାଜନୈତିକ ସହଯୋଗୀଙ୍କଠାରୁ ନେଇ ବିଜନେସ୍‌ ଲିଡର ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମୁଖ୍ୟ ମେଡିକାଲ୍‌ ଆଡ୍‌ଭାଇଜର ଆନ୍ଥୋନି ଫାଉଚିଙ୍କ ପର୍ଯ୍ୟନ୍ତ ସମସ୍ତେ ଭାରତରେ ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌କୁ ଏକମାତ୍ର ବିକଳ୍ପ ବୋଲି ମତ ଦେଇଛନ୍ତି। ଗତବର୍ଷ ମାର୍ଚ୍ଚ ୨୫ରେ ପ୍ରଧାନମନ୍ତ୍ରୀ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ବିନା କୌଣସି ପ୍ରସ୍ତୁତିରେ ହଠାତ୍‌ ଲକ୍‌ଡାଉନ୍‌ ଜାରି କରାଯାଇଥିବାରୁ ଦେଶରେ ନାହିଁ ନ ଥିବା ସ୍ଥିତି ସୃଷ୍ଟି ହୋଇଥିଲା। ପ୍ରବାସୀମାନେ ସହରରେ କାମଧନ୍ଦା ହରାଇ ଘରକୁ ଫେରିଥିଲେ। କିଏ ସାଇକେଲରେ ତ କିଏ ଚାଲି ଚାଲି ଶହ ଶହ କି.ମି. ପଥ ଅତିକ୍ରମ କରିବାବେଳର କରୁଣ ଚିତ୍ର ଏବେ ବି ଲୋକଙ୍କ ମନରୁ ଲିଭିନାହିଁ। ଏଥର ମୋଦି ସମାଲୋଚନା ଏଡ଼ାଇବା ପାଇଁ ଚାହୁଁଥିବାବେଳେ ସଦ୍ୟ ଅନୁଷ୍ଠିତ ପଶ୍ଚିମବଙ୍ଗ ନିର୍ବାଚନରେ ଭାଜପା ହାରିଯାଇଛି। ଏପରି କି ଭାଜପା ଶାସିତ ରାଜ୍ୟଗୁଡ଼ିକ ମଧ୍ୟ ମୋଦିଙ୍କ ପରାମର୍ଶକୁ ଅଣଦେଖା କରି ନିଜ ନିଜ ହିସାବରେ କଟକଣା ଜାରି କରିବାରେ ଲାଗିଛନ୍ତି। ଏଭଳି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, କରୋନା ସଂକ୍ରମଣ ରୋକିବା ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ସହ ସର୍ବନିମ୍ନ ଆୟ ସୁନିଶ୍ଚିତ ଯୋଜନା ‘ନ୍ୟାୟ’ ହିଁ ଏକମାତ୍ର ଉପାୟ। କାରଣ ଏହାର ମୁକାବିଲା ପାଇଁ ସରକାରଙ୍କ ପାଖରେ କୌଣସି ରଣନୀତି ନାହିଁ। ବିଶ୍ୱର ଅନ୍ୟତମ ପ୍ରମୁଖ ସଂକ୍ରାମକ ରୋଗ ବିଶେଷଜ୍ଞ ଭାବେ ପରିଚିତ ଡକ୍ଟର ଫାଉଚିଙ୍କ ମତରେ ଭାରତରେ ସ୍ଥିତି ଅତି ଗମ୍ଭୀର ହୋଇଯାଇଛି। ତେଣୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି କରାଯିବା ସହ ସମସ୍ତଙ୍କୁ ଟିକା ଦିଆଗଲେ ସ୍ଥିତି ସୁଧୁରିବ। ସେହିପରି ସୁପ୍ରିମକୋର୍ଟ ମଧ୍ୟ ଜାତୀୟ ଲକ୍‌ଡାଉନ୍‌ ଜାରି ଉପରେ ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଇତିମଧ୍ୟରେ ବିହାରରେ କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ପାଟନା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମେ’ ୫ରୁ ୧୫ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଜାରି କରିଛନ୍ତି। ସେହିପରି କେରଳ ସରକାର ମଧ୍ୟ ମେ’ ୯ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ମଙ୍ଗଳବାର ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ୩.୫୭ ଲକ୍ଷ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୩,୪୪୯ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ମୋଟ ସକ୍ରିୟ ମାମଲା ୧୭% ବୃଦ୍ଧି ପାଇ ୩୪,୪୭,୧୩୩ରେ ପହଞ୍ଚତ୍ଛି। ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨,୦୨,୮୨,୮୩୩ ହୋଇଥିବାବେଳେ କୋଭିଡ୍‌ -୧୯ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୨,୨୨,୪୦୮ ଛୁଇଁଛି। ଅନ୍ୟପକ୍ଷେ ଦିନକ ଭିତରେ ୩,୨୦,୨୮୯ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏମାନଙ୍କୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୧,୬୬,୧୩,୨୯୨ରେ ପହଞ୍ଚତ୍ଛି। ଅଦ୍ୟାବଧି ୧୫,୭୧,୯୮,୨୦୭ ଜଣଙ୍କୁ ଭାକ୍ସିନ ଦିଆଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ୨୪ ଘଣ୍ଟାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୭୩.୧୫% ହେଉଛନ୍ତି ୧୦ ରାଜ୍ୟର। ସେହିପରି ୧୨ ରାଜ୍ୟରେ ୮୧% ସକ୍ରିୟ ମାମଲା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri