ଘାରିଛି ବିକ୍ରି ଚିନ୍ତା: ଚିନ୍ତାରେ ଚିନାବାଦାମ ଚାଷୀ

ଜଳେଶ୍ୱର,୫ା୫-ଚଳିତବର୍ଷ ବାଲେଶ୍ୱର ଜିଲାର ଜଳେଶ୍ୱର କୃଷି ଜିଲା ଅନ୍ତର୍ଗତ ୩ଟି ବ୍ଲକ ଜଳେଶ୍ୱର, ବାଲିଆପାଳ ଓ ଭୋଗରାଇରେ ୭୦ଭାଗ ଚିନାବାଦାମ ଅମଳ ସରିଥିଲେ ମଧ୍ୟ ବିକ୍ରି ଲାଗି ସୁବିଧା ନ ଥିବାରୁ ଚାଷୀମାନେ ଅଭାବୀ ବିକ୍ରୀର ସମ୍ମୁଖୀନ ହେବାର ଆଶଙ୍କା ଦେଖାଦେଇଛି। ସରକାର ଧାନଚାଷ ବଦଳରେ ଅର୍ଥକାରୀ ଫସଲ ପାଇଁ ଚାପ ସୃଷ୍ଟି କରୁଥିବା ବେଳେ ଏବେ ଚିନାବାଦାମ ଚାଷ କରି ଚାଷୀମାନେ ବିକ୍ରି କରି ନ ପାରି ହୀନସ୍ତା ହେଉଛନ୍ତି। ଧାନ ଅମଳ ପରେ ସରକାର ପ୍ୟାକ୍ସ ଜରିଆରେ ଚାଷୀଙ୍କୁ ପଞ୍ଜୀକରଣ କରି ସର୍ବନିମ୍ନ ସହାୟକ ମୂଲ୍ୟରେ ବିକ୍ରି ବ୍ୟବସ୍ଥା କରିଥିଲେ ମଧ୍ୟ ଚିନାବାଦାମ ଚାଷରେ ସେପରି ବ୍ୟବସ୍ଥା ନାହିଁ । ତେଣୁ ବିହନ କିଣିବା ଓ ଉତ୍ପାଦନ ପରେ ବିକ୍ରି କରିବା ଚାଷୀର ମୁଣ୍ଡବ୍ୟଥାର କାରଣ ହୋଇଛି ବୋଲି ଏ ଅଞ୍ଚଳର ବହୁ ଚାଷୀ ଅଭିଯୋଗ କରିଛନ୍ତି।
ଏହି ୩ ବ୍ଲକରେ ୯ହଜାର ହେକ୍ଟର ଜମିରେ ଚିନାବାଦାମ ଚାଷ ହୋଇଛି । ଜଳେଶ୍ୱରରେ ୩ହଜାର ହେକ୍ଟର, ବାଲିଆପାଳରେ ୩୫୦୦ହେକ୍ଟର ଓ ଭୋଗରାଇରେ ୨୫୦୦ ହେକ୍ଟର ଜମିରେ ଚିନାବାଦାମ ଚାଷ ହୋଇଛି । ଏବେ ୭୦ ଭାଗ ଅମଳ ସରିଲାଣି। ଚାଷୀମାନେ ୫୨ଟଙ୍କାରେ ପଶ୍ଚିମବଙ୍ଗ ଦଲାଲମାନଙ୍କୁ ବିକ୍ରି କରି ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ଜଳେଶ୍ୱର ବ୍ଲକର କୋଟସାହି, ରାୟାଁରାମଚନ୍ଦ୍ରପୁର, ଗୋବରଘଟ୍ଟା, ମହମ୍ମଦନଗରପାଟଣା, ପାଇକସିଦା, ଝାଡପିମ୍ପଳ, ବାଇଗଣବାଡିଆ, ଲକ୍ଷ୍ମଣନାଥ ପଞ୍ଚାୟତରେ ଚଳିତବର୍ଷ ଚିନାବାଦାମ ଚାଷ ବହୁଳ ପରିମାଣରେ ହୋଇଥିବା ସହକାରୀ କୃଷି ଅଧିକାରୀ ରାଜଲକ୍ଷ୍ମୀ ମହାନ୍ତି ଓ କୃଷି ଅଧିକାରୀ ବଟକୃଷ୍ଣ ବାରିକ ସୂଚନା ଦେଇଛନ୍ତି । ସାଧାରଣତଃ ଜଳେଶ୍ୱର ଅଞ୍ଚଳରେ ଟିଏନ୍‌ଭି-୨ ଓ ସ୍ମୃତି ଚିନାବାଦାମ ବିହନ ଚାଷ ବ୍ୟାପକ ଭାବେ ହୋଇଥାଏ । ସରକାରୀ ଭାବେ ଉତ୍ତର ବାଲେଶ୍ୱରରେ ଫାଉଣ୍ଡେଶନ ବିହନ ବିକ୍ରି ବ୍ୟବସ୍ଥା କରି ନ ଥିବା ବେଳେ କେବଳ ଟ୍ରୁଥ୍‌ଫୁଲ ସିଡ୍‌ସ୍‌ (ସାଟିଫାଏଡ) ବିହନ ଯୋଗାଯାଇଛି । ଚାଷୀମାନଙ୍କୁ ପୂର୍ବରୁ ମିଳୁଥିବା ସବ୍‌ସିଡି, ରିହାତି ଦରରେ ସାର, ଔଷଧ, କୃଷି ଯନ୍ତ୍ରପାତି ଏବେ ମିଳୁ ନ ଥିବା ଅଭିଯୋଗ ହୋଇଛି । ଏକର ପ୍ରତି ବିହନ, ସାର, ଅଣୁସାର ଓ କୀଟନାଶକ ଲାଗି ୨୦ହଜାର ଖର୍ଚ୍ଚ ହୋଇଥାଏ । ଉତ୍ପନ୍ନ ହେଉଥିବା ଚିନାବାଦାମକୁ ୪୦ହଜାର ଟଙ୍କାରେ ବିକ୍ରି ହେଉଥିବା ବେଳେ ଚଳିତବର୍ଷ ବଜାର ନ ଥିବାରୁ ବହୁ କମ୍‌ ମୂଲ୍ୟରେ ବିକ୍ରି ହେବା ସମ୍ଭାବନା ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିକୁ ଧକ୍କାଦେଲା କାର୍‌, ଭାଙ୍ଗିଲା ଦୋକାନ ଘର, ଜଣଙ୍କ ଜୀବନ ଗଲା

ବାଲେଶ୍ୱର,୧୮ା୫(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଅନ୍ତର୍ଗତ ସୋର-କୁପାରୀ ରାସ୍ତାର ଖଇରା ଥାନା ଅଧୀନ ଧୋବାଗାଡ଼ିଆ ଛକ ନିକଟରେ ରବିବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି l…

ଖଣି ଅଧିକାରୀଙ୍କୁ ଆକ୍ରମଣ କଲେ ମୋରମ ମାଫିଆ: ଜୀବନରୁ ମାରିଦେବାକୁ ଧମକ

ଖଇରା,୧୬।୫(ଉତ୍କଳ ବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ଅନ୍ତର୍ଗତ ଖଇରାରେ ଅଧିଷ୍ଠିତ କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆମାନେ ଆକ୍ରମଣ କରିଛନ୍ତି। ଗାଡ଼ିକାଚ ଭାଙ୍ଗିବା ନେଇ ଖଣି ଅଧିକାରୀ ଅଭିଷେକ…

କଲରାପତରିଆ ବାଘର ମୃତଦେହ ଠାବ: ଶିମିଳିପାଳ ଅଭୟାରଣ୍ୟରୁ ଖସି ଆସି…

ନୀଳଗିରି,୧୨।୫(ପ୍ରଶାନ୍ତ କୁମାର ବିଶ୍ବାଳ)ବାଲେଶ୍ୱର ଜିଲା ନୀଳଗିରି ରେଞ୍ଜ ଅଧୀନ କାଠଗୋଛି ଜଙ୍ଗଲରେ ଏକ କଲରାପତରିଆ ବାଘ ମୃତଦେହ ଠାବ। ସୋମବାର ବିଳମ୍ବିତ ରାତିରେ ବାଘଟି କୁଳଡିହା କିମ୍ବା…

ହରିପୁରରେ ମହିଳାଙ୍କୁ କୋଦାଳରେ ହାଣି ହତ୍ୟା: ମୃତଶରୀରକୁ ସାଇକେଲରେ ରଖି ଥାନାକୁ ଆଣିଲେ ପରିବାର

ଖଇରା,୧୨।୫(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ବର ଜିଲା ଖଇରା ଥାନା ଅଧିନ ହରିପୁର ଗ୍ରାମରେ ଛାତ ସେଣ୍ଟରିଂକୁ କେନ୍ଦ୍ର କରି ସୁରେନ୍ଦ୍ର ସେଠୀଙ୍କ ଭଉଣୀ କମଳା(୩୯)ଙ୍କୁ କୋଦାଳରେ ହାଣି ହତ୍ୟା କରିବା…

ପଡ଼ୋଶୀଙ୍କ କୋଦାଳ ଆଉ ଶାବଳମାଡ଼ରେ ମହିଳାଙ୍କ ଜୀବନ ଗଲା

ଖଇରା,୧୧ା୫(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ହରିପୁର ଗ୍ରାମରେ ଘର ତିଆରି ପାଇଁ ସେଣ୍ଟରିଂ ବେଳେ ଅଭାବନୀୟ ଘଟଣା ଘଟି ଯାଇଛି। ସୀମା ବିବାଦକୁ…

୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ସିଜିଏସଟି ସୁପରିଟେଣ୍ଡେଣ୍ଟ, ବାନ୍ଧିଲା CBI

ବାଲେଶ୍ବର,୯।୫ ବାଞ୍ଛାନିଧି ଦେ): ଲାଞ୍ଚ ନେଉଥିବାବେଳେ କେନ୍ଦ୍ରୀୟ ଦ୍ରବ୍ୟ ଓ ସେବାକର (ସିଜିଏସଟି)ବିଭାଗର ବାଲେଶ୍ବର ଆଞ୍ଚଳିକ ଅଧୀକ୍ଷକ (ଟେକ୍ନିକାଲ  ସୁପରିଟେଣ୍ଡେଣ୍ଟ) ଓମ ପ୍ରକାଶ ନାୟକଙ୍କୁ ସିବିଆଇ ଟିମ…

ରାଜପଥରେ ଟ୍ରକକୁ ପିଟିଲା ହାଇୱା   ହେଲପର ମୃତ, ଡ୍ରାଇଭର ଗୁରୁତର

 ବାଲେଶ୍ୱର,୫।୫(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ୧୬ ନଂ ଜାତୀୟ ରାଜପଥ ରୂପସା ଥାନା ଅନ୍ତର୍ଗତ ଯୁକନଣ୍ଡି ଛକ ନିକଟରେ ମଙ୍ଗଳବାର ଏକ ମର୍ମଦୁନ୍ତ ସଡ଼କ  ଦୁର୍ଘଟଣା ଘଟିଛି…

ବାଲେଶ୍ବର ବଢୁଛି ଜିଞ୍ଜର କାରବାର; ମାଡି ବସିଲା ଅବକାରୀ ପୋଲିସ, ୭ଅଭିଯୁକ୍ତ ଗିରଫ

ବାଲେଶ୍ୱର,୩ା୫( ବାଞ୍ଛାନିଧି ଦେ): ଜିଞ୍ଜର ଚାଲାଣ ବେଳେ ମାଡି ବସିଲା ଅବକାରୀ ପୋଲିସ । ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଜିଲା ଭ୍ରାମ୍ୟମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri