ଘାରିଲାଣି ଡେଙ୍ଗୁ, ମ୍ୟାଲେରିଆ ଭୟ

ବରଗଡ,୨୩।୮(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ବଢ଼ି ଚାଲିଛି। ଏଥିରୁ ବରଗଡ଼ ଜିଲା ମଧ୍ୟ ବାଦ୍‌ ପଡ଼ିନାହିଁ। ଜିଲାରେ ଏପର୍ଯ୍ୟନ୍ତ ୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜିଲା ସ୍ବାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି। ମାତ୍ର ବେସରକାରୀ ଭାବେ ଏହା ଆହୁରି ଅଧିକ ବୋଲି ଅନୁମାନ କରାଯାଉଛି। ସେହିପରି ଏଥର ଡେଙ୍ଗୁ ରୋଗରେ ଏପର୍ଯ୍ୟନ୍ତ ଜିଲାର କେହି ମୃତ୍ୟୁବରଣ କରିଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ରେକର୍ଡ଼ରେ ନାହିଁ। ଅନ୍ୟପଟେ ଏହି ଜିଲାର ପାଇକମାଳ ବ୍ଲକ ଅନ୍ତର୍ଗତ ସାଲେପାଲି ଗ୍ରାମର ଜଣେ ରୋଗୀ ଡେଙ୍ଗୁରେ ଆକ୍ରାନ୍ତ ହୋଇ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା ପରିବାର ଲୋକଙ୍କ ସୂତ୍ରରୁ ଜଣାପଡ଼ିଛି। ଏଭଳି ଆକ୍ରାନ୍ତ ଏବଂ ମୃତକଙ୍କ ଖବର ମିଳିବା ପରେ ଜିଲାରେ ଡେଙ୍ଗୁ ସଂକ୍ରମଣ ଭୟ ଦେଖାଯାଇଛି। ଜିଲାରେ ଭୁଷୁଡ଼ି ପଡ଼ିଥିବା ପରିମଳ ବ୍ୟବସ୍ଥା ଏଭଳି ଭୟକୁ ଆହୁରି ବଢ଼ାଇ ଦେଇଛି। ଏ ସମ୍ପର୍କରେ ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ସାଧୁଚରଣ ଦାଶଙ୍କୁ ପଚାରିବାରୁ ସେ କହିଥିଲେ, ଏପର୍ଯ୍ୟନ୍ତ ଜିଲାରେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ନେଇ ତାଙ୍କ ପାଖରେ ସୂଚନା ନାହିଁ। ରକ୍ତ ନମୁନା ପରୀକ୍ଷାରୁ ଜିଲାର ପାଇକମାଳରେ ଜଣେ ଏବଂ ବୁକ୍ରାମୁଣ୍ଡାର ୨ଜଣ ଡେଙ୍ଗୁରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା ବୋଲି ସେ କହିଥିଲେ। ସେହିପରି ଜୁଲାଇ ମାସରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ବଢ଼ିଥିଲା। କିନ୍ତୁ ଏବେ ତାହା ନିୟନ୍ତ୍ରଣାଧୀନ ଥିବାବେଳେ ଡେଙ୍ଗୁ ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲାରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି ବୋଲି ଡା. ଦାଶ କହିଛନ୍ତି।
ଗତ କିଛିଦିନ ହେଲା ଜିଲାରେ ଅଳ୍ପଦିନ ବ୍ୟବଧାନରେ ତୁହାକୁ ତୁହା ବର୍ଷା ଲାଗି ରହୁଛି। ଅନେକ ସ୍ଥାନରେ ବର୍ଷାଜଳ ଏବଂ ନର୍ଦ୍ଦମା ପାଣି ନିଷ୍କାସନ ପାଇଁ ଉପଯୁକ୍ତ ଡ୍ରେନେଜ ବ୍ୟବସ୍ଥା ନାହିଁ। ଫଳରେ ସେଭଳି ପାଣି ଦୀର୍ଘଦିନ ଧରି ସେହି ସ୍ଥାନରେ ଜମି ରହୁଛି। ଏଭଳି ଅସ୍ବାସ୍ଥ୍ୟକର ପରିବେଶ ଡେଙ୍ଗୁ ରୋଗ ସୃଷ୍ଟି କରୁଥିବା ଏଡ଼ିସ୍‌ ମଶାର ବିସ୍ତାର ପାଇଁ ଅନୁକୂଳ ହୋଇ ପଡ଼ିଛି ବୋଲି ସାଧାରଣରେ ମତପ୍ରକାଶ ପାଉଛି। ତେବେ ରାଜ୍ୟରେ ବର୍ତ୍ତମାନ ଡେଙ୍ଗୁ ସଂକ୍ରମଣ ଚିନ୍ତାର ବିଷୟ ପାଲଟି ଥିବାବେଳେ ସେଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଆଖି ବୁଜି ଦେବା ଚର୍ଚ୍ଚାର ବିଷୟ ହୋଇଛି। ଖୋଦ୍‌ ଜିଲା ସଦର ମହକୁମା ତଥା ବରଗଡ଼ ସହରରେ ଏଭଳି ପରିବେଶ ସୃଷ୍ଟି ହୋଇଛି। ସହରର ଯୁଆଡ଼େ ଦେଖିଲେ ନର୍ଦ୍ଦମା ପାଣି ଜମି ରହିଛି। ଗଳିକନ୍ଦିର ଡ୍ରେନଠାରୁ ଆରମ୍ଭ କରି ସରକାରୀ ବସଷ୍ଟାଣ୍ଡ ତଥା ବିଭିନ୍ନ ସ୍ଥାନରେ ଦୀର୍ଘଦିନ ଧରି ପାଣି ଜମି ରହିଛି। ସରକାରୀ ବସ୍‌ଷ୍ଟାଣ୍ଡର ସେହି ସମସ୍ୟା ନୂଆ ହୋଇ ନ ଥିବାବେଳେ ସହରରେ ଅବ୍ୟବସ୍ଥିତ ଡ୍ରେନେଜ ବ୍ୟବସ୍ଥା ମଧ୍ୟ ବହୁତ ପୁରୁଣା। ଏହା ସ୍ଥାନୀୟ ଜନ ପ୍ରତିନିଧିଙ୍କଠାରୁ ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ କାହାକୁ ଅଜଣା, ଅଛପା ନୁହେଁ। କିନ୍ତୁ ସରକାରୀ ବସଷ୍ଟାଣ୍ଡରୁ ସେଭଳି ନର୍ଦ୍ଦମା ପାଣି ନିଷ୍କାସନ ହେଉ କିମ୍ବା ଅବ୍ୟବସ୍ଥିତ ଡ୍ରେନେଜ ବ୍ୟବସ୍ଥାରେ ସୁଧାର ଆଣିବା ଦିଗରେ କିଛି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ଉଭୟ ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ଇଚ୍ଛାଶକ୍ତି ଅଭାବରୁ ବର୍ଷ ବର୍ଷ ଧରି ସେଭଳି ସମସ୍ୟା ପଡ଼ି ରହିଥିବାବେଳେ ଲୋକେ ସେଥିପାଇଁ କେବଳ ହଟହଟା ହେଉଛନ୍ତି, ତାହା ନୁହେଁ, ବିଭିନ୍ନ ସଂକ୍ରାମକ ରୋଗରେ ମଧ୍ୟ ଆକ୍ରାନ୍ତ ହେଉଥିବା ସାଧାରଣରେ ଆଲୋଚନା ହେଉଛି।
କେବଳ ସେତିକି ନୁହେଁ, ଯେତେବେଳେ ଡେଙ୍ଗୁ କିମ୍ବା ମ୍ୟାଲେରିଆ ଭଳି ସଂକ୍ରାମକ ରୋଗର ସଂକ୍ରମଣ ବଢ଼ି ଚାଲିଥାଏ, ସେତେବେଳେ ପୌର ପ୍ରଶାସନ ସ୍ବତନ୍ତ୍ର ଗାଡ଼ିରେ ମଶା ଘଉଡ଼ାଇବା ଧୂଆଁ ପ୍ରୟୋଗ କରିଥାଏ। କିନ୍ତୁ ଏବେ ସଂକ୍ରମଣ ଆଶଙ୍କା ବଢ଼ି ଚାଲିଥିଲେ ସୁଦ୍ଧା ପୌର ବିଭାଗ ଏପର୍ଯ୍ୟନ୍ତ ମଶା ଘଉଡ଼ାଇବା ଧୂଆଁ ପ୍ରୟୋଗ କରୁଥିବା ପରିଲକ୍ଷିତ ହୋଇନାହିଁ। ସେହିପରି ବସଷ୍ଟାଣ୍ଡ ଭଳି ପାଣି ଜମି ରହୁଥିବା ସ୍ଥାନରେ ବ୍ଲିଚିଂ ପାଉଡ଼ର ସୁଦ୍ଧା ପକାଯାଉନାହିଁ। କେବଳ ବରଗଡ଼ ସହରରେ ଏଭଳି ସ୍ଥିତି ନାହିଁ। ସାରା ଜିଲାରେ ଡେଙ୍ଗୁ, ମ୍ୟାଲେରିଆ ଭୟ ରହିଛି। କେବଳ ସଚେତନତାରେ ସୀମିତ ନ ରହି ପ୍ରଶାସନ ପକ୍ଷରୁ ବରଗଡ଼ ସରକାରୀ ବସଷ୍ଟାଣ୍ଡ ଭଳି ସ୍ଥାନରେ ଜମି ରହିଥିବା ନର୍ଦ୍ଦମା ପାଣି ନିଷ୍କାସନ ସହିତ ମଶା ଘଉଡ଼ାଇବା ଧୂଆଁ ପ୍ରୟୋଗ ନ କଲେ ଆଗକ ଡେଙ୍ଗୁ, ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଷ୍ଟାର ଫୁଟ୍‌ବଲ ଖେଳାଳିଙ୍କୁ ବ୍ଲାକ୍‌ମେଲ କରି ଜେଲଗଲେ ମହିଳା

ସିଓଲ,୮ା୧୨: ଫୁଟବଲ ଷ୍ଟାର ସନ୍‌ ହିଅଙ୍ଗ ମିନ୍‌ଙ୍କୁ ବ୍ଲାକ୍‌ମେଲ କରିଥିବା ଅଭିଯୋଗରେ ଦକ୍ଷିଣ କୋରିଆର ଏକ କୋର୍ଟ ଜଣେ ମହିଳାଙ୍କୁ ୪ବର୍ଷ ଜେଲ ଦଣ୍ଡ କରିଛି।...

ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ

ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍‌ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...

ଭୟାବହ ଅଗ୍ନିକାଣ୍ଡ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ କଲେ ଫଳ ଦୋକାନୀ, ତହସିଲଦାର କଲେ ଆଲୋଚନା

ବଲାଙ୍ଗୀର, ୮।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ସମ୍ମୁଖ ତଥା ଜିଲାପାଳ କାର୍ଯ୍ୟାଳୟ ନିକଟ ଫଳ ମାର୍କେଟରେ ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ...

ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ  

ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri