ଘାରିଲାଣି ଡେଙ୍ଗୁ, ମ୍ୟାଲେରିଆ ଭୟ

ବରଗଡ,୨୩।୮(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ବଢ଼ି ଚାଲିଛି। ଏଥିରୁ ବରଗଡ଼ ଜିଲା ମଧ୍ୟ ବାଦ୍‌ ପଡ଼ିନାହିଁ। ଜିଲାରେ ଏପର୍ଯ୍ୟନ୍ତ ୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜିଲା ସ୍ବାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି। ମାତ୍ର ବେସରକାରୀ ଭାବେ ଏହା ଆହୁରି ଅଧିକ ବୋଲି ଅନୁମାନ କରାଯାଉଛି। ସେହିପରି ଏଥର ଡେଙ୍ଗୁ ରୋଗରେ ଏପର୍ଯ୍ୟନ୍ତ ଜିଲାର କେହି ମୃତ୍ୟୁବରଣ କରିଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ରେକର୍ଡ଼ରେ ନାହିଁ। ଅନ୍ୟପଟେ ଏହି ଜିଲାର ପାଇକମାଳ ବ୍ଲକ ଅନ୍ତର୍ଗତ ସାଲେପାଲି ଗ୍ରାମର ଜଣେ ରୋଗୀ ଡେଙ୍ଗୁରେ ଆକ୍ରାନ୍ତ ହୋଇ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା ପରିବାର ଲୋକଙ୍କ ସୂତ୍ରରୁ ଜଣାପଡ଼ିଛି। ଏଭଳି ଆକ୍ରାନ୍ତ ଏବଂ ମୃତକଙ୍କ ଖବର ମିଳିବା ପରେ ଜିଲାରେ ଡେଙ୍ଗୁ ସଂକ୍ରମଣ ଭୟ ଦେଖାଯାଇଛି। ଜିଲାରେ ଭୁଷୁଡ଼ି ପଡ଼ିଥିବା ପରିମଳ ବ୍ୟବସ୍ଥା ଏଭଳି ଭୟକୁ ଆହୁରି ବଢ଼ାଇ ଦେଇଛି। ଏ ସମ୍ପର୍କରେ ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ସାଧୁଚରଣ ଦାଶଙ୍କୁ ପଚାରିବାରୁ ସେ କହିଥିଲେ, ଏପର୍ଯ୍ୟନ୍ତ ଜିଲାରେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ନେଇ ତାଙ୍କ ପାଖରେ ସୂଚନା ନାହିଁ। ରକ୍ତ ନମୁନା ପରୀକ୍ଷାରୁ ଜିଲାର ପାଇକମାଳରେ ଜଣେ ଏବଂ ବୁକ୍ରାମୁଣ୍ଡାର ୨ଜଣ ଡେଙ୍ଗୁରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା ବୋଲି ସେ କହିଥିଲେ। ସେହିପରି ଜୁଲାଇ ମାସରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ବଢ଼ିଥିଲା। କିନ୍ତୁ ଏବେ ତାହା ନିୟନ୍ତ୍ରଣାଧୀନ ଥିବାବେଳେ ଡେଙ୍ଗୁ ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲାରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି ବୋଲି ଡା. ଦାଶ କହିଛନ୍ତି।
ଗତ କିଛିଦିନ ହେଲା ଜିଲାରେ ଅଳ୍ପଦିନ ବ୍ୟବଧାନରେ ତୁହାକୁ ତୁହା ବର୍ଷା ଲାଗି ରହୁଛି। ଅନେକ ସ୍ଥାନରେ ବର୍ଷାଜଳ ଏବଂ ନର୍ଦ୍ଦମା ପାଣି ନିଷ୍କାସନ ପାଇଁ ଉପଯୁକ୍ତ ଡ୍ରେନେଜ ବ୍ୟବସ୍ଥା ନାହିଁ। ଫଳରେ ସେଭଳି ପାଣି ଦୀର୍ଘଦିନ ଧରି ସେହି ସ୍ଥାନରେ ଜମି ରହୁଛି। ଏଭଳି ଅସ୍ବାସ୍ଥ୍ୟକର ପରିବେଶ ଡେଙ୍ଗୁ ରୋଗ ସୃଷ୍ଟି କରୁଥିବା ଏଡ଼ିସ୍‌ ମଶାର ବିସ୍ତାର ପାଇଁ ଅନୁକୂଳ ହୋଇ ପଡ଼ିଛି ବୋଲି ସାଧାରଣରେ ମତପ୍ରକାଶ ପାଉଛି। ତେବେ ରାଜ୍ୟରେ ବର୍ତ୍ତମାନ ଡେଙ୍ଗୁ ସଂକ୍ରମଣ ଚିନ୍ତାର ବିଷୟ ପାଲଟି ଥିବାବେଳେ ସେଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଆଖି ବୁଜି ଦେବା ଚର୍ଚ୍ଚାର ବିଷୟ ହୋଇଛି। ଖୋଦ୍‌ ଜିଲା ସଦର ମହକୁମା ତଥା ବରଗଡ଼ ସହରରେ ଏଭଳି ପରିବେଶ ସୃଷ୍ଟି ହୋଇଛି। ସହରର ଯୁଆଡ଼େ ଦେଖିଲେ ନର୍ଦ୍ଦମା ପାଣି ଜମି ରହିଛି। ଗଳିକନ୍ଦିର ଡ୍ରେନଠାରୁ ଆରମ୍ଭ କରି ସରକାରୀ ବସଷ୍ଟାଣ୍ଡ ତଥା ବିଭିନ୍ନ ସ୍ଥାନରେ ଦୀର୍ଘଦିନ ଧରି ପାଣି ଜମି ରହିଛି। ସରକାରୀ ବସ୍‌ଷ୍ଟାଣ୍ଡର ସେହି ସମସ୍ୟା ନୂଆ ହୋଇ ନ ଥିବାବେଳେ ସହରରେ ଅବ୍ୟବସ୍ଥିତ ଡ୍ରେନେଜ ବ୍ୟବସ୍ଥା ମଧ୍ୟ ବହୁତ ପୁରୁଣା। ଏହା ସ୍ଥାନୀୟ ଜନ ପ୍ରତିନିଧିଙ୍କଠାରୁ ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ କାହାକୁ ଅଜଣା, ଅଛପା ନୁହେଁ। କିନ୍ତୁ ସରକାରୀ ବସଷ୍ଟାଣ୍ଡରୁ ସେଭଳି ନର୍ଦ୍ଦମା ପାଣି ନିଷ୍କାସନ ହେଉ କିମ୍ବା ଅବ୍ୟବସ୍ଥିତ ଡ୍ରେନେଜ ବ୍ୟବସ୍ଥାରେ ସୁଧାର ଆଣିବା ଦିଗରେ କିଛି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ଉଭୟ ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ଇଚ୍ଛାଶକ୍ତି ଅଭାବରୁ ବର୍ଷ ବର୍ଷ ଧରି ସେଭଳି ସମସ୍ୟା ପଡ଼ି ରହିଥିବାବେଳେ ଲୋକେ ସେଥିପାଇଁ କେବଳ ହଟହଟା ହେଉଛନ୍ତି, ତାହା ନୁହେଁ, ବିଭିନ୍ନ ସଂକ୍ରାମକ ରୋଗରେ ମଧ୍ୟ ଆକ୍ରାନ୍ତ ହେଉଥିବା ସାଧାରଣରେ ଆଲୋଚନା ହେଉଛି।
କେବଳ ସେତିକି ନୁହେଁ, ଯେତେବେଳେ ଡେଙ୍ଗୁ କିମ୍ବା ମ୍ୟାଲେରିଆ ଭଳି ସଂକ୍ରାମକ ରୋଗର ସଂକ୍ରମଣ ବଢ଼ି ଚାଲିଥାଏ, ସେତେବେଳେ ପୌର ପ୍ରଶାସନ ସ୍ବତନ୍ତ୍ର ଗାଡ଼ିରେ ମଶା ଘଉଡ଼ାଇବା ଧୂଆଁ ପ୍ରୟୋଗ କରିଥାଏ। କିନ୍ତୁ ଏବେ ସଂକ୍ରମଣ ଆଶଙ୍କା ବଢ଼ି ଚାଲିଥିଲେ ସୁଦ୍ଧା ପୌର ବିଭାଗ ଏପର୍ଯ୍ୟନ୍ତ ମଶା ଘଉଡ଼ାଇବା ଧୂଆଁ ପ୍ରୟୋଗ କରୁଥିବା ପରିଲକ୍ଷିତ ହୋଇନାହିଁ। ସେହିପରି ବସଷ୍ଟାଣ୍ଡ ଭଳି ପାଣି ଜମି ରହୁଥିବା ସ୍ଥାନରେ ବ୍ଲିଚିଂ ପାଉଡ଼ର ସୁଦ୍ଧା ପକାଯାଉନାହିଁ। କେବଳ ବରଗଡ଼ ସହରରେ ଏଭଳି ସ୍ଥିତି ନାହିଁ। ସାରା ଜିଲାରେ ଡେଙ୍ଗୁ, ମ୍ୟାଲେରିଆ ଭୟ ରହିଛି। କେବଳ ସଚେତନତାରେ ସୀମିତ ନ ରହି ପ୍ରଶାସନ ପକ୍ଷରୁ ବରଗଡ଼ ସରକାରୀ ବସଷ୍ଟାଣ୍ଡ ଭଳି ସ୍ଥାନରେ ଜମି ରହିଥିବା ନର୍ଦ୍ଦମା ପାଣି ନିଷ୍କାସନ ସହିତ ମଶା ଘଉଡ଼ାଇବା ଧୂଆଁ ପ୍ରୟୋଗ ନ କଲେ ଆଗକ ଡେଙ୍ଗୁ, ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଚଳଚଞ୍ଚଳ: ସଭାପତି ପଦ ପାଇଁ ୪ ପ୍ରାର୍ଥୀ, ଏବିଭିପିର ପ୍ରଚାର ଜୋରଦାର

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ହୋଇଛି। ଆସନ୍ତା ୧୫ ତାରିଖରେ…

ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ସ୍ଥାନାନ୍ତରକୁ ନେଇ ସ୍ପଷ୍ଟ କଲା ବିସିସିଆଇ, ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ଆସନ୍ତା ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜର ଓପନିଂ ମ୍ୟାଚ୍‌ ଦିଲ୍ଲୀରୁ ଅହମଦାବାଦ ସ୍ଥାନାନ୍ତର ହେବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ଏହା ସଠିକ୍‌…

ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌, ଜଣେ ଗିରଫ

ହାଟଡିହୀ/ଛେନାପଦୀ, ୧୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ-ଜଳକଳଙ୍ଗ ବଜାରରେ ବ୍ୟାଙ୍କ ନିକଟରେ ଥିବା ଏକ ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା…

ଘୁଞ୍ଚିଲା ଏସିଆନ ଗେମ୍ସ ରିଭ୍ୟୁ ବୈଠକ, କେବେ ହେବ ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ନିକଟରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଦେଶର ପ୍ରଦର୍ଶନକୁ ରିଭ୍ୟୁ କରିବା ପାଇଁ ଜାତୀୟ କ୍ରୀଡ଼ା ଫେଡେରେଶନମାନଙ୍କ ସହ କ୍ରୀଡ଼ା ମନ୍ତ୍ରଣାଳୟର ଦିନିକିଆ ବୈଠକକୁ ଆସନ୍ତା…

ଶୀତଦିନେ ରୁମ୍‌ ହିଟର କିଣିବା ପୂର୍ବରୁ ଜାଣି ରଖନ୍ତୁ ଏହି କଥା, ନଚେତ୍‌ ପସ୍ତାଇବେ

ଶୀତଦିନେ ସକାଳୁ ବିଛଣାରୁ ଉଠିବା କଷ୍ଟକର ହୋଇପଡ଼େ। ଘର ଭିତରେ ଥଣ୍ଡା ଯୋଗୁଁ ହାତ ଓ ପାଦ ମଧ୍ୟ ବରଫ ଭଳି ଥଣ୍ଡା ହୋଇଯାଏ। ଏଭଳି ସମୟରେ…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

ଅସନ୍ତୋଷ ଘେରରେ ଜିଲାପାଳଙ୍କ ଜନଶୁଣାଣି:ଘଣ୍ଟା ଘଣ୍ଟା ଅପେକ୍ଷା ପରେ ବି ସମସ୍ୟା ସମାଧାନ ନେଇ…

କୁନ୍ଦୁରା,୧୨।୧୦ ସନ୍ତୋଷ ପ୍ରହରାଜ: କୋରାପୁଟ ଜିଲାର କୁନ୍ଦୁରା ବ୍ଲକରେ ଅନୁଷ୍ଠିତ ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରକୁ ନେଇ ଅସନ୍ତୋଷ ଦେଖାଦେଇଛି। ନିର୍ଦ୍ଧାରିତ ସମୟରେ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?