ବିଏମ୍‌ସିକୁ ସୁହାଇଲା ଏନ୍‌ଜିଟି ରାୟ

ଭୁବନେଶ୍ୱର,୨୩ା୮ (ବନ୍ଦନା ସେଠୀ): ସୈନିକ ସ୍କୁଲ ନିକଟ ଅସ୍ଥାୟୀ ଡମ୍ଫିୟାର୍ଡ ବା ଟେମ୍ପରାରି ଟ୍ରାଞ୍ଜିଟ୍‌ ଷ୍ଟେଶନ (ଟିଟିଏସ୍‌) ମାମଲାକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି) ଶୁଣାଣି ଶେଷ କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠରେ ଏନ୍‌ଜିଟି ସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ଫଳରେ ଟିଟିଏସ୍‌କୁ ନେଇ ଦିଆଯାଇଥିବା ରାୟ ସମ୍ପୂର୍ଣ୍ଣରୂପେ ବିଏମ୍‌ସିକୁ ସୁହାଇଛି। ତେବେ ସହରରୁ ବାହାରୁଥିବା ଆବର୍ଜନା ପ୍ରକ୍ରିୟାକରଣ ପାଇଁ ଆବଶ୍ୟକ ଥିବା ସେମି-ଅଟୋମେଟିକ ମ୍ୟାଟେରିଆଲ ରିକଭରି ଫ୍ୟାସିଲିଟି (ଏସ୍‌ଏଏମ୍‌ଆର୍‌ଏଫ୍‌) ନିର୍ମାଣ ପାଇଁ ଏନ୍‌ଜିଟି ପକ୍ଷରୁ ତାରିଖ ଧାର୍ଯ୍ୟ କରାଯାଇଛି। ଚଳିତ ବର୍ଷ ଡିସେମ୍ବର ୩୧ ସୁଦ୍ଧା ବିଏମ୍‌ସି ଆବଶ୍ୟକ ସଂଖ୍ୟକ ଏସ୍‌ଏଏମ୍‌ଆର୍‌ଏଫ୍‌ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭବିଷ୍ୟତରେ ଆବର୍ଜନା ପ୍ରକ୍ରିୟାକରଣ ଓ ବର୍ଦ୍ଧିତ ବର୍ଜ୍ୟବସ୍ତୁ ନିଷ୍କାସନ ଯୋଜନା ନେଇ ବିଏମ୍‌ସି ସତ୍ୟପାଠ ଦାଖଲ କରିଥିଲେ ମଧ୍ୟ କେବେ ସୁଦ୍ଧା ଏହିସବୁ ଯୋଜନା କାର୍ଯ୍ୟକାରୀ ହେବ ବା ପଦକ୍ଷେପ ଗ୍ରହଣ କରାଯିବ ସେସମ୍ପର୍କରେ ଉଲ୍ଲେଖ ନ ଥିଲା। ତେଣୁ ଏନ୍‌ଜିଟି ନିଜଆଡୁ ୨୦୨୫ ଜାନୁଆରୀ ୩୧ ସୁଦ୍ଧା ଏ ସଂକ୍ରାନ୍ତ ସତ୍ୟପାଠ ଦାଖଲ କରିବାକୁ ବିଏମ୍‌ସିକୁ ନିର୍ଦ୍ଦେଶ ଦେଇଛନ୍ତି। ବିଏମ୍‌ସି ପକ୍ଷରୁ ଟିଟିଏସ୍‌ର ପରିଚାଳନା ନେଇ ଆବଶ୍ୟକ ପଦକ୍ଷେପ ନିଆଯାଉଥିବାରୁ ଏନେଇ ଏନ୍‌ଜିଟି ପାଖରେ ମାମଲା ଗଡାଇବାର କୌଣସି ଆବଶ୍ୟକତା ନାହିଁ କହି ଶୁଣାଣିକୁ ଶେଷ କରାଯାଇଛି। ଅପରପକ୍ଷେ ଟିଟିଏସ୍‌ରୁ ବାହାରୁଥିବା ଆବର୍ଜନା ଦୁର୍ଗନ୍ଧରୁ ବର୍ତ୍ତିବା ପାଇଁ ଯେଉଁ ଆଶା ନେଇ ଏନ୍‌ଜିଟିରେ ମାମଲା ଦାଏର କରାଯାଇଥିଲା, ବିଏମ୍‌ସି ଉପରେ ସେଭଳି କିଛି ପ୍ରଭାବ ପଡିଲା ନାହିଁ ବୋଲି ମାମଲା ପରିଚାଳନା କରୁଥିବା ଓକିଲ ଶଙ୍କର ପାଣି କହିଛନ୍ତି।
ଟିଟିଏସ୍‌ ପାଇଁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବାରୁ ସହରବାସୀଙ୍କ ମାନବାଧିକାର କ୍ଷୁଣ୍ଣ ହେଉଥିବା ଓ ଦୁର୍ଗନ୍ଧ ପାଇଁ ସ୍ଥାନୀୟ ବାସିନ୍ଦା ବିଭିନ୍ନ ରୋଗର ଶିକାର ହେଉଥିବା ଅଭିଯୋଗ କରି ଚନ୍ଦ୍ରଶେଖରପୁର ଅଞ୍ଚଳର ହରିପ୍ରିୟା ପଟେଲ ଏନ୍‌ଜିଟିରେ ଅଭିଯୋଗ ଦାଖଲ କରିଥିଲେ। ଏନ୍‌ଜିଟି ଏହାକୁ ଗୁରୁତର ସହ ଗ୍ରହଣ କରି ନିଜଆଡୁ ମାମଲା ରୁଜୁ କରିଥିଲେ। ଏନ୍‌ଜିଟିଙ୍କ ନିର୍ଦ୍ଦେଶ ଆଧାରରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏକ ୪ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଫେବୃଆରୀ ୨୪ରେ ଟିଟିଏସ୍‌ ଗସ୍ତ କରିଥିଲା। ଫେବୃଆରୀ ୨୯ ସୁଦ୍ଧା ଟିମ୍‌ ଏକ ରିପୋର୍ଟ ପ୍ରସ୍ତୁତ କରି ଏନ୍‌ଜିଟିରେ ଦାଖଲ କରିବା ପରେ ମାର୍ଚ୍ଚ ପ୍ରଥମ ସପ୍ତାହରେ ମାମଲାର ପ୍ରଥମ ଶୁଣାଣି ହୋଇଥିଲା। ଏଥିରେ ଜଙ୍ଗଲ ଓ ପରିବେଶ ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣବୋର୍ଡ ଏବଂ ବିଏମ୍‌ସିକୁ ପକ୍ଷଭୁକ୍ତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଚଳଚଞ୍ଚଳ: ସଭାପତି ପଦ ପାଇଁ ୪ ପ୍ରାର୍ଥୀ, ଏବିଭିପିର ପ୍ରଚାର ଜୋରଦାର

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ହୋଇଛି। ଆସନ୍ତା ୧୫ ତାରିଖରେ…

ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ସ୍ଥାନାନ୍ତରକୁ ନେଇ ସ୍ପଷ୍ଟ କଲା ବିସିସିଆଇ, ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ଆସନ୍ତା ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜର ଓପନିଂ ମ୍ୟାଚ୍‌ ଦିଲ୍ଲୀରୁ ଅହମଦାବାଦ ସ୍ଥାନାନ୍ତର ହେବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ଏହା ସଠିକ୍‌…

ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌, ଜଣେ ଗିରଫ

ହାଟଡିହୀ/ଛେନାପଦୀ, ୧୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ-ଜଳକଳଙ୍ଗ ବଜାରରେ ବ୍ୟାଙ୍କ ନିକଟରେ ଥିବା ଏକ ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?