ଭୟ: ଏକ ବୈଜ୍ଞାନିକ ବିଶ୍ଳେଷଣ

ଭୟ ମଣିଷର ଏକ ସହଜାତ ପ୍ରବୃତ୍ତି। ଏପରି କୌଣସି ବ୍ୟକ୍ତି ନାହିଁ ଯାହା ମନରେ ଏହା କେବେ ନା କେବେ ସଞ୍ଚରିତ ନ ହୋଇଛି। ସାଧାରଣତଃ ଏହାକୁ ‘ନିରାନନ୍ଦ ଭାବପ୍ରବଣତା’ ବୋଲି ମନେକରାଯାଏ। ତେବେ ବେଳେବେଳେ ଏଥିରୁ ଆମେ ଆନନ୍ଦ ମଧ୍ୟ ପାଇଥାଉ, ଯେପରିକି ଭୟ ଉଦ୍ରେକକାରୀ ସିନେମା ଦେଖିବାରୁ। ଆମେ ଜାଣିଥାଉ ଯେ ଏହା ଆମ ପାଇଁ ବିପଦର କାରଣ ନୁହେଁ, ତଥାପି ଆମଠାରେ ଭୟର ଲକ୍ଷଣମାନ ପ୍ରକଟିତ ହୁଏ। ଏହି ଭୟ ଆମ ପାଇଁ ଉପଭୋଗ୍ୟ ହୁଏ।
ବିବର୍ତ୍ତନ କଥା ବିଚାରକୁ ନେଲେ ଏହା ହେଉଛି ଆମ ପ୍ରଜାତିର ସୃଷ୍ଟିକାଳୀନ ସାଥୀ ଏବଂ କେତେକ ଦୃଷ୍ଟିରୁ ଆମକୁ ତିଷ୍ଠି ରହିବାରେ ସାହାଯ୍ୟ କରିଆସିଛି। କାରଣ ହିଂସ୍ର ଜୀବଜନ୍ତୁ ତଥା ବିପଜ୍ଜନକ ପରିସ୍ଥିତିର ମୁକାବିଲା କିମ୍ବା ତାଙ୍କଠାରୁ ପଳାୟନ କରିପାରୁ ନ ଥିବା ପ୍ରଜାତିର ଶୀଘ୍ର ବିଲୁପ୍ତି ଘଟିଥାଏ। କିନ୍ତୁ ଭୟ ଆମକୁ ଏ ଦିଗରେ ପ୍ରରୋଚିତ କରି ସୁରକ୍ଷା ପ୍ରଦାନ କରିଥାଏ।
ଏହି ସମୟରେ ଆମ ଶ୍ୱାସକ୍ରିୟା ଏବଂ ହୃତ୍‌ସ୍ପନ୍ଦନ ପ୍ରଖର ହୁଏ। ଚର୍ମ ଆଦି ଶରୀରର ବାହ୍ୟଅଂଶର ରକ୍ତପେଟିକାମାନ ସଙ୍କୁଚିତ ହେଲାବେଳେ ବହୁ ଅତ୍ୟାବଶ୍ୟକ ଅଙ୍ଗଗୁଡ଼ିକର ଚତୁଃପାର୍ଶ୍ୱସ୍ଥ କେନ୍ଦ୍ରୀୟ ରକ୍ତପେଟିକାଗୁଡ଼ିକ ସମ୍ପ୍ରସାରିତ ହୋଇ ତାହାଙ୍କୁ ଅମ୍ଳଜାନ ଓ ପୁଷ୍ଟିଧାରଣ କରୁଥିବା ରକ୍ତରେ ପ୍ଳାବିତ କରନ୍ତି। ମାଂସପେଶୀ ଅଧିକ ରକ୍ତ ପ୍ରାପ୍ତ ହୁଅନ୍ତି ଏବଂ ଭୟ ପ୍ରତି ପ୍ରତିକ୍ରିୟା ପ୍ରକାଶ ଲାଗି ପ୍ରସ୍ତୁତ ହୋଇଯାଆନ୍ତି। ଏସମୟରେ ଚୟପୟନ ଦ୍ରୁତ ହେବାରୁ ରକ୍ତରେ ଗ୍ଲୁକୋଜର ସ୍ତର ହଠାତ୍‌ ବଢ଼ିଯାଏ ଏବଂ ତାହା ସମ୍ଭାବ୍ୟ ଆବଶ୍ୟକତା ପୂରଣ ଲାଗି ଶକ୍ତି ସଞ୍ଚୟ କରି ରଖନ୍ତି। ଅନ୍ୟପକ୍ଷରେ ରକ୍ତରେ କ୍ୟାଲସିୟମ ଏବଂ ଶ୍ୱେତ ରକ୍ତକଣିକା ଅଧିକ ହୋଇଯାଏ।
ଭୟ ସମୟରେ ଉତ୍ପନ୍ନ ମୁକାବିଲା କିମ୍ବା ପଳାୟନ ପ୍ରତିକ୍ରିୟାକୁ ମସ୍ତିଷ୍କର ଲିମ୍ବିକ ବ୍ୟବସ୍ଥା ନିୟନ୍ତ୍ରିତ କରିଥାଏ। ଏହି ଅଂଶଟି ଆମିଗ୍‌ ଡାଲା, ହାଇଫୋଥାଲାମସ୍‌, ହିପୋକାମ୍ପସ୍‌ ଏବଂ ସେରିବ୍ରମ୍‌ର ତଳପଟେ ଥିବା ଥାଲାମସ୍‌ର ଉଭୟ ପାର୍ଶ୍ୱରେ ଅବସ୍ଥିତ ସିଙ୍ଗୁଲେଟ୍‌ ଗାଇରସ୍‌କୁ ନେଇ ଗଠିତ। ଏହି ବ୍ୟବସ୍ଥା ଦ୍ୱାରା ଆମ ଅନ୍ତଃସ୍ରାବୀ ଗ୍ରନ୍ଥୀ ଓ ସ୍ବୟଂକ୍ରିୟ ସ୍ନାୟବିକ ସଂସ୍ଥା ପ୍ରଭାବିତ ହୋଇଥାଏ। ଆମ ମନସ୍ତାତ୍ତ୍ୱିକ ବିକୃତିକୁ ନିୟନ୍ତ୍ରଣରେ ରଖୁଥିବା ପ୍ରି ଫ୍ରିଣ୍ଟାଲ କୋରଟେକସକୁ ମଧ୍ୟ ଏହା ସଂଯୋଜିତ କରି ରଖେ। ଆମର କ୍ଷୁଧା, ଖୁସି, କ୍ରୋଧ ଓ ଉଦ୍‌ବେଗକୁ ହାଇପୋଥାଲାମସ୍‌ ନିୟନ୍ତ୍ରିତ କରିଥାଏ। ଏହାର ଅନ୍ୟ କାର୍ଯ୍ୟ ହେଲା ରକ୍ତ ଚାପ, ହୃତ୍‌ସ୍ପନ୍ଦନ ଓ ଆବେଗକୁ ସନ୍ତୁଳିତ ରଖିବା। ହଠାତ୍‌ କୌଣସି ବିପଦର ସମ୍ମୁଖୀନ ହେଲେ, ମାନସିକ ଚାପଗ୍ରସ୍ତ ହେଲେ କିମ୍ବା ଉତ୍ତେଜିତ ହେଲେ ତାକୁ ପ୍ରତିହତ କରିବା କିମ୍ବା ସେଠାରୁ ପଳାୟନ କରିବା ଲାଗି ଉତ୍‌ପ୍ରେରିତ କରିବା କାମ ହେଲା ଆମିଗଡାଲାର। ଏହା ହାଇପୋଥାଲାମସ୍‌କୁ ଏ ସମ୍ପର୍କରେ ସୂଚନା ଦିଏ। ଅନ୍ୟପକ୍ଷରେ ହାଇପୋଥାଲାମସ୍‌ ସକ୍ରିୟ କରେ ପିଟ୍ୟୁଟାରୀ ଗ୍ରନ୍ଥୀକୁ। ଫଳରେ ତହିଁରୁ ଆଡ୍ରେନୋକୋରଟିକୋଟ୍ରାପକ୍‌ ହର୍‌ମୋନର କ୍ଷରଣ ଘଟେ।
ଏହି ସମୟରେ ଆମ ସ୍ନାୟୁ ବ୍ୟବସ୍ଥାର ଏକ ଅଂଶବିଶେଷ ହୋଇଥିବା ଏବଂ ମୁକାବିଲା କିମ୍ବା ପଳାୟନ ପ୍ରତିକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ସମ୍ବେଦନଶୀଳ ସ୍ନାୟୁବ୍ୟବସ୍ଥା ଆଡେନାଲ୍‌ ଗ୍ରନ୍ଥୀକୁ ସକ୍ରିୟ କରେ। ଏହାଦ୍ୱାରା ଏପିନେଫ୍ରିନ୍‌ ବା ଆଡ୍ରେନାଲିନ୍‌ ଏବଂ କାଟେକୋଲାମିନ୍‌ ଜାତୀୟ ହର୍‌ମୋନଗୁଡ଼ିକୁ ରକ୍ତସ୍ରୋତରେ ବୃଦ୍ଧି ପାଇବାକୁ ପ୍ରୋତ୍ସାହନ ଦିଏ। ପୁନଶ୍ଚ ଆଡ୍ରେନୋ କୋରଟିକୋଟ୍ରୋପିକ୍‌ ହର୍‌ମୋନ ଦ୍ୱାରା ପ୍ରରୋଚିତ ହୋଇ ଶରୀର ମଧ୍ୟରେ କୋର୍ଟିସଲର ମଧ୍ୟ କ୍ଷରଣ ଘଟେ। ଫଳରେ ରକ୍ତଚାପ, ରକ୍ତ ଶର୍କରା (ସୁଗାର) ଏବଂ ରକ୍ତରେ ଶ୍ୱେତକଣିକା ଅଧିକ ହୁଏ। ରକ୍ତରେ ସଞ୍ଚାଳିତ ହେଉଥିବା କୋର୍ଟିସଲ୍‌ ଆବଶ୍ୟକସ୍ଥଳେ ମାଂସପେଶୀର ବ୍ୟବହାର ପାଇଁ ମେଦାମ୍ଳଗୁଡ଼ିକୁ ଶକ୍ତିରେ ମଧ୍ୟ ରୂପାନ୍ତର କରେ।
ଏପିନେଫ୍ରିନ୍‌ ଏବଂ ନରଏପିନେଫ୍ରିନ୍‌ ଭଳି କାଟେକୋଲାମିନ୍‌ ଶ୍ରେଣୀର ହର୍‌ମୋନ ମାଂସପେଶୀକୁ ପ୍ରଚଣ୍ଡ ଭାବେ କାର୍ଯ୍ୟ କରିବା ଲାଗି ପ୍ରସ୍ତୁତ କରିଥା’ନ୍ତି। ସେଗୁଡ଼ିକ ଆମ ହୃତ୍‌ପିଣ୍ଡ, ଫୁସ୍‌ଫୁସ୍‌, ପାକସ୍ଥଳୀ ଓ ଅନ୍ତନଳୀମାନଙ୍କ ସକ୍ରିୟତାକୁ ପ୍ରଭାବିତ କରନ୍ତି। ଫଳରେ ଆମଠାରେ ପ୍ରକଟିତ ହୁଏ ଛାତି ଧଡ଼ପଡ଼ ହେବା, ଘନ ଘନ ନିଃଶ୍ୱାସ ନେବା, ଶରୀରରୁ ଝାଳ ବୋହିବା, ତଣ୍ଟି ଶୁଖିଯିବା ଆଦି ଭୟର ନାନାଦି ଲକ୍ଷଣ। ଏ ସମସ୍ତ ଆମ ଧମନୀକୁ ପ୍ରସାରିତ କରେ ଏବଂ ଶ୍ରବଣ ଶକ୍ତି ହ୍ରାସ ମଧ୍ୟ ହୁଏ।
ସ୍ମରଣ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା ମସ୍ତିଷ୍କର ହିପୋକାମ୍ପସ୍‌ ଏବଂ ଉଚ୍ଚସ୍ତରୀୟ ନିଷ୍ପତ୍ତି ନେବାରେ ସହାୟତା କରୁଥିବା ପ୍ରି ଫ୍ରଣ୍ଟାଲ୍‌ କୋର୍‌ଟେକସ୍‌ ମଧ୍ୟ ଭୟ ପ୍ରତି ଆମର ପ୍ରତିକ୍ରିୟାରେ ଅନ୍ୟ ପ୍ରକାର ଅଂଶଗ୍ରହଣ କରନ୍ତି। ଏହା ବାସ୍ତବ ଓ ଯୁକ୍ତିଯୁକ୍ତ କି ଘଟଣାଟି ପ୍ରତି ଆମେ ଅନାବଶ୍ୟକ ଭାବେ ଅଧିକ ପ୍ରତିକ୍ରିୟା ପ୍ରଦର୍ଶନ କରୁଛୁ ତାହା ବୁଝିବାରେ ସେଗୁଡ଼ିକ ସାହାଯ୍ୟ କରନ୍ତି। ଯଦି ହିପୋକାମ୍ପସ୍‌ ଏବଂ ପ୍ରି ଫ୍ରଣ୍ଟାଲ୍‌ କୋରଟେକାସ୍‌ ନିର୍ଣ୍ଣୟ କରନ୍ତି ଯେ ଏହା ଅତିରଞ୍ଜିତ, ତା’ହେଲେ ସେଗୁଡ଼ିକ ତାହାକୁ ଫେରାଇ ଆଣିପାରିବେ ଏବଂ ଆମିଗଡାଲ ସକ୍ରିୟତାକୁ ହ୍ରାସ କରିପାରିବେ। ଅତଏବ ଆମ ଡର କମିଯିବ। ଆମେ ଭୀତପ୍ରଦ ସିନେମା ଦେଖି ଡରିବା ପରିବର୍ତ୍ତେ ଏହାକୁ ଉପଭୋଗ କରିବାର ଏହା ହେଉଛି କାରଣ।
ଉଭୟ ସ୍ନାୟବିକ ଦିଗଗୁଡ଼ିକ ଉଦ୍‌ଘାଟନ ପାଇଁ ଏବେ ପରୀକ୍ଷା ନିରୀକ୍ଷା ତଥାପି ଚାଲିଛି। ସମ୍ଭବତଃ ଆଗାମୀ ଦିନମାନଙ୍କରେ ବୈଜ୍ଞାନିକମାନେ ଏଥିରେ ସଫଳତା ହାସଲ କରିପାରିବେ। ସେତେବେଳେ ଆମର ଅଯଥା ଭୟର ନିୟନ୍ତ୍ରଣ ଏବଂ ଆବଶ୍ୟକସ୍ଥଳେ ନିବାରଣ ଲାଗି ଚିକିତ୍ସା ସମ୍ଭବ ହେବ।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri