Posted inଜାତୀୟ

ଏ ବର୍ଷ ମୌସୁମୀ ପାଇଁ ଅନୁକୂଳ ସ୍ଥିତି

ନୂଆଦିଲ୍ଲୀ,୬ା୪

ଭାରତର ଅଧିକାଂଶ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ଚଳିତ ବର୍ଷ ଏକ ଅନୁକୂଳ ମୌସୁମୀ ଋତୁର ଆଗୁଆ ସଙ୍କେତ ମିଳିଥିବା ପାଣିପାଗ ବିଜ୍ଞାନୀମାନେ ସୂଚନା ଦେଇଛନ୍ତି। ଏଲ୍‌ ନିନୋ ପ୍ରଭାବ ହ୍ରାସ ସହ ୟୁରେସିଆରେ ନିମ୍ନ ତୁଷାରପାତ ଯୋଗୁ ଏପରି ହେବା ସେମାନେ ପୂର୍ବାନୁମାନ କରିଛନ୍ତି। ଏକ ନ୍ୟୁଜ୍‌ ଏଜେନ୍ସିକୁ ସାକ୍ଷାତ୍‌କାର ଦେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପାଇଁ ଜଳବାୟୁ ବହୁପରିମାଣରେ ଅନୁକୂଳ ରହିଛି। ଭାରତୀୟ କୃଷି ଅର୍ଥନୀତି ପାଇଁ ବର୍ଷା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଚଳିତ ବର୍ଷ ମୌସୁମୀ ଅନୁକୂଳ ରହିବା ଚାଷୀମାନଙ୍କ ଲାଗି ଭଲ ଖବର। ଆଇଏମ୍‌ଡି ଡିଜିଙ୍କ କହିବା ଅନୁଯାୟୀ ଏବର୍ଷ ଏଲ୍‌ ନିନୋର ପ୍ରଭାବ ଫିକା ରହିବ। ଜୁନ୍‌ ଆରମ୍ଭରୁ ଏହା ନିଷ୍କ୍ରିୟ ସ୍ଥିତିକୁ ଆସିପାରେ। ଏଲ୍‌ ନିନୋ (କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗର ଜଳରାଶିର ଉତ୍ତପ୍ତ ସ୍ଥିତି) ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ପ୍ରଭାବିତ କରିଥାଏ। ଏହା ନିଷ୍କ୍ରିୟ ରହିବା ସହ ମୌସୁମୀ ଋତୁର ଦ୍ୱିତୀୟାର୍ଦ୍ଧ ଜୁଲାଇରୁ ସେପ୍ଟେମ୍ବର ଲା ନିନା ସ୍ଥିତି ଯୋଗୁ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗର ଶୀତଳ ହେବ, ଯାହା ଭାରତୀୟ ମୌସୁମୀ ପାଇଁ ଅନୁକୂଳ। ଗତବର୍ଷ ମଧ୍ୟ ଏଲ୍‌ ନିନୋ ମୌସୁମୀ ଉପରେ ପ୍ରତିକୂଳ ପ୍ରଭାବ ପକାଇ ନ ଥିଲା ବୋଲି ମୃତ୍ୟୁଞ୍ଜୟ କହିଛନ୍ତି। ସେହିପରି ଚଳିତବର୍ଷ ତୁଷାର ଆସ୍ତରଣ କମ୍‌ ରହିବାକୁ ଥିବାରୁ ଏହା ଆଉ ଏକ ଶୁଭ ସଙ୍କେତ। ଭାରତରେ ବାର୍ଷିକ ବୃଷ୍ଟିପାତର ୭୦ ପ୍ରତିଶତ ମୌସୁମୀରୁ ମିଳିଥାଏ, ଯାହା କୃଷି ସେକ୍ଟର ପାଇଁ ଗୁରୁତ୍ୱପୂର୍ଣ୍ଣ। ଦେଶର ଜନସଂଖ୍ୟାର ଅଦ୍ଧାଧିକ ଲୋକ କୃଷିରେ ନିୟୋଜିତ ଥିବାବେଳେ ଜିଡିପିର ୧୪ ପ୍ରତିଶତ କୃଷି ସେକ୍ଟରରୁ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା: ୧୨ ଜିଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୭।୮: ଆସନ୍ତା ୩ ଘଣ୍ଟା ପାଇଁ ଓଡ଼ିଶାର ୧୨ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ୧୨ ଜିଲାରେ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି…

ଓ୍ବାଇ.ବି. ଖୁରାନିଆଙ୍କ ପରେ କିଏ ହେବେ ପୋଲିସ ମୁଖିଆ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୭।୮(ତ୍ରିନାଥ ମହାନ୍ତି):ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ଆସନ୍ତା ୧୬ ତାରିଖରେ ଅବସର ନେବେ। ତାଙ୍କ ପରେ କିଏ ହେବ ପରବର୍ତ୍ତୀ ଡିଜିପି ତାହାକୁ ନେଇ କଳ୍ପନାଜଳ୍ପନା…

ସୋନମ ୱାଙ୍ଗଚୁକଙ୍କ ଚାଞ୍ଚଲ୍ୟକର ଖୁଲାସା: ରାହୁଲ ଗାନ୍ଧୀଙ୍କ ହାତରୁ ପିଇଥାନ୍ତି ଜୁସ୍‌, ହେଲେ…

ନୂଆଦିଲ୍ଲୀ, ୭।୮: ସିଜେପି (CJP) ପ୍ରତିବାଦ ସମୟରେ ଅନଶନ କରିଥିବା ସୋନମ ୱାଙ୍ଗଚୁକ ଏକ ବଡ଼ ଖୁଲାସା କରିଛନ୍ତି। ଏହି ଖୁଲାସା ସହ ସେ ରାହୁଲ ଗାନ୍ଧୀଙ୍କ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ: ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବରଗଡ଼,୭।୮(ପ୍ରେମାନନ୍ଦ ଖମାର):ବରଗଡ଼ କୋର୍ଟ ସମ୍ମୁଖରେ ଗୁରୁବାର ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସହରାଞ୍ଚଳ ଗୋଷ୍ଠୀ…

ପ୍ରଦୂଷଣର ହେଉନି ସ୍ଥାୟୀ ପ୍ରତିକାର: ୭ଦିନରେ ୯ହୋଟେଲକୁ ନୋଟିସ

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଦୂଷଣ ବଢ଼ି ଚାଲିଛି। ସହର ରାସ୍ତାକଡ଼ଠାରୁ ଆରମ୍ଭ କରି ନାଳ ନର୍ଦ୍ଦମା, କେନାଲ ଯେଉଁଆଡ଼େ ଦେଖିଲେ ପଡ଼ି ରହିଛି କୁଢ଼କୁଢ଼ ମଇଳା ଆବର୍ଜନା।…

ବିପଦପୂର୍ଣ୍ଣ ରାସ୍ତା, ଲୋକେ ହଟହଟା: ବୁର୍ଡ଼ା-ଅର୍ଜୁନପୁର ପିଡବ୍ଲ୍ୟୁଡି ରାସ୍ତା କଲଭର୍ଟ ଭୁଶୁଡ଼ି ଗର୍ତ୍ତ

ଲୋଇସିଂହା,୭।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ବୁର୍ଡା ଛକରୁ ଅର୍ଜୁନପୁର ପିଡବ୍ଲୁଡି ରାସ୍ତାର କୁମୁଣ୍ଡେ ଶୁଳିଆ ଛକ ନିକଟ କଲଭର୍ଟ ଭାଙ୍ଗି ଗର୍ତ୍ତ ସୃଷ୍ଟି ହୋଇଛି। ଏହାର…

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ୨୫ ପ୍ରତିଶତ ବୋନସ: ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ଏମ୍‌ପି

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ):ଓଡ଼ିଶାରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୧୨ଲକ୍ଷ କେନ୍ଦୁପତ୍ର ଶ୍ରମିକ କେନ୍ଦୁପତ୍ର ତୋଳାଳି, ସିଜିନାଲ କର୍ମଚାରୀ,ବନ୍ଧେଇ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ଯଥାକ୍ରମେ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ…

ପୁଣି PM ମୋଦିଙ୍କ ଆଗରେ ବଡ଼ ଦାବି ରଖିଲେ ଅଭିଜିତ ଦୀପକେ: ୧୫ ଅଗଷ୍ଟରେ Gen Z ଙ୍କ ପାଇଁ…

ନୂଆଦିଲ୍ଲୀ, ୭।୮: ଜନ୍ତର ମନ୍ତରରେ ପ୍ରତିବାଦ କରିବା ପରେ ବର୍ତ୍ତମାନ କକରୋଚ ଜନତା ପାର୍ଟି (CJP) ନୂଆ ପ୍ରସଙ୍ଗଗୁଡ଼ିକୁ ନେଇ ଆଲୋଚନା କରୁଛି। ସିଜେପିର କୋର୍‌ ଟିମ୍‌ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri