ଅସୁସ୍ଥ ଅଛନ୍ତି ଫତିମା

ମୁମ୍ବାଇ: ବଲିଉଡ ନାୟିକା ଫାତିମା ସନା ଶେଖ ଅସୁସ୍ଥ ଥିବା ଜଣାପଡିଛି । ନିଜ ଅଭିନୟ ବଳରେ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଫତିମା ଆମିର ଖାଁଙ୍କ ସହ ଫିଲ୍ମ ଦଙ୍ଗଲରେ ନଜର ଆସିଥିଲେ । ଏବେ କିନ୍ତୁ ସେ ତାଙ୍କ ପର୍ସନାଲ ଲାଇଫକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । ସେ ତାଙ୍କ ଅସୁସ୍ଥତାକୁ ନେଇ ଏକ ବଡ ଖବର ଦେଇଛନ୍ତି । ଯାହା ଜଣାପଡିବା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି । ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଥିଲେ ମୋତେ ଥରେ ବିମାନ ଯାତ୍ରା ସମୟରେ ଏପିଲେପ୍ଟିକ ଫିଟ ବା ମୁର୍ଚ୍ଛା ହୋଇଥିଲା । ଅର୍ଥାତ୍ ଫତିମା ଅପସ୍ମାରରେ ପୀଡ଼ତ ଥିବା କହିଛନ୍ତି ।
ଫତିମା କହିଛନ୍ତି ମୋତେ ପ୍ରାୟ ୫ ଥର ଏପିଲେପ୍ଟିକ ଫିଟ ହୋଇ ସାରିଛି ସେତେବେଳେ ମୁଁ ଏକେଲା ଥିଲି ଓ ବହୁତ କଷ୍ଟ ହେଉଥିଲା । ଫାତିମା କହିଛନ୍ତି ଏହି ରୋଗ କାରଣରୁ ମୋ କ୍ୟାରିୟରରେ ବଡ ପ୍ରଭାବ ପଡିଥିଲା । ଏହାଦ୍ୱାରା ମୋତେ ବହୁତ ଚିନ୍ତା ଲାଗୁଥିଲା । ହେଲେ ମୁଁ ବହୁତ ଭାଗ୍ୟଶାଳୀ ଯେ ଏତେ ବଡ ବଡ ସମସ୍ୟା ପରେ ବି ମୁଁ ବଞ୍ଚି ଯାଇଛି । ହେଲେ ଏବେ ମୋତେ କେଉଁଠିକୁ ଏକେଲା ଯିବାକୁ ସାହସ ପାଉନାହିଁ । ସବୁବେଳେ ସବୁ ସ୍ଥାନକୁ କେହିଜଣେ ଯିବା ଦରକାର ବୋଲି ଫତିମା କୁହନ୍ତି । କାରଣ ମୋତେ କେଉଁଠିକୁ ଏକେଲା ଜିବାକୁ ଭୟ କରିଥାଏ । ଅଭିନେତ୍ରୀ କହିଛନ୍ତି ସେ ଏକ ଗମ୍ଭିର ରୋଗରେ ପୀଡ଼ିତ ବୋଲି ସେ କାହାକୁ କିଛ କହି ନାହାନ୍ତି । ବିଶେଷ ଭାବେ ପ୍ରଥମେ ସେ ଏହି କଥା ଫିଲ୍ମ ମେକର୍ସଙ୍କୁ କହି ନ ଥିଲେ । କାରଣ ସେ ଭାବୁଥିଲେ ଏହା ନିର୍ମାତାଙ୍କୁ ଜଣାଇଦେଲେ ହୁଏତ ତାହା ତାଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇପାରେ ।
ସୂଚନାଯୋଗ୍ୟ, ଫତିମା ଶେଷଥର ଲାଗି ନେଟଫ୍ଲିକ୍ସ ମୁଭି ‘ଥର’ରେ ନଜର ଆସିଥିବା ବେଳେ ଏବେ ସେ ଭିକ୍କି କୌଶଲଙ୍କ ମୁଭି ‘ସୋମ ବାହାଦୂର’ରେ ଦେଖିବାକୁ ମିଳିବେ ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri