ଅସୁସ୍ଥ ଅଛନ୍ତି ଫତିମା

ମୁମ୍ବାଇ: ବଲିଉଡ ନାୟିକା ଫାତିମା ସନା ଶେଖ ଅସୁସ୍ଥ ଥିବା ଜଣାପଡିଛି । ନିଜ ଅଭିନୟ ବଳରେ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଫତିମା ଆମିର ଖାଁଙ୍କ ସହ ଫିଲ୍ମ ଦଙ୍ଗଲରେ ନଜର ଆସିଥିଲେ । ଏବେ କିନ୍ତୁ ସେ ତାଙ୍କ ପର୍ସନାଲ ଲାଇଫକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । ସେ ତାଙ୍କ ଅସୁସ୍ଥତାକୁ ନେଇ ଏକ ବଡ ଖବର ଦେଇଛନ୍ତି । ଯାହା ଜଣାପଡିବା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି । ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଥିଲେ ମୋତେ ଥରେ ବିମାନ ଯାତ୍ରା ସମୟରେ ଏପିଲେପ୍ଟିକ ଫିଟ ବା ମୁର୍ଚ୍ଛା ହୋଇଥିଲା । ଅର୍ଥାତ୍ ଫତିମା ଅପସ୍ମାରରେ ପୀଡ଼ତ ଥିବା କହିଛନ୍ତି ।
ଫତିମା କହିଛନ୍ତି ମୋତେ ପ୍ରାୟ ୫ ଥର ଏପିଲେପ୍ଟିକ ଫିଟ ହୋଇ ସାରିଛି ସେତେବେଳେ ମୁଁ ଏକେଲା ଥିଲି ଓ ବହୁତ କଷ୍ଟ ହେଉଥିଲା । ଫାତିମା କହିଛନ୍ତି ଏହି ରୋଗ କାରଣରୁ ମୋ କ୍ୟାରିୟରରେ ବଡ ପ୍ରଭାବ ପଡିଥିଲା । ଏହାଦ୍ୱାରା ମୋତେ ବହୁତ ଚିନ୍ତା ଲାଗୁଥିଲା । ହେଲେ ମୁଁ ବହୁତ ଭାଗ୍ୟଶାଳୀ ଯେ ଏତେ ବଡ ବଡ ସମସ୍ୟା ପରେ ବି ମୁଁ ବଞ୍ଚି ଯାଇଛି । ହେଲେ ଏବେ ମୋତେ କେଉଁଠିକୁ ଏକେଲା ଯିବାକୁ ସାହସ ପାଉନାହିଁ । ସବୁବେଳେ ସବୁ ସ୍ଥାନକୁ କେହିଜଣେ ଯିବା ଦରକାର ବୋଲି ଫତିମା କୁହନ୍ତି । କାରଣ ମୋତେ କେଉଁଠିକୁ ଏକେଲା ଜିବାକୁ ଭୟ କରିଥାଏ । ଅଭିନେତ୍ରୀ କହିଛନ୍ତି ସେ ଏକ ଗମ୍ଭିର ରୋଗରେ ପୀଡ଼ିତ ବୋଲି ସେ କାହାକୁ କିଛ କହି ନାହାନ୍ତି । ବିଶେଷ ଭାବେ ପ୍ରଥମେ ସେ ଏହି କଥା ଫିଲ୍ମ ମେକର୍ସଙ୍କୁ କହି ନ ଥିଲେ । କାରଣ ସେ ଭାବୁଥିଲେ ଏହା ନିର୍ମାତାଙ୍କୁ ଜଣାଇଦେଲେ ହୁଏତ ତାହା ତାଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇପାରେ ।
ସୂଚନାଯୋଗ୍ୟ, ଫତିମା ଶେଷଥର ଲାଗି ନେଟଫ୍ଲିକ୍ସ ମୁଭି ‘ଥର’ରେ ନଜର ଆସିଥିବା ବେଳେ ଏବେ ସେ ଭିକ୍କି କୌଶଲଙ୍କ ମୁଭି ‘ସୋମ ବାହାଦୂର’ରେ ଦେଖିବାକୁ ମିଳିବେ ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri