ବାପାଙ୍କୁ ହତ୍ୟାକାରୀ ବନ୍ଧାହେଲେ ପୁଅ

ଶେରଗଡ଼,୨୮ା୨(ସୂର୍ଯ୍ୟ ନାରାୟଣ ଦାଶ): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ଗୁରୁବାର ରାତି ୧୦ଟାରେ ଏକ ହତ୍ୟାକାଣ୍ଡ ଘଟିଛି। ପୁଅର ଟାଙ୍ଗିଆ ଚୋଟରେ ବାପାଙ୍କ ମୃତ୍ୟୁ ହୋଇଛି। ଖବର ପାଇ ଶେରଗଡ଼ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ଘଟଣାର ତଦନ୍ତ କରିଛି। ଅଭିଯୁକ୍ତ ପୁଅ ଯୁଗଳ ଶିଅଳଙ୍କୁ ଗିରଫ କରାଯାଇଛି।
ଖବରରୁ ଜଣାପଡିଛି, ବ୍ଲକର ତାକରଡା ଗ୍ରାମର ପନ୍ଦରା ସାହିରେ ତାରିଣୀ ମଳିକଙ୍କ ପରିବାର ବସବାସ କରନ୍ତି। ତାରିଣୀଙ୍କ ସ୍ତ୍ରୀଙ୍କ ଦୀର୍ଘଦିନ ହେଲା ମୃତ୍ୟୁ ଘଟିସାରିଛି। ପୁଅ ଯୁଗଳ ଓ ବୋହୁଙ୍କ ସହ ସେ ଚଳନ୍ତି। ମାତ୍ର ସେ ଅନେକ ଦିନ ହେଲା ଅସୁସ୍ଥ ହୋଇପଡିଥିଲେ। କିଛି ଦିନ ହେଲା ଯୁଗଳଙ୍କ ସ୍ତ୍ରୀ ବାପଘରକୁ ଯାଇଥିଲେ। ଏପରି ଅବସ୍ଥାରେ ଯୁଗଳ ବାପାଙ୍କ ସେବା କରି ଆସୁଥିଲେ। ଗୁରୁବାର ଯୁଗଳ ବାପାଙ୍କୁ ନେଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା କରି ଆଣିଥିଲେ। ରାତି ୧୦ଟାରେ ତାରିଣୀଙ୍କ ଗୋଡରେ ଭୀଷଣ ଯନ୍ତ୍ରଣା ଅନୁଭୂତ ହୋଇଥିଲା। ସେ କିଛି ବ୍ୟବସ୍ଥା କରିବାକୁ କହିଥିଲେ। ବାପାଙ୍କ ସେବାଶ୍ରୁଷସା କରି ଥକି ପଡିଥିବା ଯୁଗଳ ବାପାଙ୍କ ଉପରେ ବିରକ୍ତ ହୋଇଥିଲେ। ଫଳରେ ବାପା ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଯୁଗଳ ଏକ ଟାଙ୍ଗିଆ ଆଣି ତାରିଣୀଙ୍କ ବେକକୁ ହାଣି ଦେଇଥିଲେ। ଫଳରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଖବର ପାଇ ପୋଲିସ ପହଞ୍ଚତ୍ ମୃତଦେହ ଡାକ୍ତରଖାନା ପଠାଇବା ସହ ଯୁଗଳଙ୍କୁ ଧରି ନେଇ ଥାନାରେ ଅଟକ ରଖିଥିଲା। ଶୁକ୍ରବାର ତାଙ୍କୁ ଗିରଫ କରଯାଇଛି। ଅନ୍ୟପକ୍ଷରେ ତାରିଣୀଙ୍କ ମୃତଦେହ ବ୍ୟବଚ୍ଛେଦ ଲାଗି ବ୍ରହ୍ମପୁର ପଠାଯାଇଛି। ଯୁଗଳଙ୍କ ଦାଦା ନାରାୟଣ ନାୟକଙ୍କ ଏତାଲାକୁ ଭିତ୍ତିକରି ପୋଲିସ ନଂ. ୧୨୧/୨୫ରେ ମାମଲା ରୁଜୁ କରିଛି। ଥାନା ଅଧିକାରୀ ବିରେନ୍ଦ୍ର ସିଆଳଙ୍କ ନେତୃତ୍ୱରେ ଏସ୍‌ଆଇ ସତ୍ୟଜିତ ବେଣିଆ ଓ ଏଏସ୍‌ଆଇ କୃଷ୍ଣଚନ୍ଦ୍ର ଦାଶ, ଛତ୍ରପୁରରୁ ସାଇଣ୍ଟିଫିକ ଟିମ୍‌ ଗ୍ରାମରେ ପହଞ୍ଚତ୍ ତଦନ୍ତ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri