Posted inଖେଳ

ବିଶ୍ୱକପ୍‌ରେ ପିତା-ପୁତ୍ର

ରୋଜର ବିନ୍ନି-ଷ୍ଟୁଆର୍ଟ ବିନ୍ନି
ଭାରତର ପ୍ରଥମ ବିଶ୍ୱକପ୍‌ ବିଜେତା ଦଳରେ ହାଇଏଷ୍ଟ ଉଇକେଟ ଟେକର ତଥା ବର୍ତ୍ତମାନ ଭାରତୀୟ କ୍ରିକେଟ ବୋର୍ଡର ସଭାପତି ରୋଜର ବିନ୍ନି ଓ ତାଙ୍କ ପୁଅ ଷ୍ଟୁଆର୍ଟ ବିନ୍ନି ଭାରତ ପାଇଁ ବିଶ୍ୱକପ୍‌ ଖେଳିଛନ୍ତି। ରୋଜର ୧୯୮୩ ବିଶ୍ୱକପ୍‌ରେ ୧୮ ଉଇକେଟ ଅକ୍ତିଆର କରିଥିଲେ। ଅନ୍ୟପକ୍ଷରେ ୨୦୧୪ରେ ଭାରତୀୟ ଦଳ ପାଇଁ ପଦାର୍ପଣ କରିଥିଲେ ଷ୍ଟୁଆର୍ଟ ବିନ୍ନି। ୨୦୧୫ ଦିନିକିଆ କ୍ରିକେଟ ବିଶ୍ୱକପ ପାଇଁ ସେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ଗୋଟିଏ ବି ମ୍ୟାଚ୍‌ ଖେଳିବାର ସୁଯୋଗ ପାଇ ନ ଥିଲେ। ୨୦୧୬ରେ ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ ବିନ୍ନି।

ଜିଓଫ୍‌ ମାର୍ଶ-ଶନ୍‌ ମାର୍ଶ-ମିଚେଲ ମାର୍ଶ
ଅଷ୍ଟ୍ରେଲିଆର ଏହି ପିତା-ପୁତ୍ର ଯୋଡିରେ ୩ ଜଣ ଯାକ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ବେଳେ ବିଶ୍ୱକପ୍‌ ମଧ୍ୟ ଖେଳିଛନ୍ତି। ଜିଓଫ୍‌ ମାର୍ଶ ୧୯୮୭ ବିଶ୍ୱକପ ବିଜୟୀ ଦଳର ସଦସ୍ୟ ରହିଥିଲେ। ଦୁଇଟି ଶତକ ସହ ସେ ୮ ମ୍ୟାଚ୍‌ରୁ ସ୍କୋର କରିଥିଲେ ୪୨୮ ରନ୍‌। ୨୦୧୫ରେ ବିଶ୍ୱବିଜେତା ରହିଥିବା ଅଷ୍ଟ୍ରେଲିଆ ଦଳର ସଦସ୍ୟ ରହିଥିଲେ ମିଚେଲ୍‌ ମାର୍ଶ। ଉକ୍ତ ସଂସ୍କରଣରେ ସେ ୩ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଥିଲେ। ସେହିପରି ୨୦୦୮ରେ ପଦାର୍ପଣ କରିଥିବା ଶନ୍‌ ମାର୍ଶ ୨୦୧୯ ଦିନିକିଆ ବିଶ୍ୱକପ ଦଳରେ ସାମିଲ ଥିଲେ। ଶନ୍‌ ଏହା ପରଠାରୁ ଦିନିକିଆ କ୍ରିକେଟ ଖେଳି ନ ଥିବା ବେଳେ ମିଚେଲ ଚଳିତ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଦଳର ଅଂଶ ରହିଛନ୍ତି।

କେଭିନ୍‌ କୁରାନ୍‌-ଟମ୍‌ କୁରାନ୍‌- ସାମ୍‌ କୁରାନ
ଇଂଲଣ୍ଡର ଏହି ପିତା-ପୁତ୍ର ଯୋଡିରେ ୩ ଜଣ ଯାକ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ବେଳେ ବିଶ୍ୱକପ୍‌ ମଧ୍ୟ ଖେଳିଛନ୍ତି। ତେବେ କେଭିନ୍‌ କୁରାନ୍‌ ଜିମ୍ବାଓ୍ବେ ପାଇଁ ଖେଳିଥିବା ବେଳେ ଟମ୍‌ ଓ ସାମ୍‌ ଇଂଲଣ୍ଡ ପାଇଁ ବିଶ୍ୱକପ୍‌ ଖେଳିଛନ୍ତି। କେଭିନ୍‌ ୧୯୮୩ ଓ ୮୭ ବିଶ୍ୱକପ୍‌ରେ ଜିମ୍ବାଓ୍ବେ ପାଇଁ ଖେଳିଥିବା ବେଳେ ଉଭୟ ଟମ୍‌ କୁରାନ ଓ ସାମ୍‌ କୁରାନ ୨୦୧୯ ବିଶ୍ୱକପ୍‌ରେ ଖେଳିଥିଲେ। ସାମ୍‌ କୁରାନ ଇଂଲଣ୍ଡର ଚଳିତ ବିଶ୍ୱକପ୍‌ ଦଳରେ ମଧ୍ୟ ସାମିଲ ଅଛନ୍ତି।

କ୍ରିସ୍‌ ବ୍ରଡ୍‌-ଷ୍ଟୁଆର୍ଟ ବ୍ରଡ୍‌
ବର୍ତ୍ତମାନ ମ୍ୟାଚ୍‌ ରେଫରି ରହିଥିବା କ୍ରିସ୍‌ ବ୍ରଡ୍‌ ୧୯୮୭ରେ ଇଂଲଣ୍ଡ ପାଇଁ ଦିନିକିଆ ବିଶ୍ୱକପ ଖେଳିଥିଲେ। ଇଂଲଣ୍ଡ ଅଷ୍ଟ୍ରେଲିଆଠାରୁ ହାରି ରନରଅପ୍‌ ରହିଥିବା ବେଳେ ଷ୍ଟୁଆର୍ଟ ବ୍ରଡ୍‌ ୨୦୦୭, ୨୦୧୧ ଓ ୨୦୧୫ ବିଶ୍ୱକପ୍‌ରେ ଇଂଲଣ୍ଡ ପକ୍ଷରୁ ଖେଳିଥିଲେ। ୨୦୧୬ରେ ବ୍ରଡ୍‌ ଶେଷଥର ପାଇଁ ଦିନିକିଆ କ୍ରିକେଟ ଖେଳିଥିବା ବେଳେ ଚଳିତ ବର୍ଷ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି।

ରଡ୍‌ ଲଥାମ୍‌-ଟମ୍‌ ଲଥାମ୍‌
ନ୍ୟୁଜିଲାଣ୍ଡର ପିତା-ପୁତ୍ର ଯୋଡି ଭାବରେ ବିଶ୍ୱକପ୍‌ ଖେଳିଛନ୍ତି ରଡ୍‌ ଲଥାମ ଓ ଟମ୍‌ ଲଥାମ୍‌। ୧୯୯୨ ବିଶ୍ୱକପ୍‌ରେ ରଡ୍‌ ନ୍ୟୁଜିଲାଣ୍ଡ ଦଳ ପକ୍ଷରୁ ଖେଳିଥିବା ବେଳେ ଟମ୍‌ ୨୦୧୫ ଓ ୨୦୧୯ ବିଶ୍ୱକପ୍‌ ଖେଳିଛନ୍ତି। ସେହିପରି ଚଳିତ ବିଶ୍ୱକପ୍‌ର ପ୍ରଥମ ମ୍ୟାଚରେ କେନ୍‌ ଓ୍ବିଲିୟମସନ୍‌ଙ୍କ ଅନୁପସ୍ଥିତିରେ ସେ ନ୍ୟୁଜିଲାଣ୍ଡର ନେତୃତ୍ୱ ମଧ୍ୟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri