କଂଗ୍ରେସରୁ ବାପ ନା ପୁଅ

ହାଟଡିହୀ,୧୨l୩(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୦୯ଠାରୁ ବିଜୁ ଜନତା ଦଳ(ବିଜେଡି) ପ୍ରାର୍ଥୀ ବିଜୟୀ ହୋଇ ଆସିଛନ୍ତି। ୨୦୦୪ରେ କଂଗ୍ରେସର ଜୟଦେବ ଯେନା ବିଧାୟକ ହୋଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଛି। ୨୦୨୪ ନିର୍ବାଚନ ଥିବାରୁ ଜୟଦେବ କଂଗ୍ରେସର ଘର ସଜାଡ଼ିବାରେ ଲାଗିଛନ୍ତି। ଆନନ୍ଦପୁର ଏବଂ ହାଟଡିହୀ ବ୍ଲକର ବିଭିନ୍ନ ଅଞ୍ଚଳରେ ସଭା, ସମିତି ଆରମ୍ଭ କଲେଣି। ସେ କର୍ମୀମାନଙ୍କୁ ଏକଜୁଟ କରି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଭର୍ସନା କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି। ବିରୋଧୀଙ୍କ ଆଗରେ ନିଜ ଥାଟ ଦେଖାଇବା ପାଇଁ ୫୦୦ ଟଙ୍କା ଭଡ଼ା ଦେଇ ଲୋକଙ୍କୁ ସଭାସ୍ଥଳକୁ ବୁହାଇ ଆଣୁଥିବା ଆଲୋଚନା ହେଉଛି। ୨୦୧୯ ନିର୍ବାଚନ ପରେ ନିର୍ବାଚନମଣ୍ଡଳୀରେ ଦେଖାଦେଇ ନ ଥିବା ଜୟଦେବ ଓ ତାଙ୍କ ସମର୍ଥକମାନେ ଏବେ ସକ୍ରିୟ ହେବା ବିଷୟକୁ କାହାରିକୁ ବୁଝାଇବା ଦରକାର ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖୁଛନ୍ତି।
ଏଥର ଜୟଦେବ ନା ତାଙ୍କ ପୁଅ ମନୋଜ କିଏ ପ୍ରାର୍ଥୀ ହେଉଛନ୍ତି, ତାହାକୁ ଦଳୀୟ କର୍ମୀ ଅନାଇ ରହିଛନ୍ତି। କାରଣ କଂଗ୍ରେସ ତରଫରୁ ଆୟୋଜିତ ସଭାସମିତିରେ ଲାଗୁଥିବା ବ୍ୟାନରର ଗୋଟିଏ ପଟେ ଜୟଦେବଙ୍କ ଫଟୋ ଥିବା ବେଳେ ଅନ୍ୟ ପଟେ ତାଙ୍କ ପୁଅଙ୍କ ଫଟୋ ଦେଖିବାକୁ ମିଳୁଛି l ଏପରି ସ୍ଥଳେ ଜୟଦେବ ନିଜ ପାଇଁ ନା ତାଙ୍କ ପୁଅ ପାଇଁ ଏଥର ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି ତାହା ବୁଝାପଡୁନି l ଜୟଦେବ ରାଜନୀତିରୁ ସନ୍ନ୍ୟାସ ନେଇ ତାଙ୍କ ସ୍ଥାନରେ ତାଙ୍କ ପୁଅଙ୍କୁ ସୁଯୋଗ ଦେବେ ବୋଲି କେହି କେହି କହୁଥିବା ବେଳେ ଆସନ୍ତା ନିର୍ବାଚନର ସ୍ଥିତିକୁ ଲକ୍ଷ୍ୟରେ ରଖି ଜୟଦେବ ଆବଶ୍ୟକ ପଡ଼ିଲେ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଆଉ କେହି କହୁଛନ୍ତିନ୍‌। କିନ୍ତୁ ଜୟଦେବ ଏବଂ ତାଙ୍କ ପୁଅଙ୍କୁ ଛାଡି ଦେଲେ କଂଗ୍ରେସରେ ଅନ୍ୟ କୌଣସି ଆଶାୟୀ ପ୍ରାର୍ଥୀ ଥିବା ନେଇ ଅଦ୍ୟାବଧି ଜଣାପଡ଼ିନି l
ଗତ ୨୦୦୯, ୨୦୧୪, ୨୦୧୯ ନିର୍ବାଚନରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହି ଲଗାତର ଭାବେ ବିଜେଡିଠାରୁ ପରାଜିତ ହେଉଛି l ୨୦୦୯ ରେ କଂଗ୍ରେସ ୪୮,୯୬୦ ଖଣ୍ଡ, ୨୦୧୪ରେ ୬୦,୨୯୬ ଖଣ୍ଡ ଏବଂ ୨୦୧୯ରେ ୪୫,୬୫୭ ଖଣ୍ଡ ଭୋଟ ପାଇଥିଲା l ଶେଷ ଦୁଇଟି ନିର୍ବାଚନକୁ ଦେଖିଲେ କଂଗ୍ରେସର ଭୋଟ କମୁଥିବା ଲକ୍ଷ୍ୟ କରାଯାଉଛି l ପୁଣି ଯଦି ବିଜେଡି-ଭାଜପା ମେଣ୍ଟ ହୁଏ, ତେବେ କଂଗ୍ରେସ କିଭଳି ସ୍ଥିତିରେ ରହିବ ତାହା ବଡ଼ କଥା। କର୍ମୀ ଏବଂ ଭୋଟରମାନେ ମଧ୍ୟ ଏ ନେଇ ଭିତିରି ଆଲୋଚନା ଏବଂ ଅସନ୍ତୋଷ ବ୍ୟକ୍ତ କରୁଛନ୍ତିି। ଏଭଳି ସ୍ଥଳେ କଂଗ୍ରେସ ଭୋଟର ‘ଦିନେ ନାହିଁ, କାଳେ ନାହିଁ, ଗହ୍ମା ପୁନେଇଁରେ ମାଇଁ ମାଇଁ’ ଭଳି ନିର୍ବାଚନ ସମୟରେ ଜୟଦେବଙ୍କୁ ଦେଖି ନାନା ପ୍ରଶ୍ନ ପଚାରୁଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?