Posted inଫୁରସତ

ଶାଳୀଙ୍କୁ ଧରି ଫେରାର୍‌ ୩ ପିଲାର ବାପା: କାନ୍ଦି କାନ୍ଦି ବେହାଲ୍‌ ସ୍ତ୍ରୀ କହିଲେ…

ପ୍ରତିଦିନ ଭିଣେଇ ଏବଂ ଶାଳୀଙ୍କ ସମ୍ପର୍କର ଅନେକ ଖବର ବାହାରକୁ ଆସୁଛି। ଉତ୍ତର ପ୍ରଦେଶର ଗୋଣ୍ଡାରୁ ସମାନ ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ, ତିନି ସନ୍ତାନର ବାପା ତାଙ୍କ ଶାଳୀଙ୍କ ସହିତ ଫେରାର ହୋଇଯାଇଛନ୍ତି। ଏନେଇ ତାଙ୍କ ସ୍ତ୍ରୀ ପୋଲିସ ପାଖରେ ଅଭିଯୋଗ କରିଛନ୍ତି। ପୀଡିତାଙ୍କ ଅଭିଯୋଗ ଉପରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି।
କୋତୱାଲି ଅଞ୍ଚଳ ଅନ୍ତର୍ଗତ ଚୁଙ୍ଗୀ ନାକା ମେୱାଟିଆନର ବାସିନ୍ଦା ଫରହିନ ଅଭିଯୋଗ କରିଛନ୍ତି ଯେ, ମୋ ସ୍ବାମୀ ଇମତିଆଜ ମୋ ସାନ ଭଉଣୀ ନୈନାଙ୍କ ସହିତ ଫେରାର ହୋଇଯାଇଛନ୍ତି। ଇମତିଆଜ ୨୯ ଜୁନ ଦିନ ୧ଟାରେ ପାସପୋର୍ଟ ପାଇଁ ଆବେଦନ କରିବାକୁ ଯାଉଥିବା କହି ଘରୁ ବାହାରି ଯାଇଥିଲେ। କିନ୍ତୁ ପରେ ସେ ମୋ ଭଉଣୀ ସହିତ ଫେରାର ହୋଇଯାଇଛନ୍ତି।

ପୀଡିତା ଫରହିନ କହିଛନ୍ତି- ମୁଁ ଇମତିଆଜଙ୍କୁ ଅନେକ ଥର ଫୋନ କରିଥିଲି, କିନ୍ତୁ ସେ ଫୋନ ଉଠାଇ ନ ଥିଲେ। ପରେ ତାଙ୍କ ଫୋନ ବନ୍ଦ ହୋଇଯାଇଥିଲା। ପୀଡିତା ତାଙ୍କ ସ୍ବାମୀଙ୍କୁ ଫେରାଇ ଆଣିବା ପାଇଁ ଗୋଣ୍ଡା ନଗର କୋତୱାଲି ପୋଲିସରେ ଏକ ମାମଲା ରୁଜୁ କରିଛନ୍ତି।

ଫରହିନ ଆହୁରି କହିଛନ୍ତି- ଆମର ମଧ୍ୟ ତିନୋଟି ପିଲା ଅଛନ୍ତି। ଗୋଟିଏ ପିଲା ସାଢ଼େ ତିନି ବର୍ଷର, ଦ୍ୱିତୀୟ ପିଲା ୧୪ ମାସର ଏବଂ ଗୋଟିଏ ପିଲା ମାତ୍ର ଅଢ଼େଇ ମାସର। ବର୍ଷେ ହେବ ନୈନା ଏବଂ ଇମତିଆଜଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ମୋ ସ୍ବାମୀ ପନିପରିବା ବିକ୍ରୀ କରନ୍ତି ଏବଂ ମୋ ଭଉଣୀ ସିଲେଇ କାମ କରନ୍ତି। ମୁଁ ଚାହୁଁଛି ଦୁହେଁ ଫେରି ଆସନ୍ତୁ। ମୁଁ ପୁଣି ଇମତିଆଜଙ୍କ ସହିତ ରହିବାକୁ ପ୍ରସ୍ତୁତ।

ପୋଲିସ କହିଛ, ଆମେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛୁ। ଉଭୟଙ୍କ ସନ୍ଧାନ ଜାରି ରହିଛି। ଖୁବ ଶୀଘ୍ର ଉଭୟଙ୍କୁ ଖୋଜାଯିବ। ଏହି ମାମଲାରେ ଅଧିକ ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?