ଦ୍ୱିତୀୟ ବିବାହ ପାଇଁ ୨ ପୁଅଙ୍କୁ ହତ୍ୟା କଲେ ବାପା

ନୟାଗଡ଼,୧୧ା୩(ଲୋକନାଥ ମିଶ୍ର):ସ୍ବାମୀଙ୍କ ନିର୍ଯାତନା ସହି ନ ପାରି ପ୍ରାୟ ୩ ବର୍ଷ ତଳେ ସ୍ତ୍ରୀ ଆମତ୍ହତ୍ୟା କରିଥିଲେ। ସ୍ତ୍ରୀଙ୍କ ମୃତ୍ୟୁ ପରେ ବ୍ୟକ୍ତି ଜଣକ ଅନ୍ୟତ୍ର ବିବାହ କରିବାକୁ ଯୋଜନା ଚଳାଇଥିଲେ। ଏହି ଦ୍ୱିତୀୟ ବିବାହ ପ୍ରସ୍ତାବକୁ ୨ ନାବାଳକ ପୁଅ ବିରୋଧ କରିବାରୁ ଘର ଲୋକଙ୍କ ସହ ମିଶି ସେ ଉଭୟଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ନୟାଗଡ଼ ଜିଲା ଫତେଗଡ଼ ଅଞ୍ଚଳରେ ସୋମବାର ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା। ଧାନଚେଙ୍ଗେଡ଼ା ଗ୍ରାମର ପ୍ରକାଶ ମହାନ୍ତିଙ୍କ ଘର ଶିଡ଼ି ରେଲିଂରୁ ଦୁଇଭାଇ ଆକାଶ(୧୪) ଓ ଆଦିତ୍ୟ(୯)ଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ କରିବା ପରେ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି।
ପୋଲିସ ସୂଚନା ଓ ଅଭିଯୋଗରୁ ଜଣାପଡ଼ିଛି ଯେ, ପ୍ରକାଶ ମହାନ୍ତିଙ୍କ ସ୍ତ୍ରୀ ୩ ବର୍ଷ ପୂର୍ବେ ଆତ୍ମହତ୍ୟା କରିଥିଲେ। ସେମାନଙ୍କ ଦୁଇପୁଅ ଆକାଶ ଓ ଆଦିତ୍ୟ ଧାନଚେଙ୍ଗେଡ଼ା ସ୍କୁଲରେ ପଢ଼ନ୍ତି। ତେବେ ବାପା ଦ୍ୱିତୀୟ ବିବାହ କରିବାକୁ ଯାଉଥିବା ଜାଣି ଉଭୟେ ଚିନ୍ତିତ ହୋଇପଡ଼ିଥିଲେ। ଏହାକୁ ଦୁହେଁ ବିରୋଧ କରିଥିଲେ। ଏହି କାରଣରୁ ପ୍ରକାଶ, ତାଙ୍କ ବାପା, ମା’, ଭଉଣୀ ଓ ଜ୍ୱାଇଁ ମିଶି ହତ୍ୟା କରିଥିବା ମାମୁଘର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ପୋଲିସ ନଂ. ୬୧/୨୫ରେ ମାମଲା ରୁଜୁ କରି ପ୍ରକାଶଙ୍କୁ ଥାନାରେ ଅଟକ ରଖିଛି। ଏଥିସହ ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ଏନେଇ ନୟାଗଡ଼ ଏସ୍‌ପି ଏସ୍‌. ସୁଶ୍ରୀ କହିଛନ୍ତି, ଧାନଚେଙ୍ଗଡ଼ା ଗଁାରେ ୨ ନାବାଳକଙ୍କୁ ହତ୍ୟା କରାଯାଇଛି ନା ଦୁହେଁ ଆମତ୍ହତ୍ୟା କରିଛନ୍ତି ତାହା ଜାଣି ହେଉନି। ବ୍ୟବଚ୍ଛେଦ, ସାଇଣ୍ଟିଫିକ୍‌ ଟିମର ରିପୋର୍ଟ ଓ ପୋଲିସର ପଚରାଉଚୁରା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଖଣ୍ଡପଡ଼ା ଏସ୍‌ଡିପିଓ ଧାନଚେଙ୍ଗେଡ଼ା ଗଁାକୁ ଯାଇ ଘଟଣା ସମ୍ପର୍କରେ ପଚରାଉଚୁରା କରିଛନ୍ତି।
ଦୁଇଭାଇଙ୍କ ଆଈ ଖଣ୍ଡପଡ଼ା ଥାନା ବେଣାଗାଡିଆ ପଞ୍ଚାୟତ କୁଞ୍ଜପଲ୍ଲୀ ଗଁାର ମାଗୁଣି ନାୟକ ଅଭିଯୋଗ କରିଛନ୍ତି, ଜ୍ୱାଇଁଙ୍କ ପରକୀୟା ପ୍ରୀତି ଜଣାପଡ଼ିବା ପରେ ଝିଅ ଜ୍ୱାଇଁଙ୍କ ମଧ୍ୟରେ ବିବାଦ ହୋଇଥିଲା। ଜ୍ୱାଇଁଙ୍କ ନିର୍ଯାତନା ସହିି ନ ପାରି ଝିଅ ୩ ବର୍ଷ ତଳେ ଆମତ୍ହତ୍ୟା କରିଥିଲା।

ଝିଅ ଚାଲିଯିବା ପରେ ଦୁଇନାତିଙ୍କୁ ସେ ଆଣି ନିଜ ଘରେ ରଖିଥିଲେ। କିଛିମାସ ତଳେ ଦୁଇନାତି ନିଜ ଗଁାକୁ ଫେରିଥିଲେ। ଜ୍ୱାଇଁଙ୍କ ବିବାହ ପ୍ରସ୍ତାବ ଆସିଥିଲା। ଏହାକୁ ୨ ଭାଇ ବିରୋଧ କରୁଥିଲେ। ସେମାନଙ୍କୁ ହତ୍ୟା କରି ଦ୍ୱିତୀୟ ବିବାହର ରାସ୍ତା ପରିଷ୍କାର କରାଯାଇଛି। ୨ ନାତିଙ୍କୁ ହତ୍ୟାକରି ଏହାକୁ ଆମତ୍ହତ୍ୟାର ରୂପ ଦେବା ପାଇଁ ରେଲିଂରେ ଝୁଲାଇ ଦିଆଯାଇଛି। ଅନ୍ୟପକ୍ଷେ ପ୍ରକାଶଙ୍କ ମା’ ସଉରୀ ମହାନ୍ତି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ବୋହୂ ମୃତ୍ୟୁ ପରେ ୨ ନାତି ଓ ପୁଅକୁ ସବୁଦିନ ରୋଷେଇ କରି ଦେବା ତାଙ୍କ ପକ୍ଷେ ସମ୍ଭବ ନ ଥିଲା। ତେଣୁ ୨ୟ ବିବାହ କରିବାକୁ ପୁଅକୁ ସେ କହିଥିଲେ। ୨ ନାତି ପରିବାରର ଅସୁବିଧା ଦେଖିପାରୁ ନ ଥିଲେ। ସାନ ନାତିକୁ ବାନ୍ଧି ଶିଡ଼ି ରେଲିଂରେ ଝୁଲାଇ ବଡ଼ନାତି ଆମତ୍ହତ୍ୟା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri