Posted inଜାତୀୟ

ବୟାନ ରେକର୍ଡ କରିବା ବାହାନାରେ ୩ବର୍ଷର ପୁଅ ଆଗରେ ଦଳିତ ଗର୍ଭବତୀ ମହିଳାଙ୍କୁ ବଳାତ୍କାର, କନଷ୍ଟେବଲ୍‌ ଗିରଫ

ଜୟପୁର(ରାଜସ୍ଥାନ),୧୧।୩: ଏକ ମାମଲାରେ ବୟାନ ରେକର୍ଡ କରିବା ବାହାନା ଦେଖାଇ ଜଣେ କନଷ୍ଟେବଲ୍‌ ଦଳିତ ଗର୍ଭବତୀ ମହିଳାଙ୍କୁ ବଳାତ୍କାର କରିଛନ୍ତି। ଏପରି କି ମହିଳାଙ୍କ ୩ ବର୍ଷର ପୁଅ ସମ୍ମୁଖରେ ବଳାତ୍କାର କରିବା ପରେ ଏନେଇ କାହାରିକୁ କହିଲେ ସ୍ବାମୀଙ୍କୁ ଜେଲରେ ପୂରାଇ ଦେବାକୁ ଧମକ ଦେଇଥିଲେ। ପରେ ମହିଳାଙ୍କ ସ୍ବାମୀଙ୍କ ଅଭିଯୋଗ ଆଧାରରେ ଜୟପୁର ସାଙ୍ଗନେର ପୋଲିସ ସମ୍ପୃକ୍ତ କନଷ୍ଟେବଲଙ୍କୁ ଗିରଫ କରିଛି। ଅଭିଯୁକ୍ତ କନଷ୍ଟେବଲ୍‌ ହେଉଛନ୍ତି ସାଙ୍ଗନେର ପୋଲିସ ଷ୍ଟେଶନରେ କାର୍ଯ୍ୟରତ ଭାଗରାମ। ଅଭିଯୁକ୍ତଙ୍କୁ ରବିବାର ଗିରଫ କରାଯିବା ସହ ପରବର୍ତ୍ତୀ ତଦନ୍ତ ଚାଲିଛି ବୋଲି ସାଙ୍ଗନେର ଆସିଷ୍ଟାଣ୍ଟ ପୋଲିସ କମିଶନର(ଏସିପି) ବିନୋଦ କୁମାର ଶର୍ମା କହିଛନ୍ତି। ଏହି ଘଟଣା ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଘଟିଥିବାରୁ ମହିଳାଙ୍କ ସୁରକ୍ଷାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ପ୍ରଶ୍ନ ଉଠାଇଛନ୍ତି।

ସୂଚନା ଅନୁସାରେ, ପଡ଼ୋଶୀଙ୍କ ସହ ଗଣ୍ଡଗୋଳ ଘଟଣାରେ ଅଭିଯୋଗକାରୀ ଥାନାରେ ଶୁକ୍ରବାର ଏକ ଅଭିଯୋଗ କରିଥିଲେ। ଶନିବାର ଅଭିଯୋଗକାରୀ ତଥା ପୀଡ଼ିତାଙ୍କ ସ୍ବାମୀ କାମକୁ ଯାଇଥିବାବେଳେ ଅଭିଯୁକ୍ତ କନଷ୍ଟେବଲ ଭାଗରାମ ଉକ୍ତ ମାମଲାରେ ବୟାନ ରେକର୍ଡ ପାଇଁ ମହିଳାଙ୍କୁ ଫୋନ କରି ଏକ ହୋଟେଲକୁ ଡାକିଥିଲେ। ମହିଳା ଜଣକ ଗର୍ଭବତୀ ଥିବାରୁ ତାଙ୍କୁ ଏବଂ ତାଙ୍କ ୩ବର୍ଷର ପୁଅକୁ ଅଭିଯୁକ୍ତ କନଷ୍ଟେବଲ ମୋଟର ସାଇକେଲରେ ହୋଟେଲକୁ ନେଇଥିଲେ। ସେଠାରେ ମହିଳାଙ୍କୁ ଏକ ରୁମ୍‌କୁ ନେଇ ବୟାନ ରେକର୍ଡ କରିବା ପରିବର୍ତ୍ତେ ମହିଳାଙ୍କୁ ତାଙ୍କ ପୁଅ ସମ୍ମୁଖରେ ବଳାତ୍କାର କରିଥିଲେ। ମହିଳା ଏହାକୁ ବିରୋଧ କରିବାରୁ ଘଟଣା ସମ୍ପର୍କରେ କାହାରିକୁ ଜଣାଇଥିଲେ ତାଙ୍କ ସ୍ବାମୀଙ୍କୁ ଜେଲରେ ପୂରାଇେଦେବେ ବୋଲି ଧମକ ଦେଇଥିଲେ। ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯିବା ସହ ଅଭିଯୁକ୍ତ ଭାଗରାମଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଏସିପି ଶର୍ମା କହିଛନ୍ତି।

ଅପରପକ୍ଷରେ ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ଘଟଣାଟି ମୁଖ୍ୟମନ୍ତ୍ରୀ ଭଜନଲାଲ୍‌ ଶର୍ମାଙ୍କ ନିର୍ବାଚନମଣ୍ଡଳୀରେ ଘଟିଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଗେହଲଟ ରାଜ୍ୟରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମହିଳା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଜଣେ ଦଳିତ ଗର୍ଭବତୀ ମହିଳାଙ୍କୁ ପୋଲିସ କନଷ୍ଟେବଲ ବଳାତ୍କାର କରିବା ଘଟଣା ଅନତ୍ୟନ୍ତ ନିନ୍ଦନୀୟ। ରାଜ୍ୟରେ ମହିଳାମାନେ ସୁରକ୍ଷିତ ନୁହନ୍ତି ବୋଲି ଗେହଲଟ କହିଛନ୍ତି। ଏଥିସହ ଅଭିଯୁକ୍ତ କନଷ୍ଟେବଲଙ୍କୁ ତୁରନ୍ତ ଚାକିରିରୁ ବହିଷ୍କୃତ କରିବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?