ନିଶା ଖାଇ ହଇରାଣ କରୁଥିଲେ, ମାରିକି ପୋତିଦେଲେ ବାପା

ଫୁଲବାଣୀ ଅଫିସ,/ବାଲିଗୁଡ଼ା(ଡି.ଏନ୍‌.ଏ.)୧୭।୯: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ୨ଟି ହତ୍ୟାକାଣ୍ଡ ଘଟିଛି। ଗୁରୁବାର ରେବିଙ୍ଗିଆ ଗ୍ରାମର ବ୍ୟବସାୟୀ ନବଘନ ସାହୁଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ଅଭିଯୁକ୍ତ ତାଙ୍କ ପଡ଼ୋଶୀ ଭୀମ ବେହେରାଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ସେହିପରି ଅନ୍ୟ ଏକ ହତ୍ୟାକାଣ୍ଡ ପରମପାଙ୍ଗା ପାଖ ପାଙ୍ଗୁରମିଲା ଗ୍ରାମରେ ଘଟିଛି ା ବାପା ନିଜ ପୁଅଙ୍କୁ ହତ୍ୟା କରି ମାଟି ତଳେ ପୋତି ଦେଇଛନ୍ତି। ହତ୍ୟାକାଣ୍ଡରେ ଅନ୍ୟ ଦୁଇ ପୁଅ ମଧ୍ୟ ସାମିଲ ଅଛନ୍ତି। ଘଟଣାର ୪ ଦିନ ପରେ ଏହା ପଦାକୁ ଆସିଛି । ପରମପାଙ୍ଗା ସରପଞ୍ଚ ରମେଶ ମଲ୍ଲିକଙ୍କ ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତ ବାପା ଏବଂ ଦୁଇ ପୁଅଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।

ପାଙ୍ଗୁରମିଲା ଗ୍ରାମର ଭାସ୍କର ପୂଜାରୀ ଓ ପୁଅ ଚୈତନ୍ୟ (୨୧)ଙ୍କ ମଧ୍ୟରେ କୌଣସି କାରଣରୁ ଅଧିକାଂଶ ସମୟରେ ଝଗଡ଼ା ଲାଗି ରହୁଥିଲା। ଏଥିରେ ପ୍ରତିଶୋଧ ପରାୟଣ ହୋଇ ଗତ ମଙ୍ଗଳବାର ଭାସ୍କର, ଅନ୍ୟ ଦୁଇ ପୁଅ ପ୍ରଫୁଲ୍ଲ ଏବଂ ଜାମ୍ବେବନଙ୍କ ସହ ମିଶି ଚୈତନ୍ୟଙ୍କୁ ହତ୍ୟା କରିଥିଲେ। କେହି ଜାଣିବା ପୂର୍ବରୁ ସେମାନେ ମୃତଦେହକୁ ନେଇ ଗ୍ରାମ ନିକଟ ଜଙ୍ଗଲରେ ପୋତି ଦେଇଥିଲେ। ଚୈତନ୍ୟଙ୍କୁ ଗ୍ରାମବାସୀ ଦେଖୁ ନ ଥିବାରୁ ତାଙ୍କ ପରିବାର ଲୋକଙ୍କୁ ପଚାରିଥିଲେ। ହେଲେ ସେମାନେ କୌଣସି ଉତ୍ତର ଦେଉ ନ ଥିଲେ। ସନ୍ଦେହ ହେବାରୁ ଗ୍ରାମବାସୀ ଏ ସମ୍ପର୍କରେ ସରପଞ୍ଚଙ୍କୁ ଜଣାଇଥିଲେ। ସରପଞ୍ଚ ବାଲିଗୁଡ଼ା ଥାନାରେ ଏତଲା ଦେଇଥିଲେ। ସରପଞ୍ଚଙ୍କ ଏତଲାକୁ ଭତ୍ତି କରି ପୋଲିସ ଗୁରୁବାର ଭାସ୍କର, ପ୍ରଫୁଲ୍ଲ, ଜାମ୍ବେବନଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା। ଶୁକ୍ରବାର ପୋଲିସ ସାଇଟିଫକ୍‌ ଟିମ୍‌ ସହ ଘଟଣାସ୍ଥଳକୁ ଯାଇ ମାଜିଷ୍ଟ୍ରେଟ ଶଶାଙ୍କ ଶେଖର ପାତ୍ରଙ୍କ ଉପସ୍ଥିତିରେ ମାଟି ଖୋଳି ମୃତଦେହକୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏ ନେଇ ଭାସ୍କର କହିଛନ୍ତି ପୁଅ ସବୁବେଳେ ନିଶା ଖାଇ ହଇରାଣ କରୁଥିଲେ। ସେ ନିଜେ ରଶି ଲାଗାଇ ଆତ୍ମହତ୍ୟା କରିଛି, ମଁୁ ତାକୁ ମାରି ନାହିଁ। କିନ୍ତୁ କାହିଁକି ମାଟି ତଳେ ପୋତିଲ ବୋଲି ପଚାରିବାରୁ ସେ କିଛି କହି ନାହାନ୍ତି। ତେବେବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନା ଅଧିକାରୀ ବାବାଶଙ୍କର ସରାଫ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri