ବାପପୁଅଙ୍କ ୩ କୋଟିର ସମ୍ପତ୍ତି ବାଜ୍ୟାପ୍ତି

ପୁରୀ ଅଫିସ/ବ୍ରହ୍ମଗିରି, ୨୯ା୫(ଡି.ଏନ୍‌.ଏ): ଦୀର୍ଘଦିନ ଧରି ନିଶା କାରବାର ମାଧ୍ୟମରେ ଅଚଳାଚଳ ସମ୍ପତ୍ତି ଠୁଳ କରି କୋଟିପତି ପାଲଟିଥିବା ଗଞ୍ଜେଇ ମାଫିଆ ବିଜୟ ପାଣି ଏବଂ ତାଙ୍କ ପୁଅ ଶତ୍ରୁଜିତ୍‌ ପାଣିଙ୍କ ୩କୋଟି ଟଙ୍କାର ସମ୍ପତ୍ତିି ବାଜ୍ୟାପ୍ତି କରିଛି ପୁରୀ ପୋଲିସ। ବାଜ୍ୟାପ୍ତି ସମ୍ପତ୍ତି ମଧ୍ୟରେ ୯ଟି ପ୍ଲଟ, ୪ଟି କୋଠା, ଦୁଇଟି ଦାମୀ କାର୍‌ ଓ ଦୁଇଟି ବାଇକ୍‌ ପ୍ରଭୃତି ଆଟାଚ୍‌ ରହିଛି। ରବିବାର ଟାଉନ ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି କନୱର ବିଶାଲ ସିଂହ ଏହି ସୂଚନା ଦେଇଛନ୍ତି। ଗତ ମେ ୩ରେ ବିଜୟ ଓ ଶତ୍ରୁଜିତ୍‌ ବେଆଇନ ଭାବେ ଗଞ୍ଜେଇ ରଖିବା ସହ କାରବାର କରୁଥିବା ଅଭିଯୋଗରେ ବ୍ରହ୍ମଗିରି ଥାନା ପୋଲିସ ଏବଂ ଏସ୍‌ଟିଏଫ୍‌ ହାତରେ ଧରାପଡ଼ିଥିଲେ। ଏମାନଙ୍କଠାରୁ ୬୨୪ କେଜିରୁ ଅଧିକ ପରିମାଣର ଗଞ୍ଜେଇ ଜବତ କରାଯାଇଥିଲା, ଯାହାର ଆନୁମାନିକ ମୂଲ୍ୟ ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ। ଏଥିସହ ୩ଟି ବୋମା ଜବତ କରାଯାଇଥିଲା। ଏ ନେଇ ବ୍ରହ୍ମଗିରି ଥାନା ପୋଲିସ ଏକ କେସ୍‌ (ନଂ. ୯୦/୨୩) ରୁଜୁ କରି ତଦନ୍ତ ଜାରି ରଖିଥିଲା। ଏ ସଂକ୍ରାନ୍ତରେ ରବିବାର ଏସ୍‌ପି ସୂଚନା ଦେଇ କହିଛନ୍ତି ଯେ, ଅନେକ ଦିନ ହେବ ବିଜୟ ଓ ତାଙ୍କ ପୁଅ ଶତ୍ରୁଜିତ ଗଞ୍ଜେଇ ବେପାରରେ ଲିପ୍ତ ଥିଲେ। ଦୁହେଁ କନ୍ଧମାଳରୁ ଗଞ୍ଜେଇ ଆଣି ଘରେ ଠୁଳ କରି ରଖିବା ସହ ଆଗାମୀ ରଥଯାତ୍ରାରେ ବେପାର କରିବା ପାଇଁ ଯୋଜନା କରିଥିଲେ। ଏହି ଘଟଣାରେ ପୁରୀ ପୋଲିସ ଉଭୟଙ୍କୁ ପୂର୍ବରୁ ଗିରଫ କରିଥିଲା। ଏଥିସହ ସେମାନଙ୍କଠାରୁ ୬୨୪ କେଜିରୁ ଅଧିକ ପରିମାଣର ଗଞ୍ଜେଇ ଜବତ କରାଯାଇଥିଲା। ତେବେ ସେମାନଙ୍କ ଆର୍ଥିକ କାରବାର ଓ ରୋଜଗାରର ଉତ୍ସ ସମ୍ପର୍କରେ ଜାଣିବାକୁ ପୋଲିସ ଏବଂ ଏସ୍‌ଟିଏଫ୍‌ ପକ୍ଷରୁ ମିଳିତ ଭାବେ ଖୋଳତାଡ଼ ଆରମ୍ଭ ହୋଇଥିଲା। ପୋଲିସ ଏବଂ ଏସ୍‌ଟିଏଫ୍‌ ପକ୍ଷରୁ ଗଠିତ ଟିମ୍‌ ରବିବାର ସମ୍ପୃକ୍ତ ବାପ, ପୁଅଙ୍କର ବିଭିନ୍ନ ସ୍ଥାନରେ ଥିବା ଘର ଓ ବ୍ୟବସାୟିକ ସ୍ଥଳରେ ଚଢାଉ କରିଥିଲା। ଏହି ଚଢାଉ ସମୟରେ ୩କୋଟି ଟଙ୍କାର ସମ୍ପତ୍ତିକୁ ବାଜ୍ୟାପ୍ତି କରିଛି ପୋଲିସ। ବିଜୟଙ୍କର ବ୍ରହ୍ମଗିରି ତହସିଲ ଅଧୀନ ଗୋପିନାଥପୁର ମୌଜାରେ ୪ଟି ପ୍ଲଟ, କପିଳେଶ୍ୱରପୁର ମୌଜାରେ ୨ପ୍ଲଟ, ସିପସରୁବାଲି ମୌଜାରେ ୩ଟି ପ୍ଲଟ, ଗୋପିନାଥପୁର ମୌଜାରେ ଗୋଟିଏ ହୋଟେଲ ଓ ଲଜ୍‌ ସମେତ ୨ଟି ମୂଲ୍ୟବାନ କୋଠା, କପିଳେଶ୍ୱରପୁର ମୌଜାରେ ଗୋଟିଏ କୋଠା, କଣାସ ଥାନା ଅଧୀନ ଅଣ୍ଡାଳସିଂହ ମୌଜାରେ ଗୋଟିଏ କୋଠା ଏବଂ ବିଭିନ୍ନ ସରଞ୍ଜାମ ସମେତ ପ୍ରାୟ ୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରାଯାଇଛି। ସେହିପରି ବିଜୟଙ୍କ ସହିତ ବ୍ୟବସାୟିକ ସମ୍ପର୍କ ରଖିଥିବା ଅନ୍ୟ ନିଶା ବେପାରୀଙ୍କ ଘରେ ମଧ୍ୟ ଚଢାଉ କରାଯାଇଛି। କୋଲକାତାସ୍ଥିତ ବରିଷ୍ଠ ଅଧିକାରୀଙ୍କଠାରୁ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଅନୁମତି ମିଳିଥିଲା। ଏହାପରେ ପୋଲିସ ପକ୍ଷରୁ ସମ୍ପତ୍ତି ବାଜ୍ୟାପ୍ତି କରାଯାଇଛି। ପୂର୍ବରୁ ମଧ୍ୟ ଜଣେ ବ୍ରାଉନ୍‌ ସୁଗାର ବେପାରୀଙ୍କ ୧କୋଟିରୁ ଊଦ୍ଧର୍‌ବ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରାଯାଇଥିଲା। ନିଶା କାରବାର ରୋକିବା ଉପରେ ପୁରୀ ପୋଲିସର ଏସ୍‌ଟିଏଫ୍‌ କଡ଼ା ନଜର ରଖିଛି, ଯେଉଁଠି ସୁରାକ ମିଳୁଛି ସେଠାରେ ଟିମ୍‌ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରୁଛି। ପୁରୀ ସହର ସମେତ ଜିଲାରେ ନିଶା କାରବାର ରୋକିବା ପାଇଁ ପୁରୀ ପୋଲିସ ୨୪ ଘଣ୍ଟା କାମ କରୁଛି। ଆଗକୁ ରଥଯାତ୍ରା ଥିବାରୁ ସହରର ଆଇନ ଶୃଙ୍ଖଳା ବଜାୟ ରଖିବା ଓ ଭକ୍ତଙ୍କ ସୁରକ୍ଷା ପାଇଁ ଅଭ୍ୟାସଗତ ଅପରାଧୀଙ୍କୁ ୧୧୦ ସିଆର୍‌ପିସି ଧାରାରେ ବୁକ୍‌ କରାଯାଇ ଜେଲ୍‌ ପଠାଯାଇଛି। ସେହିପରି ଷ୍ଟ୍ରିଟ୍‌ କ୍ରାଇମ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଶ୍ରୀମନ୍ଦିର ଭିତରେ ଓ ବାହାରେ ଆଣ୍ଟି ସ୍ନାଚିଂ ସ୍କ୍ବାଡ୍‌ କାମ କରୁଛି। ପୁରୀ ସହରରେ ନିଶା କାରବାର ଉପରେ ରୋକ ଲାଗିବା, ଭକ୍ତଙ୍କ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ଏସ୍‌ପି ସୂଚନା ଦେଇଛନ୍ତି। ଆଗକୁ ପୋଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ଏସ୍‌ପି ସିଂହ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri