ବାପପୁଅଙ୍କ ୩ କୋଟିର ସମ୍ପତ୍ତି ବାଜ୍ୟାପ୍ତି

ପୁରୀ ଅଫିସ/ବ୍ରହ୍ମଗିରି, ୨୯ା୫(ଡି.ଏନ୍‌.ଏ): ଦୀର୍ଘଦିନ ଧରି ନିଶା କାରବାର ମାଧ୍ୟମରେ ଅଚଳାଚଳ ସମ୍ପତ୍ତି ଠୁଳ କରି କୋଟିପତି ପାଲଟିଥିବା ଗଞ୍ଜେଇ ମାଫିଆ ବିଜୟ ପାଣି ଏବଂ ତାଙ୍କ ପୁଅ ଶତ୍ରୁଜିତ୍‌ ପାଣିଙ୍କ ୩କୋଟି ଟଙ୍କାର ସମ୍ପତ୍ତିି ବାଜ୍ୟାପ୍ତି କରିଛି ପୁରୀ ପୋଲିସ। ବାଜ୍ୟାପ୍ତି ସମ୍ପତ୍ତି ମଧ୍ୟରେ ୯ଟି ପ୍ଲଟ, ୪ଟି କୋଠା, ଦୁଇଟି ଦାମୀ କାର୍‌ ଓ ଦୁଇଟି ବାଇକ୍‌ ପ୍ରଭୃତି ଆଟାଚ୍‌ ରହିଛି। ରବିବାର ଟାଉନ ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି କନୱର ବିଶାଲ ସିଂହ ଏହି ସୂଚନା ଦେଇଛନ୍ତି। ଗତ ମେ ୩ରେ ବିଜୟ ଓ ଶତ୍ରୁଜିତ୍‌ ବେଆଇନ ଭାବେ ଗଞ୍ଜେଇ ରଖିବା ସହ କାରବାର କରୁଥିବା ଅଭିଯୋଗରେ ବ୍ରହ୍ମଗିରି ଥାନା ପୋଲିସ ଏବଂ ଏସ୍‌ଟିଏଫ୍‌ ହାତରେ ଧରାପଡ଼ିଥିଲେ। ଏମାନଙ୍କଠାରୁ ୬୨୪ କେଜିରୁ ଅଧିକ ପରିମାଣର ଗଞ୍ଜେଇ ଜବତ କରାଯାଇଥିଲା, ଯାହାର ଆନୁମାନିକ ମୂଲ୍ୟ ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ। ଏଥିସହ ୩ଟି ବୋମା ଜବତ କରାଯାଇଥିଲା। ଏ ନେଇ ବ୍ରହ୍ମଗିରି ଥାନା ପୋଲିସ ଏକ କେସ୍‌ (ନଂ. ୯୦/୨୩) ରୁଜୁ କରି ତଦନ୍ତ ଜାରି ରଖିଥିଲା। ଏ ସଂକ୍ରାନ୍ତରେ ରବିବାର ଏସ୍‌ପି ସୂଚନା ଦେଇ କହିଛନ୍ତି ଯେ, ଅନେକ ଦିନ ହେବ ବିଜୟ ଓ ତାଙ୍କ ପୁଅ ଶତ୍ରୁଜିତ ଗଞ୍ଜେଇ ବେପାରରେ ଲିପ୍ତ ଥିଲେ। ଦୁହେଁ କନ୍ଧମାଳରୁ ଗଞ୍ଜେଇ ଆଣି ଘରେ ଠୁଳ କରି ରଖିବା ସହ ଆଗାମୀ ରଥଯାତ୍ରାରେ ବେପାର କରିବା ପାଇଁ ଯୋଜନା କରିଥିଲେ। ଏହି ଘଟଣାରେ ପୁରୀ ପୋଲିସ ଉଭୟଙ୍କୁ ପୂର୍ବରୁ ଗିରଫ କରିଥିଲା। ଏଥିସହ ସେମାନଙ୍କଠାରୁ ୬୨୪ କେଜିରୁ ଅଧିକ ପରିମାଣର ଗଞ୍ଜେଇ ଜବତ କରାଯାଇଥିଲା। ତେବେ ସେମାନଙ୍କ ଆର୍ଥିକ କାରବାର ଓ ରୋଜଗାରର ଉତ୍ସ ସମ୍ପର୍କରେ ଜାଣିବାକୁ ପୋଲିସ ଏବଂ ଏସ୍‌ଟିଏଫ୍‌ ପକ୍ଷରୁ ମିଳିତ ଭାବେ ଖୋଳତାଡ଼ ଆରମ୍ଭ ହୋଇଥିଲା। ପୋଲିସ ଏବଂ ଏସ୍‌ଟିଏଫ୍‌ ପକ୍ଷରୁ ଗଠିତ ଟିମ୍‌ ରବିବାର ସମ୍ପୃକ୍ତ ବାପ, ପୁଅଙ୍କର ବିଭିନ୍ନ ସ୍ଥାନରେ ଥିବା ଘର ଓ ବ୍ୟବସାୟିକ ସ୍ଥଳରେ ଚଢାଉ କରିଥିଲା। ଏହି ଚଢାଉ ସମୟରେ ୩କୋଟି ଟଙ୍କାର ସମ୍ପତ୍ତିକୁ ବାଜ୍ୟାପ୍ତି କରିଛି ପୋଲିସ। ବିଜୟଙ୍କର ବ୍ରହ୍ମଗିରି ତହସିଲ ଅଧୀନ ଗୋପିନାଥପୁର ମୌଜାରେ ୪ଟି ପ୍ଲଟ, କପିଳେଶ୍ୱରପୁର ମୌଜାରେ ୨ପ୍ଲଟ, ସିପସରୁବାଲି ମୌଜାରେ ୩ଟି ପ୍ଲଟ, ଗୋପିନାଥପୁର ମୌଜାରେ ଗୋଟିଏ ହୋଟେଲ ଓ ଲଜ୍‌ ସମେତ ୨ଟି ମୂଲ୍ୟବାନ କୋଠା, କପିଳେଶ୍ୱରପୁର ମୌଜାରେ ଗୋଟିଏ କୋଠା, କଣାସ ଥାନା ଅଧୀନ ଅଣ୍ଡାଳସିଂହ ମୌଜାରେ ଗୋଟିଏ କୋଠା ଏବଂ ବିଭିନ୍ନ ସରଞ୍ଜାମ ସମେତ ପ୍ରାୟ ୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରାଯାଇଛି। ସେହିପରି ବିଜୟଙ୍କ ସହିତ ବ୍ୟବସାୟିକ ସମ୍ପର୍କ ରଖିଥିବା ଅନ୍ୟ ନିଶା ବେପାରୀଙ୍କ ଘରେ ମଧ୍ୟ ଚଢାଉ କରାଯାଇଛି। କୋଲକାତାସ୍ଥିତ ବରିଷ୍ଠ ଅଧିକାରୀଙ୍କଠାରୁ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଅନୁମତି ମିଳିଥିଲା। ଏହାପରେ ପୋଲିସ ପକ୍ଷରୁ ସମ୍ପତ୍ତି ବାଜ୍ୟାପ୍ତି କରାଯାଇଛି। ପୂର୍ବରୁ ମଧ୍ୟ ଜଣେ ବ୍ରାଉନ୍‌ ସୁଗାର ବେପାରୀଙ୍କ ୧କୋଟିରୁ ଊଦ୍ଧର୍‌ବ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରାଯାଇଥିଲା। ନିଶା କାରବାର ରୋକିବା ଉପରେ ପୁରୀ ପୋଲିସର ଏସ୍‌ଟିଏଫ୍‌ କଡ଼ା ନଜର ରଖିଛି, ଯେଉଁଠି ସୁରାକ ମିଳୁଛି ସେଠାରେ ଟିମ୍‌ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରୁଛି। ପୁରୀ ସହର ସମେତ ଜିଲାରେ ନିଶା କାରବାର ରୋକିବା ପାଇଁ ପୁରୀ ପୋଲିସ ୨୪ ଘଣ୍ଟା କାମ କରୁଛି। ଆଗକୁ ରଥଯାତ୍ରା ଥିବାରୁ ସହରର ଆଇନ ଶୃଙ୍ଖଳା ବଜାୟ ରଖିବା ଓ ଭକ୍ତଙ୍କ ସୁରକ୍ଷା ପାଇଁ ଅଭ୍ୟାସଗତ ଅପରାଧୀଙ୍କୁ ୧୧୦ ସିଆର୍‌ପିସି ଧାରାରେ ବୁକ୍‌ କରାଯାଇ ଜେଲ୍‌ ପଠାଯାଇଛି। ସେହିପରି ଷ୍ଟ୍ରିଟ୍‌ କ୍ରାଇମ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଶ୍ରୀମନ୍ଦିର ଭିତରେ ଓ ବାହାରେ ଆଣ୍ଟି ସ୍ନାଚିଂ ସ୍କ୍ବାଡ୍‌ କାମ କରୁଛି। ପୁରୀ ସହରରେ ନିଶା କାରବାର ଉପରେ ରୋକ ଲାଗିବା, ଭକ୍ତଙ୍କ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ଏସ୍‌ପି ସୂଚନା ଦେଇଛନ୍ତି। ଆଗକୁ ପୋଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ଏସ୍‌ପି ସିଂହ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଦିଗପହଣ୍ଡିରେ ‘ଆସ ସ୍କୁଲ ଯିବା’ ସଚେତନତା ସଭା ଅନୁଷ୍ଠିତ

ଦିଗପହଣ୍ଡି,୨୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ୟାପୀଠ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ‘ଆସ ସ୍କୁଲ ଯିବା’ ସଚେତନତା ସଭା ସୋମବାର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri