ଫ୍ୟାଶନ ମାନିଆ

ବର୍ତ୍ତମାନ ମହିଳାଙ୍କଠାରେ ଅନ୍ୟଠୁ ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯିବାକୁ ନେଇ ଚାଲିଛି ଯେମିତି ପ୍ରତିଯୋଗିତା। ବିଶେଷ କରି ସୋସିଆଲ୍‌ ମିଡିଆ ଏହି କ୍ରେଜ୍‌କୁ ଯେମିତି ନିଆଁରେ ଘିଅ ଢାଳିବା କାର୍ଯ୍ୟ କରୁଛି। ହେଲେ ଏହି ଫ୍ୟାଶନ ମାନିଆ ଅପରପକ୍ଷେ ସେମାନଙ୍କଠାରେ ସାଜୁଛି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ…

ବର୍ତ୍ତମାନ ଫ୍ୟାଶନ ଟ୍ରେଣ୍ଡ ସହ ଅପ୍‌ଡେଟ୍‌ ରହିବାର ନିଶା ଅଧିକାଂଶ ମହିଳାଙ୍କଠାରେ ଦେଖିବାକୁ ମିଳୁଛି; ଯେଉଁଥିପାଇଁ ସେମାନେ ନିଜ ଗେଟ୍‌ଅପ୍‌କୁ ଦୁନିଆ ସହ ତାଳ ଦେଇ ବଦଳିବାରେ ଲାଗିଛନ୍ତି। ଭଳିକି ଭଳି ଆଉଟ୍‌ଫିଟ୍‌ ସାଙ୍ଗକୁ ହେଭି ମେକ୍‌ଅପ୍‌ ଏବଂ ମ୍ୟାଚିଂ ଆସେସରିଜ୍‌ ବ୍ୟବହାର ପ୍ରତି ସେମାନଙ୍କ ଆଗ୍ରହ ବଢୁଛି। ହେଲେ ଏସବୁ ଅନେକଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପୁଜାଉଥିବା ଦେଖିବାକୁ ମିଳୁଛି …
ଭାରି ପଡ଼ିପାରେ ମେକ୍‌ଅପ୍‌: କୌଣସି ସ୍ପେଶାଲ୍‌ ଅବସର ନୁହେଁ ବରଂ ଦୈନନ୍ଦିନ ମେକ୍‌ଅପ୍‌ ନେବା ଯେମିତି ବର୍ତ୍ତମାନ ଅନେକଙ୍କଠାରେ ଡେଲି ରୁଟିନ୍‌ରେ ସାମିଲ୍‌ ହୋଇଗଲାଣି। ବିଶେଷ କରି ଏହି କରୋନା କାଳରେ ସୋସିଆଲ୍‌ ମିଡିଆରେ ଅଧିକ ସମୟ ଆକ୍ଟିଭ୍‌ ରହୁଥିବା ମହିଳାମାନେ ଅନ୍ୟଠୁ ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯିବା ନିଶାରେ ଘରେ ମଧ୍ୟ ମେକ୍‌ଅପ୍‌ ନେବାକୁ ଭୁଲୁ ନାହାନ୍ତି। ଅଧିକ ଗୋରା ଦେଖାଯିବା ଲାଗି ବ୍ୟବହାର କରୁଥିବା ବିଭିନ୍ନ କମ୍ପାନୀର ଫେଆର୍‌ନେସ୍‌ କ୍ରିମ୍‌ ଏବଂ ବ୍ଲିଚ୍‌ ଆଦିରେ ଇନ୍‌ଷ୍ଟାଣ୍ଟ ଫେଆର୍‌ନେସ୍‌ ଲାଗି ଦିଆଯାଉଥିବା ମର୍‌କ୍ୟୁରୀ, ହାଇଡ୍ରୋକୁଇନନ୍‌ ଭଳି ବିଭିନ୍ନ ରାସାୟନିକ ପଦାର୍ଥ ତ୍ବଚା ପାଇଁ ହାନିକାରକ। ଏକ ଗବେଷଣା ରିପୋର୍ଟ ମୁତାବକ କେତେକ ଫେଆର୍‌ନେସ୍‌ କ୍ରିମ୍‌ରେ ଏକ୍‌ଜିମା ଭଳି ରୋଗର ଔଷଧରେ ବ୍ୟବହୃତ ଷ୍ଟେରଏଡ୍‌ର ଯଥେଷ୍ଟ ଅଧିକ ଗୁଣ ମଧ୍ୟ ବ୍ୟବହାର କରାଯାଉଛି; ଯାହା କି ଅନେକଙ୍କଠାରେ ବ୍ରଣ, ଲାଲ୍‌ ଦାଗ, କଳା ଦାଗ, ଷ୍ଟ୍ରେଚ୍‌ମାର୍କ ଭଳି ସମସ୍ୟା ସୃଷ୍ଟି କରୁଛି।
– ଲିପ୍‌ଷ୍ଟିକ୍‌ରେ ଥିବା ସୀସା ଏବଂ ଅନ୍ୟାନ୍ୟ ହାନିକାରକ କେମିକାଲ୍ସ ଅଜାଣତରେ ଅନେକଙ୍କଠାରେ ସ୍ନାୟୁ ସମସ୍ୟା ଏବଂ ବନ୍ଧ୍ୟାତ୍ୱର ବି କାରଣ ସାଜୁଛି। ସେହିପରି ଅନ୍ୟାନ୍ୟ ସମସ୍ତ ମେକ୍‌ଅପ୍‌ ସାମଗ୍ରୀରେ ମଧ୍ୟ ବିଭିନ୍ନ ହାନିକାରକ କେମିକାଲ୍ସର ପ୍ରୟୋଗ କରାଯାଉଛି, ଯାହାର ଅଧିକ ବ୍ୟବହାର ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି।
– ବର୍ତ୍ତମାନ ଅଧିକାଂଶ ମହିଳା ହେୟାର ଷ୍ଟାଇଲିଂ ଉପରେ ଅଧିକ ଗୁରୁତ୍ୱ କଟିଂ ନୁହେଁ ବରଂ ଷ୍ଟ୍ରେଟ୍‌ନିଂ, କଲରିଂ ପ୍ରତି ମଧ୍ୟ ଅଧିକ ଗୁରୁତ୍ବ ଦେଉଥିବା ଦେଖିବାକୁ ମିଳୁଛି, ହେଲେ ଏଭଳି ପ୍ରଡକ୍ଟ ବ୍ୟବହାର କରିବା ଦ୍ବାରା ପରବର୍ତ୍ତୀ ସମୟରେ କେଶ ଝଡ଼ିବା, ପାଚିବା ସହ ଚନ୍ଦାପଣ ଭଳି ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି।
– ଆଉଟ୍‌ଫିଟ୍‌ ସହିତ ମ୍ୟାଚିଂ କଲରର ନେଲ୍‌ପେଣ୍ଟ ଲଗାଇବା କିମ୍ବା ଏଥିରେ ଡେକୋରେଟିଭ୍‌ ନେଲ୍‌ ଆର୍ଟ ଡିଜାଇନ୍‌ କରିବା ଏବେ ଏକ ଟ୍ରେଣ୍ଡ ପାଲଟି ଗଲାଣି। ହେଲେ ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟି ଆଣ୍ଡ ଦି କ୍ୟାନ୍ସର ପ୍ରିଭେନ୍ସନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କାଲିଫର୍ନିଆରେ ହୋଇଥିବା ଏକ ଗବେଷଣା ମୁତାବକ କେତେକ ନେଲ୍‌ପଲିସ୍‌ରେ ବ୍ୟବହାର କରାଯାଉଥିବା ଟଲୋୱିନ୍‌, ଫର୍ମାଲ୍‌ଡିହାଇଡ୍‌, ଡାଇବୁଟାଇଲ୍‌ ଥାଲେଟ୍‌ ଭଳି ତିନୋଟି ବିଷାକ୍ତ ରାସାୟନିକ ରହିଛି, ଯାହା କି କ୍ୟାନ୍ସରର ଆଶଙ୍କା ସୃଷ୍ଟି କରିବା ସହିତ ପ୍ରଜନନ କ୍ଷମତା ମଧ୍ୟ ହ୍ରାସ କରିଥାଏ।
ଟାଇଟ୍‌ ସ୍କିନି ଆଉଟ୍‌ଫିଟ୍‌ ବଢ଼ାଏ ସମସ୍ୟା: ସ୍ଲିମ୍‌ ଫିଗର ବ୍ୟୁଟି ସହ ସ୍ମାର୍ଟ ଲୁକ୍‌ ବି ଦିଏ। ଆଉ ଏଭଳି ଲୁକ୍‌ ପାଇବା ନିଶାରେ ବର୍ତ୍ତମାନ ଅଧିକାଂଶ ମହିଳା ଟାଇଟ୍‌ ସ୍କିନ୍‌ ଫିଟ୍‌ ଡ୍ରେସ୍‌କୁ ଅଧିକ ପସନ୍ଦ କରୁଛନ୍ତି। ହେଲେ ଆପଣ ଜାଣନ୍ତି କି ଏଭଳି ଟାଇଟ୍‌ ଜିନ୍ସ, ଜେଗିଙ୍ଗ୍ସ ହେଉ କିମ୍ବା ଅନ୍ୟାନ୍ୟ ସ୍କିନ୍‌ ଫିଟ୍‌ ପୋଷାକ ଦୀର୍ଘ ସମୟ ପିନ୍ଧିବା ଦ୍ବାରା ଚର୍ମ ଏବଂ ସ୍ନାୟୁ ସଙ୍କୁଚିତ ହୋଇଥାଏ। କେତେକଙ୍କଠାରେ ଏହା ଫଙ୍ଗାଲ ଇନ୍‌ଫେକ୍‌ଶନ୍‌, ୟୁରିନାରି ଟ୍ରାକ୍‌ ଇନ୍‌ଫେକଶନ୍‌ ଭଳି ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ। କେବଳ ଏତିକି ନୁହେଁ, ସର୍ବଦା ଏଭଳି ପ୍ୟାଣ୍ଟ ପିନ୍ଧିବା ଦ୍ବାରା ପ୍ରଜନନ କ୍ଷମତା ହ୍ରାସ ହେବା ଆଶଙ୍କା ମଧ୍ୟ ରହିଛି ବୋଲି ଏକ ଗବେଷଣାରୁ ଜଣାପଡିଛି। ତେଣୁ ଏଭଳି ପୋଷାକ ପିନ୍ଧୁଥିଲେ ସତର୍କ ରୁହନ୍ତୁ।
ଆସେସରିଜ୍‌ ବି ହୋଇପାରେ କ୍ଷତିକାରକ: ଫ୍ୟାଶନ ଦୁନିଆରେ ଅପ୍‌ଡେଟ୍‌ ରହିବାକୁ ହେଲେ ବିଭିନ୍ନ ପ୍ରକାରର ଆସେସରିଜ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ହେଲେ କେବେ କେବେ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଥିବା ଏହି ଆସେସରିଜ୍‌ ବି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ପାଲଟିଥାଏ। ଉଦାହରଣ ସ୍ବରୂପ ହାଇହିଲକୁ ନେଇପାରିବା। ଏହାକୁ ଅଧିକ ସମୟ ପିନ୍ଧିବା ଦ୍ୱାରା ପାଦର ଅବସ୍ଥିତି ଠିକ୍‌ ନ ରହିବା ଯୋଗୁ ପାଦରେ ଥିବା ଛୋଟ ଛୋଟ ହାଡ, ସ୍ନାୟୁ ଏବଂ ଶିରାପ୍ରଶିରା ସଙ୍କୁଚିତ ହେବା ସହ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ। କେବଳ ପାଦ ନୁହେଁ ଗୋଇଠି, ଗୋଡ, ଆଣ୍ଠୁ, ଅଣ୍ଟା ଏବଂ ପିଠି ବିନ୍ଧିବା ଭଳି ସମସ୍ୟା ଦେଖାଦିଏ। କେବଳ ହାଇହିଲ୍‌ ନୁହେଁ, ଅଧିକ ଟାଇଟ୍‌ ଜୋତା ବ୍ୟବହାର କରିବା ମଧ୍ୟ ସମ୍ପୂର୍ଣ୍ଣ ନିରାପଦ ନୁହେଁ। ତେଣୁ ପାଦକୁ କମ୍ଫର୍ଟେବଲ୍‌ ଫୁଟ୍‌ଓ୍ବେର୍‌ ପିନ୍ଧିବା ପ୍ରତି ଧ୍ୟାନ ଦିଅନ୍ତୁ।
– ଆସେସରିଜ୍‌ରେ ବିଭିନ୍ନ ଡିଜାଇନର୍‌ ବ୍ୟାଗ୍‌ ମହିଳାଙ୍କର ପ୍ରଥମ ପସନ୍ଦ। ହେଲେ ଫ୍ୟାଶନ୍‌ ଆଳରେ ହେଭି ବ୍ୟାଗ୍‌ ଧରିବା ବି କାନ୍ଧ ଉପରେ ପ୍ରଭାବ ପକାଇଥାଏ। ଫଳରେ ବେକର ଶିରାପ୍ରଶିରା ସଙ୍କୁଚିତ ହେବା ଯୋଗୁ କାନ୍ଧ, ବେକ ଏବଂ ପିଠି ବିନ୍ଧିବା ଭଳି ସମସ୍ୟା ଦେଖାଦେଇଥାଏ। ତେଣୁ ବଡ ବ୍ୟାଗ୍‌ ପସନ୍ଦ କରୁଥିଲେ ଏହାର ଓଜନ ଯଥାସମ୍ଭବ କମ୍‌ ରଖନ୍ତୁ।
କ’ଣ କରନ୍ତି ଏମାନେ…
ପୂର୍ଣ୍ଣିମା ଭୋଇ (ଶିକ୍ଷୟିତ୍ରୀ, ତେଲେଙ୍ଗାପେଣ୍ଠ, କଟକ)- ନିଜକୁ ଫ୍ୟାଶନେବଲ୍‌ ଲୁକ୍‌ ଦେବାକୁ ସଭିଏ ଚାହାନ୍ତି। ଆଉ ଏଥିପାଇଁ ବିଭିନ୍ନ କସ୍‌ମେଟିକ୍‌ ବି ବ୍ୟବହାର କରନ୍ତି। ମୁଁ ମଧ୍ୟ ଅନେକ ସମୟରେ ବିଶେଷ କରି କୌଣସି ପାର୍ଟି, ଫଙ୍କସନ୍‌ ଥିଲେ ଏସବୁ ବ୍ୟବହାର କରେ। ହେଲେ କୌଣସି ସ୍ବାସ୍ଥ୍ୟ ସମସ୍ୟା ଯେପରି ନ ଦେଖାଦିଏ ସେଥିପାଇଁ କେମିକାଲ୍‌ ଫ୍ରି ହର୍ବାଲ୍‌ ପ୍ରଡକ୍ଟ ବ୍ୟବହାର କରେ। ସେହିପରି ଡ୍ରେସ୍‌ ହେଉ କିମ୍ବା ଜୋତା ପିନ୍ଧିବା ବେଳେ ଷ୍ଟାଇଲିସ୍‌ ଲୁକ୍‌ ସହିତ କମ୍ଫର୍ଟକୁ ଅଧିକ ଗୁରୁତ୍ୱ ଦେଇଥାଏ।
ମୋନାଲିଶା କର(କଟକ)- ମୋ ମତରେ ଆଜିର ଦିନରେ ମଡର୍ନ ଦୁନିଆ ସହ ତାଳ ଦେଇ ଚାଲିବାକୁ ହେଲେ ଲାଟେଷ୍ଟ ଫ୍ୟାଶନ୍‌ ଟ୍ରେଣ୍ଡ ସହ ଅପ୍‌ଡେଟ୍‌ ରହିବା ଦରକାର। ଆଉ ଏମିତିରେ ମେକ୍‌ଅପ୍‌ ସବୁଠୁ ପ୍ରଥମେ ଆସିବ। ଆଉ ତା’ ସହ ପରଫେକ୍ଟ ଆଉଟ୍‌ଫିଟ୍‌ ଏବଂ ବିଭିନ୍ନ ଆସେସରିଜ୍‌ ସିଲେକ୍ସନ୍‌ର ଭୂମିକା ବି ଗୁରୁତ୍ୱପୂର୍ଣ୍ଣ। ହେଲେ ଆବଶ୍ୟକ ସମୟରେ ଏସବୁ ବ୍ୟବହାର କରିବା ବେଳେ ଯେପରି ଏହାର ନକାରାତ୍ମକ ପ୍ରଭାବ ସ୍ବାସ୍ଥ୍ୟ ଉପରେ ନ ପଡ଼େ ସେଥିପ୍ରତି ସର୍ବଦା ସଜାଗ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri