ଦିବ୍ୟାଙ୍ଗଙ୍କ ସେବାରେ ମୋହିତ

ଭଦ୍ରକ ଅଫିସ, ୨୨।୪ ବର୍ତ୍ତମାନର ବ୍ୟସ୍ତବହୁଳ ଦୁନିଆରେ ସମସ୍ତେ ନିଜ କାମରେ ବ୍ୟସ୍ତ ଥିବାବେଳେ ଦୁଃଖୀ ଦରିଦ୍ରଙ୍କ କଥା ବୁଝିବାକୁ କାହା ପାଖରେ ସମୟ ନାହିଁ। ଏଭଳି ସ୍ଥିତିରେ ଅସହାୟ, ଗରିବ ଦିବ୍ୟାଙ୍ଗମାନଙ୍କ ପାଇଁ ସାହାରା ପାଲଟିଛନ୍ତି ଭଦ୍ରକ ସହର କୁଅଁାସ ଅଞ୍ଚଳର ଗଙ୍ଗାଧର ରାଉଳଙ୍କ ପୁଅ ମୋହିତ୍‌(୨୫)। ଦିବ୍ୟାଙ୍ଗମାନଙ୍କୁ ମାଗଣାରେ ଜଳଖିଆ ଖାଇବାକୁ ଦେଉଛନ୍ତି। ପିଲାଟି ଦିନରୁ ଦୁଃଖୀ ଦରିଦ୍ରଙ୍କ ସେବା କରିବା ପାଇଁ ଇଚ୍ଛା ରଖିଥିବା ମୋହିତ୍‌ ପାଠପଢ଼ା ପରେ ତାହା କାମରେ କରି ଦେଖାଇଛନ୍ତି।
ବାଣିଜ୍ୟରେ ଯୁକ୍ତ ୩ ପାଠପଢ଼ା ଶେଷ କରିବା ପରେ ସେ ନିଜେ କିଛି ଟଙ୍କା ଯୋଗାଡ଼ କରି କୁଅଁାସ ବଜାରରେ ଠେଲାଗାଡ଼ିରେ ଏକ ଜଳଖିଆ ଦୋକାନ ଆରମ୍ଭ କରିଥିଲେ। ବରା, ଘୁଗୁନି, ପୁରି, ଇଡ୍‌ଲି ଆଦି ବିଭିନ୍ନ ପ୍ରକାର ଜଳଖିଆ ପ୍ରସ୍ତୁତ କରି ବିକ୍ରି କରିଥାନ୍ତି। କିନ୍ତୁ ଏଠାରେ ଦିବ୍ୟାଙ୍ଗମାନଙ୍କ ପାଇଁ ଜଳଖିଆ ସମ୍ପୂର୍ଣ୍ଣ ମାଗଣା ରହିଛି। ପ୍ରତ୍ୟେକ ଦିନ ସକାଳେ ସହରର ବିଭିନ୍ନ ବସ୍ତିରେ ବସବାସ କରୁଥିବା ଅସହାୟ ଦିବ୍ୟାଙ୍ଗମାନେ ଜଳଖିଆ ଖାଇବା ପାଇଁ ଏଠାକୁ ଆସିଥାନ୍ତି। ସେମାନଙ୍କ ପାଖରେ ଟଙ୍କାଟିଏ ନ ଥିବାବେଳେ ମାଗଣାରେ ଜଳଖିଆ ଖାଇ ଆତ୍ମତୃପ୍ତି ଲାଭ କରିବା ସହ ମୋହିତ୍‌ଙ୍କ ମଙ୍ଗଳ କାମନା କରି ଫେରିଥାନ୍ତି। ୬ ମାସ ହେବ ସେ ଏଭଳି କାମ କରୁଥିବା ବେଳେ ଜୀବନ ଥିବା ଯାଏ ଜାରି ରଖିବେ। ଏଥିରୁ ଆତ୍ମସନ୍ତୋଷ ମିଳିଥାଏ ବୋଲି ସେ କହନ୍ତି। ଏହାବ୍ୟତୀତ ପ୍ରାଣୀପକ୍ଷୀମାନଙ୍କୁ ଭଲପାଇବା, ଆହତ ବୁଲା ଷଣ୍ଢମାନଙ୍କର ଚିକିତ୍ସା କରାଇବା ଆଦି କାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି। ଏପରିକି ଅସହାୟମାନଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ‘ନୀଳ ସରସ୍ବତୀ’ ନାମରେ ଏକ ହେଲ୍ପଲାଇନ ଗଠନ କରିଛନ୍ତି। ଏହି ମହାନ୍‌ କାର୍ଯ୍ୟ ପାଇଁ ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...

ରାଜନୀତିରେ ପ୍ରବେଶ କରିବେ ଅଲିମ୍ପିଆନ୍ ଦୂତୀ ଚାନ୍ଦ, ବିଧାୟକ ହେବାକୁ ଇଚ୍ଛା

ଭୁବନେଶ୍ୱର,୧୬।୧୨: ଅଲିମ୍ପିଆନ୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପ୍ରତିଦ୍ୱନ୍ଦ୍ୱିତାମୂଳକ ଆଥଲେଟିକ୍ସରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ...

ଯୁବା ବିଧାୟିକାଙ୍କୁ ରଗାଇଦେଲେ ସଞ୍ଜୟ: କହୁକହୁ ଗୁମର ଖୋଲି ପକାଇଲେ ଉପାସନା

ଭୁବନେଶ୍ୱର,୧୬।୧୨: ପୁରୀ ଜିଲା ବ୍ରହ୍ମଗିରି କୁସୁବେଣ୍ଟି-ହରିଦାସ ମୌଜା ବିବାଦକୁ ନେଇ ତେଜିଲା ରାଜନୀତି। ମୁହାଁମୁହିଁ ହେଲେ ବିଧାୟିକା ଉପାସନା ମହାପାତ୍ର ଓ ପୂର୍ବତନ ବିଧାୟକ ସଞ୍ଜୟ...

ଓଡିଶାବାସୀଙ୍କ ପାଇଁ ଖୁସିଖବର: ନିଯୁକ୍ତିକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧୨: ଓଡ଼ିଶା ହେବ ଫାର୍ମା ହବ୍‌। ମୁଖ୍ୟମନ୍ତ୍ରୀ ମୋହନ ମାଝି ଫାର୍ମା ସମ୍ମିଳନୀରେ ଓଡ଼ିଶାରେ ଫାର୍ମା ସେକ୍ଟରରେ ନିବେଶ ପାଇଁ ନିବେଶକଙ୍କୁ ଅନୁରୋଧ କରିଛନ୍ତି। ଏ...

ଆସନ୍ତା ୨୩ରୁ ଖୋଲିବ ଧାନମଣ୍ଡି, ଶୁଭାରମ୍ଭ ହେଲା ୨ଟି ସଚେତନତା ରଥ

ଛତ୍ରପୁର, ୧୬/୧୨ (ଦିଲ୍ଲୀପ ସାମଲ): ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରୁ ୨ ଟି ସଚେତନତା ରଥର ଶୁଭାରମ୍ଭ...

ଓଡ଼ିଶା ରାଜନୀତିକୁ ନେଇ ଅମର ଶତପଥୀଙ୍କ ବିସ୍ଫୋରକ ବୟାନ: କହିଲେ ବଦଳିପାରେ…

ଭୁବନେଶ୍ୱର,୧୬।୧୨: ସାଂପ୍ରତିକ ଓଡ଼ିଶା ରାଜନୀତିକୁ ନେଇ ଅମର ଶତପଥୀ ବଡ଼ ବୟାନ ଦେଇଛନ୍ତି। ଅମର କହିଛନ୍ତି, ଓଡ଼ିଶାରେ ରାଜନୈତିକ ସମୀକରଣ ବଦଳିପାରେ। ଓଡ଼ିଶା ରାଜନୈତିକ ଦୃଶ୍ୟପଟ...

ଶ୍ମଶାନରେ ଜିଇଁ ଉଠିଲେ ପୂରୋହିତ, ହସ୍ପିଟାଲ ଗଲାପରେ ଘଟିଲା…

ଗଞ୍ଜାମ ୧୬/୧୨(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ନୃସିଂହ ପୂଜକ ପୁରୋହିତ ରାଜେନ୍ଦ୍ର ରଥଙ୍କ ପରଲୋକ ହୋଇଛି । ହସ୍ପିଟାଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri