Posted inଖେଳ

ଫାରୀ, ହକେଟ ଆନାଲିଟିକାଲ କୋଚ୍‌

ନୂଆଦିଲ୍ଲୀ, ୮ା୪(ପି.ଟି.): ଭାରତୀୟ ମହିଳା ଓ ପୁରୁଷ ହକି ଦଳ ପାଇଁ ନୂଆ ସପୋର୍ଟ ଷ୍ଟାଫ୍‌ ନିଯୁକ୍ତ କରାଯାଇଛି। ଜଣାଶୁଣା ଅଷ୍ଟ୍ରେଲୀୟ କୋଚ୍‌ ଆନ୍ଥୋନୀ ଫାରୀ ଓ ଦକ୍ଷିଣ ଆଫ୍ରିକାର ରେହେଟ ହକେଟ ଯଥାକ୍ରମେ ମହିଳା ଓ ପୁରୁଷ ଦଳର ଆନାଲିଟିକାଲ କୋଚ୍‌ ନିଯୁକ୍ତ ହୋଇଛନ୍ତି। ଫାରୀଙ୍କ ତତ୍ତ୍ୱାବଧାନରେ କାନାଡ଼ା ପୁରୁଷ ଦଳ ୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ଜାପାନ ମହିଳା ଦଳକୁ ୨୦୧୮ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ କରାଇବାରେ ମଧ୍ୟ ତାଙ୍କ ଭୂମିକା ଉଲ୍ଲେଖନୀୟ ଥିଲା। ତାଙ୍କ ତତ୍ତ୍ୱାବଧାନରେ ୨୧ ବର୍ଷରୁ କମ୍‌ କାନାଡ଼ା ପୁରୁଷ ଦଳ କ୍ରମାଗତ ଭାବେ ଜୁନିୟର ହକି ବିଶ୍ୱକପ ଯୋଗ୍ୟତା ପାଇଥିଲା। ଏହା ବ୍ୟତୀତ ସେ ୨୦୨୦ ଅଗଷ୍ଟରୁ ୨୦୨୨ ଏପ୍ରିଲ ପର୍ଯ୍ୟନ୍ତ ଆମେରିକା ମହିଳା ହକି ଦଳର ହାଇପରଫର୍ମାନ୍ସ ନିର୍ଦ୍ଦେଶକ ଥିଲେ। ସେ ଏବେ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଜାନେକ ସ୍କୁପମାନଙ୍କୁ ସହାୟତା କରିବେ।
ଫାରୀ ଓ ହକେଟଙ୍କ ବ୍ୟତୀତ ହକି ଇଣ୍ଡିଆ ଅଷ୍ଟ୍ରେଲିଆର ଆଲାନ ଟାନ୍‌ଙ୍କୁ ଭାରତୀୟ ପୁରୁଷ ଦଳର ବୈଜ୍ଞାନିକ ପରାମର୍ଶଦାତାଭାବେ ନିଯୁକ୍ତି ଦେଇଛି। କିଛି ଦିନତଳେ ଦକ୍ଷିଣ ଆଫ୍ରିକାର କ୍ରେଗ୍‌ ଫୁଲଟନ ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ କୋଚ୍‌ ନିଯୁକ୍ତ ହୋଇଥିଲେ। ଉଭୟ ହକେଟ ଓ ଟାନ୍‌ ଏବେ ଫୁଲଟନଙ୍କ କୋଚିଂ ସେଟ୍‌ଅପ୍‌ର ଅଂଶବିଶେଷ ହେବେ। ହକେଟ ୨୦୧୦ରୁ ୨୦୧୮ ମଧ୍ୟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ୧୫୫ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ୨୦୨୦ରେ ସେ ନେଦରଲାଣ୍ଡ୍ସ ମହିଳା ଦଳର ସହକାରୀ କୋଚ୍‌ ଥିଲେ। ଏହାପରେ ସେ ସ୍କଟଲାଣ୍ଡ ଯାଇ ଉଭୟ ସିନିୟର ଓ ୨୧ ବର୍ଷରୁ କମ୍‌ ଦଳକୁ କୋଚିଂ ଦେଇଥିଲେ। ଅନ୍ୟପକ୍ଷରେ ଟାନ୍‌ଙ୍କର ନ୍ୟୁ ସାଉଥ୍‌ ଓ୍ବେଲ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପୋର୍ଟରେ ୧୦ ବର୍ଷ ଷ୍ଟ୍ରେନ୍ଥ ଆଣ୍ଡ କଣ୍ଡିଶନିଂ କୋଚ୍‌ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ଅଛି। ନୂଆ କୋଚିଂ ଷ୍ଟାଫ୍‌ଙ୍କୁ ସ୍ବାଗତ କରିଛନ୍ତି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ। ଆଗକୁ ଏସିଆନ ଗେମ୍ସ ଆସୁଥିବାରୁ ତ୍ୱରିତ ପଦକ୍ଷେପ ନେଇ ଏପରି ନିଯୁକ୍ତି ଦେଇଥିବାରୁ ଦିଲୀପ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)କୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?