ଛତୁଚାଷ ଦେଇଛି ପରିଚୟ: ଆତ୍ମନିର୍ଭର ସହ ୧୫ ପରିବାର ଚଳାଉଛନ୍ତି ଦୀନେଶ

ଅତାବିରା, ୧୬ା୧୨(ଯୁଧିଷ୍ଠିର ମହାପାତ୍ର):ଛତୁ କିଲୋ ପିଛା ଶହ ଶହ ଟଙ୍କାରେ ବିକ୍ରି କରି ନିଜର ଆର୍ଥିକ ସ୍ଥିତି ସୁଦୃଢ଼ କରିପାରିବା ସହ ଅନ୍ୟ ୨୭ ଜଣ କର୍ମଚାରୀଙ୍କୁ ରୋଜଗାର ଦେଇ ୧୫ଟି ପରିବାର ଚଳାଉଛନ୍ତି ଦୀନେଶ। ମୁଣ୍ଡ ଝାଳ ତୁଣ୍ଡରେ ମାରି କଲେଜ ପାଠ ପଢା ଖର୍ଚ୍ଚ ବାହାର କରିବାକୁ ସଉକରେ ଦିନେ ଯେଉଁ ଚାଷୀ ଛତୁଚାଷ ଆରମ୍ଭ କରିଥିଲେ, ସେହି ଚାଷ ଆଜି ଦେଇଛି ପରିଚୟ।
ବରଗଡ଼ ଜିଲା ଅତାବିରା ବ୍ଲକ କୁଲୁଣ୍ଡା ଗାଁର ଯୁବ ଚାଷୀ ଦୀନେଶ ସାହୁ। ପ୍ରଥମେ ପାଠ ପଢା ଖର୍ଚ୍ଚ ବହନ କରିବାକୁ ୨ ଶହ ଟଙ୍କାରୁ ବ୍ୟବସାୟ ଆରମ୍ଭ କରିଥିଲେ। ଏବେ ଛତୁ ଚାଷ କରି ଅଞ୍ଚଳରେ ନିଜର ପରିଚୟ ସୃଷ୍ଟି କରିବା ସହ ନିଜର ଆର୍ଥିକ ସ୍ଥିତି ବେଶ ସ୍ବଚ୍ଛଳ କରି ୧୫ଟି ପରିବାରକୁ ରୋଜଗାରକ୍ଷମ କରିପାରିଛନ୍ତି।
ଆଜି ଦିନେଶ ଜଣେ ସଫଳ ଚାଷୀ ହୋଇପାରିଛନ୍ତି । ସେ ଆଖପାଖ ଅଞ୍ଚଳରୁ ଛତୁଚାଷ ସମ୍ପର୍କରେ ପ୍ରଥମେ ଜାଣିବାକୁ ପାଇଥିଲେ। ୨୦୦୪-୦୫ ମସିହାରେ ମାଟ୍ରିକ ପରୀକ୍ଷା ପରେ କମ୍‌ ଆକାରରେ ପଢା ଖର୍ଚ୍ଚ ବାହାର କରିବାକୁ ବିନା ଶ୍ରମିକରେ ନିଜେ କାମ କରି ଛତୁ ଚାଷ ଆରମ୍ଭ କରିଥିଲେ ଦୀନେଶ।
ଓୟୁଏଟି ଭୁବନେଶ୍ୱର ଏବଂ ଇନ୍ଦିରା ଗାନ୍ଧୀ କୃଷି ବିଦ୍ୟାଳୟ ରାୟପୁରରେ ତାଲିମ ନେବା ପରେ ସୌକରେ ଆରମ୍ଭ କରିଥିବା ଛତୁଚାଷକୁ ବ୍ୟବସାୟରେ ପରିଣତ କରିଥିଲେ l ବର୍ତ୍ତମାନ ନିଜେ ଛତୁ ବିହନ ମଧ୍ୟ ଉତ୍ପାଦନ କରୁଛନ୍ତି l ନିଜସ୍ବ ଉଦ୍ୟମରେ ସ୍ବଳ୍ପ ଛତୁଚାଷ ଆରମ୍ଭ କରିଥିଲେ। ହେଲେ ବର୍ତ୍ତମାନ ଏହି ଚାଷୀଙ୍କ ଅଢେଇ ଏକର ଫାର୍ମରେ ୨୦୦୦ରୁ ଊର୍ଦ୍ଧ୍ୱ ବେଡ ଛତୁଚାଷ ପାଇଁ ପ୍ରସ୍ତୁତ ହୋଇ ରହିଥିବା ବେଳେ ବର୍ଷା ଏବଂ ଖରା ଦିନରେ ଦୈନିକ ୧୦୦ କିଲୋରୁ ଊର୍ଦ୍ଧ୍ୱ ପାଳ ଛତୁ ଓ ଶୀତ ଦିନରେ ପ୍ରତିଦିନ ୫୦ ରୁ ୬୦ କେଜି ଧିଙ୍ଗିରି ଛତୁ ଉତ୍ପାଦିତ ହେଉଛି। ପାଳଛତୁ, ଧିଙ୍ଗିରି ଛତୁଚାଷ ସହ ବିଭିନ୍ନ ଛତୁ ବିହନ ବିକ୍ରି କରି ଦିନେଶ ମାସିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି ।
ଆଜିକାଲି ଯୁବକ ଯୁବତୀ ପାଠ ପଢି ଚାକିରି ପଛରେ ନ ଗୋଡ଼ାଇ ନିଜସ ଉଦ୍ୟମରେ ଭିନ୍ନ କିଛି କରି ନିଜେ ରୋଜଗାରକ୍ଷମ ହେବା ସହିତ ଅନ୍ୟକୁ ରୋଜଗାରର ବାଟ ଦେଖାଇବାକୁ ସେ ପରାମର୍ଶ ଦେଇଛନ୍ତି।
ତାଙ୍କ ଫାର୍ମରୁ ଉତ୍ପାଦିତ ଛତୁ ଉନ୍ନତମାନର ରହିଥିବାରୁ ଅଞ୍ଚଳରେ ବେଶ ଚାହିଦା ରହୁଛି । ତେଣୁ ବ୍ୟବସାୟୀ ଓ ଗ୍ରାହକମାନେ ମଧ୍ୟ ଏଠାକୁ ଆସି ଛତୁ ନେଉଛନ୍ତି । ସରକାରୀସ୍ତରରେ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଗଲେ ଏହି ଛତୁଚାଷ ଆଗକୁ ଆହୁରି ବଢ଼ିପାରିବ ବୋଲି ଆଶା ରଖିଛନ୍ତି। ବାସ୍ତବରେ ଏହି ଯୁବ ଚାଷୀଙ୍କ ଭିନ୍ନ ପ୍ରୟାସ ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣାଦାୟୀ ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ହାତୀପଲଙ୍କୁ ଚିଡ଼ାଉଥିବା ବେଳେ ବାରଣ କରବାରୁ ବନ କର୍ମଚାରୀଙ୍କୁ ଆକ୍ରମଣ: ୫ ଜଣଙ୍କ ନାମରେ ମାମଲା, ୨ ଗିରଫ

କେନ୍ଦୁଝର/ପାଟଣା, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସଦର ରେଞ୍ଜ ସୀମାନ୍ତ ପଦ୍ମପୁର ସଂରକ୍ଷିତ ଜଙ୍ଗଲର ଜାମୁନାଳିଆ ଗାଁ ନିକଟରେ ଏକ…

ବଚସାରୁ ଗୋଡ଼ାଇ ଗୋଡ଼ାଇ କରିଥିଲେ ଆକ୍ରମଣ, ଜାମିନ ଖାରଜ ହେବାରୁ ଜେଲ ଗଲେ…

ଦିଗପହଣ୍ଡି, ୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ସୁନୀଲ ଗୌଡ଼ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପାଟପୁର ପୋଲିସ ଶନିବାର ଅଭିଯୁକ୍ତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

କେଜ୍‌ରିଓ୍ବାଲଙ୍କ ବଡ଼ ଘୋଷଣା, ୪ରେ ବାହାରିବେ ପଦଯାତ୍ରା

ନୂଆଦିଲ୍ଲୀ,୧ା୮: ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ…

ଘାସ, ଲତାରେ ଲୁଚିଗଲାଣି ୨ ମହଲା ପାଠାଗାର

ବଉଳା,୧ା୮(ଦୁର୍ଗାପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ହାଟଡ଼ିହୀ ପଞ୍ଚାୟତ ମଠଡାହିଠାରେ ନିର୍ମିତ ବ୍ଲକ୍‌ସ୍ତରୀୟ ପାଠାଗାର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଘାସ, ଲତାରେ ୨…

ଆନନ୍ଦପୁର ରିଙ୍ଗ୍ ବନ୍ଧ ଘାଇ ହୋଇ ବନ୍ୟା ବିପର୍ଯ୍ୟୟ: ସରକାର-ଜଳସମ୍ପଦ ବିଭାଗ ଉପରେ ବର୍ଷିଲେ ଜୟଦେବ ଜେନା

ଆନନ୍ଦପୁର, ୧।୮(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ରିଙ୍ଗ୍ ବନ୍ଧରେ ଘାଇ ସୃଷ୍ଟି ହୋଇ ବନ୍ୟା ବିପର୍ଯ୍ୟୟ ଘଟିବା ପରେ ଶନିବାର ଆନନ୍ଦପୁରରେ କଂଗ୍ରେସ ପକ୍ଷରୁ ଏକ…

ଆର୍ଯ୍ୟପଲ୍ଲୀରେ ପୁଣି କୂଳ ଲଙ୍ଘିଲା ସମୁଦ୍ର: ଲୀନ ହେଲା ଗ୍ରାମ ରାସ୍ତା-ମନ୍ଦିର, ସ୍ଥାୟୀ ପ୍ରତିକାର ଦାବିରେ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିବାରେ ଲାଗିଥିବାବେଳେ ସ୍ଥାନୀୟ…

୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri