ବି.ଟେକ୍‌ ପାଇଁ ପରିବାଚାଷ

ମହାକାଳପଡ଼ା,୨୯ା୪(ଡି.ଏନ.ଏ.): ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବା ପାଇଁ ବହୁ ଘାତପ୍ରତିଘାତ ସହିବାକୁ ହୁଏ। ବିଭିନ୍ନ ପରିସ୍ଥିତିର ସାମ୍ନା କରିବାକୁ ପଡ଼େ। ଅକ୍ଳାନ୍ତ ପରିଶ୍ରମ ପରେ ସଫଳତା ମିଳେ। ଏହି କେଇ ପଦ କଥାକୁ ମନ୍ତ୍ର ଭାବେ ଗ୍ରହଣ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ତୋଫାନ ମାନ୍ନା। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣି ପଞ୍ଚାୟତ ଅଧୀନ ବେତବେଲାରୀ ଗ୍ରାମର ଗୌତମ ମାନ୍ନାଙ୍କ ପୁଅ ତୋଫାନ ପରିବା ଚାଷ କରି ନିଜର ଲକ୍ଷ୍ୟ ହାସଲ ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ଭୁବନେଶ୍ୱରର ଏକ ଘରୋଇ ବୈଷୟିକ ମହାବିଦ୍ୟାଳୟରେ ଶେଷବର୍ଷର ଛାତ୍ର ତୋଫାନଙ୍କ ପରିବାରର ଆର୍ଥିକ ସ୍ଥିତି ସେମିତି ଭଲ ନୁହେଁ। ପିଲାଟି ଦିନରୁ ବହୁ କଷ୍ଟ କରି ସେ ପାଠ ପଢ଼ିଥିଲେ। ଲକ୍ଷ୍ୟ ଥିଲା ଜଣେ ଇଞ୍ଜିନିୟର ହେବେ। ସେହି ଆଶା ପୂରଣ ପାଇଁ ସେ ନିଜ ଘରଠାରୁ ୪ କି.ମି. ଦୂର କିଆବାରିଆଠାରେ ଅଢ଼େଇ ଏକର ଜମିକୁ ଭାଗସୂତ୍ରରେ ଆଣି ପରିବା ଚାଷ କରୁଛନ୍ତି। ଏବେ ତାଙ୍କ କ୍ଷେତରେ ଭେଣ୍ଡି, ପୋଇ, ବାଇଗଣ, ମକା, ବରୁଗୁଡ଼ି, ଝୁଡଙ୍ଗ, ସୂର୍ଯ୍ୟମୁଖୀ, ଗାଜର, ଧନିଆ ଓ ଲଙ୍କା ଆଦି ଫସଲ ହୋଇଛି। ଜଳସେଚନ ସୁବିଧା ନ ଥିଲେ ମଧ୍ୟ ନିକଟରେ ଥିବା ଖାଲରୁ ପମ୍ପ୍‌ ଯୋଗେ ପାଣି ମଡ଼ାଇ ସେ ପରିବା ଚାଷକୁ ଆଗେଇ ନେଇଛନ୍ତି। ବୈଶାଖର ଗ୍ରୀଷ୍ମ ପ୍ରବାହକୁ ଖାତିର ନ କରି ତୋଫାନ ନିଜ ଭବିଷ୍ୟତର ସୁନେଲି ସ୍ବପ୍ନକୁ ସାକାର କରିବାକୁ ଲାଗିଛନ୍ତି। ତାଙ୍କ କ୍ଷେତରୁ ପ୍ରତିଦିନ ବାହାରୁ ଥିବା ପରିବାକୁ ସେ ରାମନଗର, ଛପାଲି, ବେଣାକନ୍ଧା, ଜଗରୀଜୋର ବଜାରରେ ବିକ୍ରି କରୁଛନ୍ତି। ସେହି ଟଙ୍କାକୁ ସେ ସଞ୍ଚୟ କରି ରଖୁଛନ୍ତି। ସେ ପଢ଼ୁଥିବା କଲେଜର ବାର୍ଷିକ ଦେୟ ୮୦ ହଜାର ଟଙ୍କା। କଲେଜ ଖୋଲିଲେ ଟଙ୍କା ଜମା କରିବାକୁ ପଡ଼ିବ। ସେଥିପାଇଁ ତୋଫାନ ପରିବାର ସଦସ୍ୟଙ୍କ ସହ ମିଶି ଏହି ପରିଶ୍ରମ କରୁଛନ୍ତି ବୋଲି କହିଛନ୍ତି। ତାଙ୍କୁ ଏହି କାମରେ ବାପା ଗୌତମ ମଧ୍ୟ ସାହାଯ୍ୟ କରୁଛନ୍ତି। ଏ ସମ୍ପର୍କରେ ତୋଫାନଙ୍କ ବାପା କୁହନ୍ତି, ବହୁ କଷ୍ଟରେ ମୂଲମଜୁରି ଲାଗି ପୁଅକୁ ପାଠ ପଢ଼ାଉଛି। ତୋଫାନ ଏବେ ବି.ଟେକ୍‌ର ଶେଷ ବର୍ଷର ଛାତ୍ର। ପ୍ରତିବର୍ଷ ତା’ର ପାଠପଢ଼ା ଖର୍ଚ୍ଚ ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ସେଥିପାଇଁ ଆମ ପରିବାର ସଦସ୍ୟମାନେ ଅକ୍ଳାନ୍ତ ପରିଶ୍ରମ କରୁଛୁ। ପରିବା ଚାଷରୁ ଯାହା ଆୟ ହେଉଛି ସେଥିରୁ ସିଂହଭାଗ ପୁଅର ପଢ଼ାଖର୍ଚ୍ଚରେ ବ୍ୟୟ ହେଉଛି। ଅଳ୍ପ କିଛି ଟଙ୍କାରେ ଆମ ପରିବାର ଚଳୁଛି। ଏବେ କଲେଜ ଛୁଟି ଥିବାରୁ ପୁଅ ଆମ ସହ ମିଶି ଚାଷ କାମ କରୁଛି। ପରିବା ନେଇ ହାଟ ବଜାରରେ ବିକ୍ରି କରୁଛି। ଠାକୁରଙ୍କ ଦୟାରୁ ସେ ପାଠପଢ଼ା ଶେଷ କରି ଚାକିରି ପାଇଲେ ଆମ ଦୁଃଖ ସରିବ ବୋଲି ଗୌତମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri