ନାନୋ ୟୁରିଆ ନେବାକୁ ଚାଷୀ ଅରାଜି

ଡେରାବିଶ,୫ା୯(ସ୍ବ.ପ୍ର.):ରାଜ୍ୟ ସରକାର ଚଳିତ ଖରିଫ ଚାଷ ପାଇଁ ବିଭିନ୍ନ ସମବାୟ ସମିତି ଜରିଆରେ ଚାଷୀଙ୍କୁ ସାର ଯୋଗାଇବାକୁ ଘୋଷଣା କରିଥିଲେ। ମାତ୍ର ଏହାର ବ୍ୟତିକ୍ରମ ଡେରାବିଶ ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ବ୍ଲକ ଅଧୀନରେ ଥିବା ୧୦ଟି ସମବାୟ ସମିତି ଉପରେ ୨୬ଟି ପଞ୍ଚାୟତର ଚାଷୀମାନେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ମାତ୍ର ଚାଷ ଆରମ୍ଭରୁ ପଟ୍ଟାମୁଣ୍ଡାଇ ମାର୍କଫେଡ୍‌ ପକ୍ଷରୁ ବ୍ଲକ ଅଧୀନ ବିଭିନ୍ନ ସମବାୟ ସମିତିକୁ ଆବଶ୍ୟକତାଠାରୁ କମ୍‌ ପରିମାଣର ପଟାସ୍‌, ଡିଏପି ଓ ଇଫ୍‌କୋ ୟୁରିଆ ଯୋଗାଇ ଦିଆଯାଇଛି। ଫଳରେ ବ୍ଲକ ଅଞ୍ଚଳର ଚାଷୀମାନେ ତାଙ୍କର ଆବଶ୍ୟକ ସାର ନ ପାଇ ଖୋଲା ବଜାରରୁ ଅଧିକ ଦାମ୍‌ ଦେଇ କିଣୁଛନ୍ତି। ଅପରପକ୍ଷରେ ଚାଷୀଙ୍କ ଆବଶ୍ୟକତା କରୁଥିବା ଇଫ୍‌କୋ ୟୁରିଆ, ଡିଏପି ଓ ଏମ୍‌ଓପି ପଟାସ୍‌ ଦିଆଯାଇନାହିଁ। ଇଫ୍‌କୋ ୟୁରିଆ ବଦଳରେ ଡକ୍ଟର ଫସଲ (ମ୍ୟାଟ୍ରିଜ୍‌), ଆରସିଏଫ୍‌ କମ୍ପାନୀର ୟୁରିଆ, ଡିଏପି ବଦଳରେ ରତ୍ନା ୨୦-୨୦ ଓ ଏମ୍‌ଓପି ପଟାସ୍‌ ବଦଳରେ ଅନ୍ୟ କମ୍ପାନୀର ସାର ମାର୍କଫେଡ୍‌ ସମସ୍ତ ସମବାୟ ସମିତିକୁ ଯୋଗାଇ ଦେଇଥିଲେ। ଯେଉଁ ସମିତି ସମ୍ପାଦକ ଇଫ୍‌କୋ ୟୁରିଆ ସାର ନେବେ ତାହା ସହ ନାନୋ ୟୁରିଆ ବାଧ୍ୟତାମୂଳକ ନେବେ ବୋଲି ମାର୍କଫେଡ୍‌ ଅଧିକାରୀ ବାଧ୍ୟ କରୁଛନ୍ତି। ମାତ୍ର ନାନୋ ୟୁରିଆ ଏକ ତରଳ ଜାତୀୟ ସାର ହୋଇଥିବାରୁ ଏହାକୁ ନେବାକୁ ଚାଷୀମାନେ ରାଜି ହେଉନାହାନ୍ତି। ଏହି ସାର ନେଇ ରୁଆପୋତା ସମୟରେ ବ୍ୟବହାର କରିଥିବା ଚାଷୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି।
ଏ ସମ୍ପର୍କରେ ରଘୁଦେଇପୁର ପଞ୍ଚାୟତର ଚାଷୀ ଦିଗମ୍ବର ମିଶ୍ର କହିଛନ୍ତି, ବ୍ୟାଙ୍କରୁ ଋଣ ଓ ଧାର କରି ଚାଷ କରିଛନ୍ତି। ଖୋଲା ବଜାରରୁ ଅଧିକ ଦାମ୍‌ ଦେଇ ସାର ନ କିଣି ସମବାୟ ସମିତିରୁ ନାନୋ ସାରକୁ ନେଇ ଜମିରେ ବ୍ୟବହାର କରିଥିଲୁ। ମାତ୍ର ଏହି ସାର ବ୍ୟବହାର କରିବା ଫଳରେ ଧାନ ଫସଲର କୌଣସି ଉନ୍ନତି ପରିଲକ୍ଷିତ ହେଲାନାହିଁ। ଅପରପକ୍ଷରେ ରୁଆପୋତା ପରେ ବର୍ଷା ନ ଥିବାରୁ ଏକ ପ୍ରକାର ମରୁଡ଼ି ଆଶଙ୍କା ଦେଖାଦେଇଛି। କେନାଲ ଓ ମଟର ଯୋଗେ ପାଣି ମଡାଇ ଫସଲକୁ ରକ୍ଷା କରିବାକୁ ଉଦ୍ୟମ କରାଯାଉଛି। ୟୁରିଆ ସାରର ସଙ୍କଟ ଯେପରି ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। କେତେକ ସମବାୟ ସମିତିରେ ବସ୍ତାଟିଏ ସାର ନାହିଁ। ସେହି ସମିତି ଉପରେ ନିର୍ଭରଶୀଳ ଚାଷୀମାନେ ଦୈନିକ ସମିତି ସମ୍ପାଦକଙ୍କୁ ଭେଟି ନିରାଶ ହୋଇ ଫେରୁଛନ୍ତି। କେତେଜଣ ସମିତିର ସମ୍ପାଦକ ତାଙ୍କ ନାମ ଗୋପନ ରଖି ଆବଶ୍ୟକ କରୁଥିବା ୟୁରିଆ ଓ ଡିଏପି ସାର ପାଇଁ ବାରମ୍ବାର ମାର୍କଫେଡ୍‌କୁ ଡିମାଣ୍ଡ ପଠାଇବା ସହ ଗୋଦାମ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଫୋନ୍‌ ଯୋଗେ ଅନୁରୋଧ କରୁଛନ୍ତି। ହେଲେ ଅଧିକାରୀ ଜଣକ ସାର ଆସିଲେ ପଠାଯିବ ବୋଲି କହୁଛନ୍ତି। ଫଳରେ ସମିତିର ସମ୍ପାଦକମାନେ ନିଜକୁ ଅସହାୟ ମଣୁଛନ୍ତି। ଏ ନେଇ ବ୍ଲକ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଆବଶ୍ୟକତାକୁ ପୂରଣ କରିବାକୁ ଖୋଲା ବଜାରରୁ ସାର ବସ୍ତାପିଛା ଶହେରୁ ୪ ଶହ ଟଙ୍କା ଅଧିକ ଦାମ୍‌ ଦେଇ କିଣି ବିଲରେ ପକାଉଥିବା ଅଗ୍ରଣୀ ଚାଷୀ ବିଧୂଭୂଷଣ ମହାପାତ୍ର କହିଛନ୍ତି। ମହାପାତ୍ରଙ୍କ ସୂଚନା ଅନୁଯାୟୀ, ପଟ୍ଟାମୁଣ୍ଡାଇ ସ୍ଥିତ ମାର୍କଫେଡ୍‌ ଗୋଦାମର ଅଧିକାରୀ ମନମାନୀ ନୀତି ପାଇଁ ଚାଷୀକୂଳ ନିରାଶ ହୋଇଛନ୍ତି। ଏହାର ବିଧିବଦ୍ଧ ତଦନ୍ତ କରାଗଲେ ବହୁ ତଥ୍ୟ ଲୋକଲୋଚନକୁ ଆସିପାରନ୍ତା ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଜିଲ୍ଲା ସମବାୟ ବିଭାଗ ଉପନିବନ୍ଧକ ମନମୋହନ ରାଉତଙ୍କୁ ପଚାରିବାରୁ ଡେରାବିଶ ବ୍ଲକରେ ଆବଶ୍ୟକ ହେଉଥିବା ସାର ପାଇଁ ମାର୍କଫେଡ୍‌ ଅଧିକାରୀଙ୍କୁ ଏକାଧିକ ବାର ଚିଠି ଦିଆ ସରିଛି। ମାତ୍ର ଅଧିକାରୀ ଜଣକ କାହିଁକି ବିଳମ୍ବ କରୁଛନ୍ତି ସେ ବିଷୟରେ ସେ ଜାଣି ପାରୁନାହାନ୍ତି। ମାର୍କଫେଡ୍‌ ଗୋଦାମ ଦାୟିତ୍ୱରେ ଥିବା ଅଧିକାରୀ ପ୍ରଶାନ୍ତ ରାଉତଙ୍କୁ ପଚାରିବାରେ ଇଫ୍‌କୋ ୟୁରିଆ ଓ ଡିଏପି ସାରର ର଼୍ୟାକ୍‌ ଲାଗି ନ ଥିବାରୁ ଚାଷୀଙ୍କୁ ଏହି ସାର ଯୋଗାଇ ହେଉନାହିଁ। ର଼୍ୟାକ୍‌ ଲାଗିଲେ ସମବାୟ ସମିତିକୁ ଆବଶ୍ୟକତା ଅନୁସାରେ ସାର ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?