ନାନୋ ୟୁରିଆ ନେବାକୁ ଚାଷୀ ଅରାଜି

ଡେରାବିଶ,୫ା୯(ସ୍ବ.ପ୍ର.):ରାଜ୍ୟ ସରକାର ଚଳିତ ଖରିଫ ଚାଷ ପାଇଁ ବିଭିନ୍ନ ସମବାୟ ସମିତି ଜରିଆରେ ଚାଷୀଙ୍କୁ ସାର ଯୋଗାଇବାକୁ ଘୋଷଣା କରିଥିଲେ। ମାତ୍ର ଏହାର ବ୍ୟତିକ୍ରମ ଡେରାବିଶ ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ବ୍ଲକ ଅଧୀନରେ ଥିବା ୧୦ଟି ସମବାୟ ସମିତି ଉପରେ ୨୬ଟି ପଞ୍ଚାୟତର ଚାଷୀମାନେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ମାତ୍ର ଚାଷ ଆରମ୍ଭରୁ ପଟ୍ଟାମୁଣ୍ଡାଇ ମାର୍କଫେଡ୍‌ ପକ୍ଷରୁ ବ୍ଲକ ଅଧୀନ ବିଭିନ୍ନ ସମବାୟ ସମିତିକୁ ଆବଶ୍ୟକତାଠାରୁ କମ୍‌ ପରିମାଣର ପଟାସ୍‌, ଡିଏପି ଓ ଇଫ୍‌କୋ ୟୁରିଆ ଯୋଗାଇ ଦିଆଯାଇଛି। ଫଳରେ ବ୍ଲକ ଅଞ୍ଚଳର ଚାଷୀମାନେ ତାଙ୍କର ଆବଶ୍ୟକ ସାର ନ ପାଇ ଖୋଲା ବଜାରରୁ ଅଧିକ ଦାମ୍‌ ଦେଇ କିଣୁଛନ୍ତି। ଅପରପକ୍ଷରେ ଚାଷୀଙ୍କ ଆବଶ୍ୟକତା କରୁଥିବା ଇଫ୍‌କୋ ୟୁରିଆ, ଡିଏପି ଓ ଏମ୍‌ଓପି ପଟାସ୍‌ ଦିଆଯାଇନାହିଁ। ଇଫ୍‌କୋ ୟୁରିଆ ବଦଳରେ ଡକ୍ଟର ଫସଲ (ମ୍ୟାଟ୍ରିଜ୍‌), ଆରସିଏଫ୍‌ କମ୍ପାନୀର ୟୁରିଆ, ଡିଏପି ବଦଳରେ ରତ୍ନା ୨୦-୨୦ ଓ ଏମ୍‌ଓପି ପଟାସ୍‌ ବଦଳରେ ଅନ୍ୟ କମ୍ପାନୀର ସାର ମାର୍କଫେଡ୍‌ ସମସ୍ତ ସମବାୟ ସମିତିକୁ ଯୋଗାଇ ଦେଇଥିଲେ। ଯେଉଁ ସମିତି ସମ୍ପାଦକ ଇଫ୍‌କୋ ୟୁରିଆ ସାର ନେବେ ତାହା ସହ ନାନୋ ୟୁରିଆ ବାଧ୍ୟତାମୂଳକ ନେବେ ବୋଲି ମାର୍କଫେଡ୍‌ ଅଧିକାରୀ ବାଧ୍ୟ କରୁଛନ୍ତି। ମାତ୍ର ନାନୋ ୟୁରିଆ ଏକ ତରଳ ଜାତୀୟ ସାର ହୋଇଥିବାରୁ ଏହାକୁ ନେବାକୁ ଚାଷୀମାନେ ରାଜି ହେଉନାହାନ୍ତି। ଏହି ସାର ନେଇ ରୁଆପୋତା ସମୟରେ ବ୍ୟବହାର କରିଥିବା ଚାଷୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି।
ଏ ସମ୍ପର୍କରେ ରଘୁଦେଇପୁର ପଞ୍ଚାୟତର ଚାଷୀ ଦିଗମ୍ବର ମିଶ୍ର କହିଛନ୍ତି, ବ୍ୟାଙ୍କରୁ ଋଣ ଓ ଧାର କରି ଚାଷ କରିଛନ୍ତି। ଖୋଲା ବଜାରରୁ ଅଧିକ ଦାମ୍‌ ଦେଇ ସାର ନ କିଣି ସମବାୟ ସମିତିରୁ ନାନୋ ସାରକୁ ନେଇ ଜମିରେ ବ୍ୟବହାର କରିଥିଲୁ। ମାତ୍ର ଏହି ସାର ବ୍ୟବହାର କରିବା ଫଳରେ ଧାନ ଫସଲର କୌଣସି ଉନ୍ନତି ପରିଲକ୍ଷିତ ହେଲାନାହିଁ। ଅପରପକ୍ଷରେ ରୁଆପୋତା ପରେ ବର୍ଷା ନ ଥିବାରୁ ଏକ ପ୍ରକାର ମରୁଡ଼ି ଆଶଙ୍କା ଦେଖାଦେଇଛି। କେନାଲ ଓ ମଟର ଯୋଗେ ପାଣି ମଡାଇ ଫସଲକୁ ରକ୍ଷା କରିବାକୁ ଉଦ୍ୟମ କରାଯାଉଛି। ୟୁରିଆ ସାରର ସଙ୍କଟ ଯେପରି ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। କେତେକ ସମବାୟ ସମିତିରେ ବସ୍ତାଟିଏ ସାର ନାହିଁ। ସେହି ସମିତି ଉପରେ ନିର୍ଭରଶୀଳ ଚାଷୀମାନେ ଦୈନିକ ସମିତି ସମ୍ପାଦକଙ୍କୁ ଭେଟି ନିରାଶ ହୋଇ ଫେରୁଛନ୍ତି। କେତେଜଣ ସମିତିର ସମ୍ପାଦକ ତାଙ୍କ ନାମ ଗୋପନ ରଖି ଆବଶ୍ୟକ କରୁଥିବା ୟୁରିଆ ଓ ଡିଏପି ସାର ପାଇଁ ବାରମ୍ବାର ମାର୍କଫେଡ୍‌କୁ ଡିମାଣ୍ଡ ପଠାଇବା ସହ ଗୋଦାମ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଫୋନ୍‌ ଯୋଗେ ଅନୁରୋଧ କରୁଛନ୍ତି। ହେଲେ ଅଧିକାରୀ ଜଣକ ସାର ଆସିଲେ ପଠାଯିବ ବୋଲି କହୁଛନ୍ତି। ଫଳରେ ସମିତିର ସମ୍ପାଦକମାନେ ନିଜକୁ ଅସହାୟ ମଣୁଛନ୍ତି। ଏ ନେଇ ବ୍ଲକ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଆବଶ୍ୟକତାକୁ ପୂରଣ କରିବାକୁ ଖୋଲା ବଜାରରୁ ସାର ବସ୍ତାପିଛା ଶହେରୁ ୪ ଶହ ଟଙ୍କା ଅଧିକ ଦାମ୍‌ ଦେଇ କିଣି ବିଲରେ ପକାଉଥିବା ଅଗ୍ରଣୀ ଚାଷୀ ବିଧୂଭୂଷଣ ମହାପାତ୍ର କହିଛନ୍ତି। ମହାପାତ୍ରଙ୍କ ସୂଚନା ଅନୁଯାୟୀ, ପଟ୍ଟାମୁଣ୍ଡାଇ ସ୍ଥିତ ମାର୍କଫେଡ୍‌ ଗୋଦାମର ଅଧିକାରୀ ମନମାନୀ ନୀତି ପାଇଁ ଚାଷୀକୂଳ ନିରାଶ ହୋଇଛନ୍ତି। ଏହାର ବିଧିବଦ୍ଧ ତଦନ୍ତ କରାଗଲେ ବହୁ ତଥ୍ୟ ଲୋକଲୋଚନକୁ ଆସିପାରନ୍ତା ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଜିଲ୍ଲା ସମବାୟ ବିଭାଗ ଉପନିବନ୍ଧକ ମନମୋହନ ରାଉତଙ୍କୁ ପଚାରିବାରୁ ଡେରାବିଶ ବ୍ଲକରେ ଆବଶ୍ୟକ ହେଉଥିବା ସାର ପାଇଁ ମାର୍କଫେଡ୍‌ ଅଧିକାରୀଙ୍କୁ ଏକାଧିକ ବାର ଚିଠି ଦିଆ ସରିଛି। ମାତ୍ର ଅଧିକାରୀ ଜଣକ କାହିଁକି ବିଳମ୍ବ କରୁଛନ୍ତି ସେ ବିଷୟରେ ସେ ଜାଣି ପାରୁନାହାନ୍ତି। ମାର୍କଫେଡ୍‌ ଗୋଦାମ ଦାୟିତ୍ୱରେ ଥିବା ଅଧିକାରୀ ପ୍ରଶାନ୍ତ ରାଉତଙ୍କୁ ପଚାରିବାରେ ଇଫ୍‌କୋ ୟୁରିଆ ଓ ଡିଏପି ସାରର ର଼୍ୟାକ୍‌ ଲାଗି ନ ଥିବାରୁ ଚାଷୀଙ୍କୁ ଏହି ସାର ଯୋଗାଇ ହେଉନାହିଁ। ର଼୍ୟାକ୍‌ ଲାଗିଲେ ସମବାୟ ସମିତିକୁ ଆବଶ୍ୟକତା ଅନୁସାରେ ସାର ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri