କୃଷି ବିଲକୁ ବିରୋଧ: ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ବରଗଡ଼ ଅଫିସ,୫।୧୧: କୃଷି ବିଲକୁ ନେଇ ସାରାଦେଶରେ ବିରୋଧର ସ୍ବର ତେଜିଛି। ଏହିକ୍ରମରେ ଗୁରୁବାର ଅଖିଳ ଭାରତୀୟ କିଶାନ ସଂଘର୍ଷ ସମନ୍ବୟ ସମିତିର ଆହ୍ବାନରେ ଦେଶବ୍ୟାପୀ ଆନ୍ଦୋଳନ କରାଯାଇଛି। ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାରେ ମଧ୍ୟ ଏହାର ତାତି ପରିଲକ୍ଷିତ ହୋଇଛି। ପଶ୍ଚିମ ଓ କୃଷକ ସଂଗଠନ ସମନ୍ବୟ ସମିତି ନେତୃତ୍ୱରେ ଜିଲାର ଅତାବିରା ବ୍ଳକ ଅନ୍ତର୍ଗତ ଦେବାହାଲ ଛକରେ ଚାଷୀମାନେ ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ପଶ୍ଚିମ ଓ କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ, ରମେଶ ମହାପାତ୍ର, ଲକ୍ଷ୍ମଣ ସୁନା ପ୍ରମୁଖ ନେତୃତ୍ୱ ନେଇଛନ୍ତି। ସେହିପରି ଏହି ରାଜପଥର ଦଶମାଇଲ ଛକରେ ମଧ୍ୟ ଚାଷୀମାନେ ରାସ୍ତାରୋକ କରିଛନ୍ତି। ଜୟ କିଶାନ ଆନ୍ଦୋଳନର ସଭାପତି ସୁଶୀଲ କୁମାର ସାହୁ, ସମ୍ପାଦକ ହର ବଣିଆ, ସୁରେନ୍ଦ୍ର ମେହେର, ସଦାନନ୍ଦ ବୁଧିଆ, ଦୁର୍ଗା ପ୍ରସାଦ ବାରିକ, ତେଜରାଜ ବାରିକ ପ୍ରମୁଖ ଏଠାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି। କେନ୍ଦ୍ର ସରକାର ଆଣିଥିବା ୩ନୂଆ କୃଷି ଆଇନ ପ୍ରତ୍ୟାହାର, ମେ ମାସ ୧୮ ତାରିଖରେ ରାଜ୍ୟସରକାର ଆଣିଥିବା ୨ଅଧ୍ୟାଦେଶ ପ୍ରତ୍ୟାହାର, ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି)କୁ ଆଇନଗତ ଅଧିକାର ମାନ୍ୟତା, ଏମ୍‌ଏସ୍‌ପିରୁ କମ୍‌ ଦରରେ କୃଷିଜାତ ଦ୍ରବ୍ୟ କିଣିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚାଷୀମାନେ ଦାବି କରି ଏହି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେହିପରି ନବ ନିର୍ମାଣ କୃଷକ ସଂଗଠନ ସମେତ ଅନ୍ୟ ଚାଷୀ ସଂଗଠନ ଗୁଡ଼ିକ ମଧ୍ୟ ଏହି କୃଷି ବିଲକୁ ବିରୋଧ କରି ଆନ୍ଦୋଳନ କରିଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି। ଅନ୍ୟପଟେ ରାସ୍ତାରୋକ ଯୋଗୁ ଯାନବାହାନ ଚଳାଚଳ ଠପ୍‌ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟ୍‌ ନାହିଁ, ପଡ଼ିରହିଛି ଧାନ

ଧାମନଗର,୬।୩: ଭଦ୍ରକ ଜିଲା ଧାମନଗର ସେବା ସମବାୟ ସମିତି ଅଧୀନରେ ଥିବା ଚାଷୀମାନେ ଧାନ ବିକ୍ରି କରି ନ ପାରି ହତାଶ ହୋଇପଡ଼ିଛନ୍ତି। ଟୋକନ ଅବଧି...

ଧଳା କୁମ୍ଭୀର ଶାବକର ନାମ ଦିଆଗଲା ଶ୍ୱେତା

ରାଜନଗର, ୭ା୧(ଡି.ଏନ.ଏ.): ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳଠାରେ ଥିବା ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ୩ ବର୍ଷର ଶାବକ ଧଳା କୁମ୍ଭୀର ପର୍ଯ୍ୟଟକଙ୍କ...

ଗୁଜୁରାଟରେ ଦାଦନ ଶ୍ରମିକ ବନ୍ଧା:ଉଦ୍ଧାର ପାଇଁ ପରିବାରବର୍ଗଙ୍କ ଜିଲାପାଳଙ୍କୁ ଫେରାଦ

ଭବାନୀପାଟଣା,୨୫।୮(ଡି.ଏନ.ଏ.):କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ମତୁଆଲାଗୁଡା ଗାଁର ୭ ଜଣ ଶ୍ରମିକଙ୍କୁ ସେହି ଗ୍ରାମର ଜଣେ ଦଲାଲ ମୋଟା ଅର୍ଥର ପ୍ରଲୋଭନ ଦେଖାଇ ଗୁଜୁରାଟ ନେଇଯାଇଥିଲା...

୨୦ ବିଦ୍ୟାଳୟକୁ ଟିଭି ପ୍ରଦାନ

ଭଣ୍ଡାରିପୋଖରୀ,୨୬।୫ (ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ପକ୍ଷରୁ ଭଣ୍ଡାରିପୋଖରୀ ବ୍ଲକ୍‌ର ୨୦ ବିଦ୍ୟାଳୟକୁ ଏଲ୍‌ସିଡି ଟିଭି ପ୍ରଦାନ କରାଯାଇଛି। ବଳଦେବଜୀଉ ନୋଡାଲ, ନାଆମୀ, ବୟାବନାପୁର, ସାରୋ, ରାଜେନ୍ଦ୍ରପୁର,...

ଅଗ୍ନିକାଣ୍ଡ: ୪ ବଖରା ସମେତ ଜଳିଗଲା ଧାନଚାଉଳ

ନିରାକାରପୁର,୧୪।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଓଳସିଂହ ବଜାର ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ରବି ନାରାୟଣ ପୃଷ୍ଟି, ଦୁଃଖୀଶ୍ୟାମ ତ୍ରିପାଠୀଙ୍କର ୪ ବଖରା ସମତେ...

ଶିଶୁକନ୍ୟାଙ୍କ ଜୀବନ ନେଲା ପାଳଗଦା ନିଆଁ

ଝରିଗାଁ,୧୪ା୨: ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତର କୁସୁମବାହାଲ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ପାଳଗଦା ନିଆଁରେ ପୋଡ଼ି ଜଣେ ୬ବର୍ଷର...

ଗର୍ଭବତୀ ମହିଳା, ଶିଶୁଙ୍କୁ ମିଳୁଛି ପୋକରା ଛତୁଆ

ବେଗୁନିଆପଡ଼ା,୨୨ା୨(ଡି.ଏନ୍‌.ଏ.): ସରକାରଙ୍କ ପକ୍ଷରୁ ଛୋଟ ଶିଶୁ ତଥା ଗର୍ଭବତୀଙ୍କୁ ପୋଷଣ ଯୋଗାଇବାକୁ ମାଗଣାରେ ଛତୁଆ, ବାଦାମ ଲଡୁ ବଣ୍ଟା ହେଉଛି। ହେଲେ ସେହି ପୁଷ୍ଟିକର ଖାଦ୍ୟ...

ଜିଆ ଖତ ନକଲି ସନ୍ଦେହରେ କାରଖାନା ଉପରେ ଚଢ଼ାଉ: ସଂଗ୍ରହ ହେଲା ନମୁନା

ସାକ୍ଷୀଗୋପାଳ,୧୧।୯(ଡି.ଏନ୍‌.ଏ./ସ୍ବ.ପ୍ର.): ନକଲି ସାର ପ୍ରସ୍ତୁତି ସନ୍ଦେହରେ ପୁରୀ ଜିଲା ସତ୍ୟବାଦୀ ବ୍ଲକ ବୀରଗୋବିନ୍ଦପୁର ନିକଟରେ ଥିବା ଗ୍ଲେୟର କେମିକାଲ ପ୍ରାଇଭେଟ ଲିମିଟେଡ୍‌ କାରଖାନା ଉପରେ ରବିବାର...

Advertisement
Archives

Model This Week