୩୬ ବର୍ଷ ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଉପରେ ସଠିକ୍‌ ଭବିଷ୍ୟବାଣୀ କରୁଛନ୍ତି ଏହି ବ୍ୟକ୍ତି

ବିଶିଷ୍ଟ ଐତିହାସିକ ଏବଂ ଆମେରିକାନ ୟୁନିଭରସିଟିର ପ୍ରଫେସର ଆଲନ ଲିଚମ୍ୟାନ୍‌ ୩୬ ବର୍ଷ ହେବ ଆମେରିକା ରାଷ୍ଟପ୍ରତି ନିର୍ବାଚନକୁ ନେଇ ସଠିକ୍‌ ଭବିଷ୍ୟବାଣୀ କରୁଛନ୍ତି। ୨୦୧୬ରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ଭବିଷ୍ୟବାଣୀ ମଧ୍ୟ ଲିଚ୍‌ମ୍ୟାନ୍‌ କରିଥିଲେ। ସେତେବେଳେ ସେ କହିଥିଲେ ଦ୍ୱିତୀୟଥର ଶାସନ ଗାଦିକୁ ଫେରିବା ସମ୍ବବ ନୁହେଁ। ତାଙ୍କ ଭବିଷ୍ୟବାଣୀ ଏଥର ସତ ହେଲା ପରି ଲାଗୁଛି। କାରଣ ଏଥର ନିର୍ବାଚନରେ ଟ୍ରମ୍ପ ନିଜ ପ୍ରତିଦ୍ୱନ୍ଦୀ ଜୋ ବାଇଡେନ୍‌ଙ୍କଠାରୁ ପଛରେ ଅଛନ୍ତି। ଲିଚମ୍ୟାନଙ୍କ ଭବିଷ୍ୟବାଣୀ ହ୍ବାଇଟ୍‌ ହାଉସର ୧୩ଟି ମୌଳିକ ଢାଞ୍ଚା ଉପରେ ଆଧାରିତ। ଅର୍ଥବ୍ୟବସ୍ଥା, ଦାୟିତ୍ୱ, ପ୍ରତିଯୋଗିତା, ଯୋଜନାରେ ପରିବର୍ତ୍ତନ, ଘୋଟାଲା, ସାମାଜିକ ଅସ୍ଥିରତା ଭଳି ଘଟଣାକୁ ନେଇ ଭବିଷ୍ୟବାଣୀ କରନ୍ତି ଲିଚ୍‌ମ୍ୟାନ୍‌। ତାଙ୍କ ମାପ ଅନୁଯାୟୀ, ଯଦି ଏଥିରୁ ଛଅ କିମ୍ବା ଅଧିକ ଘଟଣା ଖରାପ ଅଛି ତେବେ ହ୍ବାଇଟ ହାଉସରେ ଟ୍ରମ୍ପ ପ୍ରଶାସନ ରହିବ ନାହିଁ। ଲିଚମାନ କହିଛନ୍ତି ଯେ, ପ୍ରାର୍ଥୀଙ୍କୁ ତୁଳନା କରି ପାରମ୍ପରିକ ଭାବରେ ନିର୍ବାଚନ ଫଳାଫଳ ଅନୁମାନ କରାଯାଏ। ତେବେ ଶାସକ ଦଳର ବାକି ରେକର୍ଡ ଉପରେ ତାଙ୍କର ଧ୍ୟାନ ରହିଛି। ଆଲାନ ଲିଚ୍‌ମ୍ୟାନ କହିଛନ୍ତି ଯେ ମୋର ୧୩ଟି ମୌଳିକ ତଥ୍ୟରେ ୬ଟି ନକାରାତ୍ମକ ଘଟଣା ରିପବ୍ଲିକାନ୍ସର ଡୋନାଲ୍ଡ ଟ୍ରମ୍ପଙ୍କ ପରାଜୟକୁ ସୂଚିତ କରେ। ୨୦୧୯ ପର୍ଯ୍ୟନ୍ତ ଟ୍ରମ୍ପଙ୍କ କେବଳ ୪ଟି ନକାରାତ୍ମକ ଜିନିଷ ଥିଲା। ଗତ କିଛି ମାସ ହେବ ୩ଟି ଘଟଣା ଟ୍ରମ୍ପ ପ୍ରଶାସନ ବିପକ୍ଷରେ ଯାଇଛି। ଏମିତି ୭ଟି ମୁଦ୍ଦା ରହିଛି ଯାହା ଫଳରେ ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କ ପରାଜୟ ସମ୍ଭାବନା ସୃଷ୍ଟି ହୋଇଥିବା ସେ କହିଛନ୍ତି। ୧୯୮୪ରୁ ଲିଚ୍‌ମ୍ୟାନ୍‌ ଏହି ଭବିଷ୍ୟବାଣୀ କରି ଆସୁଥିବା ଜଣାପଡିଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?