୩୬ ବର୍ଷ ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଉପରେ ସଠିକ୍‌ ଭବିଷ୍ୟବାଣୀ କରୁଛନ୍ତି ଏହି ବ୍ୟକ୍ତି

ବିଶିଷ୍ଟ ଐତିହାସିକ ଏବଂ ଆମେରିକାନ ୟୁନିଭରସିଟିର ପ୍ରଫେସର ଆଲନ ଲିଚମ୍ୟାନ୍‌ ୩୬ ବର୍ଷ ହେବ ଆମେରିକା ରାଷ୍ଟପ୍ରତି ନିର୍ବାଚନକୁ ନେଇ ସଠିକ୍‌ ଭବିଷ୍ୟବାଣୀ କରୁଛନ୍ତି। ୨୦୧୬ରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ଭବିଷ୍ୟବାଣୀ ମଧ୍ୟ ଲିଚ୍‌ମ୍ୟାନ୍‌ କରିଥିଲେ। ସେତେବେଳେ ସେ କହିଥିଲେ ଦ୍ୱିତୀୟଥର ଶାସନ ଗାଦିକୁ ଫେରିବା ସମ୍ବବ ନୁହେଁ। ତାଙ୍କ ଭବିଷ୍ୟବାଣୀ ଏଥର ସତ ହେଲା ପରି ଲାଗୁଛି। କାରଣ ଏଥର ନିର୍ବାଚନରେ ଟ୍ରମ୍ପ ନିଜ ପ୍ରତିଦ୍ୱନ୍ଦୀ ଜୋ ବାଇଡେନ୍‌ଙ୍କଠାରୁ ପଛରେ ଅଛନ୍ତି। ଲିଚମ୍ୟାନଙ୍କ ଭବିଷ୍ୟବାଣୀ ହ୍ବାଇଟ୍‌ ହାଉସର ୧୩ଟି ମୌଳିକ ଢାଞ୍ଚା ଉପରେ ଆଧାରିତ। ଅର୍ଥବ୍ୟବସ୍ଥା, ଦାୟିତ୍ୱ, ପ୍ରତିଯୋଗିତା, ଯୋଜନାରେ ପରିବର୍ତ୍ତନ, ଘୋଟାଲା, ସାମାଜିକ ଅସ୍ଥିରତା ଭଳି ଘଟଣାକୁ ନେଇ ଭବିଷ୍ୟବାଣୀ କରନ୍ତି ଲିଚ୍‌ମ୍ୟାନ୍‌। ତାଙ୍କ ମାପ ଅନୁଯାୟୀ, ଯଦି ଏଥିରୁ ଛଅ କିମ୍ବା ଅଧିକ ଘଟଣା ଖରାପ ଅଛି ତେବେ ହ୍ବାଇଟ ହାଉସରେ ଟ୍ରମ୍ପ ପ୍ରଶାସନ ରହିବ ନାହିଁ। ଲିଚମାନ କହିଛନ୍ତି ଯେ, ପ୍ରାର୍ଥୀଙ୍କୁ ତୁଳନା କରି ପାରମ୍ପରିକ ଭାବରେ ନିର୍ବାଚନ ଫଳାଫଳ ଅନୁମାନ କରାଯାଏ। ତେବେ ଶାସକ ଦଳର ବାକି ରେକର୍ଡ ଉପରେ ତାଙ୍କର ଧ୍ୟାନ ରହିଛି। ଆଲାନ ଲିଚ୍‌ମ୍ୟାନ କହିଛନ୍ତି ଯେ ମୋର ୧୩ଟି ମୌଳିକ ତଥ୍ୟରେ ୬ଟି ନକାରାତ୍ମକ ଘଟଣା ରିପବ୍ଲିକାନ୍ସର ଡୋନାଲ୍ଡ ଟ୍ରମ୍ପଙ୍କ ପରାଜୟକୁ ସୂଚିତ କରେ। ୨୦୧୯ ପର୍ଯ୍ୟନ୍ତ ଟ୍ରମ୍ପଙ୍କ କେବଳ ୪ଟି ନକାରାତ୍ମକ ଜିନିଷ ଥିଲା। ଗତ କିଛି ମାସ ହେବ ୩ଟି ଘଟଣା ଟ୍ରମ୍ପ ପ୍ରଶାସନ ବିପକ୍ଷରେ ଯାଇଛି। ଏମିତି ୭ଟି ମୁଦ୍ଦା ରହିଛି ଯାହା ଫଳରେ ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କ ପରାଜୟ ସମ୍ଭାବନା ସୃଷ୍ଟି ହୋଇଥିବା ସେ କହିଛନ୍ତି। ୧୯୮୪ରୁ ଲିଚ୍‌ମ୍ୟାନ୍‌ ଏହି ଭବିଷ୍ୟବାଣୀ କରି ଆସୁଥିବା ଜଣାପଡିଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭପାତ କଟକଣା: ଆମେରିକାରେ ଦ୍ୱନ୍ଦ୍ୱ

ଓ୍ବାଶିଂଟନ,୫ା୫: ୧୯୭୩ ମସିହାରେ ଆମେରିକା ସୁପ୍ରିମକୋର୍ଟ ‘ରୋ ବନାମ ଓ୍ବେଡ୍‌’ ମାମଲାର ବିଚାର କରି ଗର୍ଭପାତ କରାଇବା ସପକ୍ଷରେ ରାୟ ଦେଇଥିଲେ। ସର୍ବୋଚ୍ଚ ଅଦାଲତଙ୍କ ଏହି...

ମାର୍ଗାରେଟ, ବର୍ନାର୍ଡାଇନ୍‌ଙ୍କୁ ବୁକର୍‌ ପୁରସ୍କାର

ଲଣ୍ଡନ,୧୬ା୧୦: କାନାଡା ଲେଖିକା ମାର୍ଗାରେଟ ଅଟଉଡ୍‌ ଏବଂ ବ୍ରିଟିଶ୍‌ ଲେଖିକା ବର୍ନାର୍ଡାଇନ୍‌ ଏଭାରିଷ୍ଟୋ ଚଳିତ ବର୍ଷ ମିଳିତ ଭାବେ ବୁକର୍‌ ପୁରସ୍କାର ପାଇବେ। ପ୍ରଥମ ଥର...

ରୁଷିଆ ସେନାର ଗୁଳିମାଡରେ ଆମେରିକା ଖବରଦାତାଙ୍କ ଜୀବନ ଗଲା

କ୍ୱିଭ୍‌,୧୩।୩: ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ଥମିବାର ନାଁ ଧରୁନି। କ୍ୱିଭ୍‌କୁ ଦଖଲ କରିବା ପାଇଁ ଲାଗି ପଡିଛି ରୁଷିଆ, ସେପଟେ ୟୁକ୍ରେନ୍‌ ମଧ୍ୟ ପଛଘୁଞ୍ଚା...

ବୁଚା ନରସଂହାର ପୂର୍ବ ନିର୍ଦ୍ଧାରିତ ଯୋଜନା: ରୁଷିଆ

ମସ୍କୋ,୮ ।୪: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏବେ ବୁଚା ନରସଂହାରକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି । ଏହି ନରସଂହାର ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି...

ନିଲାମ ହେଲା ୭.୫ କୋଟି ବର୍ଷ ତଳର ଡାଇନୋସର କଙ୍କାଳ, ଦାମ୍‌ ରହିଛି…

ନ୍ୟୁୟର୍କ,୨୯ା୭: ନ୍ୟୁୟର୍କର ସୁଥ୍‌ବେ ନିଲାମ ହାଉସ୍‌ରେ ମିଳିଥିବା ୭୭ ମିଲିୟନ ବର୍ଷ ପୁରୁଣା ଡାଇନୋସର କଙ୍କାଳ ୬୧ ମିଲିୟନ ଡଲାରରେ ବିକ୍ରି ହୋଇଛି। ନିଲାମ ଗୃହର...

ବ୍ରିଟେନ ସ୍ୱାସ୍ଥ୍ୟମନ୍ତ୍ରୀ କରୋନା ପଜିଟିଭ, ନେଇ ସାରିଥିଲେ ଟିକା

ଲଣ୍ଡନ,୧୮ ।୭: ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ସାଜିଦ ଜାଭିଦ କରୋନାରେ ପୀଡ଼ିତ ହୋଇଥିବା ନିଜେ ସୂଚନା ଦେଇଛନ୍ତି । ଏବେ ସେ କ୍ୱାରାଣ୍ଟାଇନରେ ଥିବା ବେଳେ ତାଙ୍କଠାରେ...

ନିଜ ସରକାରରେ ଆଫଗାନୀ ମହିଳାଙ୍କୁ ସ୍ଥାନ ଦେବ ତାଲିବାନ

କାବୁଲ,୧୭ ।୮: ଆଫଗାନିସ୍ତାନକୁ ନିଜ କବଜାକୁ ନେବା ପରେ ଏବେ ତାଲିବାନ ସେଠାରେ ସରକାର ଗଠନ କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ସରକାରୀ...

ସତ ହେବ କି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ

ମସ୍କୋ,୨୮।୨:ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ପଞ୍ଚମ ଦିନ। ରୁଷିଆ ସେନା ୟୁକ୍ରେନର ସବୁ ଦିଗରୁ ଘେରିବାକୁ ଚେଷ୍ଟା କରୁଛି। ଅନେକ ବିଶେଷଜ୍ଞ ଏହି ଯୁଦ୍ଧକୁ...

Advertisement
Archives

Model This Week