Posted inଜାତୀୟ

ଅନ୍ନଦାତାଙ୍କ ରୋଷ: ଏନ୍‌ଏଚ୍‌-୯ ଅବରୋଧ, ସରକାରଙ୍କ ପାଖରେ ୩ ବିକଳ୍ପ

ନୂଆଦିଲ୍ଲୀ,୩।୧୨: କୃଷି ଆଇନ ନେଇ ଅନ୍ନଦାତାଙ୍କ ଆନ୍ଦୋଳନ ତୀବ୍ରତର ହେବାରେ ଲାଗିଛି। ପଞ୍ଜାବ ଏବଂ ହରିୟାଣାର ଚାଷୀ ଦିଲ୍ଲୀ ମୁହାଁ ହୋଇଥିବାବେଳେ ସେମାନଙ୍କୁ ଦିଲ୍ଲୀରେ ପ୍ରବେଶ ନ କରାଇବା ଲାଗି ସୀମାକୁ ସିଲ୍‌ କରିଦିଆଯାଇଛି। ଫଳରେ ଚାଷୀମାନେ ଏନ୍‌ଏଚ୍‌-୯ ଅବରୋଧ କରି ଖରା କାକରରେ ଭୋକ ଉପାସରେ ବସି ରହିଛନ୍ତି। ଆନ୍ଦୋଳନ ପ୍ରତ୍ୟାହାର ଲାଗି କେନ୍ଦ୍ର ସରକାରଙ୍କ ପାଖରେ ଏବେ ୩ଟି ବିକଳ୍ପ ରହିଥିବା ଚର୍ଚ୍ଚା ହେଉଛି। ପ୍ରଥମ ବିକଳ୍ପ ହେଉଛି ସରକାର କୃଷି ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ ନିଶ୍ଚିତ କରୁଥିବା ଆଇନ ପ୍ରଣୟଡ଼ କରିବା ଆବଶ୍ୟକ। ଏପରି ହେଲେ ଚାଷୀମାନେ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବା କ୍ଷେତ୍ରରେ ଚିନ୍ତା କରିବେ ନାହିଁ। ସେହିପରି ଚାଷୀଙ୍କ ପାଇଁ ରିଟର୍ନ କ୍ଷେତ୍ରରେ ସରକାର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି। ସେହିପରି ଦ୍ୱିତୀୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାଳି ଜଳାଇବା ଲାଗି ଆଣି ଅଧ୍ୟାଦେଶ ଦ୍ୱାରା ଚାଷୀଙ୍କୁ ଏକ ବର୍ଷ ଜେଲ୍‌ ଏବଂ ଏକ କୋଟି ଟଙ୍କା ଜରିମାନା ଆଇନ ଆଣିଛନ୍ତି। ଦିଲ୍ଲୀରେ ହେଉଥିବା ବାୟୁପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହା କରାଯାଇଛି। ମାତ୍ର ଏହାଦ୍ୱାରା ଚାଷୀଙ୍କ ମଧ୍ୟରେ ଏକଭାବନା ସୃଷ୍ଟି ହୋଇଛି ଯେ, ସରକାର ବଳ ପୂର୍ବକ ସବୁ କିଛି କରିବାକୁ ଚାହୁଁଛନ୍ତି। ପଞ୍ଜାବ ଏବଂ ହରିୟାଣା ଚାଷୀଙ୍କ ମଧ୍ୟରେ ଏଭଳି ମନୋଭାବ ଅଧିକ ସୃଷ୍ଟି ହୋଇଛି। ଚାଷୀ ଏକ କ୍ୱିଣ୍ଟାଲ ପରାଳି ପାଇଁ ୨ଶହ ଟଙ୍କା କ୍ଷତିପୂରଣ ଦାବି କରୁଛନ୍ତି। ଅପରପକ୍ଷରେ ସୁପ୍ରିମ୍‌କୋର୍ଟ ଏହାକୁ ଶହେ ଟଙ୍କା କରିବା ଲାଗି ସରକାରଙ୍କୁ ପରାମର୍ଶ ଦିଆଯାଇଛି। ଏହା ଉପରେ ବିଚାର କରିବା ଲାଗି କୋର୍ଟ କହିଛନ୍ତି। ଏକ୍ଷେତ୍ରରେ ସରକାର ରିହାତି ଯୋଜନା ଲାଗୁକଲେ ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶର ଚାଷୀ ଉପକୃତ ହୋଇପାରିବେ। ତୃତୀୟରେ ସରକାରଙ୍କୁ ନୂଆ ବଜାର ଆଇନ ପ୍ରଣୟନ କରିବା ଉପରେ ଧ୍ୟାନ ଦେବାକୁ ପଡ଼ିବ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି। ଏହା ଦ୍ୱାରା ମୁକ୍ତ ବଜାର ସ୍ଥାପନ ହେବା ସହିତ ବେପାରିଙ୍କୁ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଏହି ୩ ଟି ବିକଳ୍ପ ଉପରେ କେନ୍ଦ୍ର ସରକାର ଧ୍ୟାନ ଦେଲେ ହୁଏତ ଅନ୍ନଦାତାଙ୍କ ଆନ୍ଦୋଳନ ବନ୍ଦ ହୋଇପାରିବ ବୋଲି ବିଶେଷଜ୍ଞ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନ ବିଚାରପତି କଲେ ବଡ଼ ଘୋଷଣା, ହ୍ବାଟ୍ସଆପ୍‌ରେ ଓକିଲଙ୍କୁ ମାମଲା ସମ୍ପର୍କିତ ସୂଚନା ପ୍ରଦାନ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୫।୪: ଭାରତର ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୁଡ଼ ଘୋଷଣା କରିଛନ୍ତି ଯେ ସୁପ୍ରିମକୋର୍ଟ ହ୍ବାଟ୍ସଆପ୍‌ ଜରିଆରେ ଓକିଲଙ୍କ ସହ ଶୁଣାଣି ହେବାକୁ ଥିବା ମାମଲା, ମାମଲା...

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ମୋଦି, ରାହୁଲଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୨୫ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମୋଦି ଏବଂ ରାହୁଲଙ୍କ ଭାଷଣକୁ...

ଅରୁଣାଚଳ-ଚାଇନା ସୀମାରେ ପ୍ରବଳ ବର୍ଷା, ଭୂସ୍ଖଳନରେ ଧୋଇଗଲା ରାଜପଥ

ଇଟାନଗର,୨୫ା୪: ଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ଖରାଗରମ ହେଉଥିବା ବେଳେ ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ହୋଇଛି। ଚାଇନା ସୀମାନ୍ତ ଅରୁଣାଚଳ ପ୍ରଦେଶରେ ଲଗାତର ବର୍ଷା...

କ୍ରାସ୍‌ ହେଲା ବାୟୁସେନା ବିମାନ: ଉଡିଗଲା ପଙ୍ଖା

ନୂଆଦିଲ୍ଲୀ,୨୫।୪: ରାଜସ୍ଥାନର ଜୈସଲମେର ନିକଟରେ ବିମାନ ଉଡ଼ାଣ ସମୟରେ ଏକ ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟର ବିଷୟ ହେଉଛି ଏହି ଦୁର୍ଘଟଣାରେ ଜୀବନହାନୀ...

ଭୋଟ ଦେଇଥିବା ପ୍ରମାଣ କଲେ ରେଷ୍ଟୁରାଣ୍ଟରେ ମିଳିବ ଡିସକାଉଣ୍ଟ, ଫ୍ରିରେ ମିଳିବ ବିଅର

ନୂଆଦିଲ୍ଲୀ,୨୫।୪: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବାବେଳେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ତେବେ...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପ୍ରଧାନମନ୍ତ୍ରୀ ମୋଦି

ଭୋପାଳ,୨୫।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋରେନାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ...

କାହିଁକି କେଜ୍‌ରିୱାଲଙ୍କୁ କରାଗଲା ଗିରଫ: ସୁପ୍ରିମକୋର୍ଟରେ କହିଲା ଇଡି

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ସିଏମ ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନକୁ ବିରୋଧ କରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି। ଦାଖଲ ହୋଇଥିବା ଆଫିଡେଭଟ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri