Posted inଜାତୀୟ

ଚାଷୀ ଆନ୍ଦୋଳନକୁ ୧୨ ବିରୋଧୀ ଦଳର ସମର୍ଥନ

ନୂଆଦିଲ୍ଲୀ, ୨୪।୫: କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନ ବିରୋଧରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନ ଆସନ୍ତା ୨୬ ତାରିଖରେ ୬ ମାସ ପୂରଣ କରିବାକୁ ଯାଉଛି। ସେହିଦିନ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ଲାଗି ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ନିଷ୍ପତ୍ତି ନେଇଥିବାବେଳେ ରବିବାର ଦେଶର ୧୨ଟି ପ୍ରମୁଖ ବିରୋଧୀ ଦଳ ଏହାକୁ ସମର୍ଥନ ଜଣାଇଛନ୍ତି। ଏହି ଦଳଗୁଡ଼ିକ ହେଲେ କଂଗ୍ରେସ, ତୃଣମୂଳ କଂଗ୍ରେସ, ସିପିଆଇ, ସିପିଆଇ(ଏମ୍‌), ସମାଜବାଦୀ ପାର୍ଟି, ଏନ୍‌ସିପି, ଡିଏମ୍‌କେ, ଜେଡିଏସ୍‌, ଶିବସେନା, ନ୍ୟାଶନାଲ କନ୍‌ଫରେନ୍ସ, ଜେଏମ୍‌ଏମ୍‌, ଆର୍‌ଜେଡି।
୩ କୃଷି ଆଇନ ପ୍ରତ୍ୟାହାର ଲାଗି ଗତବର୍ଷ ନଭେମ୍ବରରୁ ଦିଲ୍ଲୀ ସୀମାରେ ବିଭିନ୍ନ ରାଜ୍ୟର ଚାଷୀମାନେ ଆନ୍ଦୋଳନ ଚଳାଇଛନ୍ତି। କେନ୍ଦ୍ର ସରକାର ତୁରନ୍ତ କୃଷକ ନେତାଙ୍କ ସହ ଆଲୋଚନା କରି ଆଇନକୁ ପ୍ରତ୍ୟାହାର କରିନିଅନ୍ତୁ ବୋଲି ବିରୋଧୀଙ୍କ ପକ୍ଷରୁ ଜାରି ମିଳିତ ବିବୃତିରେ କୁହାଯାଇଛି। ସେଥିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡା, ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ସୀତାରାମ ୟେଚୁରୀ, ଫାରୁକ୍‌ ଅବ୍‌ଦୁଲ୍ଲା ପ୍ରମୁଖ ସ୍ବାକ୍ଷର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭସ୍ଥ ଶିଶୁଙ୍କୁ ପ୍ରଭାବିତ କରେ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ,୧୧।୧୧(ପି.ଟି.):ଦିଲ୍ଲୀ- ଜାତୀୟ ରାଜଧାନୀ ଅଞ୍ଚଳ(ଏନ୍‌ସିଆର୍‌)ରେ ବାୟୁ ଗୁଣବତ୍ତା ଅଧିକରୁ ଅଧିକ ଖରାପ ହେବାରେ ଲାଗିଛି। ପ୍ରଦୂଷିତ ବାୟୁ ଗର୍ଭାବସ୍ଥା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ବୋଲି...

ମାଲଗାଡ଼ିର ୨୦ ବଗି ଲାଇନଚ୍ୟୁତ…

ଅମରାବତୀ,୨୪।୧୦ : ମହାରାଷ୍ଟ୍ରର ଅମରାବତୀରେ ଏକ ମାଲଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଟିମଟାଲା-ମାଲକେଡ ରେଳ ଲାଇନରେ ବିଳମ୍ବିତ ରାତିରେ ଏକ ମାଲଗାଡ଼ିର ୨୦ ବଗି ଲାଇନଚ୍ୟୁତ...

ଜିତିନ୍‌ ଦଳ ଛାଡିବା ପରେ କଂଗ୍ରେସରେ କନ୍ଦଳ: କପିଲ ସିବଲ କହିଲେ, ମୁଁ ମଲା ପରେ..

ନୂଆଦିଲ୍ଲୀ,୧୦।୬: କଂଗ୍ରେସର ପୂର୍ବତନ ନେତା ଜିତିନ ପ୍ରସାଦ ଦଳ ଛାଡି ଭାଜପାରେ ଯୋଗଦେବା ପରେ ପୁଣି ଥରେ କଂଗ୍ରେସ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ଜିତିନ...

ମିଥୁନ ପୁଣି ଦୋହରାଇଲେ ଦାବି, ୨୧ ଟିଏମସି ବିଧାୟକ ରହିଛନ୍ତି ସିଧାସଳଖ ଯୋଗାଯୋଗରେ…

କୋଲକାତା, ୨୪।୯ : ପଶ୍ଚିମବଙ୍ଗର ଭାଜପା ନେତା ତଥା ଅଭିନେତା ମିଥୁନ ଚକ୍ରବର୍ତ୍ତୀ ପୁଣି ଥରେ ଦାବି କରିଛନ୍ତି ଯେ ଶାସକ ଟିଏମସିର ୨୧ ଜଣ...

ଶିନ୍ଦେ ସରକାର ଆମକୁ ଉତ୍ତେଜିତ କରିବାର ପ୍ରୟାସ କରୁଛନ୍ତି: ବୋମ୍ମାଇ…

ବେଙ୍ଗାଲୁରୁ,୨୭।୧୨ : ପଡୋଶୀ ମହାରାଷ୍ଟ୍ରର ବିଧାନସଭାରେ ଅଣାଯାଇଥିବା ପ୍ରସ୍ତାବ ନେଇ କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଦୃଢ଼ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ...

ସ୍ବର୍ଣ୍ଣ ମନ୍ଦିରରେ ଖଲିସ୍ତାନୀ ସ୍ଲୋଗାନ

ଅମୃତସର,୭।୬: ପଞ୍ଜାବର ଅମୃତସର ସ୍ଥିତ ସ୍ବର୍ଣ୍ଣମନ୍ଦିରରେ ସୋମବାର ଖଲିସ୍ତାନୀ ସମର୍ଥକମାନେ ଦେଶ ବିରୋଧୀ ସ୍ଲୋଗାନ ଦେଇଛନ୍ତି। ଅପରେଶନ ବ୍ଲୁ ଷ୍ଟାରର ୩୮ବର୍ଷ ପୂର୍ତ୍ତି ଅବସରରେ ବହୁସଂଖ୍ୟାରେ...

ଲଦାଖରେ ୧୬ ହଜାର ଫୁଟ ଉଚ୍ଚରେ ପ୍ରବଳ ଥଣ୍ଡାରେ ଚାଇନା ସୈନ୍ୟଙ୍କ ମୃତ୍ୟୁ ଘଟୁଛି !

ଲେହ, ୧୫।୧୦: ପୂର୍ବ ଲଦାଖରେ ସମୁଦ୍ର ପତ୍ତନଠାରୁ ୧୬ ହଜାର ଫୁଟ ଉଚ୍ଚରେ ୫ ହଜାର ଚାଇନା ସୈନ୍ୟ ମୁତୟନ ହୋଇଛନ୍ତି। ତେବେ ପ୍ରବଳ ଥଣ୍ଡାଯୋଗୁ...

୨୦୨୪ରେ ହାରିବା ପରେ ବିଦେଶରେ ପିଜା, ମୋମୋର ମଜା ନେବେ ମୋଦି: ଲାଲୁ

ପାଟନା,୩୧।୭: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି, ଆସନ୍ତା ଲୋକ ସଭା ନିର୍ବାଚନରେ ପରାଜୟକୁ ନେଇ ସେ...

Advertisement
Archives

Model This Week