ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍‌ ନିଆଁ ଜଳିବ: ପ୍ରଦୀପ ମାଝୀ

ଝରିଗାଁ, ୨୩।୧୨ (କିଶୋର ଚନ୍ଦ୍ର ମଣ୍ଡଳ):ନବରଙ୍ଗପୁର ଜିଲାର ଝରିଗାଁ, ଉମରକୋଟ ଓ ରାଇଘର, ଚନ୍ଦାହାଣ୍ଡି ବ୍ଲକ ଠାରେ ଚାଷୀ ମହାସଂଘ ପକ୍ଷରୁ ବ୍ଳକ ବନ୍ଦ କରାଯାଇଛି। ଏହି ଆନ୍ଦୋଳନ ୭ ଦିନ ଧରି ଚାଲିବ ବୋଲି ମହାସଂଘ ଚେତାବନୀ ଦେଇଛି। ଦୁଇ ଦିନ ହେବ ଗାଡ଼ି ଚଳା ଚଳ ବନ୍ଦ ରହିଥିବା ହେତୁ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ଶିକାର ହେଉଛନ୍ତି। ଏପରିକି ଚାଷୀଙ୍କ ଦାବି ପୂରଣ ନ ହେଲେ ଜିଲା ବନ୍ଦ କରିବା ନେଇ ଚାଷୀ ମହାସଂଘ ତରଫରୁ ଆଲୋଚନା ସରିଛି। ଫଳରେ ଜିଲାରେ ଆଇନ ଶୃଙ୍ଖଳା ବ୍ୟାଘାତ ହେବାର ସମ୍ଭାବନା ରହିଛି। ଜିଲା ପ୍ରଶାସନ ତରଫରୁ ଚାଷୀ ମାନଙ୍କୁ ବୁଝାସୁଝା କରିବାରେ ଲାଗିଛନ୍ତି। ଜିଲା ପ୍ରଶାସନ କୌଣସି ପ୍ରକାର ସନ୍ତୋଷଜନକ ପଦକ୍ଷେପ ନେଇନଥିବାରୁ ଚାଷୀମାନେ ରାତିରେ ଜାଡ ଶୀତ କାକରରେ ମଧ୍ୟ ଆନ୍ଦୋଳନ ଜାରୀ ରଖିଛନ୍ତି।
ଝରିଗାଁ ବସ୍‌ଷ୍ଟାଣ୍ଡରେ ଚାଷୀମାନେ ଧାନ, ମକା ରଖି ଧାରଣା ଦେଇଥିଲେ। ଆନ୍ଦୋଳନର ଦିତୀୟ ଦିନରେ ପୋଲିସ ବିଭାଗର ଅତିରିକ୍ତ ଏସପି ଆଦିତ୍ୟ ସେନ, ଏସଡିପିଓ କୃଷ୍ଣ ଚନ୍ଦ୍ର ଭତ୍ରା ଆନ୍ଦୋଳନକାରୀମାନଙ୍କୁ ରାସ୍ତା ଘାଟ ବନ୍ଦ ନ କରିବା ପାଇଁ କହିଥିଲେ। ଯେତେ ଦିନ ପର୍ଯ୍ୟନ୍ତ ଚାଷୀଙ୍କ ହକ୍‌ ମିଳିବ ନାହିଁ, ସେତେଦିନ ପର୍ଯ୍ୟନ୍ତ ରାସ୍ତା ଘାଟ ବନ୍ଦ ରହିବ ବୋଲି ଆନ୍ଦୋଳନକାରୀମାନେ କହିଥିଲେ।
ମକା ନବରଙ୍ଗପୁର ଜିଲାର ୩ ବ୍ଲକ ଝରିଗାଁ, ଉମରକୋଟ ଏବଂ ରାଇଘରରୁ ହିଁ ଅଧୂକ ଚାଷ ହେଉଛି। ଏବେ ଯାଏ କିନ୍ତୁ ଚାଷୀଙ୍କ ପାଇଁ ସରକାର ମକା ମଣ୍ଡି ଖୋଲି ପାରିଲେ ନାହିଁ। ଫଳରେ ଚାଷୀ ଠିକ ଦରରେ ମକା ବିକ୍ରି କରିପାରୁ ନାହାନ୍ତି। ସେହିପରି ଜଙ୍ଗଲ ଜମି ପଟ୍ଟା ପାଇଥିବା ଚାଷୀମାନଙ୍କୁ ଚାଷ ସକାଶେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ରାସାୟନିକ ସାର ପ୍ରଦାନ କରିବା ସହ ଚାଷ ସକାଶେ ଋଣ ପ୍ରଦାନ ଏବଂ ଜଙ୍ଗଲ ଜମି ପଟ୍ଟାରେ ଚାଷ କରିଥିବା ଧାନ ଓ ମକା ବିକ୍ରି କରିବା ନେଇ ମଣ୍ଡି କାର୍ଡ ପ୍ରଦାନ କରାଯାଉ ବୋଲି ଚାଷୀମାନେ ଆନ୍ଦୋଳନରେ ବସି ରହିଛନ୍ତି।
ସେହିପରି ଚାଷୀମାନେ କୁଇଣ୍ଟାଲ ପିଛା ୫ ଶହରୁ ୬ଶହ ଟଙ୍କା କ୍ଷତି ସହିବାକୁ ପଡୁଛି। ଏଠାରେ ମୁଖ୍ୟମନ୍ତ୍ରୀ ମକା ମିଶନ କାର୍ଯ କାର୍ଯ୍ୟକାରୀ କରାଯାଇ ନାହିଁ ବୋଲି ଚାଷୀମାନେ କହିଛନ୍ତି । ସେହିଭଳି ଗତବର୍ଷ ନଭେମ୍ବର ସୁଦ୍ଧା ଧାନ ମଣ୍ଡି ଖୋଲାଯାଇଥିଲା। କିନ୍ତୁ ଚଳିତ ବର୍ଷ ଏଥିରେ ବିଳମ୍ବ ହୋଇଛି। ବର୍ତ୍ତମାନ ସୁଦ୍ଧା ଧାନ କ୍ରୟ କରିବା ପାଇଁ ମିଲ ମାଲିକଙ୍କ ସହ ଚୁକ୍ତିନାମା ସ୍ବାକ୍ଷର କରାଯାଇପାରିନାହିଁ। ଫଳରେ ଧାନ ମଣ୍ଡି ପାଇଁ କୌଣସି ଟାର୍ଗେଟ ଆସିନାହିଁ ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି।
ସେହିପରି ଜିଲାରେ ସାର କଳା ବଜାର ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଉ। ସମସ୍ୟାର ସମାଧାନ ନ ହେଲେ ଜିଲାବ୍ୟାପୀ ଆନ୍ଦୋଳନ ଜୋରଦାର କରାଯିବ ସହ ବୋଲି ଚେତାବନୀ ଦିଆଯାଇଛି। ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍‌ ନିଆଁ ଜଳିବ ବୋଲି ପୂର୍ବତନ ଏମ୍‌ପି ପ୍ରଦୀପ ମାଝୀ ପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri