ଧାନ କ୍ଷେତରେ ନିଆଁ ଲଗାଇଲେ ଚାଷୀ

କୋକସରା,୭।୧୧(ଡି.ଏନ.ଏ.): ଧାନ ଫସଲରେ ଚକଡ଼ା ରୋଗ ଲାଗି ସବୁ ନଷ୍ଟ ହୋଇଯାଇଛି। ଏହି ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ଜଣେ ଚାଷୀ ନିଜ ଫସଲରେ ନିଆଁ ଲଗେଇ ଦେଇଥିବା ଜଣାପଡ଼ିଛି। ସୋମବାର ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ସିଉନି ଗ୍ରାମରେ। ଏହି ଗ୍ରାମର ଜଣେ ଛୋଟ ଚାଷୀ ପୃଥିରାଜ ବେହେରା ନିଜ ୩ ଏକର ଚାଷ ଜମି ମଧ୍ୟରୁ ପ୍ରାୟ ୧ ଏକର ଚାଷ ଜମି ଚକଡ଼ା ରୋଗ ଲାଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଏହା ଦେଖି ମାନସିକ ଭାରସାମ୍ୟ ହରାଇ ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣା ଦେଖି ସ୍ଥାନୀୟ ବରାଡଙ୍ଗା ସମିତି ସଭ୍ୟ ଗୁପ୍ତେଶର ବାଗ, ପଞ୍ଚାୟତ କୃଷି କର୍ମଚାରୀ ଅଜିତ କୁମାର ସାହୁଙ୍କୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଜିଲା କୃଷି ଅଧିକାରୀ ଜେ. ସୂର୍ଯ୍ୟ ରାଓ, କୃଷି ଅଧିକାରୀ ହେମାନନ୍ଦ ମାଝି, ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା, ବିଡିଓ ଉତ୍ତମ କୁମାର ବାଗ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଆମପାଣି ଥାନାଧିକାରୀ ଚତୁର୍ଭୁଜ ନାଏକ ପହଞ୍ଚତ୍ଥିଲେ। ନିଆଁ ଲାଗିଥିବା ଚାଷଜମି ଦେଖିବା ସହ ସମ୍ପୃକ୍ତ ଚାଷୀଙ୍କୁ ଭେଟି ସମସ୍ତ ଘଟଣା ଉପରେ ଆଲୋଚନା କରିଥିଲେ। ତେବେ କୃଷି କର୍ମଚାରୀଙ୍କ ପରାମର୍ଶରେ ଚକଡ଼ା ରୋଗ ପ୍ରତିହତ ପାଇଁ ବିଭିନ୍ନ କୀଟନାଶକ ପ୍ରଯୋଗ ପରେ ମଧ୍ୟ କୌଣସି ଫଳପ୍ରଦ ନ ହେବା କାରଣରୁ ନିରାଶ ହୋଇ ନିଆଁ ଲଗେଇ ଦେଇଥିବା ଚାଷୀ ଜଣଙ୍କ କହିଛନ୍ତି। ବରାଡଙ୍ଗା ପଞ୍ଚାୟତର ୧୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ୧୨୦ ହେକ୍ଟର ଚାଷଜମି ଚକଡ଼ା ରୋଗ ପ୍ରଭାବିତ ହୋଇଥିବା କୃଷି କର୍ମଚାରୀ ସୂଚନା ଦେଇଛନ୍ତି। ବିଭାଗ ପକ୍ଷରୁ ଚାଷୀମାନଙ୍କୁ ସଚେତନ ମଧ୍ୟ ପୂର୍ବରୁ କରିଥିବା ନେଇ କୃଷି କର୍ମଚାରୀ କହିଛନ୍ତି। ସ୍ଥିତି ଅନୁଧ୍ୟାନ କରିବାକୁ ଆସିଥିବା ଜିଲା କୃଷି ଅଧିକାରୀ ରାଓଙ୍କ ପ୍ରତିକ୍ରିୟା ନେବାରୁ ଚାଷୀଙ୍କୁ ସଚେତନ କରାଯାଇଛି। ତେବେ ଏଭଳି ହତାଶ ହୋଇ ଧାନ ଚାଷରେ ନିଆଁ ଲଗାଇବା ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି। କୃଷି ବିଭାଗ ସରକାରୀ ନିୟମ ଅନୁସାରେ ଯାହା କ୍ଷତିପୂରଣ ରହିଛି ତାହା ଯୋଗାଇ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଏହି ଦିନ ରାୟ ଶୁଣାଇବେ ହାଇକୋର୍ଟ

କଟକ,୨୬ା୪(କାର୍ତ୍ତିକ ସାହୁ):ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାର ରାୟ ପ୍ରକାଶ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri