ଧାନ କ୍ଷେତରେ ନିଆଁ ଲଗାଇଲେ ଚାଷୀ

କୋକସରା,୭।୧୧(ଡି.ଏନ.ଏ.): ଧାନ ଫସଲରେ ଚକଡ଼ା ରୋଗ ଲାଗି ସବୁ ନଷ୍ଟ ହୋଇଯାଇଛି। ଏହି ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ଜଣେ ଚାଷୀ ନିଜ ଫସଲରେ ନିଆଁ ଲଗେଇ ଦେଇଥିବା ଜଣାପଡ଼ିଛି। ସୋମବାର ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ସିଉନି ଗ୍ରାମରେ। ଏହି ଗ୍ରାମର ଜଣେ ଛୋଟ ଚାଷୀ ପୃଥିରାଜ ବେହେରା ନିଜ ୩ ଏକର ଚାଷ ଜମି ମଧ୍ୟରୁ ପ୍ରାୟ ୧ ଏକର ଚାଷ ଜମି ଚକଡ଼ା ରୋଗ ଲାଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଏହା ଦେଖି ମାନସିକ ଭାରସାମ୍ୟ ହରାଇ ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣା ଦେଖି ସ୍ଥାନୀୟ ବରାଡଙ୍ଗା ସମିତି ସଭ୍ୟ ଗୁପ୍ତେଶର ବାଗ, ପଞ୍ଚାୟତ କୃଷି କର୍ମଚାରୀ ଅଜିତ କୁମାର ସାହୁଙ୍କୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଜିଲା କୃଷି ଅଧିକାରୀ ଜେ. ସୂର୍ଯ୍ୟ ରାଓ, କୃଷି ଅଧିକାରୀ ହେମାନନ୍ଦ ମାଝି, ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା, ବିଡିଓ ଉତ୍ତମ କୁମାର ବାଗ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଆମପାଣି ଥାନାଧିକାରୀ ଚତୁର୍ଭୁଜ ନାଏକ ପହଞ୍ଚତ୍ଥିଲେ। ନିଆଁ ଲାଗିଥିବା ଚାଷଜମି ଦେଖିବା ସହ ସମ୍ପୃକ୍ତ ଚାଷୀଙ୍କୁ ଭେଟି ସମସ୍ତ ଘଟଣା ଉପରେ ଆଲୋଚନା କରିଥିଲେ। ତେବେ କୃଷି କର୍ମଚାରୀଙ୍କ ପରାମର୍ଶରେ ଚକଡ଼ା ରୋଗ ପ୍ରତିହତ ପାଇଁ ବିଭିନ୍ନ କୀଟନାଶକ ପ୍ରଯୋଗ ପରେ ମଧ୍ୟ କୌଣସି ଫଳପ୍ରଦ ନ ହେବା କାରଣରୁ ନିରାଶ ହୋଇ ନିଆଁ ଲଗେଇ ଦେଇଥିବା ଚାଷୀ ଜଣଙ୍କ କହିଛନ୍ତି। ବରାଡଙ୍ଗା ପଞ୍ଚାୟତର ୧୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ୧୨୦ ହେକ୍ଟର ଚାଷଜମି ଚକଡ଼ା ରୋଗ ପ୍ରଭାବିତ ହୋଇଥିବା କୃଷି କର୍ମଚାରୀ ସୂଚନା ଦେଇଛନ୍ତି। ବିଭାଗ ପକ୍ଷରୁ ଚାଷୀମାନଙ୍କୁ ସଚେତନ ମଧ୍ୟ ପୂର୍ବରୁ କରିଥିବା ନେଇ କୃଷି କର୍ମଚାରୀ କହିଛନ୍ତି। ସ୍ଥିତି ଅନୁଧ୍ୟାନ କରିବାକୁ ଆସିଥିବା ଜିଲା କୃଷି ଅଧିକାରୀ ରାଓଙ୍କ ପ୍ରତିକ୍ରିୟା ନେବାରୁ ଚାଷୀଙ୍କୁ ସଚେତନ କରାଯାଇଛି। ତେବେ ଏଭଳି ହତାଶ ହୋଇ ଧାନ ଚାଷରେ ନିଆଁ ଲଗାଇବା ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି। କୃଷି ବିଭାଗ ସରକାରୀ ନିୟମ ଅନୁସାରେ ଯାହା କ୍ଷତିପୂରଣ ରହିଛି ତାହା ଯୋଗାଇ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?